ଅନଗୁଳ-ଢେଙ୍କାନାଳ

୪ମାସ ମଧ୍ୟରେ ହ୍ରାସ ପାଇଛି ଦୁର୍ଘଟଣା

୪ମାସ ମଧ୍ୟରେ ହ୍ରାସ ପାଇଛି ଦୁର୍ଘଟଣା
ଢେଙ୍କାନାଳ ଅଫିସ,୧୨।୯:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନରେ ସଡ଼କ ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରି ଦୁର୍ଘଟଣା ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଶାସନିକ ସତର୍କତା ଏବଂ ସଚେତନତା ପରେ ୪ମାସ ମଧ୍ୟରେ ତୁଳନାତ୍ମକ ଭାବେ ଦୁର୍ଘଟଣା କମିଥିବା ସେ ସୂଚନା ଦେଇଛନ୍ତି।
ଚଳିତବର୍ଷ ଅତ୍ୟଧିକ ବର୍ଷା ଯୋଗୁ  ୫୩ ଏବଂ ୫୫ନଂ. ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହୋଇ ବିପଦସଙ୍କୁଳ ହୋଇପଡ଼ିଛି। ଏହାର ମରାମତି ଦିଗରେ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ଷା ଛାଡିବା ପରେ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଦୁର୍ଘଟଣାପ୍ରବଣ ସ୍ଥାନରେ ଚେକ୍‌ପୋଷ୍ଟ, ବ୍ୟାରିକେଡ୍‌ ରଖି ଜନସଚେତନତା ସୃଷ୍ଟି କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ୫୩ନଂ. ଜାତୀୟ ରାଜପଥରେ ଏହି କାର୍ଯ୍ୟ ହୋଇ ନ ଥିବାରୁା ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସହରରେ ୨୨ ସିଟ୍‌ ବିଶିଷ୍ଟ ଟାଉନବସ୍‌ ଚଳାଚଳ କରିବାକୁ ବସ୍‌ ମାଲିକ ସଂଘକୁ ପ୍ରସ୍ତାବ ଦିଆଯାଇଛି। ଆଗକୁ ପୂଜା ଉତ୍ସବ ଆସୁଥିବାରୁ ଅଟୋରିକ୍ସାଗୁଡ଼ିକରେ ନିର୍ଦ୍ଧାରିତ ଭଡ଼ା ଧାର୍ଯ୍ୟ କରିବା, ଏ ନେଇ ଜନସାଧାରଣଙ୍କୁ ଅବଗତ କରାଇବା, ଭିଡ଼ ନିୟନ୍ତ୍ରଣ କରିବାକୁ କମ୍‌ ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ସହର ଏବଂ ସହର ଉପକଣ୍ଠରେ ଥିବା ଫ୍ଲଏ ଓଭର ବ୍ରିଜରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହାର ପ୍ରତିକାର ଲାଗି ଏଣିକି ଫ୍ଲଏ ଓଭରବ୍ରିଜ୍‌ ଗୁଡ଼ିକରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ। ବସ୍‌ ଯାତ୍ରୀଙ୍କ ସୁବିଧା ଲାଗି ପ୍ରତି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଶାସନିକ ପେଣ୍ଠସ୍ଥଳ ଢେଙ୍କନାଳରେ ଦୁଇଟି ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଏହିକ୍ରମରେ ମୋଟ ୯ଟି ବସ୍‌ଷ୍ଟାଣ୍ଡ  ନିର୍ମାଣ ହେବ। 
ବୈଠକରେ ଏସ୍‌ପି ସନ୍ତୋଷ କୁମାର ନାୟକ,  ଆଞ୍ଚଳିକ ପରିବହନ ଅଧିକାରୀ ଦିବାକର ସିଂ, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଜିଲା ଯୋଗାଣ ବିଭାଗ ଅଧିକାରୀ ହାଡ଼ିବନ୍ଧୁ ସେଠୀ, ଜରୁରୀ ଓ ଆପତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର,  ସଡ଼କ ସୁରକ୍ଷା କମିଟି ସଦସ୍ୟ ପ୍ରଦ୍ୟୁମ୍ନ ରଥ, ବସ୍‌ ଓ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଦାବିପୂରଣ ପାଇଁ ପଦଯାତ୍ରା, ପଥପ୍ରାନ୍ତ ସଭା

ଦାବିପୂରଣ ପାଇଁ ପଦଯାତ୍ରା, ପଥପ୍ରାନ୍ତ ସଭା

ଛେଣ୍ଡିପଦା,୧୯ା୯(ଡି.ଏନ.ଏ.)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ବାନ କ୍ରମେ ଛେଣ୍ଡିପଦା ବ୍ଲକ ଶାଖା ପକ୍ଷରୁ ବୁଧବାର ସଚେତନତା ପଦଯାତ୍ରା ସହ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। କୋରଡା, ଦୁର୍ଗାପୁର ଏବଂ ତୁକୁଡା ପଞ୍ଚାୟତର ସମସ୍ତ ଗ୍ରାମରେ ଏହି ପଦଯାତ୍ରା ଆୟୋଜନ କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା।

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଭୁବନ, ୧୯ା୯(ଡି.ଏନ.ଏ)- ବେଆଇନ ମଦ ବିକ୍ରି ଅଭିଯୋଗରେ ଢେଙ୍କାନାଳ ଜିଲା ଭୁବନ ଥାନା ଜମୁନାକୋଟ ଗ୍ରାମର ଚନ୍ଦ୍ରମଣି ସାହୁ (୫୪)ଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।

ଭୁଜାଲିରେ ହାଣି ୫୦ ହଜାର ଲୁଟ୍‌

ଭୁଜାଲିରେ ହାଣି ୫୦ ହଜାର ଲୁଟ୍‌

କାମାକ୍ଷାନଗର, ୧୯ା୯(ଡି.ଏନ.ଏ.)- କାମାକ୍ଷାନଗର ଥାନା ବ୍ରାହ୍ମଣିଆ ବାଙ୍କମଞ୍ଜୁରି ନିକଟରେ ସୁନୀଲ ମିଶ୍ର ନାମକ ଜଣେ ଯୁବକଙ୍କଠାରୁ ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସାରସ ମେଳାରେ ୨କୋଟି ୭୯ ଲକ୍ଷର କାରବାର

ସାରସ ମେଳାରେ ୨କୋଟି ୭୯ ଲକ୍ଷର କାରବାର

ବଅଁରପାଳ, ୧୯ା୯(ଡି.ଏନ.ଏ.)- ବିଶ୍ୱକର୍ମା ପୂଜା ଅବସରରେ ନାଲ୍‌କୋ କଲୋନୀରେ ଆୟୋଜନ ହୋଇଥିବ ସାରସ ମେଳା ବୁଧବାର ଅଷ୍ଟମ ଦିନରେ ପହଞ୍ଚିଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୩ ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି। 

କ୍ଷତିପୂରଣ ଦେଉନି ଜାତୀୟ ରାଜପଥ ବିଭାଗ;  କ୍ଷତିଗ୍ରସ୍ତ ତହସିଲଦାରଙ୍କ ଦ୍ୱାରସ୍ଥ

କ୍ଷତିପୂରଣ ଦେଉନି ଜାତୀୟ ରାଜପଥ ବିଭାଗ; କ୍ଷତିଗ୍ରସ୍ତ ତହସିଲଦାରଙ୍କ ଦ୍ୱାରସ୍ଥ

ଛେଣ୍ଡିପଦା,୧୯ା୯(ଡି.ଏନ.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା(ଏନ ଏଚଏଆଇ) ପକ୍ଷରୁ ଚାଲୁ ରହିଛି। ହେଲେ ରାଜପଥ ନିର୍ମାଣରେ ଘର, ଦୋକାନ, ଜମି ଆଦି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ରାଜପଥ ବିଭାଗ କ୍ଷତିପୂରଣ ପ୍ରଦାନ କରୁ ନ ଥିବା ଅଭିଯୋଗ କରିଛନ୍ତି ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ଥାନା କତଡା ଗ୍ରାମବାସୀ।

ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦାବି

ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦାବି

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତର ୬ନଂ ୱାର୍ଡରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବୁଧବାର କତଡ଼ା ସରପଞ୍ଚ ସଂଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । 

ଜୀବିକା ମିଶନ ପକ୍ଷରୁ ସ୍ବାଭିମାନ ସଚେତନତା ସଭା

ଜୀବିକା ମିଶନ ପକ୍ଷରୁ ସ୍ବାଭିମାନ ସଚେତନତା ସଭା

ଛେଣ୍ଡିପଦା,୧୯।୯(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା  ବ୍ଲକ ପ୍ରଶାସନ ଏବଂ ଓଡିଶା ଜୀବିକା ମିଶନ ପକ୍ଷରୁ ବୁଧବାର ସ୍ବାଭିମାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

୨୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ:ବୁଲେଟପ୍ରୁଫ୍‌ ଗାଡ଼ିରେ ଯିବେ ସଭାସ୍ଥଳ

୨୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ:ବୁଲେଟପ୍ରୁଫ୍‌ ଗାଡ଼ିରେ ଯିବେ ସଭାସ୍ଥଳ

ଅନୁଗୋଳ ଅଫିସ, ୧୯ା୯:ଅନୁଗୋଳ ଜିଲା ତାଳଚେର ସ୍ଥିତ ସାର କାରଖାନାର ଶିଳାନ୍ୟାସ କରିବାକୁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧା ତାଳଚେର ଆସିବେ। ପରେ ଏଠାରୁ ଝାରସୁଗୁଡ଼ା ଓ ଛତିଶଗଡ଼ ଯିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ମଙ୍ଗଳବାର ସୁରକ୍ଷା ସମ୍ପର୍କିତ ଏକ ବୈଠକ ପିଏମ୍‌ଓରୁ ସିଧା ଭିଡିଓ କନଫରେନ୍ସ ଜରିଆରେ ଅନୁଗୋଳ ଜିଲା ପ୍ରଶାସନ ସହ ଅନୁଷ୍ଠିତ ହୋଇଥିଲା। ଏହାପରେ ଜିଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ସଭାସ୍ଥଳ ଓ ହେଲିପ୍ୟାଡ୍‌ ସ୍ଥାନ ପରିଦର୍ଶନ କରିଥିଲେ। ସେହିପରି ସନ୍ଧ୍ୟାରେ ସାଉଥ୍‌ ବଲଣ୍ଡା ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ନିର୍ମାଣ କରାଯାଇଥିବା ହେଲିପ୍ୟାଡରେ ଝାରସୁଗୁଡ଼ାରୁ ଆସିଥିବା ୩ଟି ହେଲିକାପ୍ଟର ଅବତରଣ ଅଭ୍ୟାସ କରିଛି। 

ଦୁର୍ଗାପୁରରେ ବାଘ ଆତଙ୍କ

ଦୁର୍ଗାପୁରରେ ବାଘ ଆତଙ୍କ

ଛେଣ୍ଡିପଦା,୧୯।୯:(ସ୍ବ.ପ୍ର):ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମରେ ମଙ୍ଗଳବାର ବାଘ ଆତଙ୍କ ସୃଷ୍ଟି ହୋଇଥିଲା। ବନବିଭାଗ କହିଛି, ଦୁର୍ଗାପୁର ଟାଙ୍ଗର ସାହିର ଜଣେ ମହିଳା ଗ୍ରାମକୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରେ ବାଘକୁ ଦେଖି ଭୟଭୀତ ହୋଇ ଘରକୁ ଦଉଡି ପଳାଇ ଆସିଥିଲେ। ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଜଙ୍ଗଲରେ ବାଘ ଥିବା ନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। 

ଗାଈ ମାରି ଖାଇଲା ସୁନ୍ଦରୀ:ବନ ବିଭାଗ ଦେଲା କ୍ଷତିପୂରଣ

ଗାଈ ମାରି ଖାଇଲା ସୁନ୍ଦରୀ:ବନ ବିଭାଗ ଦେଲା କ୍ଷତିପୂରଣ

ଆଠମଲ୍ଲିକ,୧୯ା୯(ଡି.ଏନ.ଏ.):ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତର ଲେହେଡି ଗ୍ରାମରେ ସୁନ୍ଦରୀ ଆତଙ୍କ। ମଙ୍ଗଳବାର ଗ୍ରାମ ନିକଟରେ ବାଘୁଣୀ ସୁନ୍ଦରୀ ଏକ ଗାଈ ମାରି ଖାଇଥିବା ଜଣାପଡ଼ିଛି। ମୃତ ଗାଈ ଲେହେଡି ଗ୍ରାମର ଅକ୍ଷୟ କୁମାର ପଣ୍ଡାଙ୍କର ବୋଲି ଜଣାପଡିବା ପରେ ତୁରନ୍ତ ବନ ବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ସ୍ବରୂପ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଘଟଣା ସମ୍ପର୍କରେ ଖବରପାଇ ଡେରାଡୁନ୍‌ରୁ ଆସିଥିବା ବିଶେଷଜ୍ଞ ଦଳ ଉକ୍ତ ଜଙ୍ଗଲରେ ପହଞ୍ଚି ବାଘୁଣୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। 
ସକାଳେ ଅକ୍ଷୟଙ୍କ ଗାଈ ଗାଁ ନିକଟରେ ଚରୁଥିବା ବେଳେ ବାଘୁଣୀ ଆକ୍ରମଣ କରିଥିଲା।

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା:ଦୃଢ଼ ହେଉଛି ସୁନ୍ଦରୀ ସମ୍ପୃକ୍ତି ସନ୍ଦେହ

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା:ଦୃଢ଼ ହେଉଛି ସୁନ୍ଦରୀ ସମ୍ପୃକ୍ତି ସନ୍ଦେହ

ବନ୍ତଳା, ୧୯।୯ (ଡି.ଏନ.ଏ.):ଅନୁଗୋଳ ଜିଲା ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମର ମହିଳା କୈଳାସ ସାଇଅ (୫୦)ଙ୍କ ମୃତ୍ୟୁ ଗତ ୧୨ ତାରିଖରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ହୋଇଥିଲା କି ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଏକ ମାଂସାଶୀ ପ୍ରାଣୀ ଆକ୍ରମଣରେ କୈଳାସଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିଲେ ବି ସୁନ୍ଦରୀ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରିବେ ବୋଲି ସୋମବାର ଏସ୍‌ପି ମିତ୍ରଭାନୁ ମହାପାତ୍ର କହିବା ପରେ ମଙ୍ଗଳବାର ପୁରୁଣାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଯୋଗାଡ଼ କରିବା ଆରମ୍ଭ କରିଛି। ତେବେ ଗ୍ରାମର କେତେଜଣ ପ୍ରତ୍ୟକ୍ଷଦର୍ଶୀ ବାଘୁଣୀକୁ ଆକ୍ରମଣ ବେଳେ ଦେଖିଥିବା ଦାବି କରିବା ଓ ଏହାକୁ ପୁରୁଣାକୋଟ ଆଇଆଇସି ସ୍ବୀକାର କରିବା ଘଟଣା ସୁନ୍ଦରୀର ସମ୍ପୃକ୍ତି ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି।

ପ୍ରଶାସନ ଶୁଣିଲାନିି, ତାଲିକାରୁ ବାଦ୍‌ ପଡ଼ିଲେ ୫ ମହିଳା :ନିଜ ଭତ୍ତାରୁ ଟଙ୍କା ଦେବେ ସରପଞ୍ଚ

ପ୍ରଶାସନ ଶୁଣିଲାନିି, ତାଲିକାରୁ ବାଦ୍‌ ପଡ଼ିଲେ ୫ ମହିଳା :ନିଜ ଭତ୍ତାରୁ ଟଙ୍କା ଦେବେ ସରପଞ୍ଚ

କାମାକ୍ଷାନଗର, ୧୯।୯ (ଡି.ଏନ୍‌.ଏ.):ଗ୍ରାମାଞ୍ଚଳର ଅସହାୟ ଲୋକଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ  ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ବ୍ଲକ ବାଟଗଁା ପଞ୍ଚାୟତରେ। ପ୍ରଶାସନିକ ଅବହେଳାରୁ ବାରମ୍ବାର ଆବେଦନ ସତ୍ତ୍ୱେ ଭତ୍ତା ତାଲିକାରୁ ବାଦ୍‌ ପଡ଼ିଛନ୍ତି ୫ ବିଧବା। ଏପରି ସ୍ଥିତିରେ ସେମାନଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ସରପଞ୍ଚ ରାଜେନ୍ଦ୍ର ସିଂ। ଭତ୍ତା ମଞ୍ଜୁର ହେବା ଯାଏ ବ୍ୟକ୍ତିଗତଭାବେ ପ୍ରତ୍ୟେକଙ୍କୁ ମାସିକ ୩ଶହ ଟଙ୍କା ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।