ଉପକୂଳ ଓଡିଶା

କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ଅଫିସ, ୧୨।୯
କେନ୍ଦ୍ରାପଡ଼ା ଜିଲା କୃଷକ ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରିଷଦ ସଭାପତି ବିଜୟ ପରିଡ଼ା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ଗତ ଲଘୁଚାପ ବର୍ଷା ଜିଲାର କୃଷି ଭିତ୍ତିଭୂମିକୁ ଦୋହଲାଇ ଦେଇଛ। ଦୀର୍ଘଦିନ ଧରି ଚାଷ ଜମିରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଖରିଫ ଫସଲ, ପନିପରିବା, ମତ୍ସ୍ୟଚାଷ, ଗୋ-ପାଳନ କ୍ଷେତ୍ରରେ ବିପଦ ସୃଷ୍ଟି ହୋଇଛି। କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରିବା ସହ କ୍ଷତିପୂରଣ ପ୍ରଦାନ ପାଇଁ ଦାବିପତ୍ରରେ ଉଲ୍ଳେଖ ରହିଥିବା ସେ ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନରେ ପରିଷଦ କର୍ମକର୍ତ୍ତା ଭରତଚନ୍ଦ୍ର ବେହେରା, ଗଣେଶ୍ୱର ବେହେରା, ହରେକୃଷ୍ଣ ସେଠୀ, ରମେଶ ଦାସ, ମିର୍ଜା ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ।
All Right Reserved By

ଉପକୂଳ ଓଡିଶା

ଗାଙ୍ଗପଡ଼ାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

ଗାଙ୍ଗପଡ଼ାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

କେନ୍ଦ୍ରାପଡା ଅଫିସ, ୨୧।୧୧- କେନ୍ଦ୍ରାପଡ଼ା ବ୍ଲକ ଅଧିନ ଗାଙ୍ଗପଡ଼ା ପଞ୍ଚାୟତର ଭରସିଂସ୍ଥ ଇଦ୍‌ଗାହ ମହଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଜସ୍ନ ଏ ଇଦ୍‌ ମିଲଦୁନନ ନବୀ କମିଟି ପକ୍ଷରୁ ଏଥିପାଇଁ ଆୟୋଜିତ ଶୋଭାଯାତ୍ରା ପଞ୍ଚାୟତର ଭରସିଂ, ଦୋବନ୍ଧା, ଗଗୁଆ ଆଦି ଗ୍ରାମ ପରିକ୍ରମା କରିଥିଲା।

ପାରାଦୀପ ବାଲିଯାତ୍ରା ପ୍ରସ୍ତୁତି ଚୂଡାନ୍ତ

ପାରାଦୀପ ବାଲିଯାତ୍ରା ପ୍ରସ୍ତୁତି ଚୂଡାନ୍ତ

ପାରାଦୀପ, ୨୧।୧୧ (ସ୍ବ.ପ୍ର.)- ପାରାଦୀପ ବତୀଘର ନିକଟସ୍ଥ ବେଳାଭୂମିରେ ଶୁକ୍ରବାରଠାରୁ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ୭ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

୬୨ ଲିଟର ମଦ ଜବତ, ମହିଳା କୋର୍ଟ ଚାଲାଣ

୬୨ ଲିଟର ମଦ ଜବତ, ମହିଳା କୋର୍ଟ ଚାଲାଣ

ପାରାଦୀପ, ୨୧।୧୧ (ସ୍ବ.ପ୍ର.)-ପାରାଦୀପ ଅଭୟଚାନ୍ଦପୁର ଥାନା ଅଧୀନ ଅଧୀନ ଢ଼ିଙ୍କିଆ ଗ୍ରାମରେ ପୋଲିସ ଚଢ଼ାଉ କରି ୬୨ ଲିଟର ଚୋରା ମଦ ଜବତ କରିବା ସହ ମହିଳା ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋତି ହୋଇପଡିଛି ସୁନାମୁହିଁ ଜୋର

ପୋତି ହୋଇପଡିଛି ସୁନାମୁହିଁ ଜୋର

ଆଳି, ୨୦।୧୧ (ଡି.ଏନ୍‌.ଏ.)-ଆଳି ଅଞ୍ଚଳରେ ଚାଷର ସୁବିଧା ପାଇଁ ଥିବା ସୁନାମୁହିଁ ଜୋର ଗତ କିଛିଦିନ ହେବ ଅନୁପଯୋଗୀ ହୋଇପଡିଛି। ଯୋରଟି ଏବେ ଅନାବନା ଦଳରେ ଭର୍ତ୍ତି ହୋଇଥିବା ଯୋଗୁ ଜଳ ପ୍ରବାହ ହୋଇପାରୁନାହିଁ।

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଜଗତ୍‌ସିଂହପୁର ଅଫିସ, ୨୧।୧୧- ବୁଧବାର ଜଗତ୍‌ସିଂହପୁର ଥାନା ନୂଆପୋଲଠାରେ ବୁଧବାର ଏକ କାର (ନଂ. ଓଡି-୦୨-ଏଜି-୦୪୨୬) ଓ ସ୍କୁଟି (ନଂ. ଓଡି-୦୫-ଏଜି-୪୧୮୫) ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବିରିଡ଼ି ଥାନା ଅଧୀନ ମାଣିତ୍ରୀ ଗ୍ରାମରର ଅଜୟ ଖୁଣ୍ଟିଆ। ଗୁରୁତରମାନେ ହେଲେ ରାଣିପଡ଼ାର ସୁଜିତ କୁମାର ନାଥ ଓ ଅଭିଷେକ ମହାନ୍ତି। 

ଭିତରକନିକାରୁ ୩ ମତ୍ସ୍ୟଜୀବୀ ଗିରଫ

ଭିତରକନିକାରୁ ୩ ମତ୍ସ୍ୟଜୀବୀ ଗିରଫ

ରାଜନଗର, ୨୧।୧୧ (ଡି.ଏନ୍‌.ଏ.)- ରାଜନଗର ବ୍ଲକସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକାର ବାଉଁଶଗଡ଼ି ନଦୀରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ୩ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ପକ୍ଷରୁ ବୁଧବାର ଗିରଫ କରାଯାଇଛି। ଏଥିସହ ଗୋଟିଏ ଡଙ୍ଗା ଜବତ ହୋଇଛି।

‘ଶୁଦ୍ଧପୂତ ଜୀବନଚର୍ଯ୍ୟା ହିଁ କାର୍ତ୍ତିକ ବ୍ରତର ପ୍ରେରଣା’: ପଞ୍ଚ ‘କ’ର ମହତ୍ତ୍ୱ ବୁଝିଲେ ମଣିଷ ହୁଏ ଚରିତ୍ରବାନ

ଖଣ୍ଡପଡା,୨୧ା୧୧(ସ୍ବ.ପ୍ର.)-କାର୍ତ୍ତିକ ବ୍ରତ ତଥା ଏହି ମାସର ମାହାମତ୍‌ୟ ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି| ସମଗ୍ର ବର୍ଷର ପୂଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି| 

ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ବୋଲଗଡ଼,୨୧ା୧୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ୍‌ ପିଚୁକୁଳି ସ୍ଥିତ ସରକାରୀ ଶ୍ରୀରଘୁନାଥଦେବ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ଉଭୟ ବିଭାଗରୁ ୪୫ ପ୍ରକଳ୍ପକୁ ଛାତ୍ରୀଛାତ୍ରମାନେ ପ୍ରଦର୍ଶନ କରିଛନ୍ତି।

ରାସୋତ୍ସବ ଓ ପଞ୍ଚୁକ ଯାତ୍ରା ଆରମ୍ଭ

ରାସୋତ୍ସବ ଓ ପଞ୍ଚୁକ ଯାତ୍ରା ଆରମ୍ଭ

ଦଶପଲ୍ଲା,୨୧ା୧୧ (ଡି.ଏନ.ଏ.)-ଦଶପଲ୍ଲା ସାତପାଟଣାସ୍ଥିତ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶରତ ରାସୋତ୍ସବ ନଭେମ୍ବର ୧୭ରୁ ୨୩  ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ କୁନି କୁନି କଳାକାରମାନେ ଶ୍ରୀକୃଷ୍ଣଙ୍କ ଲୀଳା ଉତ୍ସବ କରିବେ। 

ସ୍ତ୍ରୀଙ୍କ ଅଭିଯୋଗରେ ସ୍ବାମୀ କୋର୍ଟଚାଲାଣ

ସ୍ତ୍ରୀଙ୍କ ଅଭିଯୋଗରେ ସ୍ବାମୀ କୋର୍ଟଚାଲାଣ

କଳିଙ୍ଗନଗର, ୨୧|୧୧(ଡି.ଏନ୍‌.ଏ.)- ଘରୋଖ କଳହକୁ ନେଇ କଳିଙ୍ଗନଗର ଥାନା ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। 

୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବିଞ୍ଝାରପୁର,୨୧|୧୧(ଡି.ଏନ.ଏ)- ବିଞ୍ଝାରପୁର ପୋଲିସ ମଙ୍ଗଳବାର ୨ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି | ଗିରଫ ଦୁଇ ଜଣ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ଏମ୍‌.ଅଶୋକ (୩୦) ଓ ଦାନୀକର୍ଣ୍ଣ ରାଓ (୨୦)। ସେମାନଙ୍କ ନିକଟରୁ ପୋଲିସ ଏକ କଳା ପଲସର ଓ ୨ଟି ମୋବାଇଲ ଜବତ କରିଛି । 

ସାହାଣୀ ଫୁଟବଲ୍‌ କପ୍‌; ଯାଜପୁର ଜିଲାରୁ ସ୍ଥାନ ପାଇଲେ ୧୦ ଜଣ ଖେଳାଳି

ସାହାଣୀ ଫୁଟବଲ୍‌ କପ୍‌; ଯାଜପୁର ଜିଲାରୁ ସ୍ଥାନ ପାଇଲେ ୧୦ ଜଣ ଖେଳାଳି

କାଳିଆପାଣି, ୨୧|୧୧(ଡି.ଏନ୍‌.ଏ.)-ସମ୍ବଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସାହାଣୀ କପ୍‌ ପ୍ରତିଯୋଗିତାରେ ଯାଜପୁର ଜିଲାର ୧୦ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏ ନେଇ ଟାଟାଷ୍ଟିଲ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ତିନିଦିନିଆ  ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।