ଅନଗୁଳ-ଢେଙ୍କାନାଳ

କଲେଜ ସମସ୍ୟା ନେଇ ଆଗକୁ ଆସିଲା ଛାତ୍ର କଂଗ୍ରେସ:ସମାଧାନ ପାଇଁ ୭ ଦିନ ସମୟ

କଲେଜ ସମସ୍ୟା ନେଇ ଆଗକୁ ଆସିଲା ଛାତ୍ର କଂଗ୍ରେସ:ସମାଧାନ ପାଇଁ ୭ ଦିନ ସମୟ
ଅନୁଗୋଳ ଅଫିସ, ୧୨ା୯:ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସମସ୍ୟା ନେଇ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ମାରୱାଡ଼ି ଧର୍ମଶାଳାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ସହ ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବାକୁ ଛାତ୍ର ନେତାମାନେ ଦାବି କରିଛନ୍ତି। ସେହିପରି ବିଭିନ୍ନ ବିଭାଗ ମୁଖ୍ୟ ପଦବୀ ଖାଲି ପଡ଼ିଥିବାବେଳେ ଅସ୍ଥାୟୀ ଅଧ୍ୟାପକମାନେ ଉକ୍ତ ଦାୟିତ୍ୱରେ ରହିଛନ୍ତି। ସମସ୍ୟା ସମ୍ପର୍କରେ ଛାତ୍ରୀଛାତ୍ରମାନେ ବାରମ୍ବାର ଅଭିଯୋଗ କରୁଥିଲେ ବି କଲେଜ କର୍ତ୍ତୃପକ୍ଷ କିମ୍ବା ଉଚ୍ଚଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି। ମହାବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ ନିଷେଧ ଏବଂ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଇବାକୁ ଛାତ୍ରନେତାମାନେ ଦାବି କରିଛନ୍ତି। ସେହିପରି ଅନୁଗୋଳ ଓ ତାଳଚେର ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ଉଠିଯାଇଥିବା ବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। ୨୦୧୨ ରୁ ସ୍ବୟଂଶାସିତ ମାନ୍ୟତା ଉଠି ଯାଇଥିବାବେଳେ ନବୀକରଣ ପାଇଁ ଆବେଦନ କରାଯାଇଛି କି ନାହଁି, ୟୁଜିସି ସର୍ତ୍ତାବଳୀ ଅନୁସାରେ ଏକ କମିଟି ମାନ୍ୟତା ନବୀକରଣ କରିବା ପାଇଁ ଆସିଲେ ନା ନାହିଁ ଏବଂ ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଓ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକା ସ୍ପଷ୍ଟ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ୭ ଦିନ ମଧ୍ୟରେ ଦାବି ଉପରେ ପଦକ୍ଷେପ ନିଆ ନ ହେଲେ କଲେଜ ସାମ୍ନାରେ ଅନଶନ ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ଜିଲା ଛାତ୍ର କଂଗ୍ରେସ ସଂଯୋଜକ ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ଛାତ୍ର କଂଗ୍ରେସ କ୍ୟାମ୍ପସ ସଭାପତି ଚନ୍ଦ୍ରକାନ୍ତ ପଟ୍ଟନାୟକ, ସମ୍ପାଦକ ଶଙ୍କର୍ଷଣ ସାହୁ, ଅବିନାଶ ସାହୁ, ନଗେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। 
All Right Reserved By

ଅନଗୁଳ-ଢେଙ୍କାନାଳ

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୧୮।୧୧: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳେ ମେଡିକାଲ ଛାତରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। 

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ପାଲଲହଡ଼ା,୧୭।୧୧(ଡି.ଏନ.ଏ.)- ଅନୁଗୁଳ ଜିଲା ପାଲଲହଡା ବ୍ଲକ ୧୪୯ନଂ. ଜାତୀୟ ରାଜପଥ ବାରକୋଟିଆ ନିକଟରେ ଶନିବାର ଏକ ସ୍କୁଟି ଭାରମାମ୍ୟ ହରାଇ ଖୁଣ୍ଟିରେ ଧକ୍କା ହୋଇଛି। ଏଥିରେ ଭଣଜା ଜମ୍ବୁଆ ଗ୍ରାମର କିରଣ କିଷାନ(୪) ପ୍ରାଣ ହରାଇଥିବାବେଳେ ମାମୁ କୁମ୍ଭୀବହଲ ଗ୍ରାମର ପପୁ କିଷାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ:   ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ: ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବଇଣ୍ଡା,୧୭।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ଗାଁ ବଇଣ୍ଡା ଗ୍ରାମରେ ଥିବା ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ ଗୁଡ଼ିକ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିଯୋଗୁ  ସାଧାରଣ ଲୋକ ଓ ବାଟୋଇଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଘଟଣାରୁ ପ୍ରକାଶ, ବଇଣ୍ଡାଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଛି। ରାସ୍ତାର ଦୁଇପାର୍ଶ୍ୱ ୨ ମିଟର ନୂତନ ରାସ୍ତା  ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି।

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ସାତମାଇଲ, ୧୭।୧୧(ଡି.ଏନ.ଏ.)-ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୋଳ କଲ୍ୟାଣ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶନିବାର ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ରମେଶ ମିଶ୍ର, ସମ୍ମାନିତ ଅତିଥି ସାମାଜିକ କର୍ମୀ ଦିଲୀପ ଦାସ, ପରିବେଶବିତ୍‌ ରତିକାନ୍ତ ଗଡ଼ନାୟକ, ତ୍ରିଲୋଚନ ଗଡ଼ନାୟକ ଯୋଗଦେଇଥିଲେ। କ୍ରମାଗତ ଜଙ୍ଗଲ ସମ୍ପଦ ଅବକ୍ଷୟ ଯୋଗୁ ତାପମାତ୍ରା ବଢ଼ିଚାଲିଛି। 

ସ୍ବଚ୍ଛତା ହିଁ ସ୍ବାଭିମାନ

ସ୍ବଚ୍ଛତା ହିଁ ସ୍ବାଭିମାନ

କାମାକ୍ଷାନଗର, ୧୭।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର  ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରସ୍ଥିତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜନସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। 

ମୁଁ ହିରୋ କାର୍ଯ୍ୟକ୍ରମ

ମୁଁ ହିରୋ କାର୍ଯ୍ୟକ୍ରମ

ଭୁବନ,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ କୁନିନ୍ଦା ମହାବିଦ୍ୟାଳୟ ପରିସରରେ ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଅଁରପାଳ,୧୭।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀଠାରେ ଏକ ଉପସ୍ବାସ୍ଥ୍ୟକେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ଓଡ଼ାପଡ଼ା,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଅଞ୍ଚଳରେ ପ୍ରସ୍ତାବିତ ବିୟର ବଟଲିଂ ପ୍ଲାଣ୍ଟ ନିର୍ମାଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। 

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ବଇଣ୍ଡା,୧୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ରାଣୀବନ୍ଧ ନାଳ ନିକଟ ମାଟି ତଳୁ ଗତ ୪ ତାରିଖରେ ହତାଶିମିଳି ଗ୍ରାମର ସିପୁନ ନାୟକ(୧୪) ଓ ଅମୂଲ୍ୟ ନାୟକ(୧୭)ଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବାପା ଭୀମସେନ ନାୟକ ବାର୍‌ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ପୁଅ ଅମୂଲ୍ୟ ଓ ତାଙ୍କ ସାଙ୍ଗ ସିପୁନଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ଠାକୁରଗଡ଼ ପୋଲିସ ସୂଚନା ଦେଇଛି। 

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ଅନୁଗୋଳ ଅଫିସ,୧୭ା୧୧ ଅନୁଗୋଳ ସହରର ଅଳିଆ କୁଶାସିଂହାରେ ପଡ଼ିବା ନେଇ ଉପୁଜିଥିବା ବିବାଦ ତୁଟିବାର ନଁା ଧରୁନି। ଏ ନେଇ ଶୁକ୍ରବାର ଉପ ଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ମଧ୍ୟ ଫେଲ ମାରିଛି। ଗାଁ ଲୋକଙ୍କ ଜିଦ୍‌ ସମ୍ମୁଖରେ ମୁଣ୍ଡ ନୁଅଁାଇ ପୌର ପ୍ରଶାସନ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଡମ୍ପିଂୟାଡରେ ପୂର୍ବଭଳି ଅଳିଆ ପଡ଼ିବ ବୋଲି ବୈଠକ ପରେ ଉପଜିଲାପାଳ ସୂଚନା ଦେଇଛନ୍ତି।

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ଅନୁଗୋଳ ଅଫିସ,୧୭ା୧୧- ହିରୋ ମୋଟୋକର୍ପ ଲିଃ ପକ୍ଷରୁ ନୂଆ ପ୍ରିମିୟମ ସ୍କୁଟର ଡେଷ୍ଟିନି ୧୨୫ର ବଜାର ପ୍ରବେଶ ହୋଇଛି। ସ୍ଥାନୀୟ ପାର୍ବତୀ ହିରୋ ଶୋ’ରୁମଠାରେ  ଏହାର ସତ୍ତ୍ବାଧିକାରୀ ଅଶୋକ ମାଣ୍ଡୋଠିଆ ନୂଆ ମଡେଲଟିକୁ ଉନ୍ମୋଚନ କରିଥିଲେ।  ଏହା ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଏଲ୍‌ଏକ୍ସ ଭାରିଆଣ୍ଟର ମୂଲ୍ୟ ୫୬, ୯୫୦ ଥିବା ବେଳେ ଭିଏକ୍ସ ଭାରିଆଣ୍ଟରେ ମୂଲ୍ୟ ୬୦ ହଜାର ରହିଛି।

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

କଣିହାଁ, ୧୭।୧୧(ଡି.ଏନ୍‌.ଏ.)କଣିହାଁ ବ୍ଲକ ପବିତ୍ରମୋହନ ସଭାଗୃହ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୈଠକରେ ଘଣ୍ଟବଜାଇ ପ୍ରତିବାଦ ସହ ଦାବି  ନେଇ ହୋହାଲ୍ଲା କରାଯାଇଥିବା ବେଳେ ଭାଜପା ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ କକ୍ଷତ୍ୟାଗ କରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିଡିଓଙ୍କ ବୁଝାଶୁଝା ପରେ ସେମାନେ ଧାରଣାରୁ ନିବୃତ୍ତ ହୋଇଥିଲେ।