ଉପକୂଳ ଓଡିଶା

ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଅଧ୍ୟାପକ ଶିକ୍ଷକ,କର୍ମଚାରୀ

ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଅଧ୍ୟାପକ ଶିକ୍ଷକ,କର୍ମଚାରୀ
ସୁକିନ୍ଦା, ୧୨ା୯(ଡି.ଏନ୍‌.ଏ.)- ଓଡିଶା ବିଦ୍ୟାଳୟ ମହାବିଦ୍ୟାଳୟ ଓ ଶିକ୍ଷକ କର୍ମଚାରୀ ସଂଘ ଡାକରାରେ ମଙ୍ଗଳବାର ୩ ଦଫା ଦାବିରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ଶିକ୍ଷକ ଏବଂ କର୍ମଚାରୀମାନେ ଧାରଣା ଦେଇଛନ୍ତି ା ବ୍ଲକ ଅଧୀନରେ ଥିବା ୨ଟି ମହାବିଦ୍ୟାଳୟ ଏବଂ ୧୧ଟି ଉଚ୍ଚ ବିଦ୍ୟାଳୟ ଏବଂ ୨ଟି ମଧ୍ୟ ଇଂରାଜୀ ବିଦ୍ୟାଳୟର ପାଖାପାଖି ଦେଢ ଶହରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଥିଲେ। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ଚାକିରି ପ୍ରାରମ୍ଭରୁ ପୂର୍ଣ୍ଣ ଦରମା, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପୂଣ୍ଣର୍ର୍ ଦରମା ତାଲିକାଭୁକ୍ତ କରିବା ଏବଂ ୭ମ ବେତନ କମିଶନ ଦାବିରେ ୧୧ରୁ ୧୨ ଦୁଇ ଦିନ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣା ନେଇ ସଂଘ ନିଷ୍ପତ୍ତି ନେଇଥିବା ଯାଜପୁର ଜିଲା ସଭାପତି ଲକ୍ଷ୍ମୀକାନ୍ତ ଦାଶ କହିଛନ୍ତି। ସୁକିନ୍ଦା ମହାବିଦ୍ୟାଳୟରେ କାର୍ଯ୍ୟରତ  ମନୋରଞ୍ଜନ ସିଂସାମନ୍ତ ୨ ମାସ ଚାକିରି ବାକି ଥିବା ବେଳେଏ ପର୍ଯ୍ୟନ୍ତ ପୂର୍ଣ୍ଣ ଦରମାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଥିଲେ। ଓଷ୍ଟାର ବ୍ଲକ ସମ୍ପାଦକ ଶ୍ରୀପତି ବାରିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହେଉଛି। ତଥାପି ସରକାର କର୍ଣ୍ଣପାତ କାହିଁକି କରୁ ନାହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହି ଅବସରରେ ଅଧ୍ୟାପକ ଏବଂ ଶିକ୍ଷକଙ୍କ ଏକ କମିଟି ଦଳ ବିଡିଓ ମଣିପ୍ରସାଦ ମିଶ୍ରଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜଲା ସଂଘ ସଭାପତି ଲକ୍ଷ୍ମୀକାନ୍ତ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨ଟି ମହାବିଦ୍ୟାଳୟର ଅଧ୍ୟାପକ ମହେନ୍ଦ୍ର କୁମାର ଜେନା, ଭଗବାନ ପ୍ରଧାନ, ଜଭେଦ ଇକ୍ୱାଲ, ହାଡିବନ୍ଧୁ ଦାସ, ପାଣ୍ଡବ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ୧୧ଟି ଉଚ୍ଚ ବିଦ୍ୟାଳୟ ତରଫରୁ ଓଷ୍ଟାର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଅଜୟ କୁମାର ଖଣ୍ଟିିଆ, ନକୁଳ ଚନ୍ଦ୍ର ଜେନା, ଯୋଗେନ୍ଦ୍ର ବରାଳ ପ୍ରମୁଖଙ୍କ ସମେତ ଶତାଧିକ ଅଧ୍ୟାପକ ଓ ଶିକ୍ଷକ ଯୋଗ ଦେଇଥିଲେ ା କର୍ମଚାରୀଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଧୀରସାମନ୍ତ, ମନୋରଞ୍ଜନ ସିଂ ସାମନ୍ତ, ଶୁଭାଶିଷ ମହାପାତ୍ର ଓ ବିପିନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ା
All Right Reserved By

ଉପକୂଳ ଓଡିଶା

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ରାଜନଗର, ୧୯।୯ (ଡି.ଏନ୍‌.ଏ.)- ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତ ଅଞ୍ଚଳର ଗୋବିନ୍ଦ ମଣ୍ଡଳଙ୍କ ପୁଅ ମୁଦା(୭)ଙ୍କ ବୁଧବାର ମୃତ୍ୟୁ ଘଟିଛି। 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ମହାକାଳପଡ଼ା, ୧୯।୯ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତସ୍ଥିତ ବାଘୁଆମେଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବୁଧବାର ଗ୍ରାମବାସୀ ସ୍କୁଲରେ ତାଲା ପକାଇଦେଇଛନ୍ତି। ଫଳରେ ପିଲାମାନେ ସ୍କୁଲ ବାହାରେ ବସି ପାଠ ପଢ଼ୁଥିବା ଦେଖାଯାଇଛି।

ସ୍ବଚ୍ଛ ଭାରତ ସଚେତନତା ଶିବିର

ସ୍ବଚ୍ଛ ଭାରତ ସଚେତନତା ଶିବିର

ଯାଜପୁର ରୋଡ୍‌, ୧୯।୯ (ନି.ପ୍ର.)-ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ସଭାଗୃହରେ ସ୍ବଚ୍ଛ ଭାରତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷା ସବିତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ପୌର ପରିଷଦ ପରିମଳକୁ ପରିଷ୍କାର, ପରିଚ୍ଛନ ରଖିବା ସହ ପାଇଖାନା ବ୍ୟବହାର ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ପାଟକୁରା, ୧୯।୯ (ଡି.ଏନ୍‌.ଏ.)-ଚାକିରି ସର୍ତ୍ତାବଳୀ, ପେନ୍‌ସନ୍‌ ଲାଗୁ କରିବା ଆଦି ଦାବିରେ ଗରଦପୁର ବ୍ଲକ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବୁଧବାର ପଞ୍ଚାୟତସ୍ତରୀୟ ପଦଯାତ୍ରା କରାଯାଇଛି।

ବିଡିଓଙ୍କ ଆବାସ ଯୋଜନା ଅଗ୍ରଗତି ସମୀକ୍ଷା

ବିଡିଓଙ୍କ ଆବାସ ଯୋଜନା ଅଗ୍ରଗତି ସମୀକ୍ଷା

ପାଟକୁରା, ୧୯।୯ (ଡି.ଏନ୍‌.ଏ.)- ଗରଦପୁର ବିଡିଓ ଧରଣୀଧର ବେହେରା ବୁଧବାର ବେଡାରୀ ପଞ୍ଚାୟତ ଗସ୍ତ କରି ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। 

କଣ୍ଡିଆ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୧୯।୯: ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧିକାରୀ ଧନେଶ୍ୱର ବେହେରା ଅଭିଯୋଗକାରୀଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି। ଅଭିଯୁକ୍ତଙ୍କୁ ତଦନ୍ତ ପରିସରକୁ ନଆଣି ଅଭିଯୋଗକାରୀଙ୍କୁ ହତୋତ୍ସାହ କରିଛନ୍ତି। ଫାଣ୍ଡି ଅଧିକାରୀ ବେହେରା ୭ ବର୍ଷ ଧରି ଏଠାରେ ରହି ସ୍ଥାନୀୟ ଅଞ୍ଚଳରେ ଜନତା ବିରୋଧୀ ଭାବକୁ ପ୍ରକାଶ କରୁଛନ୍ତି। ଡିଜିଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ଲିଖିତ ଅଭିଯୋଗ ପତ୍ର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ସୁନ୍ଦର ଭୂୟଁା ଏସ୍‌ପି ନୀତିଶେଖରଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। 

ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତ ପରିକ୍ରମା

ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତ ପରିକ୍ରମା

ଆଳି,୧୯।୯ (ଡି.ଏନ୍‌.ଏ.)-ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସଦସ୍ୟମାନେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ସରକାରଙ୍କର ତ୍ରୁଟି ପୂର୍ଣ୍ଣ ନୀତି ସମ୍ପର୍କରେ ଅବଗତ କରାଇଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଥିବା ଶହଶହ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗଣେଶ ଭସାଣି ଉତ୍ସବ ଶେଷ

ଗଣେଶ ଭସାଣି ଉତ୍ସବ ଶେଷ

କେନ୍ଦ୍ରାପଡା ଅଫିସ, ୧୯।୯-ସହରର ୨୩ ମଣ୍ଡପରେ ପୂଜା ପାଉଥିବା ଶ୍ରୀଗଣେଶଙ୍କର ମଙ୍ଗଳବାର ରାତି ୧୦ଟା ସୁଦ୍ଧା ଭସାଣି ଉତ୍ସବ ଶେଷ ହୋଇଛି। ସୋମବାର ରାତିରେ ମଣ୍ଡପଗୁଡ଼ିକରେ ଶ୍ରୀଗଣେଶଙ୍କ ଆସ୍ଥାନ ବିସର୍ଜ୍ଜନ କରାଯାଇ ଥିଲା। ମଙ୍ଗଳବାର ପୂର୍ବାହ୍ନରୁ ଖଡିଅଙ୍ଗ ଥାନପତି ଶ୍ରୀଗଣେଶ ପ୍ରଥମେ ସହର ପରିକ୍ରମା କରିଥିଲେ। ପରେ ଅନ୍ୟ ପୀଠରେ ପୂଜା ପାଉଥିବା ଠାକୁରଙ୍କ ଶୋଭାଯାତ୍ରା ବାହାରି ଥିଲା। 

ଭାଜପାର କର୍ମୀ ସମାବେଶ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ ଦାବି

ଭାଜପାର କର୍ମୀ ସମାବେଶ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ ଦାବି

ଡେରାବିଶ, ୧୯।୯ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ କଲେଜ ଛକଠାରେ ଭାଜପା ୧୪ ନଂ. ଜୋନ୍‌ ପକ୍ଷରୁ  ମଙ୍ଗଳବାର ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ୧୪ ନଂ. ଜୋନ୍‌ ସଭାପତି ଅମିୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ ଭୁବନମୋହନ ଜେନା ଯୋଗଦେଇଥିଲେ। ଜିଲା ପ୍ରଶାସନ ଓ ସରକାରଙ୍କ ଅପାରଗତା ପାଇଁ ଜିଲାର ହଜାର ହଜାର ଚାଷୀକୁଳ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଯାଜପୁର ଅଫିସ,୧୯।୯: ଯାଜପୁର ଜିଲା କଳିଙ୍ଗନଗର ତ୍ରିଜଙ୍ଗା କଲୋନୀର ରକ୍ଷଣାବେକ୍ଷଣ ଓ ଘର ବାବଦକୁ ବକୈୟା ଟଙ୍କା ପ୍ରଦାନ ଦାବିରେ ବିସ୍ଥାପିତମାନେ ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। 

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

କେନ୍ଦ୍ରାପଡ଼ା ଅଫିସ,୧୯।୯: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ରାଜ୍ୟ ସରକାରଙ୍କ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗାଡ଼ିକୁ ପୋଡ଼ି ଦିଆଯାଇଛି। ବିଜୁ ଯୁବ ବାହିନୀ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ନୟାଗଡ଼ ଅଫିସ,୧୯ା୯-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ୧୨ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ  ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ୮ଟି ଦଳରେ ୨୪୦ ଜଣ  ଛାତ୍ରୀ ଭାଗ ହୋଇ  ବିଭିନ୍ନ କୌଶଳ ବିଷୟରେ  ତାଲିମ ନେଇଥିଲେ।  ୪ ତାରିଖରୁ ଏହି ଶିବିର ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଏହା ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ନୟାଗଡ଼ ଜିଲା ସଂଯୋଜିକା  ପ୍ରଭାତ ନଳିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସାହସୀ ହେବା ପାଇଁ ପରାମର୍ଶ ଦେଇଥିଲେ।