ଉପକୂଳ ଓଡିଶା

ଟ୍ରେନରେ କଟିଲା କିନ୍ନରଙ୍କ ଗୋଡ଼

ଟ୍ରେନରେ କଟିଲା କିନ୍ନରଙ୍କ ଗୋଡ଼
ଯାଜପୁର ଅଫିସ/ଯାଜପୁର ରୋଡ(ନି.ପ୍ର.)୧୨।୯:  ଯାଜପୁର-କେନ୍ଦୁଝର ରୋଡ଼ ରେଲୱେ ଷ୍ଟେଶନରେ ବୁଧବାର ସକାଳ ପ୍ରାୟ ସାଡ଼େ ୭ଟାରେ ଟ୍ରେନରେ ଜଣେ କିନ୍ନରଙ୍କ ଦୁଇ ଗୋଡ଼ କଟିଯାଇଛି। ସେ ହେଲେ ବଡ଼ମ୍ବା ନରସିଂହପୁରର ରାଣୀ କିନ୍ନର(୩୬)। ସେ ଭଦ୍ରକରୁ କଟକ ଯିବା ସମୟରେ ଯାଜପୁରରୋଡ଼ ଷ୍ଟେଶନରେ ଓହ୍ଲାଇଥିଲେ। ହଠାତ୍‌ ଟ୍ରେନ ଷ୍ଟେଶନ ଛାଡି ଦେବାରୁ ସେ ଦୌଡ଼ି ଦୌଡ଼ି ଚଢିବାକୁ ଚେଷ୍ଟା କରୁଥିବା ବେଳେ  ଗୋଡ଼ ଖସି ଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନିଆଯାଇଥିବା ଜଣାପଡ଼ିଛି। 
All Right Reserved By

ଉପକୂଳ ଓଡିଶା

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ନୟାଗଡ଼ ଅଫିସ,୧୯ା୨- ଲାଞ୍ଚ ନେଇ ବି କାମ କରୁନାହାନ୍ତି କିରାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌)ଙ୍କଠାରୁ ଜଣେ କିରାଣି ଲାଞ୍ଚ ନେଇ ବି ସେମାନଙ୍କ ବର୍ଦ୍ଧିତ ବକେୟା ପ୍ରାପ୍ୟ (ଇନ୍‌କ୍ରିମେଣ୍ଟ ଏରିଅର) କାମ କରୁନାହାନ୍ତି। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କଠାରୁ କିରାଣି ଜଣକ ଲାଞ୍ଚ ନେଇଛନ୍ତି।

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

ଓଡ଼ଗାଁ,୧୯ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସମବାୟ ମିନିବ୍ୟାଙ୍କରେ ୭୦୦ ଚାଷୀଙ୍କ ପ୍ରାୟ ୬ କୋଟି ଜମାଟଙ୍କା ହେରଫେର ହୋଇଥିବା ଅଭିଯୋଗ ବହୁଦିନ ପୁରୁଣା। ଚାଷୀମାନେ ସେମାନଙ୍କ କଷ୍ଟ ଅର୍ଜିତ ଧନ ସେବା ସମବାୟ ସମିତି ଅଧୀନରେ ଥିବା ମିନିବ୍ୟାଙ୍କରେ ଜମା ରଖିଥିଲେ ା 

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯ା୨- ନୟାଗଡ଼ ଜିଲାର ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ରହିବା ୧୮ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏମାନଙ୍କୁ ନିଲମ୍ବିତ କରିବା ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପାରାଦୀପ,୧୯ା୨(ସ୍ବ.ପ୍ର.): କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୧୬ରେ ଦେଶର ୮୮ଶହରକୁ ସର୍ବାଧିକ ପ୍ରଦୂଷିତ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ସହର ମଧ୍ୟରୁ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପ ଅନ୍ୟତମ। 

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ନୂଆଗାଁ (ଡି.ଏନ.ଏ.)/ନୟାଗଡ଼ ଅଫିସ,୧୮ା୨- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଚାଲିଥିବାବେଳେ ଏହାର ଏକ ଓଭରବ୍ରିଜରେ ଫାଟ ସୃଷ୍ଟି ହେଲାଣି।

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ନୂଆଗାଁ,୧୮ା୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଛି। ସେହିପରି ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଆଉ ମାତ୍ର କିଛିଦିନ ପରେ ପିଲାମାନେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏପରି ସମସ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। 

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ବୋଲଗଡ଼,୧୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ତାରେଶ୍ୱରଦେବଙ୍କ ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ରବିବାର ବିଂଶତମ ନୀଳାଚଳ ଭକ୍ତ ସମ୍ମିଳନୀ ଓ ଶିବତତ୍ତ୍ୱ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

କଣ୍ଟିଲୋରେ  ମାଘମେଳା ଆରମ୍ଭ

କଣ୍ଟିଲୋରେ ମାଘମେଳା ଆରମ୍ଭ

ଖଣ୍ଡପଡ଼ା,୧୮ା୨(ଅଜୟ କୁମାର ମହାରଣା)-ଚିତ୍ତବୋଧ ବା ଚିତ୍ତ ବିନୋଦ ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ଜରା ଶବର ତୀରରେ ନିହତ ହୁଅନ୍ତି  ଶ୍ରୀକୃଷ୍ଣ ା କିନ୍ତୁ ତାଙ୍କର ମର ଶରୀରକୁ ଅଗ୍ନି ଗ୍ରାସ କରିପାରେ ନାହିଁ। 

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

କେନ୍ଦ୍ରାପଡା ଅଫିସ, ୧୭।  ୨-  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଡଲ୍‌ଫିନ ସଂଖ୍ୟା ହ୍ରାସ ପାଇଛି। ପୂର୍ବବର୍ଷ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୋଟ ୩୦୭ଟି ଡଲ୍‌ଫିନ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୨୬କୁ ଖସିଆସିଛି। ଗତ ଜାନୁୟାରୀ ୧୯ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଡଲ୍‌ଫିନ ଗଣନା ହୋଇଥିଲା। ଏହି ସମୟରେ ସାମୁଦ୍ରିକ ଅଞ୍ଚଳରେ ୧୪ଟି ଇରାୱାଡି, ୧୪ଟି ବଟଲନୋଜ ଓ ୯୮ଟି ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିଲା।