ଫୁରସତ |

ହରିୟାଣାବାସୀଙ୍କ ନିଆରା ସଉକ: ଘର ଉପରେ ଘୋଡ଼ା ଗାଡ଼ି, ଏରୋପ୍ଲେନ୍‌..

ହରିୟାଣାବାସୀଙ୍କ ନିଆରା ସଉକ: ଘର ଉପରେ ଘୋଡ଼ା ଗାଡ଼ି, ଏରୋପ୍ଲେନ୍‌..
ହରିୟାଣାରେ ଗାଡ଼ି ଓ ଘର ପ୍ରତି ଲୋକମାନଙ୍କର ବହୁତ ସଉକ ରହିଛି। ଖାଲି ସେତିକି ନୁହେଁ ସେଠାକାର ଲୋକଙ୍କ ଚିନ୍ତାଧାରା ମଧ୍ୟ ଭିନ୍ନ ପ୍ରକାରର। ସହର ଓ ଗ୍ରାମ ଉଭୟ ପ୍ରକାର ଜୀବନଶୈଳୀକୁ ଆପଣାଉଥିବା ଲୋକେ ହେଉଛନ୍ତି ହରିୟାଣାବାସୀ। ସବୁଠାରୁ ସୁନ୍ଦର ଓ ଭିନ୍ନ ପ୍ରକାରର ଘର ଏଠାରେ ଦେଖିବାକୁ ମିଳିଥାଏ। ଖାସ୍‌ କଥା ହେଲା ଏଠାକାର ଲୋକେ ଘରର ପାଣି ଟାଙ୍କିକୁ ଭିନ୍ନ ଶୈଳୀରେ ବନାଇଥାନ୍ତି। ଏହା ହିଁ ସେମାନଙ୍କ ଘରର ପରିଚୟ ପାଲଟିଥାଏ॥ ଏଥିରୁ ଘର ମାଲିକଙ୍କ ସ୍ବଭାବ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ତେବେ ଆସନ୍ତୁ ସେମିତି କିଛି ଘର ବିଷୟରେ।
 
ଘୋଡ଼ା ଗାଡ଼ି: ବର୍ତ୍ତମାନ ସମୟରେ ସେତେଟା ଆଉ ଘୋଡ଼ାଗାଡ଼ି ଦେଖିବାକୁ ମିଳୁନାହିଁ। ତାର ସ୍ଥାନ ନେଇସାରିଛି ଟ୍ରାକ୍ଟର। ମାତ୍ର ଏଠାକାର ଲୋକେ ସେହି ଘୋଡ଼ା ଗାଡିକୁ ଭୁଲିପାରି ନାହାନ୍ତି। ତେଣୁ ଘରର ପାଣି ଟାଙ୍କିକୁ ଏହି ଆକାରରେ ସଜାଇଛନ୍ତି। ଯାହାକି ସେମାନଙ୍କର ପରିଚୟ ପାଲଟିଛି। 

ଜୟ ଯବାନ, ଜୟ କିଶାନ: ଏହି ସ୍ଲୋଗାନ ଦେଇଥିଲେ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀ। ସେହି କଥାକୁ ଜଣେ ଘର ମାଲିକ ଆଜି ପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି। ତେଣୁ ତାଙ୍କ ଘରର ପାଣି ଟାଙ୍କିକୁ ଏହି ଆକାରରେ ସଜାଇଛନ୍ତି।
 
କ୍ଷୀର ଟାଙ୍କି: କ୍ଷିର ନଦୀ ହରିୟାଣାରେ ବହିଥାଏ। ଏହାକୁ ଶହର ପର୍ଯ୍ୟନ୍ତ ପହଞ୍ଚାଇବା ମଧ୍ୟ ଦରକାର। ତେଣୁ ହରିୟାଣର ଜଣେ ବ୍ୟକ୍ତି ନିଜ ଛାତ ଉପରେ ପାଣି ଟାଙ୍କିକୁ ଏହି ଆକାର ଦେଇଛନ୍ତି।  

ଏରୋପ୍ଲେନ୍‌: ଏଠାକାର ଜଣେ ବ୍ୟକ୍ତି ପାଇଲଟ୍‌ ଥିଲେ। ସେଥିରୁ ଅବସର ନେବା ପରେ ମଧ୍ୟ ବିବାନର ସଉକ ତାଙ୍କର ଛାଡ଼ି ନ ଥିଲା। ତେଣୁ ସେ ନିଜ ଛାତ ଉପରେ ପ୍ଲେନ ତିଆରି କରିଦେଲେ।
 
ଟ୍ରାକ୍ଟର: କୌଣସି ଦେଶ ବିନା ଚାଷରେ ଆଗକୁ ବଢ଼ିପାରିବ ନାହିଁ। ଯଦି ଏହି ଚାଷ ଆଧୁନିକ ଶୈଳୀରେ କରାଯାଏ ତେବେ ବହୁତ ଲାଭ ହେବ। ଏହି ବାର୍ତ୍ତା ଦେବା ପାଇଁ ଛାତ ଉପରେ ବ୍ୟକ୍ତି ଜଣଙ୍କ ଟ୍ରାକ୍ଟର ଛିଡା କରିଦେଇଛନ୍ତି। 
All Right Reserved By

ଫୁରସତ |

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ଭବିଷ୍ୟ ଓ ଗରୁଡ଼ ପୁରାଣରେ ଏପରି କିଛି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଜାଣତରେ ହେଉ କି ଅଜାଣତରେ କରିବା ଦ୍ୱାରା ବିଭିନ୍ନ ସମସ୍ୟାରେ ପଡ଼ିଯାଆନ୍ତି । ଏସବୁ କାର୍ଯ୍ୟ କରିବା ଦ୍ୱାରା ଖରାପ ଶକ୍ତି ଆକର୍ଷିତ ହୋଇଥାଏ । 

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ମହାରାଷ୍ଟ୍ରର ଉଜ୍ଜୟିନୀ ସହରରେ ରହିଛି କାଳଭୈରବଙ୍କ ମନ୍ଦିର। ଯେଉଁଠାରେ ପ୍ରସାଦ ଭାବେ ମଦ ଅର୍ପଣ କରାଯାଏ। ଏଠାକୁ ବହୁ  ଶ୍ରଦ୍ଧାଳୁ  ନିଜର ମାନସିକ ପୂରଣ ଆଶା ନେଇ ଆସନ୍ତି।

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ଚୋରି ଏଠି ମନା

ଚୋରି ଏଠି ମନା

ଆଜିକାଲି ଚୋରି ସମସ୍ୟା ଏମିତି ବଢି ଗଲାଣି ଯେ, ଲୋକେ ପକେଟ୍‌ରେ ପଇସା ଧରି କିମ୍ବା ହାତରେ ବେକରେ ଗହଣା ପିନ୍ଧି ନିଦ୍ଦ୍ବଦ୍ୱରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି। 

ଯେଉଁଠି ଗର୍ଭବତୀ ହେବା ପାଇଁ ଦରକାର କର୍ତ୍ତୃପକ୍ଷଙ୍କ ଅନୁମତି

ଯେଉଁଠି ଗର୍ଭବତୀ ହେବା ପାଇଁ ଦରକାର କର୍ତ୍ତୃପକ୍ଷଙ୍କ ଅନୁମତି

ଜାପାନରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ଏହାର ସିଧା ପ୍ରଭାବ ଏଠାକାର କମ୍ପାନୀଗୁଡିକ ଉପରେ ପଡୁଛି। 

ଗର୍ଭାବସ୍ଥାରେ ପିନ୍ଧନ୍ତୁ ଗୋଡ ମୁଦି ମିଳିବ ଅନେକ ଫାଇଦା

ଗର୍ଭାବସ୍ଥାରେ ପିନ୍ଧନ୍ତୁ ଗୋଡ ମୁଦି ମିଳିବ ଅନେକ ଫାଇଦା

ବିବାହ ପରେ ସାଧାରଣତଃ ଜଣେ ମହିଳାଙ୍କର ବେଶଭୂଷାରେ କିଛିଟା ପରିବର୍ତ୍ତନ ଆସିଥାଏ। ମଥାରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର, ହାତରେ ଶଙ୍ଖା, ପାଦରେ ପାଉଁଜି, ଗୋଡ ମୁଦି ଆଦି ଶୋଭା ପାଇଥାଏ। ଏସବୁ ସଧବା ନାରୀର ଭୂଷଣ ବୋଲି କୁହାଯାଏ।

ଥାଇଲାଣ୍ଡର ବଦନାମ ସହର ଆକର୍ଷିତ କରେ ପର୍ଯ୍ୟଟକଙ୍କୁ

ଥାଇଲାଣ୍ଡର ବଦନାମ ସହର ଆକର୍ଷିତ କରେ ପର୍ଯ୍ୟଟକଙ୍କୁ

ଏସିଆର ଦକ୍ଷିଣ ପୂର୍ବ ଭାଗରେ ଥିବା ଥାଇଲାଣ୍ଡ ଅନେକ ଗୁଡିଏ ବିଶେଷତ୍ୱ ପାଇଁ ବିଶ୍ୱ ପ୍ରସିଦ୍ଧ। ମସାଜ୍‌ ସେଣ୍ଟର, ବିୟର ବାର୍‌ ସହ ରଙ୍ଗିନ ରାତି ପାଇଁ ପର୍ଯ୍ୟଟକ ଆପଣାଛାଏଁ ଏଠାକୁ ଚାଲି ଆସିଥାଆନ୍ତି। 

ହ୍ବିସ୍କି କରିଛି ଦୀର୍ଘାୟୁ

ହ୍ବିସ୍କି କରିଛି ଦୀର୍ଘାୟୁ

ସାଧାରଣତଃ ଅଧିକ ବର୍ଷ ବଞ୍ଚୁଥିବା ଲୋକମାନେ ବେଳେବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଆନ୍ତି। ସେମିତି ଜଣେ ମହିଳା ହେଉଛନ୍ତି ଆମେରିକାର ଗ୍ରେସ୍‌ ଜୋନ୍ସ। ଏବେ ତାଙ୍କୁ ୧୧୨ବର୍ଷ। ତାଙ୍କର ଦୀର୍ଘ ଜୀବନର ରହସ୍ୟ ସମ୍ପର୍କରେ ସେ କୁହନ୍ତି ହ୍ବିସ୍କି ହିଁ ତାଙ୍କୁ ଦୀର୍ଘାୟୁ କରିଛି।

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ବଜାରରେ ଏବେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ ଏକ ନୂଆ ଟେଣ୍ଡ୍‌ ଭାବେ ଉଭା ହୋଇଛି। ଅନେକ ପ୍ରକାରର ଫେବ୍ରିକରୁ ପ୍ରସ୍ତୁତ ଶାର୍ଟ ବଜାରରେ ଉପଲବ୍ଧ ହେଉଛି। 

ଯେଉଁଠି ବେଶ୍ୟାଳୟ ଚାଲେ ମାଗଣାରେ

ଯେଉଁଠି ବେଶ୍ୟାଳୟ ଚାଲେ ମାଗଣାରେ

ସୁନ୍ଦର ସାଜସଜ୍କା। ନରମ ବିଛଣା, କ୍ଷୀଣ ଆଲୋକ, ପାଖରେ ଟେଲିଫୋନ୍‌ ତା’ ସହ ସୁନ୍ଦର ଯୁବତୀ ଆଉ କ୍ୟାମେରା। ଏମାନେ ପୁଣି ମାଗଣାରେ ଗ୍ରାହକଙ୍କୁ ଦେବେ ଶାରୀରିକ ସମ୍ପର୍କର ସୁଖ। ବିଶ୍ୱରେ ଏମିତି ପ୍ରାୟ ୧୫ଟି ଦେଶକୁ ବେଶ୍ୟାବୃତ୍ତି ପାଇଁ ଆଇନର ମାନ୍ୟତା ମିଳିଛି।

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ଜେନେଭା: ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୁକ୍ରବାର ଏହାର ରିପୋର୍ଟ ପ୍ରକାଶ କରିଛି। ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି।

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ଓ୍ବାଶିଂଟନ୍‌: ନାସାର ବେଲୁନ ମିଶନ୍‌ ଦ୍ୱାରା ଆମ ବାୟୁମଣ୍ଡଳରେ ଥିବା ନୀଳ ବାଦଲର ଫଟୋ ଉଠାଯାଇପାରିଛି। ଏଥିରୁ ମିଳିଥିବା ତଥ୍ୟକୁ ନକ୍ଟିଲୁସେଣ୍ଟ କ୍ଲାଉଡ୍ସ ବା ପୋଲାର ମେସୋସ୍ଫରିକ୍‌ କ୍ଲାଉଡ୍ସ(ପିଏମ୍‌ସି) କୁହାଯାଏ। ଏହାକୁ ଅନୁଧ୍ୟାନକରି ପାଣିପାଗ, ମହାସାଗର, ହ୍ରଦ ଏବଂ ଅନ୍ୟ ଗ୍ରହର ପରିବେଶର ଅସ୍ଥିରତା ସମ୍ପର୍କରେ ବିଶେଷ ସୂଚନା ଜଣାପଡିବ ବୋଲି ନାସା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।