ବାଣିଜ୍ୟ |

୭୨.୭୦ରେ ଟଙ୍କାର ନୂଆ ରେକର୍ଡ

୭୨.୭୦ରେ ଟଙ୍କାର ନୂଆ ରେକର୍ଡ
ନୂଆଦିଲ୍ଲୀ,୧୨ା୯: ଡଲାର ତୁଳନାରେ ଟଙ୍କାର ନିମ୍ନଗତି ଜାରି ରହିଛି। ମଙ୍ଗଳବାର ଏଥିରେ ୨୮ ପଇସା ହ୍ରାସ ପାଇଥିବାର ଦେଖାଯାଇଥିଲା। ଫଳରେ ଏହା ୭୨.୭୦କୁ ଖସି ଏକ ନୂଆ ରେକର୍ଡ କରିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୮ ଡଲାରରେ ପହଞ୍ଚତ୍ବା ଟଙ୍କାକୁ ପ୍ରଭାବିତ କରିଛି। ଅନ୍ୟପକ୍ଷରେ ବିଦେଶୀ ନିବେଶକମାନେ ଷ୍ଟକ୍‌ ବଜାରରୁ ନିଜର ନିବେଶ ପ୍ରତ୍ୟାହାର କରିନେଉଥିବା ବେଳେ ଆମଦାନିକାରୀଙ୍କ ଡଲାର ଚାହିଦା ବୃଦ୍ଧି ଯୋଗୁ ଟଙ୍କାର ମୂଲ୍ୟ ପ୍ରଭାବିତ ହେଉଛି। ମଙ୍ଗଳବାର ଟଙ୍କାର କାରବାର ୨୦ ପଇସା ଉପରେ ୭୨.୨୫ରୁ ଆରମ୍ଭ ହୋଇଥିଲା। ବ୍ୟାଙ୍କ ଏବଂ ରପ୍ତାନିକାରୀଙ୍କ ପକ୍ଷରୁ ବ୍ୟାପକ ମାତ୍ରାରେ ଡଲାର ବିିକ୍ରି କରାଯିବା କାରଣରୁ ଟଙ୍କାର ମୂଲ୍ୟ ସୁଧୁରିଥିଲା। ତେବେ ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ୭୨.୭୫ରେ ପହଞ୍ଚତ୍ବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡଲାର ବିକ୍ରି ଆରମ୍ଭ ହୋଇଥିଲା। ଫଳରେ ୭୨.୭୦ରେ କାରବାର ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା କାରଣରୁ ବଣ୍ଡ୍‌ ବଜାରରେ ଲାଭ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ୧୦ ବର୍ଷର ବେଞ୍ଚମାର୍କ ବଣ୍ଡର ସୁଧ ୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।
All Right Reserved By

ବାଣିଜ୍ୟ |

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଦିନକୁ ଦିନ ସ୍ମାର୍ଟଫୋନ୍‌ଗୁଡିକରେ ଆସୁଛି ବିଭିନ୍ନ ଲାଟେଷ୍ଟ ଫିଚର୍‌। ଯାହା ମଧ୍ୟରେ ବର୍ତ୍ତମାନ ଡୁଆଲ୍‌ ବ୍ୟାକ୍‌ କ୍ୟାମେରାର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଫଟୋଗ୍ରାଫିରେ ରୁଚି ରଖୁଥିବା ହେଉ ଅବା ବିଭିନ୍ନ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଥିବା  ଯୁବପିଢିଙ୍କ ଲାଗି  ଏହା ପାଲଟିଛି ପ୍ରଥମ ପସନ୍ଦ... 

ଭିତ୍ତିଭୂମି ପ୍ରକଳ୍ପକୁ ଋଣ ଦେଉନି ଆରବିଆଇ: ଗଡକରୀ

ଭିତ୍ତିଭୂମି ପ୍ରକଳ୍ପକୁ ଋଣ ଦେଉନି ଆରବିଆଇ: ଗଡକରୀ

ନୂଆଦିଲ୍ଲୀ,୧୮-୧୧: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଇନଫ୍ରା ଷ୍ଟ୍ରକ୍‌ଚର ପ୍ରକଳ୍ପକୁ ଅର୍ଥ ଦେଉନାହିଁ। ଏହା ସର୍ବଦା ବାଧକ ସାଜୁଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଅଭିଯୋଗ କରିଛନ୍ତି। 

ଅଜୟ ଭୁଷଣ ପାଣ୍ଡେ ରାଜସ୍ବ ସଚିବ

ଅଜୟ ଭୁଷଣ ପାଣ୍ଡେ ରାଜସ୍ବ ସଚିବ

ନୂଆଦିଲ୍ଲୀ,୧୮-୧୧: ଚଳିତ ମାସ ୩୦ରେ ରାଜସ୍ବ ସଚିବ ପଦରୁ ହସମୁଖ ଆଧିଆ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। 

ଏମ୍‌ଡି, ସିଇଓଙ୍କ ଦରମା କମୁଛି

ଏମ୍‌ଡି, ସିଇଓଙ୍କ ଦରମା କମୁଛି

ନୂଆଦିଲ୍ଲୀ,୧୮-୧୧: କମ୍ପାନୀମାନଙ୍କ ଆୟ କମୁଥିବାରୁ ସିଇଓ ଓ ଏମ୍‌ଡି ମାନଙ୍କ ଦରମା ଉପରେ ଏହାର ପ୍ରଭାବ ପଡ଼ୁଛି। କିଛି କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭାବ ଦେଖାଦେବାରୁ ସେମାନଙ୍କ ଦରମା ପ୍ରାୟ ୮% ହ୍ରାସ ପାଇଛି। ୨୦୧୬ରେ ଏମାନଙ୍କ ଆୟ ୧୬% ବୃଦ୍ଧି ପାଇଥିଲା। 

ଏଚ୍‌-୧ବି ଭିଜା;ଜୀବନସାଥୀଙ୍କ ଓ୍ବର୍କ ପରମିଟ ପାଇଁ ଆସିଲା ବିଲ୍‌

ଏଚ୍‌-୧ବି ଭିଜା;ଜୀବନସାଥୀଙ୍କ ଓ୍ବର୍କ ପରମିଟ ପାଇଁ ଆସିଲା ବିଲ୍‌

ଓ୍ବାଶିଂଟନ,୧୮-୧୧: ଆମେରିକାରେ କାର୍ଯ୍ୟରତ ଏଚ-୧ବି ଭିଜାଧାରକଙ୍କ ପନତ୍ୀଙ୍କ ପାଇଁ ସଂସଦରେ ଏକ ବିଲ୍‌ ଆଗତ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଏଭଳି ଭିଜାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଚାହୁଁଛନ୍ତି।

ମୋବାଇଲ ନମ୍ବର ପଞ୍ଜିକରଣ ନ କଲେ, ଡିସେମ୍ବର ପହିଲାରୁ ଅନଲାଇନ ଟ୍ରାଞ୍ଜାକ୍‌ଶନ କରିପାରିବେନି ଏସ୍‌ବିଆଇ ଗ୍ରାହକ

ମୋବାଇଲ ନମ୍ବର ପଞ୍ଜିକରଣ ନ କଲେ, ଡିସେମ୍ବର ପହିଲାରୁ ଅନଲାଇନ ଟ୍ରାଞ୍ଜାକ୍‌ଶନ କରିପାରିବେନି ଏସ୍‌ବିଆଇ ଗ୍ରାହକ

ନୂଆଦିଲ୍ଲୀ,୧୮-୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ଗ୍ରାହକ ଅନ୍‌ଲାଇନରେ ଟ୍ରାଞ୍ଜାକଶନ କରୁଥିଲେ ସେମାନଙ୍କୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିଜର ମୋବାଇଲ ନମ୍ବରକୁ ବ୍ୟାଙ୍କରେ ପଞ୍ଜୀକରଣ କରିବାକୁ ହେବ। ନଚେତ ସେମାନଙ୍କୁ ଡିସେମ୍ବର ପହିଲାରୁ ଅନଲାଇନରେ ଟ୍ରାଞ୍ଜାକଶନ କରିବାକୁ ସୁଯୋଗ ମିଳିବ ନାହିଁ। ଏ ସମ୍ପର୍କରେ ବ୍ୟାଙ୍କର ଓ୍ବେବସାଇଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। 

୩୦ରେ ଅବସର ନେବେ ଅଧିଆ

୩୦ରେ ଅବସର ନେବେ ଅଧିଆ

ନୂଆଦିଲ୍ଲୀ,୧୮-୧୧: ଅର୍ଥ ସଚିବ ହସମୁଖ ଅଧିଆ ଚଳିତ ମାସ ୩୦ରେ ଅବସର ନେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶନିବାର ଏକ ଫେସବୁକ୍‌ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ଭାରତ ନ ଆସିିବାକୁ ଚୋକ୍‌ସୀଙ୍କ ନୂଆ ବାହାନା

ଭାରତ ନ ଆସିିବାକୁ ଚୋକ୍‌ସୀଙ୍କ ନୂଆ ବାହାନା

ନୂଆଦିଲ୍ଲୀ,୧୮-୧୧: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ଭାରତ ନ ଆସିବା ଲାଗି ଏବେ ଏକ ନୂଆ ବାହାନା ଧରିଛନ୍ତି। 

ଭାରତୀୟ ଇଞ୍ଜିନିୟରଙ୍କ ପ୍ରତି ଏମ୍‌ଏନ୍‌ସିଙ୍କ ବଢ଼ୁଛି ଆଗ୍ରହ

ଭାରତୀୟ ଇଞ୍ଜିନିୟରଙ୍କ ପ୍ରତି ଏମ୍‌ଏନ୍‌ସିଙ୍କ ବଢ଼ୁଛି ଆଗ୍ରହ

ନୂଆଦିଲ୍ଲୀ,୧୮-୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ଅଣଦେଖା କରି ସେଦେଶର ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି) ମାନେ ଭାରତୀୟ ଇଞ୍ଜିନିୟରଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଉଛନ୍ତି ବୋଲି ଜଣାପଡିଛି। 

ଜୁକରବର୍ଗଙ୍କ ଉପରେ ଇସ୍ତଫା ଚାପ

ଜୁକରବର୍ଗଙ୍କ ଉପରେ ଇସ୍ତଫା ଚାପ

ଓ୍ବାଶିଂଟନ,୧୮-୧୧: ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଉପରେ ଇସ୍ତଫା ଚାପ ବଢ଼ିଚାଲିଛି। ସ୍ଥାନୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀର ଅଧ୍ୟକ୍ଷ ପଦରୁ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ନିବେଶକମାନେ ଚାପ ପକାଇବା ଆରମ୍ଭ କରିଛନ୍ତି। 

ଏୟାର ଏସିଆ ପକ୍ଷରୁ ବିଗ୍‌ ସେଲ୍‌

ଏୟାର ଏସିଆ ପକ୍ଷରୁ ବିଗ୍‌ ସେଲ୍‌

ଭୁବନେଶ୍ୱର,୧୮ା୧୧: ଏୟାର ଏସିଆ ବିଗ୍‌ ସେଲ୍‌  ଦ୍ୱାରା ଗ୍ରାହକଙ୍କୁ ଯାତ୍ରା କ୍ଷେତ୍ରରେ ରିହାତି ସୁବିଧା ଦେଉଛି। ଏହା ଯାତ୍ରୀଙ୍କୁ ଏସିଆ, ଅଷ୍ଟ୍ରେଲିଆ ଭଳି ୧୨୦ରୁ ଊର୍ଦ୍ଧ୍ୱ ଗନ୍ତବ୍ୟସ୍ଥଳ ସହ ସଂଯୋଗ କରୁଛି। ବିଗ୍‌ ସେଲ୍‌ରେ ବୁକିଂ କରିଥିବା ଗ୍ରାହକମାନେ ୬ ମେ ୨୦୧୯ରୁ ୪ ଫେବୃୟାରୀ ୨୦୨୦ ମଧ୍ୟରେ ଭ୍ରମଣ ପାଇବେ। 

ଥୋମାସ କୁରିଆନ୍‌

ଥୋମାସ କୁରିଆନ୍‌

ଓରାକଲର ପୂର୍ବତନ ପ୍ରଡକ୍ଟ ମୁଖ୍ୟ ଥୋମାସ କୁରିଏନଙ୍କୁ ଗୁଗୁଲ ଏହାର କ୍ଲାଉଡ ଡିଭିଜନର ସିଇଓ ଭାବେ ନିଯୁକ୍ତ କରିଛି।