ଉପକୂଳ ଓଡିଶା

ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୧୬ତମ ଜୟନ୍ତୀ ପାଳିତ

ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୧୬ତମ ଜୟନ୍ତୀ ପାଳିତ
ଧର୍ମଶାଳା, ୧୨ା୯(ଡି.ଏନ୍‌.ଏ.)- ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲା ସଂସ୍କୃତି ପରିଷଦ  ଯାଜପୁର ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର  ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୧୬ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟ ସ୍ରଷ୍ଟା ବଟକୃଷ୍ଣ ଓଝା ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ ଯୋଗଦେଇ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟର ଏକ ମାଇଲ ଖୁଣ୍ଟ ଓ ଶିଶୁ ସାହିତ୍ୟ ଜଗତର ଭୀଷ୍ମ ପିତାମହ ବୋଲି ମତବ୍ୟକ୍ତ କରିଥିଲେ।  ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପଣ୍ଡିତ ତ୍ରିପାଠୀଙ୍କ ଗ୍ରନ୍ଥାବଳୀର ପୁନଃପ୍ରକାଶନ ହେବା ନେଇ ଘୋଷଣା କରିଥିଲେ ।   ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତି୍ୟକ  ସୁନାମଣି ରାଉତ ଯୋଗଦେଇଥିଲେ। ଏହି ଅବସରରେ ପଣ୍ଡିତ ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଅରୁଣ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବାବେଳେ ଶିଶୁ ସାହିତ୍ୟ ସମ୍ମାନ ଗିରିଧାରୀ ସ୍ବାଇଁ, ଅକ୍ଷୟ କୁମାର ଦାଶ, ମଳୟ କୁମାର ମଲ୍ଲିକ, ଭକ୍ତ ଚରଣ ସାହୁ, ସ୍ନେହଲତା ବିଶ୍ୱାଳଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସରକାରଙ୍କ କୃତୀ ଶିକ୍ଷକଭାବେ ବିବେଚିତ ମହେଶ୍ୱର ଜେନା ସାମନ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଜ୍ଞାନ ପବ୍ଲିକେଶନ୍‌ସ ପକ୍ଷରୁ ପ୍ରକାଶିତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ ମନେପଡ଼େ, ଗିରିଧାରୀ ସ୍ବାଇଁଙ୍କ ପୁସ୍ତକ ଓଡ଼ିଆ ସାହିତ୍ୟର ମୁଖଶାଳା ଉନ୍ମୋଚିତ ହୋଇଥିଲା । ସଭା ପ୍ରାରମ୍ଭରେ ପଣ୍ଡିତ ତ୍ରିପାଠୀଙ୍କ ରଚିତ ହେ ମୋର ଅନ୍ତର୍ଯ୍ୟାମୀ ସଙ୍ଗୀତ ପରିବେଷଣ କରାଯାଇଥିଲା।  ବ୍ରଜକିଶୋର ଦାଶ  ଶ୍ଲୋକାବୃତି, ଉପସଭାପତି ସୁନାକର ସାହୁ ସ୍ବାଗତ ଭାଷଣ, ଅଧ୍ୟାପକ ତୁହିନାଂଶୁ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜୟ କୁମାର ନାୟକ ବିବରଣୀ ପାଠ, ପଣ୍ଡିତ ତ୍ରିପାଠୀଙ୍କ ରଚିତ କବିତାଗୁଡିକୁ ମାଧୁରୀ ଶତପଥୀ, ମିନତି ସାହୁ, ସସ୍ମିତା ଦାଶ, ଗାୟତ୍ରୀ ନାୟକ, ଇନ୍ଦୁପ୍ରଭା ସାମଲ ଓ ମିଶ୍ର ସତ୍ୟନାରାୟଣ ପାଠ କରିଥିଲେ । ମନେପଡ଼େ କବିତା ପୁସ୍ତକ ସମ୍ପର୍କରେ ସୂର୍ଯ୍ୟମଣି ସୂଚନା ପ୍ରଦାନ କରିଥିଲେ। ଶେଷରେ ପ୍ରତାପରୁଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ା 

All Right Reserved By

ଉପକୂଳ ଓଡିଶା

ବ୍ରହ୍ମବିଭ୍ରାଟର ସିବିଆଇ ତଦନ୍ତ ଦାବି କଲା ଜିଲା କଂଗ୍ରେସ

ବ୍ରହ୍ମବିଭ୍ରାଟର ସିବିଆଇ ତଦନ୍ତ ଦାବି କଲା ଜିଲା କଂଗ୍ରେସ

ନୟାଗଡ଼ ଅଫିସ,୨୦।୧୧- ବହୁଚର୍ଚ୍ଚିତ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ, ଦାରୁ ଚୟନରେ ଫିକ୍ସିଂ, ବ୍ରହ୍ମ ପରିବର୍ତ୍ତନର ଗୁପ୍ତନୀତି ଭଙ୍ଗ କରିବା ଆଦି ଘଟଣାର ସିବିଆଇ ତଦନ୍ତ ଦାବି କରିଛି  ଜିଲା କଂଗ୍ରେସ। ମଙ୍ଗଳବାର ସହରର କେସି କ୍ଲବଠାରେ ଖବରଦାତା ସମ୍ମିଳନୀ କରି ଏହି ଦାବି କରିଛନ୍ତି ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ। ଏହାକୁ ନେଇ ଡିସେମ୍ବର ୩ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ସେହିଭଳି ୫ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି। 

ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ଡେରାବିଶ,୨୦।୧୧(ସ୍ବ.ପ୍ର.)- ୫ନଂ. (କ) ଜାତୀୟ ରାଜପଥର କେନ୍ଦ୍ରାପଡା ବ୍ଲକ ଦୁହୁରିଆସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟକୁରା ଥାନା ପରକୁଳା ଗ୍ରାମର ଛବିନ୍ଦ୍ର ବେହେରା (୬୧)। ମଧ୍ୟାହ୍ନରେ ଛବିନ୍ଦ୍ର କୌଣସି କାମରେ ଦୁହୁରିଆ ଆସିଥିଲେ। କାମସାରି ଫେରିବା ସମୟରେ ତାଙ୍କ ପଛପଟୁ ଏକ ଗାଡି ଧକ୍କା ଦେଇଥିଲା।

ଗରୁଡ ଗୋବିନ୍ଦ ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଗରୁଡ ଗୋବିନ୍ଦ ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡା,୨୦।୧୧(ସ୍ବ.ପ୍ର.)-କାର୍ତ୍ତିକ ମାସର ଅନ୍ୟ ଏକ ଆକର୍ଷଣ ପଞ୍ଚକ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ଦିନ ଧରି ଏହା ପାଳନ କରାଯାଏ । ସୋମବାର ପ୍ରଥମ ଦିବସରେ ଶ୍ରୀ ଜୀଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ 

ଶ୍ରୀଜଗନ୍ନାଥଙ୍କ ଗରୁଡ଼ ଗୋବିନ୍ଦ ବେଶ

ଶ୍ରୀଜଗନ୍ନାଥଙ୍କ ଗରୁଡ଼ ଗୋବିନ୍ଦ ବେଶ

ଖଣ୍ଡପଡା,୨୦।୧୧(ସ୍ବ.ପ୍ର.)- ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ଏକକ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁ ପତିତପାବନ ଜୀଉଙ୍କ ପଞ୍ଚକ ଅବସରରେ ମଙ୍ଗଳବାର ଗରୁଡ଼ ଗୋବିନ୍ଦ ବେଶ ଅନୁଷ୍ଠିତ ହୋଇଛି।

ଶିବିରରେ ୮୩ ଅଭିଯୋଗ ପଞ୍ଜୀକୃତ

ଶିବିରରେ ୮୩ ଅଭିଯୋଗ ପଞ୍ଜୀକୃତ

ଓଡ଼ଗାଁ, ୨୦।୧୧(ସ୍ବ.ପ୍ର.)-ଓଡ଼ଗାଁ  ବ୍ଲକରେ  ନୟାଗଡ଼ ଜିଲାପାଳ ଡ. ଏନ ତିରୁମାଲା ନାୟକଙ୍କ ଦ୍ୱିମାସିକ ଜନଶୁଣାଣି ଶିବିର ସୋମବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । 

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

ବାଲୁଗଁ।,୨୦।୧୧(ଡି.ଏନ.ଏ.)- ଏକ ଚୋରା ବାଇକ୍‌ ଗ୍ୟାଙ୍ଗକୁ ଠାବ କରିବାରେ କଟକ ପୋଲିସ ସଫଳ ହୋଇଛି। ଅଭିଯୁକ୍ତଙ୍କ ବୟାନକ୍ରମେ ବାଲୁଗଁା ଓ ବାଣପୁରର ବିଭିନ୍ନ ସ୍ଥାନରୁ ୭ଗୋଟି ଚୋରା ବାଇକ୍‌ ଉଦ୍ଧାର କରାଯାଇଛି ।

‘ନିଶାକୁ ନାଁ’ କାର୍ଯ୍ୟକ୍ରମ

‘ନିଶାକୁ ନାଁ’ କାର୍ଯ୍ୟକ୍ରମ

ବାଲୁଗଁ।,୨୦।୧୧(ଡି.ଏନ.ଏ.)- ସୋମବାର ବାଲୁଗଁ।ସ୍ଥିତ ବିଜୁ ଯୁବବାହିନୀ ୩ନ. ଗ୍ରୁପ୍‌ ତରଫରୁ ‘ନିଶାକୁ ନାଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ବାହିନୀର ସଦସ୍ୟମାନେ ବାଲୁଗଁ।ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରଠାରୁ ପଦଯାତ୍ରାରେ ବାହାରି ଗୋପୀନାଥପୁର ଛକ ପର୍ଯ୍ୟନ୍ତ ଯାଇ ନିଶାର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

ବିଶ୍ୱ ଶୌଚାଳୟ ଦିବସ

ବିଶ୍ୱ ଶୌଚାଳୟ ଦିବସ

ନୟାଗଡ଼ ଅଫିସ,୨୦।୧୧- ନୟାଗଡ଼ ଜିଲାର ୪ ବିଦ୍ୟାଳୟରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଓ ଗ୍ରାମ ବିକାଶ ସଂସ୍ଥାର ମିଳିତ ଆନୁକୂଲ୍ୟରେ ସୋମବାର ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି।

ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟିତ

ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟିତ

ନୟାଗଡ଼ ଅଫିସ,୨୦।୧୧- ନୟାଗଡ଼ ପୁରୁଣା ସହରଠାରେ ସୋମବାର ସନ୍ଧ୍ୟାରେ ବୋଇତ ବନ୍ଦାଣ ଉତ୍ସବ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ରଣୁପରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ରୋଗୀଙ୍କ ଜୀବନ ସହ ଖେଳ: ବି’ ବଦଳରେ ଦେଲେ ଓ’ ପଜିଟିଭ୍‌ ରକ୍ତ

ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ରୋଗୀଙ୍କ ଜୀବନ ସହ ଖେଳ: ବି’ ବଦଳରେ ଦେଲେ ଓ’ ପଜିଟିଭ୍‌ ରକ୍ତ

ନୟାଗଡ଼ ଅଫିସ,୨୦ା୧୧-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ମହିଳା ରୋଗୀଙ୍କ ଜୀବନ ସହ ଖେଳିଛନ୍ତି କର୍ମଚାରୀ। ତାଙ୍କୁ ବି’ ପଜିଟିଭ୍‌ ବଦଳରେ ଦିଆଯାଇଛି ଓ’ ପଜିଟିଭ୍‌ ରକ୍ତ। ରକ୍ତ ନେବା ପରେ ମହିଳା ଜଣକ ଅସୁସ୍ଥ ହୋଇପଡ଼ିଛନ୍ତି। ଏଭଳି ଘଟଣା ଜିଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥାକୁ ପଦାରେ ପକାଇଛି। 

ଓମ୍‌ପ୍ରକାଶ ମହାରଣା ଭଏସ୍‌ ଅଫ ନୟାଗଡ଼: ୮୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଲେ ଟ୍ରଫି

ଓମ୍‌ପ୍ରକାଶ ମହାରଣା ଭଏସ୍‌ ଅଫ ନୟାଗଡ଼: ୮୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଲେ ଟ୍ରଫି

ନୟାଗଡ଼ ଅଫିସ,୨୦ା୧୧- ନୟାଗଡ଼ କ୍ଲବ ଆନୁକୂଲ୍ୟରେ ଜିଲାରେ ପ୍ରଥମଥର ପାଇଁ ସ୍ବର ଓ ମୂର୍ଚ୍ଛନାର ପ୍ରତିଯୋଗିତା ଭଏସ୍‌ ଅଫ ନୟାଗଡ଼ର ରବିବାର ଥିଲା ଫାଇନାଲ୍‌ ରାଉଣ୍ଡ। 

ନଅମୌଜା ଆଞ୍ଚଳିକ ଜଙ୍ଗଲ ସୁରକ୍ଷା କମିଟି ବୈଠକ: ପରିବେଶ ସୁରକ୍ଷା ପାଇଁ ଉଦ୍ୟମ

ନଅମୌଜା ଆଞ୍ଚଳିକ ଜଙ୍ଗଲ ସୁରକ୍ଷା କମିଟି ବୈଠକ: ପରିବେଶ ସୁରକ୍ଷା ପାଇଁ ଉଦ୍ୟମ

ଗଣିଆ,୨୦ା୧୧(ଡି.ଏନ୍‌.ଏ.)- ଦିନକୁ ଦିନ ଲୋପ ପାଇବାରେ ଲାଗିଛି ଜଙ୍ଗଲ ସମ୍ପଦ। ରାସ୍ତାର ପ୍ରଶସ୍ତୀକରଣ ହେଉ ଅବା ଶିଳ୍ପ କମ୍ପାନୀ ବସାଇବା ପାଇଁ କଟାହେଉଛି  ହଜାର ହଜାର ମୂଲ୍ୟବାନ ଗଛ। ଫଳରେ ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ଜୈବ ବିବିଧତା ଧ୍ୱଂସ ପାଇବାରେ ଲାଗିଛି।