ଅନଗୁଳ-ଢେଙ୍କାନାଳ

୧୫ ଦିନରେ ମାଛ ମାର୍କେଟ ସ୍ଥାନାନ୍ତର କର

ଅନୁଗୋଳ ଅଫିସ, ୧୨ା୯:ଅନୁଗୋଳ ହେମସୁରପଡ଼ାଠାରେ ଥିବା ମାଛ ମାର୍କେଟ ସ୍ଥାନାନ୍ତର କରିବାକୁ ଅନୁଗୋଳ ଚାଇଲ୍ଡ ୱେଲଫେୟାର କମିଟି ପୌର ପରିଷଦକୁ ଚିଠି କରିଛି। ଆସନ୍ତା ୧୫ ଦିନ ମଧ୍ୟରେ ଅସ୍ବାସ୍ଥ୍ୟକର ପରିବେଶ ସହ ବାତାବରଣ ପ୍ରଦୂଷିତ କରୁଥିବା ଉକ୍ତ ମାର୍କେଟକୁ ସ୍ଥାନାନ୍ତର କରିବାକୁ ଚିଠି (ନଂ. ୫୯୨/୧୮)ରେ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିର ନକଲ ବାଳ ସୁଧାର ଗୃହ ସୁପରିଣ୍ଟେଣ୍ଡେଣ୍ଟ, ସିଡିପିଓ, ସିଡିଏମ୍‌ଓ, ଏସ୍‌ପି, ଜିଲାପାଳ ଓ ଭୁବନେଶ୍ୱରର ଓଏସ୍‌ସିପିଏସ୍‌ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଛି। 
ଚାଇଲ୍ଡ ୱେଲଫେୟାର କମିଟି ପକ୍ଷରୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଅନୁଗୋଳ ବାଳ ସୁଧାର ଗୃହ ସହିତ ଜିଲା ଚିକିତ୍ସାଳୟର ଶିଶୁ ବିଭାଗ ନିକଟରେ ମାଛ ମାର୍କେଟ ରହିଛି। ଫଳରେ ସେଠାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ବାଳ ସୁଧାର ଗୃହର ଅନ୍ତେବାସୀ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ପାଇଁ ମଧ୍ୟ ଏହା ବିପଦପୂର୍ଣ୍ଣ। ତେଣୁ ଏହାକୁ ସ୍ଥାନାନ୍ତର କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଥିସହ ମାଛ ବଜାରର ବ୍ୟବସାୟୀମାନେ ବାଳ ସୁଧାର ଗୃହ ନିକଟ ପୋଖରୀରେ ଆବର୍ଜନା ପକାଉଛନ୍ତି। ତେଣୁ ପରିବେଶ ଦୂଷିତ ହେଉଛି। ସୁସ୍ଥ ବାତାବରଣ ପାଇଁ ତୁରନ୍ତ ମାଛ ମାର୍କେଟ ଖୋଲା ଜାଗାକୁ ସ୍ଥାନାନ୍ତର ଅତ୍ୟନ୍ତ ଆବଶ୍ୟକ ବୋଲି କମିଟି ପକ୍ଷରୁ କୁହାଯାଇଛି। ଯଦି ଏହା ଉଠା ନ ଯାଏ ତା’ହେଲେ ଜୁଭେନାଇଲ ଆକ୍ଟ ୨୦୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି, ଚିଠି ପହଞ୍ଚତ୍ଛି। ପୌରପରିଷଦ କାଉନସିଲ ବୈଠକରେ ଏହା ପାସ୍‌ ହେବା ପରେ ଯାହା କିଛି କରାଯିବ। ବର୍ତ୍ତମାନ ବିଧାନସଭା ଚାଲିଥିବାରୁ କାଉନସିଲ ବୈଠକ ହୋଇପାରିବ ନାହିଁ। ପରେ ନିଷ୍ପତ୍ତି ନିଆଯିବ। ସେହିପରି ନଗରପାଳ ଅକ୍ଷୟ କୁମାର ସାମନ୍ତ କହିଛନ୍ତି, ପୂର୍ବରୁ ଡେଲି ମାର୍କେଟରେ ମାଛ ବେପାର ହେଉଥିଲା। ପରେ ତାହା ହେମସୁରପଡ଼ାକୁ ଚାଲିଗଲା। ବର୍ତ୍ତମାନ ଯଦି ସମସ୍ୟା ଦେଖାଯାଉଛି, ତା’ହେଲେ ସରକାର ଜାଗା ଦେଲେ ଆମେ ଅନ୍ୟତ୍ର ମାର୍କେଟ କରିବୁ ବୋଲି ନଗରପାଳ କହିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦାବି

ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦାବି

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତର ୬ନଂ ୱାର୍ଡରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବୁଧବାର କତଡ଼ା ସରପଞ୍ଚ ସଂଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । 

ଜୀବିକା ମିଶନ ପକ୍ଷରୁ ସ୍ବାଭିମାନ ସଚେତନତା ସଭା

ଜୀବିକା ମିଶନ ପକ୍ଷରୁ ସ୍ବାଭିମାନ ସଚେତନତା ସଭା

ଛେଣ୍ଡିପଦା,୧୯।୯(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା  ବ୍ଲକ ପ୍ରଶାସନ ଏବଂ ଓଡିଶା ଜୀବିକା ମିଶନ ପକ୍ଷରୁ ବୁଧବାର ସ୍ବାଭିମାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

୨୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ:ବୁଲେଟପ୍ରୁଫ୍‌ ଗାଡ଼ିରେ ଯିବେ ସଭାସ୍ଥଳ

୨୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ:ବୁଲେଟପ୍ରୁଫ୍‌ ଗାଡ଼ିରେ ଯିବେ ସଭାସ୍ଥଳ

ଅନୁଗୋଳ ଅଫିସ, ୧୯ା୯:ଅନୁଗୋଳ ଜିଲା ତାଳଚେର ସ୍ଥିତ ସାର କାରଖାନାର ଶିଳାନ୍ୟାସ କରିବାକୁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧା ତାଳଚେର ଆସିବେ। ପରେ ଏଠାରୁ ଝାରସୁଗୁଡ଼ା ଓ ଛତିଶଗଡ଼ ଯିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ମଙ୍ଗଳବାର ସୁରକ୍ଷା ସମ୍ପର୍କିତ ଏକ ବୈଠକ ପିଏମ୍‌ଓରୁ ସିଧା ଭିଡିଓ କନଫରେନ୍ସ ଜରିଆରେ ଅନୁଗୋଳ ଜିଲା ପ୍ରଶାସନ ସହ ଅନୁଷ୍ଠିତ ହୋଇଥିଲା। ଏହାପରେ ଜିଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ସଭାସ୍ଥଳ ଓ ହେଲିପ୍ୟାଡ୍‌ ସ୍ଥାନ ପରିଦର୍ଶନ କରିଥିଲେ। ସେହିପରି ସନ୍ଧ୍ୟାରେ ସାଉଥ୍‌ ବଲଣ୍ଡା ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ନିର୍ମାଣ କରାଯାଇଥିବା ହେଲିପ୍ୟାଡରେ ଝାରସୁଗୁଡ଼ାରୁ ଆସିଥିବା ୩ଟି ହେଲିକାପ୍ଟର ଅବତରଣ ଅଭ୍ୟାସ କରିଛି। 

ଦୁର୍ଗାପୁରରେ ବାଘ ଆତଙ୍କ

ଦୁର୍ଗାପୁରରେ ବାଘ ଆତଙ୍କ

ଛେଣ୍ଡିପଦା,୧୯।୯:(ସ୍ବ.ପ୍ର):ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମରେ ମଙ୍ଗଳବାର ବାଘ ଆତଙ୍କ ସୃଷ୍ଟି ହୋଇଥିଲା। ବନବିଭାଗ କହିଛି, ଦୁର୍ଗାପୁର ଟାଙ୍ଗର ସାହିର ଜଣେ ମହିଳା ଗ୍ରାମକୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରେ ବାଘକୁ ଦେଖି ଭୟଭୀତ ହୋଇ ଘରକୁ ଦଉଡି ପଳାଇ ଆସିଥିଲେ। ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଜଙ୍ଗଲରେ ବାଘ ଥିବା ନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। 

ଗାଈ ମାରି ଖାଇଲା ସୁନ୍ଦରୀ:ବନ ବିଭାଗ ଦେଲା କ୍ଷତିପୂରଣ

ଗାଈ ମାରି ଖାଇଲା ସୁନ୍ଦରୀ:ବନ ବିଭାଗ ଦେଲା କ୍ଷତିପୂରଣ

ଆଠମଲ୍ଲିକ,୧୯ା୯(ଡି.ଏନ.ଏ.):ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତର ଲେହେଡି ଗ୍ରାମରେ ସୁନ୍ଦରୀ ଆତଙ୍କ। ମଙ୍ଗଳବାର ଗ୍ରାମ ନିକଟରେ ବାଘୁଣୀ ସୁନ୍ଦରୀ ଏକ ଗାଈ ମାରି ଖାଇଥିବା ଜଣାପଡ଼ିଛି। ମୃତ ଗାଈ ଲେହେଡି ଗ୍ରାମର ଅକ୍ଷୟ କୁମାର ପଣ୍ଡାଙ୍କର ବୋଲି ଜଣାପଡିବା ପରେ ତୁରନ୍ତ ବନ ବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ସ୍ବରୂପ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଘଟଣା ସମ୍ପର୍କରେ ଖବରପାଇ ଡେରାଡୁନ୍‌ରୁ ଆସିଥିବା ବିଶେଷଜ୍ଞ ଦଳ ଉକ୍ତ ଜଙ୍ଗଲରେ ପହଞ୍ଚି ବାଘୁଣୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। 
ସକାଳେ ଅକ୍ଷୟଙ୍କ ଗାଈ ଗାଁ ନିକଟରେ ଚରୁଥିବା ବେଳେ ବାଘୁଣୀ ଆକ୍ରମଣ କରିଥିଲା।

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା:ଦୃଢ଼ ହେଉଛି ସୁନ୍ଦରୀ ସମ୍ପୃକ୍ତି ସନ୍ଦେହ

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା:ଦୃଢ଼ ହେଉଛି ସୁନ୍ଦରୀ ସମ୍ପୃକ୍ତି ସନ୍ଦେହ

ବନ୍ତଳା, ୧୯।୯ (ଡି.ଏନ.ଏ.):ଅନୁଗୋଳ ଜିଲା ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମର ମହିଳା କୈଳାସ ସାଇଅ (୫୦)ଙ୍କ ମୃତ୍ୟୁ ଗତ ୧୨ ତାରିଖରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ହୋଇଥିଲା କି ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଏକ ମାଂସାଶୀ ପ୍ରାଣୀ ଆକ୍ରମଣରେ କୈଳାସଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିଲେ ବି ସୁନ୍ଦରୀ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରିବେ ବୋଲି ସୋମବାର ଏସ୍‌ପି ମିତ୍ରଭାନୁ ମହାପାତ୍ର କହିବା ପରେ ମଙ୍ଗଳବାର ପୁରୁଣାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଯୋଗାଡ଼ କରିବା ଆରମ୍ଭ କରିଛି। ତେବେ ଗ୍ରାମର କେତେଜଣ ପ୍ରତ୍ୟକ୍ଷଦର୍ଶୀ ବାଘୁଣୀକୁ ଆକ୍ରମଣ ବେଳେ ଦେଖିଥିବା ଦାବି କରିବା ଓ ଏହାକୁ ପୁରୁଣାକୋଟ ଆଇଆଇସି ସ୍ବୀକାର କରିବା ଘଟଣା ସୁନ୍ଦରୀର ସମ୍ପୃକ୍ତି ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି।

ପ୍ରଶାସନ ଶୁଣିଲାନିି, ତାଲିକାରୁ ବାଦ୍‌ ପଡ଼ିଲେ ୫ ମହିଳା :ନିଜ ଭତ୍ତାରୁ ଟଙ୍କା ଦେବେ ସରପଞ୍ଚ

ପ୍ରଶାସନ ଶୁଣିଲାନିି, ତାଲିକାରୁ ବାଦ୍‌ ପଡ଼ିଲେ ୫ ମହିଳା :ନିଜ ଭତ୍ତାରୁ ଟଙ୍କା ଦେବେ ସରପଞ୍ଚ

କାମାକ୍ଷାନଗର, ୧୯।୯ (ଡି.ଏନ୍‌.ଏ.):ଗ୍ରାମାଞ୍ଚଳର ଅସହାୟ ଲୋକଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ  ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ବ୍ଲକ ବାଟଗଁା ପଞ୍ଚାୟତରେ। ପ୍ରଶାସନିକ ଅବହେଳାରୁ ବାରମ୍ବାର ଆବେଦନ ସତ୍ତ୍ୱେ ଭତ୍ତା ତାଲିକାରୁ ବାଦ୍‌ ପଡ଼ିଛନ୍ତି ୫ ବିଧବା। ଏପରି ସ୍ଥିତିରେ ସେମାନଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ସରପଞ୍ଚ ରାଜେନ୍ଦ୍ର ସିଂ। ଭତ୍ତା ମଞ୍ଜୁର ହେବା ଯାଏ ବ୍ୟକ୍ତିଗତଭାବେ ପ୍ରତ୍ୟେକଙ୍କୁ ମାସିକ ୩ଶହ ଟଙ୍କା ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ବେଆଇନ ସମିଲ ଉପରେ ଚଢ଼ାଉ, ୩ ଗିରଫ

ବେଆଇନ ସମିଲ ଉପରେ ଚଢ଼ାଉ, ୩ ଗିରଫ


ପାଲଲହଡା,୧୮ା୯(ଡି.ଏନ.ଏ.)- ପାଲଲହଡା ବନାଞ୍ଚଳ ନାଗିରା ପଞ୍ଚାୟତ ଜଲହା ଗ୍ରାମ ନିକଟ ପୁରୁଣା ପାଉଡି ଜଙ୍ଗଲରେ ଚାଲିଥିବା ଏକ ବେଆଇନ ସମିଲ ଉପରେ ସୋମବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେଠାରେ ଗଛିତ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସହ ୩ ଜଣକୁ ଗିରଫ କରାଯାଇଥିଲା। 

ବିଜୁ ଯୁବ ବାହିନୀ କର୍ମଶାଳା

ବିଜୁ ଯୁବ ବାହିନୀ କର୍ମଶାଳା


ବଇଣ୍ଡା,୧୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ସଭାଗୃହ ପରିସରରେ ମଙ୍ଗଳବାର ବିଜୁ ଯୁବ ବାହିନୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଆତ୍ମନିଯୁକ୍ତି ସୁଯୋଗ ଉପରେ ଆଲୋଚନା

ଆତ୍ମନିଯୁକ୍ତି ସୁଯୋଗ ଉପରେ ଆଲୋଚନା

ଛେଣ୍ଡିପଦା,୧୮।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ତଥା ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମଙ୍ଗଳବାର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ମାଧ୍ୟମରେ ଧନ୍ଦାମୂଳକ କୌଶଳ ବିକାଶ ପ୍ରଶିକ୍ଷଣ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।  ଜୀବିକା ମିଶନ ବିପିଏମ୍‌ ମାନସୀ ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁଷମା ରାଉଳ ଯୋଗ ଦେଇଥିଲେ।  

ମିଳୁନି ସାର:  ଚିନ୍ତାରେ ଚାଷୀ

ମିଳୁନି ସାର: ଚିନ୍ତାରେ ଚାଷୀ


ମାଧପୁର, ୧୮।୯-  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଜୋନ୍‌ରେ ସାର ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଚାଷୀମାନେ ଆବଶ୍ୟକତା ଅନୁଯାୟୀ ସାର ନ ପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରୁ ଫାଇଦା ଉଠାଇ ଲାଭଖୋର ବ୍ୟବସାୟୀମାନେ ଚଢା ଦରରେ ସାର ବିକ୍ରି କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।

ଭାଜପା ପକ୍ଷରୁ ବ୍ଲକ ଘେରାଉ

ଭାଜପା ପକ୍ଷରୁ ବ୍ଲକ ଘେରାଉ

ବଇଣ୍ଡା,୧୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ  ଚାଷୀମାନଙ୍କ ସମସ୍ୟାକୁ ନେଇ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାଧୁପାଳ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ  ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।