ଅନଗୁଳ-ଢେଙ୍କାନାଳ

ରୋଗ ଯନ୍ତ୍ରଣାରେ ଅଥୟ ଜିଲୁ ମେଡିକାଲରେ ଭର୍ତ୍ତି:ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ରୋଗ ଯନ୍ତ୍ରଣାରେ ଅଥୟ ଜିଲୁ ମେଡିକାଲରେ ଭର୍ତ୍ତି:ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା
ତାଳଚେର,୧୨ା୯ (ନି.ପ୍ର.):ଅଢ଼େଇ ବର୍ଷ ତଳେ ଭାଙ୍ଗି ଯାଇଥିବା ହାତ ଓ ଅଣ୍ଟା ତଳକୁ ହୋଇଥିବା ଗର୍ତ୍ତ ଯୋଗୁ ଯନ୍ତ୍ରଣାରେ ଅଥୟ ହୋଇପଡ଼ୁଥିବା ସମଲ ବିଲିଣ୍ଡା ଗ୍ରାମର ସ୍ବର୍ଗତ ବାବୁଲା ଗୋଛାୟତଙ୍କ ୧୧ ବର୍ଷୀୟ ପୁଅ ଜିଲୁର ଚିକିତ୍ସା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କଣିହଁା ବିଡିଓ ରମେଶ ଚନ୍ଦ୍ର ଜେନା ନିଜେ କଣିହଁା ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ରହି ଜିଲୁର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଡାକ୍ତର ସୁମନ୍ତ କୁମାର ପଟେଲ ସମସ୍ତ ଚେକ୍‌ଅପ୍‌ କରିବା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ଏହାପରେ ବିଡିଓ ଜେନା ୧୦୮ ଆମ୍ବୁଲାନ୍ସରେ ଜିଲୁ ଓ ତାଙ୍କ ମାଉସୀ ସରୋଜିନୀ କିପରି ତୁରନ୍ତ ଅନୁଗୋଳ ଯାଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା ଜିଲୁର ମାଉସୀ ସରୋଜିନୀଙ୍କ ବ୍ୟାଙ୍କ ଖାତାରେ ଜମା କରାଇବା ସହ ହାତ ଖର୍ଚ୍ଚ ପାଇଁ ବିଡିଓ ଜେନା ନିଜ ପକେଟରୁ ସରୋଜିନୀଙ୍କୁ ୧୫ଶହ ଟଙ୍କା ଦେଇଥିଲେ। ବିଡିଓଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। 
ସୂଚନାଯୋଗ୍ୟ ଯେ, ମାତା ପିତାଙ୍କ ମୃତ୍ୟୁ ପରେ ମାଉସୀ ସରୋଜିନୀଙ୍କ ନିକଟରେ ରହୁଥିବା ଜିଲୁର ଚିକିତ୍ସା ଅର୍ଥାଭାବରୁ କରାଯାଇ ପାରି ନ ଥିଲା। ହାତ ଭାଙ୍ଗିବାର ବର୍ଷକ ପରେ ଦିନ ମଜୁରିଆ ସରୋଜିନୀ ପୁତୁରାକୁ ଧରି ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ହାତ ନଷ୍ଟ ହୋଇଯିବା ଅବସ୍ଥାରେ ଥିବାରୁ ତାହାକୁ କଟାଯିବ ବୋଲି ଡାକ୍ତର କହିବା ପରେ ଅଭାବୀ ସରୋଜିନୀ ଫେରିଆସିଥିଲେ। ସେବେଠାରୁ ଭଙ୍ଗାହାତର ଯନ୍ତ୍ରଣା ଭୋଗୁଥିବା ଜିଲୁ ପରେ ଆଉ ଏକ ରୋଗର ଶିକାର ହୋଇଥିଲା। ଅଣ୍ଟା ତଳକୁ ହୋଇଥିବା ଏକ ଗର୍ତ୍ତ ଏତେ କଷ୍ଟ ଦେଉଥିଲା ଯେ ସେ ଶୋଇପାରୁ ନ ଥିଲା କି ବସିପାରୁ ନ ଥିଲା। ଏ ସମ୍ପର୍କରେ ଗତ ୫ ତାରିଖ ‘ଧରିତ୍ରୀ’ରେ ‘ବଢ଼ୁଛି ରୋଗ ଯନ୍ତ୍ରଣା: ବସିପାରୁନି, ଶୋଇପାରୁନି ଜିଲୁ’ ଶୀର୍ଷକ ଖବର ପ୍ରକାଶ ପରେ କଣିହଁା ବିଡିଓ ୬ ତାରିଖରେ ବିଲିଣ୍ଡା ଯାଇ ଜିଲୁର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଜିଲୁର ପ୍ରାଥମିକ ଚିକିତ୍ସା କରାଯିବ ଓ ୨୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଜିଲାପାଳଙ୍କ ସହିତ କଥାବାର୍ତ୍ତା ପରେ ଜିଲୁର ଚିକିତ୍ସା କରାଯିବାର ବ୍ୟବସ୍ଥା ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଜିଲୁକୁ ଧରି ବିଡିଓ କଣିହଁା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜିଲୁକୁ ଅନୁଗୋଳ ପଠାଇଥିଲେ। ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୁଶାନ୍ତ କୁମାର ପଣ୍ଡା ଚିକିତ୍ସା କରିଥିଲେ। ଡିଜିଟାଲ ଏକ୍ସ-ରେ ଓ ସାଇନାଲକର୍ଡ ଟେଷ୍ଟ ପରେ ତାଙ୍କୁ କଟକ ପଠାଯିବ କି ନାହିଁ ତାହା ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ସରିଲା ସରପଞ୍ଚ ଉପନିର୍ବାଚନ ନାମାଙ୍କନ:  ମଙ୍ଗଳପୁରରେ ୨, କାଇମାଟିରେ ୪ ପ୍ରାର୍ଥୀ

ସରିଲା ସରପଞ୍ଚ ଉପନିର୍ବାଚନ ନାମାଙ୍କନ: ମଙ୍ଗଳପୁରରେ ୨, କାଇମାଟିରେ ୪ ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୨ା୧୧-ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଏବଂ କାଇମାଟି ସରପଞ୍ଚ ପଦବୀ ଉପନିର୍ବାଚନ ପାଇଁ ସୋମବାର ଶେଷହୋଇଛି ନାମାଙ୍କନ ଦାଖଲ। ମଙ୍ଗଳପୁର ସରପଞ୍ଚ ପଦବୀ ଲାଗି ବିଦ୍ୟାଧର ପ୍ରଧାନ, ଦିଲୀପ ପ୍ରଧାନ ଏବଂ  କାଇମାଟି ସରପଞ୍ଚ ପଦବୀରେ ଲିନା ସାହୁ, ଝରସ୍ମିତା ଦେହୁରୀ, ସୌଦାମିନୀ ପ୍ରଧାନ, ଦୀପିକା ରାୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ପ୍ରାର୍ଥତ୍ପତ୍ର ଯାଞ୍ଚ ଏବଂ ଶୁକ୍ରବାର ପ୍ରତ୍ୟାହାର ଦିବସ। ଡିସେମ୍ବର ୬ରେ ମତଦାନ, ୭ରେ ଭୋଟ ଗଣତି ପରେ ୧୦ ତାରିଖରେ ସରକାରୀ ଭାବେ ଫଳାଫଳ ଘୋଷଣା କରାଯିବ ବୋଲି ବିଡିଓ  ସରୋଜ କୁମାର ଦତ୍ତ ସୂଚନା ଦେଇଛନ୍ତି ା 

ଉପଯୁକ୍ତ ପ୍ରଣାଳୀରେ  ଚାଷ କରିବାକୁ ପରାମର୍ଶ

ଉପଯୁକ୍ତ ପ୍ରଣାଳୀରେ ଚାଷ କରିବାକୁ ପରାମର୍ଶ

ଛେଣ୍ଡିପଦା,୧୨ା୧୧(ସ୍ବ.ପ୍ର)- ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମ କଲ୍ୟାଣ  ମଣ୍ଡପରେ ସୋମବାର କୃଷକ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତ୍ତିରାଏ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉପକୃଷି ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି  ଶିବିରରେ ଜିଲା କୃଷି ଅଧିକାରୀ ଭୋଳାଶଙ୍କର ବେହେରା, ଛେଣ୍ଡିପଦା ବିଡିଓ ରୋମାଞ୍ଚଳ ଖମାରୀ, ଏବିଡିଓ ଦିଲୀପ କୁମାର ପ୍ରଧାନ, ବ୍ଲକ କୃଷି ଅଧିକାରୀ ବିନୋଦ ଦଳେଇ, ସହକାରୀ କୃଷି ଅଧିକାରୀ ସଦର କାର୍ଯ୍ୟାଳୟର ଜଗନ୍ନାଥ  ନନ୍ଦ, ଜରପଡା ସହକାରୀ କୃଷି ଅଧିକାରୀ ଚିନ୍ମୟୀ ରଏ, ଉଦ୍ୟାନ ବିଭାଗ ଅଧିକାରୀ ମାନସୀ ସାହୁ, ମତ୍ସ୍ୟ ଅଧିକାରୀ ପ୍ରହଲାଦ ସେଠୀ, ବ୍ରାହ୍ମଣବିଲ ସରପଞ୍ଚ ସୁଧାକର ବେହେରା, ସମିତି ସଭ୍ୟ ସୁନୀଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।  

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବଇଣ୍ଡା,୧୨।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବାମୁର ରେଞ୍ଜ ଭାଲୁମୁଣ୍ଡା ଗ୍ରାମର  ଭାସ୍କର ମୁଣ୍ଡା(୫୦)ସୋମବାର  ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।

କୂଅରେ ଖସିପଡ଼ି ୨ ଶିଶୁ ମୃତ

କୂଅରେ ଖସିପଡ଼ି ୨ ଶିଶୁ ମୃତ

 ଅନୁଗୋଳ ଅଫିସ୍‌, ୧୨।୧୧-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଆଲୁରି ପଞ୍ଚାୟତରେ ସୋମବାର ଅଭାବନୀୟ ଘଟଣା ଘଟିଛି। କୂଅରେ ଖସିପଡ଼ି ଅର୍ଜୁନଝରି ଗ୍ରାମର ୪ବର୍ଷର ଦୁଇଜଣ ନାବାଳିକା ପ୍ରାଣ ହରାଇଛନ୍ତି।

ଛେଣ୍ଡିପଦାରେ ଅଭିଯୋଗ ଶୁଣାଣି

ଛେଣ୍ଡିପଦାରେ ଅଭିଯୋଗ ଶୁଣାଣି

ଛେଣ୍ଡିପଦା,୧୨।୧୧(ସ୍ବ.ପ୍ର.): ଅନୁଗୋଲ ଜିଲା ଛେଣ୍ଡିପଦା ବ୍ଲକ ପରିସରରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। 

୩୦ ହଜାର ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ

୩୦ ହଜାର ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ

ଅନୁଗୋଳ ଅଫିସ, ୧୨।୧୧-ପ୍ଲାଷ୍ଟିକ୍‌ ସାମଗ୍ରୀ, ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ହେଲେ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଏବେ ବି ଲୁଚାଚୋରାରେ ଚାଲିଛି ପ୍ଲାଷ୍ଟିକ ବେପାର।

ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଉଦ୍ୟମ

ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୧୨।୧୧-ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ପଞ୍ଚାୟତ ସରପଞ୍ଚ ପଦବୀ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସୋମବାର ଥିଲା ଅନ୍ତିମ ଦିବସ। ନାମାଙ୍କନ ଦାଖଲର ଶେଷ ଦିନର ଅଭାବନୀୟ ଘଟଣା ଘଟିଛି।

ମାଧପୁର ହାଇସ୍କୁଲ ତାଲା ଖୋଲିଲା

ମାଧପୁର ହାଇସ୍କୁଲ ତାଲା ଖୋଲିଲା

ମାଧପୁର, ୧୨।୧୧(ଡି.ଏନ୍‌.ଏ.)-ସପ୍ତାହେ ଧରି ବନ୍ଦ ରହିବା ପରେ ସୋମବାର ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଉଚ୍ଚ ବିଦ୍ୟାଳୟର ତାଲା ଖୋଲିଛି। 

୮୯ ଅଭିଯୋଗର ଶୁଣାଣି

୮୯ ଅଭିଯୋଗର ଶୁଣାଣି

ଛେଣ୍ଡିପଦା, ୧୨। ୧୧(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ବ୍ଲକସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରୋମାଞ୍ଚଳ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଜିଲାପାଳ ଅନିଲ କୁମାର ସାମଲ ଉପସ୍ଥିତ ରହି ୮୯ ଅଭିଯୋଗର ଶୁଣାଣି କରିଥିଲେ।  

ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ଅତିଷ୍ଠ

ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ଅତିଷ୍ଠ

ଅନୁଗୋଳ ଅଫିସ୍‌, ୧୨।୧୧: ଅନୁଗୋଳ କଣିହାଁ ବ୍ଲକ ଡେରାଙ୍ଗ ଗ୍ରାମ ମଝିସାହିର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି। 

ପାଣି ଗଳିଲେ ସ୍କୁଲ ବନ୍ଦ

ପାଣି ଗଳିଲେ ସ୍କୁଲ ବନ୍ଦ

ଭାପୁର, ୧୨।୧୧(ଡି.ଏନ୍‌.ଏ.) : ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ ଲାଗୁଛି। କେତେବେଳେ ମୁଣ୍ଡ ଉପରେ ତ ଆଉ କେତେବେଳେ ଖାଇବା ଥାଳିରେ କଂକ୍ରିଟ୍‌ ଖସୁଛି। ସାମାନ୍ୟ ବର୍ଷାରେ ପାଣି ଗଳୁଛି। ଥରେ ନୁହେଁ ଅନେକ ଥର ସମସ୍ୟା ଜଣାଇଛୁ।

ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇଛି ୯୩ ଜୀବନ

ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇଛି ୯୩ ଜୀବନ

ବନ୍ତଳା, ୧୨।୧୧ (ଡି.ଏନ.ଏ.) : ଅନୁଗୋଳ ଜିଲାରେ ଗତ ୨୦୧୭-୧୮ ବର୍ଷରେ ମୋଟ୍‌ ୯୩ ଜଣଙ୍କ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିଛି। ଜିଲାପାଳଙ୍କ ଅନୁମୋଦନ କ୍ରମେ ସରକାର ଜିଲା ଆପାତକାଳୀନ ବିଭାଗ ପକ୍ଷରୁ ସମ୍ପୃକ୍ତ ମୃତକଙ୍କ ପରିବାରକୁ ୩ କୋଟି ୫୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।