ଅନଗୁଳ-ଢେଙ୍କାନାଳ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର:୨୦୪ ଶ୍ରମିକଙ୍କୁ ୧୦୦ ଦିନର କାମ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର:୨୦୪ ଶ୍ରମିକଙ୍କୁ ୧୦୦ ଦିନର କାମ
ଭୁବନ, ୧୨ା୯(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ମଙ୍ଗଳବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା  (ଏମ୍‌ଜିଏନ୍‌ଆରଇଜିଏସ୍‌)ର   ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବସନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷ ସୁଭଦ୍ରା ପାତ୍ର, ସରକାରୀ ଯନ୍ତ୍ରୀ ଜଗବନ୍ଧୁ ବେହେରା, ଜିଲା ସାମାଜିକ ସମୀକ୍ଷା ଅଧିକାରୀ ଶରତ ଚନ୍ଦ୍ର ଗଡ଼ନାୟକ ଏବଂ ସହକାରୀ ପିଡି (ଅର୍ଥ) ଧୀରେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ।
ଶିବିରରେ ୨୦୧୭ ଅକ୍ଟୋବରରୁ  ୨୦୧୮ ମାର୍ଚ୍ଚ ଯାଏ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହି ସମୟ ମଧ୍ୟରେ ୫ କୋଟି ୪୩ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ରଖାଯାଇଥିଲା। ହେଲେ ୫ କୋଟି ୬୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ମୋଟ ୫୧,୧୫୮ କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି। ୨୦୪ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ଶ୍ରମିକଙ୍କ ମଜୁରି ବାବଦକୁ ୯୦ ଲକ୍ଷ ୩ ହଜାର ୮୭୩ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତ୍ୱରାନ୍ବିତ ହେଉଛି। ଆଗାମୀ ଦିନରେ ଏଥିରେ ସ୍ବଚ୍ଛତା ଆଣିବାକୁ ପରାମର୍ଶ ଦିଆଯାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ନିଆଁରେ ପୋଡି ହୋଇ ମା’ ଓ ଦୁଇପୁଅ ଗୁରୁତର

ନିଆଁରେ ପୋଡି ହୋଇ ମା’ ଓ ଦୁଇପୁଅ ଗୁରୁତର

ବନ୍ତଳା, ୧୯।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଶାବଳଭଙ୍ଗା ଗ୍ରାମରେ ନିଆଁେରେ ପୋଡି ହୋଇ ମା’ ଓ ଦୁଇ ନାବାଳକ ପୁଅ ଗୁରୁତର ହୋଇଛନ୍ତି। 

ଦମନକୁ ଦମନ

ଦମନକୁ ଦମନ

ଭୁବନେଶ୍ୱର ବ୍ୟୁରୋ/ଓଡ଼ାପଡ଼ା (ଡି.ଏନ.ଏ.),୧୯ା୧୧ :ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ଲାଗି ହେଉଥିବା ଗଛକଟା ଉପରେ ଲାଗିଛି ରୋକ୍‌। ତୁରନ୍ତ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି। 

ସ୍ପେଶାଲ ସ୍କ୍ବାଡ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ବିଲୁ ଆହତ, ୨ ଫେରାର

ସ୍ପେଶାଲ ସ୍କ୍ବାଡ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ବିଲୁ ଆହତ, ୨ ଫେରାର

ଅନୁଗୋଳ ଅଫିସ୍‌, ୧୯ା୧୧- ଅନୁଗୋଳରେ ପେଟ୍ରୋଲ ପମ୍ପ ଲୁଟ ସହ ବିଭିନ୍ନ ରାହାଜାନିରେ ସମ୍ପୃକ୍ତ ଅଭିଯୁକ୍ତ ବିଲୁ ଖାଁଙ୍କୁ ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାଡ ରବିବାର ରାତିରେ ଏନକାଉଣ୍ଟର କରିଛି। 

ପିଲା କଳିରୁ ଉତ୍ତ୍ୟକ୍ତ ମା’ଙ୍କ ଉନ୍ମତ୍ତକାଣ୍ଡ: ନିଜ ସହ ୨ ପୁଅଙ୍କ ଦେହରେ ନିଆଁ ଲଗାଇଦେଲେ

ପିଲା କଳିରୁ ଉତ୍ତ୍ୟକ୍ତ ମା’ଙ୍କ ଉନ୍ମତ୍ତକାଣ୍ଡ: ନିଜ ସହ ୨ ପୁଅଙ୍କ ଦେହରେ ନିଆଁ ଲଗାଇଦେଲେ

ଅନୁଗୋଳ ଅଫିସ୍‌, ୧୯ା୧୧- ଅନୁଗୋଳ ସ୍ଥିତ ଶାବଳଭଙ୍ଗା  କୁମ୍ଭାରସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପିଲା କଳିକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ମା’ ନିଜ ସହ ଦୁଇ ପୁଅଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଛନ୍ତି। 

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୫ ପଞ୍ଚାୟତକୁ ଜଣେ ଆୟୁଷ ଡାକ୍ତର

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୫ ପଞ୍ଚାୟତକୁ ଜଣେ ଆୟୁଷ ଡାକ୍ତର

ବଇଣ୍ଡା, ୧୯ା୧୧(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଡାକ୍ତର ଅଭାବ ସମସ୍ୟା ଲାଗିରହିଛି। ଫଳରେ ଏଠାରୁ ସେବା ପାଇ ନ ପାରି ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି।

ବାର୍ଷିକମେଳାରେ ମୁଖରିତ ଆଦିପୀଠ ତପୋବନ: ଶୂନ୍ୟପ୍ରଭୁଙ୍କୁ ସୁମରିଲେ

ବାର୍ଷିକମେଳାରେ ମୁଖରିତ ଆଦିପୀଠ ତପୋବନ: ଶୂନ୍ୟପ୍ରଭୁଙ୍କୁ ସୁମରିଲେ

ଢେଙ୍କାନାଳ ଅଫିସ, ୧୯ା୧୧: ଢେଙ୍କାନାଳ ସଦର ବ୍ଲକ କପିଳାସ ତପୋବନ ପୀଠରେ ରବିବାର ପାଳିତ ହୋଇଛି ପ୍ରସିଦ୍ଧ ତପୋବନ ମେଳା। ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଶୂନ୍ୟପ୍ରଭୁଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ କାମନା କରିଥିଲେ। 

୨୭ରେ ବାଙ୍ଗାଲୋରରେ ଜାତୀୟସ୍ତରୀୟ ମ୍ୟାଚ: ଅମ୍ଲାନଙ୍କ ପାଇଁ ଅର୍ଥ ସାଜିଛି ବାଧକ

୨୭ରେ ବାଙ୍ଗାଲୋରରେ ଜାତୀୟସ୍ତରୀୟ ମ୍ୟାଚ: ଅମ୍ଲାନଙ୍କ ପାଇଁ ଅର୍ଥ ସାଜିଛି ବାଧକ

(ଦିନେଶ ଦେହୁରୀ) ବନ୍ତଳା, ୧୯।୧୧: ଅନୁଗୋଳ ଜିଲାରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। ବିଶେଷକରି ବ୍ୟାଡମିଣ୍ଟନରେ ଜଣକ ପରେ ଜଣେ ଜୁନିୟର ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରି ଜାତୀୟସ୍ତରୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। 

ଅପରାଧ ରୋକିବ ଅନୁଗୋଳ ପୋଲିସ:  ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କରିବ ଏନ୍‌କାଉଣ୍ଟର

ଅପରାଧ ରୋକିବ ଅନୁଗୋଳ ପୋଲିସ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କରିବ ଏନ୍‌କାଉଣ୍ଟର

ଅନୁଗୋଳ ଅଫିସ,୧୯ା୧୧ : ଅନୁଗୋଳ ସହର ସମେତ ଜିଲାରେ ଅପରାଧ ବଢ଼ି ବଢ଼ି ଚାଲିଛି। ବିଶେଷକରି ଲୁଟ୍‌ ରୋକିବା ବା ଲୁଟେରାଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ବିଗତ ଦିନରେ ଦୁଇ ଦୁଇଥର ବ୍ୟାଙ୍କ ଲୁଟ୍‌ ସହ ସହର ମଧ୍ୟରୁ ବ୍ୟବସାୟୀ, ମହିଳା, ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ବାରମ୍ବାର ଲୁଟ୍‌ ହୋଇଛି। 

ସଚେତନ ହେଲେ କମିବ ଦୁର୍ଘଟଣା

ଢେଙ୍କାନାଳ ଅଫିସ, ୧୯ା୧୧: ଢେଙ୍କାନାଳ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ସଡ଼କ ଦୁର୍ଘଟଣାରେ ମୃତକଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଦୁର୍ଘଟଣାରେ ଅକାଳରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନାପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ସେବା ଯୋଗାଉଛି, ସମସ୍ୟା ବୁଝୁଛି

ସେବା ଯୋଗାଉଛି, ସମସ୍ୟା ବୁଝୁଛି

ବଅଁରପାଳ, ୧୯ା୧୧(ଡି.ଏନ.ଏ.): ଅଧିକ ରୋଜଗାର ହେଉ ନ ଥିବାରୁ କୌଳିକ ବୃତ୍ତିଠାରୁ ଅନେକେ ମୁହଁମୋଡ଼ି ନେଉଛନ୍ତି। କିନ୍ତୁ ବଅଁରପାଳ ବ୍ଲକ କୁରୁଡୋଲ ଗ୍ରାମର ନାଲଟୁ ସେଠୀ (୩୭) ଏହାକୁ ଆପଣାଇ ବେଶ୍‌ ଭଲରେ ପରିବାର ପ୍ରତିପୋଷଣ କରୁଛନ୍ତି। 

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଇଣ୍ଡା,୧୮।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଖଇରାମୁଣ୍ଡା ନିକଟସ୍ଥ ଭାଲୁମୁଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ଅମିତାଭ ମୁଣ୍ଡାଙ୍କ ୩ ବଖରା ଜଳିଯାଇଛି।

ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବଇଣ୍ଡା,୧୮।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଖେଳ ପଡ଼ିଆଠାରେ  ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୪ଟି ଟିମ୍‌ ଅଶଂଗ୍ରହଣ କରିଥିଲେ।