ବାଣିଜ୍ୟ |

ତେଲରୁ ରାଜ୍ୟକୁ ଲାଭ ୨୨,୭୦୦କୋଟି

ତେଲରୁ ରାଜ୍ୟକୁ ଲାଭ ୨୨,୭୦୦କୋଟି
ନୂଆଦିଲ୍ଲୀ,୧୨-୯: ଟଙ୍କାର ମୂଲ୍ୟ ହ୍ରାସ ସାଙ୍ଗକୁ ତେଲ ଦର ବଢ଼ିବାକୁ ନେଇ ବିରୋଧୀ ଦଳଗୁଡିକ ହୋହଲ୍ଲା କରୁଥିଲେ ହେଁ ଏଥିଯୋଗୁ ରାଜ୍ୟଗୁଡିକ ଯେ ଲାଭବାନ ହେଉଛନ୍ତି ଏକଥା ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ରିପୋର୍ଟ କହୁଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଆଜିଯାଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଯେତିକି ଖସିଛି ସେଥିରେ ରାଜ୍ୟଗୁଡିକ ମାଲାମାଲ୍‌ ହୋଇଛନ୍ତି। ଟଙ୍କାର ମୂଲ୍ୟ କମିବା ଯୋଗୁ ରାଜ୍ୟଗୁଡିକ ବଜେଟ ଲକ୍ଷ୍ୟଠାରୁ ପ୍ରାୟ ୨୨,୭୦୦ କୋଟି ଟଙ୍କା ଅଧିକ ଲାଭ ହାସଲ କରିସାରିଛନ୍ତି। ମଙ୍ଗଳବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୮ ଡଲାର ଅତିକ୍ରମ କରିଯାଇଥିବା ବେଳେ ଟଙ୍କା ମୂଲ୍ୟ ୨୮ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୭୨.୭୦ ଛୁଇଁଛି। ଏସ୍‌ବିଆଇ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଗୋଟିଏ ଡଲାର ବୃଦ୍ଧି ପାଇଲେ ୧୯ ରାଜ୍ୟର ରାଜସ୍ବରେ ଅତିକମରେ ୧୫୧୩ କୋଟି ଟଙ୍କା ଲେଖାଏ ବଢ଼ିଯିବ। ମହାରାଷ୍ଟ୍ର ୩୩୮୯ କୋଟି ଟଙ୍କା ସହ ସର୍ବାଧିକ ଲାଭାନ୍ବିତ ହେବ ଏବଂ ଏହା ପଛକୁ ୨୮୪୨ କୋଟି ଟଙ୍କା ସହ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିବ। ମାର୍ଚ୍ଚରୁ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୫.୬୦ ଟଙ୍କା ଓ ୬.୩୧ ଟଙ୍କା ବଢ଼ିସାରିଛି। ପେଟ୍ରୋଲ ଲିଟର ପିଛା ଏବେ ମହାରାଷ୍ଟ୍ରରେ ୮୯ ଟଙ୍କା ରହିଛି ଯାହାକି ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ। କାରଣ ଏହା ୩୯.୧୨ ପ୍ରତିଶତ ଭାଟ୍‌ ଆଦାୟ କରିଥାଏ। ତେବେ ଗୋଆରେ ସର୍ବନିମ୍ନ ୧୬.୬୬ ପ୍ରତିଶତ ଭାଟ୍‌ ଆଦାୟ ହୁଏ। ତେଲରୁ ରାଜସ୍ବ ଆଦାୟ ବୃଦ୍ଧି ପାଇବା କାରଣରୁ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ପରିମାଣ କମିବାରେ ଏହା ସହାୟକ ହେଉଛି। ତେଲର ଦରବୃଦ୍ଧି ଯୋଗୁ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ପରିମାଣରେ ୧୫ରୁ ୨୦ ବେସିସ୍‌ ପଏଣ୍ଟ ହ୍ରାସ ପାଇବ। ବଜେଟ ଲକ୍ଷ୍ୟଠାରୁ ଅଧିକ ରାଜସ୍ବ ଆଦାୟ କାରଣରୁ ସେମାନେ ପେଟ୍ରୋଲ ଲିଟର ପିଛା ୩.୨୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୩୦ ଟଙ୍କା ହ୍ରାସ କରିପାରିବେ ବୋଲି ରିପୋର୍ଟରେ କୁହାଯାଇଛି। ଏହାଦ୍ୱାରା ସେମାନଙ୍କ ରାଜସ୍ବ ଆଦୌ ପ୍ରଭାବିତ ହେବ ନାହିଁ। ମହାରାଷ୍ଟ୍ର,ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ କର୍ନାଟକ ପେଟ୍ରୋଲ ୩ଟଙ୍କା ଓ ଡିଜେଲ ଅଢ଼େଇ ଟଙ୍କା ହ୍ରାସ କରି ବିତ୍ତୀୟ ବୋଝ ଉଠାଇପାରିବେ। ଅନ୍ୟପକ୍ଷରେ ରାଜ୍ୟଗୁଡିକ ମୂଳ ଦର( ଅଶୋଧିତ ତୈଳ ଦର, ପରିବହନ ଏବଂ କମିଶନକୁ ହିସାବକୁ  ନେଲେ) ଉପରେ ଭାଟ୍‌ ଲାଗୁ କଲେ ଡିଜେଲରେ ଲିଟର ପିଛା ୩.୭୫ ଟଙ୍କା ଏବଂ ପେଟ୍ରୋଲରେ ଲିଟର ପିଛା ୫.୭୫ ଟଙ୍କା ହ୍ରାସ କରିପାରିବେ। ତେବେ ଏଥିଯୋଗୁ ସେମାନେ ମୋଟ୍‌ରେ ପ୍ରାୟ ୧୨୦୦୦ କୋଟି ଟଙ୍କା( ନେଟ୍‌ କ୍ଷତି ୩୪,୬୨୭ କୋଟି ଟଙ୍କା- ତେଲ ଦର ବୃଦ୍ଧିରୁ ୨୨,୭୦୦କୋଟି ଲାଭ) କ୍ଷତି ସହିବେ। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାର ଏବଂ ଟଙ୍କାର ମୂଲ୍ୟ ୭୨କୁ ନେଇ ଉକ୍ତ ହିସାବ କରାଯାଇଛି ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।
All Right Reserved By

ବାଣିଜ୍ୟ |

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ରାଜ୍ୟର ବିକାଶରେ ସହଭାଗୀ

ମେକ୍‌ ଇନ୍‌ ଓଡିଶା ୨୦୧୮ କାର୍ଯ୍ୟକ୍ରମରେ ଏକ ଅଂଶ ହୋଇ ଅତ୍ୟନ୍ତ ଖୁସି । ଗତ ଏକର ଦେଶ ଦଶନ୍ଧି ଧରି ଓଡିଶା ଅନେକ କିଛି ହାସଲ କରିବାକୁ ସମକ୍ଷ ହୋଇଛି।

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଭୁବନେଶ୍ୱର, ୧୫।୧୧ : ଓଡିଶାରେ ଜାପାନ କମ୍ପାନୀଙ୍କ ଅଧିକ ନିବେଶ ସୁଯୋଗ ସୃଷ୍ଟି ଲାଗି ସରକାର ଯୋଜନା ରଖିଛନ୍ତି। ଭୁବନେଶ୍ୱର ନିକଟବର୍ତ୍ତୀ ସ୍ଥାନରେ ସରକାର ୬୬୫ ଏକର ଏକ ସ୍ଥାନ ଚୟନ କରିଛନ୍ତି। 

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବେ ୨ କମ୍ପାନୀ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବେ ୨ କମ୍ପାନୀ

ଭୁବନେଶ୍ୱର, ୧୫।୧୧: ଓଡିଶାରେ ଉନ୍ନତ ଏଗ୍ରି କ୍ଲାଇମେଟିକ ଜୋନ ରହିଥିବା ବେଳେ, ବିସ୍ତୃତ ବେଳାଭୂମୀ, ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା ରହିଛି। ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଲାଗି ଉନ୍ନତ ସୁଯୋଗ ରହିଛି। 

ଗୋଟିଏ ପ୍ଲାଟଫର୍ମରେ ଶିଳ୍ପ କ୍ୟାପଟେନ୍‌

ଗୋଟିଏ ପ୍ଲାଟଫର୍ମରେ ଶିଳ୍ପ କ୍ୟାପଟେନ୍‌

ସୋମବାର ମେକ୍‌ ଇନ୍‌ ଓଡିଶାର ଦ୍ୱିତୀୟ ଦିବସ ଥିବା ବେଳେ ଏହାର ପ୍ଲାନେରୀ ଅଧିବେଶନରେ ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକର ମୁଖ୍ୟଙ୍କ ସମାଗମ ଦେଖିବାକୁ ମିଳିଥିଲା। 

ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର, ୧୫।୧୧ : ରାଜ୍ୟର ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ମେକ୍‌ ଇନ୍‌ ଓଡିଶାର ଦ୍ୱିତୀୟ ଦିନରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। 

ଏମ୍‌ଏସ୍‌ଏମ୍‌ଇରେ ନିବେଶ ହେବ ୧୧୭୭ କୋଟି

ଏମ୍‌ଏସ୍‌ଏମ୍‌ଇରେ ନିବେଶ ହେବ ୧୧୭୭ କୋଟି

ଭୁବନେଶ୍ୱର,୧୫-୧୧:ରାଜ୍ୟରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ରେ ୧୧୭୭ କୋଟି ଟଙ୍କାର ନିବେଶ ହେବ। ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇକୁ ବର୍ତ୍ତମାନ ଫୋକସ୍‌ କ୍ଷେତ୍ରଭାବେ ଗ୍ରହଣ କରିଛନ୍ତି।

ସୁଟିଂ ଲାଗି ସ୍ଥାପନ ହେବ ହାଇପରଫରମାନ୍ସ ସେଣ୍ଟର

ସୁଟିଂ ଲାଗି ସ୍ଥାପନ ହେବ ହାଇପରଫରମାନ୍ସ ସେଣ୍ଟର

ଭୁବନେଶ୍ୱର,୧୫-୧୧: ଓଡିଶାରେ ସୁଟିଂ ତାଲିମ ପ୍ରଦାନ ଲାଗି ଏକ ହାଇପରଫରମାନ୍ସ ସେଣ୍ଟର ସ୍ଥାପନ ହେବ। ଏହି ଧାରାକୁ ଆଗକୁ ବଢାଇବା ଲାଗି ଓଡିଶା ସରକାର, ଆଦିତ୍ୟ ବିର୍ଲା ଗ୍ରୁପ ସହ ଚୁକ୍ତିରେ ସାମିଲ ହୋଇଥିବା ପ୍ରସିଦ୍ଧ ସୁଟର ଗଗନ ନାରଙ୍ଗ ସୂଚନା ଦେଇଛନ୍ତି। 

୨,୫୦୦ କୋଟି ନିବେଶ କରିବ ଡାଲମିଆ ସିମେଣ୍ଟ

୨,୫୦୦ କୋଟି ନିବେଶ କରିବ ଡାଲମିଆ ସିମେଣ୍ଟ

ଭୁବନେଶ୍ୱର,୧୫-୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓଡିଶାରେ ଥିବା ଏହାର ୟୁନିଟଗୁଡିକର କ୍ଷମତା ବଢାଇବ। ବର୍ତ୍ତମାନ ରାଜ୍ୟରେ କମ୍ପାନିର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍‌ ରହିଛି। ଏହାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ କମ୍ପାନି ଯୋଜନା ରଖିଛି। 

ଓଡ଼ିଆ ବୁଣାକାରଙ୍କ କାରିଗରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବି: ବିଭୁ

ଓଡ଼ିଆ ବୁଣାକାରଙ୍କ କାରିଗରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବି: ବିଭୁ

ଭୁବନେଶ୍ୱର,୧୫-୧୧ : ରାଜ୍ୟର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ପ୍ରଡକ୍ଟର ଠିକ୍‌ ମୂଲ୍ୟ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପାରମ୍ପରିକ ତଥା ଆଦିବାସୀ ପ୍ୟାଟର୍ନକୁ ନେଇ ଗତ ୭ ବର୍ଷ ତଳେ ପ୍ରାୟ ୩୭ ଡିଜାଇନ ପ୍ରସ୍ତୁତ କରିଥିଲୁ। 

ଏଗ୍ରି ମାର୍କେଟିଂ: ୧୪୧୨ କୋଟିର ନିବେଶ ପ୍ରସ୍ତାବ

ଏଗ୍ରି ମାର୍କେଟିଂ: ୧୪୧୨ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୫-୧୧: ରାଜ୍ୟରେ ଏଗ୍ରି ମାର୍କେଟିଂ କ୍ଷେତ୍ରରେ ୧୪୧୨ କୋଟି ଟଙ୍କାର ନିବେଶ ଲାଗି ବିଭିନ୍ନ କମ୍ପାନୀ ପ୍ରସ୍ତାବ ରଖିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ରିଟେଲ, ଆଇଟିସି, ଡାବର ଏବଂ କ୍ଷୁଦ୍ର ଉଦ୍ୟୋଗୀ ରହିଛନ୍ତି। 

ଆଇଟିରେ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ପ୍ରସ୍ତାବ

ଆଇଟିରେ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୫-୧୧: ରାଜ୍ୟରେ ଆଇଟି,ଆଇଟିଇଏସ୍‌ ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ୬ଟି କମ୍ପାନୀ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ କରିବେ। ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ସୂଚନା ଦେଇଛନ୍ତି।

ଓଡିଶାରେ ଜେଫାର୍ମ ସର୍ଭିସ ଶୁଭାରମ୍ଭ

ଓଡିଶାରେ ଜେଫାର୍ମ ସର୍ଭିସ ଶୁଭାରମ୍ଭ

ଭୁବନେଶ୍ୱର,୧୫-୧୧:ଟାଫେ ପକ୍ଷରୁ ଓଡିଶାରେ ଜେଫାର୍ମ ସିର୍ଭିସ ଶୁଭାରମ୍ଭ କରାଯାଇଛି। ରାଜ୍ୟ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସେବାର ଶୁଭାରମ୍ଭ ହୋଇଛି। ମେକ୍‌ ଇନ୍‌ ଓଡିଶା କାର୍ଯ୍ୟକ୍ରମ ଅବସରରେ ଏହାକୁ ଉନ୍ମୋଚନ କରାଯାଇଥିଲା।