ଉପକୂଳ ଓଡିଶା

ହାଜତରୁ ଫେରାର ଯୁବକଙ୍କ ମୃତ୍ୟୁ ଘଟଣା , ଆଜିଠୁ ଜିଲାପାଳଙ୍କ ଅଫିସ୍‌ ଆଗରେ ଅନଶନ

କେନ୍ଦ୍ରାପଡ଼ା ଅଫିସ୍‌, ୧୨।୯:ମହାକାଳପଡ଼ା ଥାନା ହାଜତରୁ ଫେରାର ଯୁବକ ଅବିନାଶ ପାଇଟାଳ ଓରଫ ମୂଷା(୨୩)ଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ ଦିନ ବିତିଛି। ମାତ୍ର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ ଥାନା ଅଧିକାରୀ ଶ୍ୟାମଘନ ବେହେରା ଗିରଫ ହୋଇନାହାନ୍ତି। ସେହିପରି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ୨.୧ଲକ୍ଷ ଟଙ୍କା ପରିବାର ସଦସ୍ୟଙ୍କୁ ମିଳିଥିଲେ ମଧ୍ୟ ମୂଷାଙ୍କ ସ୍ତ୍ରୀଙ୍କୁ ପୋଲିସ ଚାକିରି ମିଳିନାହିଁ। ଏହି ଅଭିଯୋଗରେ ଆସନ୍ତା ବୁଧବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସଦସ୍ୟ ଅନଶନରେ ବସିବେ ବୋଲି ସୂଚନା ମିଳିଛି। ଏହି ଘଟଣା ନେଇ ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଆଇନ ଅଭିଯାନ (ଓସା) ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଥିଲା। ଏ ସମ୍ପର୍କରେ ଓସାର କେନ୍ଦ୍ରାପଡ଼ା ଜିଲା ଶାଖା ଆବାହକ ରଞ୍ଜନ ଦାସ କହିଛନ୍ତି ଯେ, ମୂଷାଙ୍କ ଥାନା ମୃତ୍ୟୁ ଘଟଣାରେ  ଜିଲା ପୋଲିସର ତଦନ୍ତ ରିପୋର୍ଟକୁ କ୍ରାଇମବ୍ରାଞ୍ଚ ନିଜର ବୋଲି ଦାବି କରୁଛି। ଫଳରେ ଏକ ହାଜତ ମୃତ୍ୟୁ ଅପମୃତ୍ୟୁରେ ପରିଣତ ହୋଇଛି। ମୂଷାଙ୍କ ମୃତ ଶରୀରରେ ଥିବା ଗଭୀର କ୍ଷତ, ପୋଲିସ ବ୍ୟବହୃତ ଦଉଡ଼ି ଓ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଜଣାପଡୁଥିଲେ ମଧ୍ୟ ଏହା ତଦନ୍ତ ପରିସରକୁ ଆସିନାହିଁ। ଫଳରେ ବୁଧବାର ଅନଶନରେ ଓସା ସହିତ ୧୦ ସଂଗଠନ ସାମିଲ ହୋଇ ଏ ସବୁର ପ୍ରତିବାଦ କରିବେ ବୋଲି ଓସା ଜିଲା ଆବାହକ ଦାସ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏକ ଚୋରି ଘଟଣାରେ ପୋଲିସ ମୂଷାଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଉଠାଇ ନେଇଥିଲା। ପରଦିନ ଥାନାଠାରୁ ୨୦୦ ମିଟର ଦୂରରୁ ଥିବା ହଳଧର ମଲ୍ଲିକଙ୍କ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୂଷାଙ୍କୁ ପୋଲିସ ପିଟିପିଟି ମାରି ଦେଇଥିବା ତାଙ୍କ ବଡବାପା ଦୈତାରୀ ପାଇଟାଳ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୯୧/୧୮ ନଂ. ଏକ ମାମଲା ରୁଜୁ ହୋଇଛି। ପରେ ପରିସ୍ଥିତିକୁ ଅନୁଧ୍ୟାନ କରା ଯାଇ ଆଇଆଇସି ବେହେରାଙ୍କୁ ନିଲମ୍ବିତ କରାଯାଇଥିଲା।

All Right Reserved By

ଉପକୂଳ ଓଡିଶା

ମାର୍ଶାଘାଇରେ ମା ଜଗଦ୍ଧାତ୍ରୀଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇରେ ମା ଜଗଦ୍ଧାତ୍ରୀଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇ,୧୬।୧୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକର ପରକୁଳା ଗ୍ରାମଠାରେ ମା ଜଗଦ୍ଧାତ୍ରୀଙ୍କ ଅଷ୍ଟମୀ ପୂଜା ଶୁକ୍ରବାର ପୂର୍ବାହ୍ନରୁ ଆରମ୍ଭ  ହୋଇଛି।  ପୂଜା ମଣ୍ଡପରେ ମା ଜଗଦ୍ଧାତ୍ରୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି। 

ପ୍ରେସ ଦିବସରେ ନିନ୍ଦା ପ୍ରସ୍ତାବ ଆଗତ

ପ୍ରେସ ଦିବସରେ ନିନ୍ଦା ପ୍ରସ୍ତାବ ଆଗତ

ମାର୍ଶାଘାଇ,୧୬।୧୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ଉତ୍କଳ ସାମ୍ବାଦିକ ସଂଘ ଓ  ମାର୍ଶାଘାଇ ପ୍ରେସ କ୍ଲବ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ମାର୍ଶାଘାଇ ପ୍ରେସ କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।

ଧାନ କ୍ରୟ ବିକ୍ରୟ ନେଇ ସଚେତନତା

ଧାନ କ୍ରୟ ବିକ୍ରୟ ନେଇ ସଚେତନତା

ରାଜନଗର,୧୬।୧୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଯୋଗଣ ବିଭାଗ ପକ୍ଷରୁ ଶୁକ୍ରବାର ବ୍ଲକ ସ୍ତରୀୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। 

ମହାକାଳପଡ଼ା ପ୍ରେସ୍‌ କ୍ଲବ ପକ୍ଷରୁ ପ୍ରେସ୍‌ ଦିବସ

ମହାକାଳପଡ଼ା ପ୍ରେସ୍‌ କ୍ଲବ ପକ୍ଷରୁ ପ୍ରେସ୍‌ ଦିବସ

ମହାକାଳପଡ଼ା,୧୬।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ସୃତି ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ଜାତୀୟ ପ୍ରେସ୍‌ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।

ଶୌଚାଳୟ ନିର୍ମାଣରେ ପଛରେ ପଡ଼ିଛି  ନୟାଗଡ ଜିଲା

ଶୌଚାଳୟ ନିର୍ମାଣରେ ପଛରେ ପଡ଼ିଛି ନୟାଗଡ ଜିଲା

 ନୟାଗଡ଼ ଅଫିସ,୧୬।୧୧-ଚଳିତମାସ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶୌଚାଳୟ ଦିବସ ୨୦୧୮ ଅଭିଯାନ ଆନୁକୂଲ୍ୟରେ ବିଭିନ୍ନ  କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ଡିଆରଡ଼ିଏସ୍ଥିତ  ସୃଜନ ସମ୍ମିଳନୀ କକ୍ଷରେ ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମର ଜିଲାସ୍ତରୀୟ ଶୁଭାରମ୍ଭ କରାଯାଇଛି। 

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ସୀମାଞ୍ଚଳ

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ସୀମାଞ୍ଚଳ

ନୟାଗଡ଼ ଅଫିସ,୧୬ା୧୧-ସାହିର ରାସ୍ତାକୁ ପକ୍କା କରିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା, ସରକାରୀ ନଳକୂପ ବସାଇବା ଓ ସାହିରେ ସୋଲାର ଲାଇଟ୍‌ ଲଗାଇବା ଆଦି ୪ ଦଫା ଦାବିରେ  ଜଣେ ବ୍ୟକ୍ତି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିତ୍ଲେ। ପୂର୍ବରୁ ମଧ୍ୟ ସେ ଅନଶନ କରିଥିଲେ।

ଯାଜପୁରରେ ରାଜ୍ୟ ଯୁବ ମହୋତ୍ସବ, ୩୦ଜିଲାର ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଯାଜପୁରରେ ରାଜ୍ୟ ଯୁବ ମହୋତ୍ସବ, ୩୦ଜିଲାର ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଯାଜପୁର ଅଫିସ,୧୬।୧୧: ଯାଜପୁର ଜିଲା ବାଳାଶ୍ରମ ପଡିଆଠାରେ ୨୪ତମ ରାଜ୍ୟ ଯୁବ ମହୋତ୍ସବ ଗୁରୁବାର ଉଦ୍‌ଘାଟନ ହୋଇଯାଇଛି।

ମହଙ୍ଗା ପଡ଼ିଲା ଖବରଦାତାଙ୍କୁ ଆକ୍ରମଣ କରିବା : ସରପଞ୍ଚଙ୍କ ପୁଅ ଓ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୬।୧୧- ନୟାଗଡ଼ ଜିଲାର ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ମାଡ଼ମାରିବା ଓ ଗ୍ରାମରେ ନେଇ ଅଟକ ରଖିବା ଘଟଣା ଦୁଇଜଣକୁ  ମହଙ୍ଗା ପଡ଼ିଛି। ଏହି ଘଟଣାରେ ସେମାନଙ୍କୁ ରଣପୁର ପୋଲିସ ଗିରଫ କରିଛି। ସେମାନେ ହେଲେ ରଣପୁର ବ୍ଲକ ବଳଭଦ୍ରପୁର ସରପଞ୍ଚ ନୀଳମଣି ପଣ୍ଡାଙ୍କ ପୁଅ ଦୀନବନ୍ଧୁ ପଣ୍ଡା ଓରଫ ବୁଲୁ ଏବଂ ସମିତିସଭ୍ୟାଙ୍କ ସ୍ବାମୀ ସଞ୍ଜୟ ଦାସ। 

ଖବର କାଗଜ ବିକ୍ରେତାଙ୍କୁ ମାରଣାସ୍ତ୍ର ଦେଖାଇ ମୋବାଇଲ, ନଗଦ ଟଙ୍କା ଲୁଟ

ଓଡ଼ଗାଁ,୧୬।୧୧(ସ୍ବ.ପ୍ର.)-ଓଡଗାଁ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଢୋଲମସ୍କା ଠାକୁରାଣୀ ମନ୍ଦିର ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଖବର କାଗଜ ବିକ୍ରେତାଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ  ମୋବାଇଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି| 

ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷୟିତ୍ରୀ, ଅନ୍ୟ ମାମଲାରେ ୨ ଫେରାର ଅଭିଯୁକ୍ତ ଗିରଫ

ଓଡ଼ଗାଁ,୧୬।୧୧(ସ୍ବ.ପ୍ର.)-ଲକ୍ଷାଧିକ ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ ସ୍ଥାନୀୟ ପୋଲିସ ଓଡଗାଁ ଥାନା ଅନ୍ତର୍ଗତ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଊର୍ମିଳା ପରିଡା(୩୮)ଙ୍କୁ ଗିରଫ କରିଛି| 

୪ଦିନ ହେଲା ଡାକ ସେବା ବନ୍ଦ

୪ଦିନ ହେଲା ଡାକ ସେବା ବନ୍ଦ

ନୂଆଗାଁ,୧୬ା୧୧(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକ ଉପଡାକଘରେ ୪ଦିନ ହେଲା ଡାକ ସେବା ବନ୍ଦ ରହିଛି। ଫଳରେ ଜରୁରୀ କାଗଜପତ୍ର ବା ଚିଠିପତ୍ର ପାଇ ନ ପାରି ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। 

ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନୂଆଗାଁ,୧୬ା୧୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ବାମୁରି ଗ୍ରାମରେ ମଙ୍ଗଳବାର ଏକ ଘର ଭୁଶୁଡି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।