ବାଣିଜ୍ୟ |

ଦୁଇ ଦିନରେ ନିବେଶକଙ୍କ ୪ ଲକ୍ଷ କୋଟି ବୁଡ଼ିଲା

ଦୁଇ ଦିନରେ ନିବେଶକଙ୍କ ୪ ଲକ୍ଷ କୋଟି ବୁଡ଼ିଲା
ମୁମ୍ବାଇ,୧୨ା୯: ଟଙ୍କାର ମୂଲ୍ୟ ହ୍ରାସର ପ୍ରଭାବ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ୍‌ ଅନୁଭୂତ ହେଉଛି। ସୋମବାର ସେନସେକ୍ସରେ ୪୬୭.୬୫ ପଏଣ୍ଟ ହ୍ରାସ ପାଇବା ପରେ ମଙ୍ଗଳବାର ୫୦୯.୦୪ ପଏଣ୍ଟ ହ୍ରାସ ପାଇ ୩୭,୪୧୩.୧୩ରେ ବନ୍ଦ ହୋଇଛି। ଦୁଇ ଦିନ ଭିତରେ ସେନସେକ୍ସ ପାଖାପାଖି ୧୦୦୦ ପଏଣ୍ଟ ଖସି ସାରିଲାଣି। ସେହିପରି ସୋମବାର ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୫୧ ପଏଣ୍ଟ ହ୍ରାସ ପାଇବା ପରେ ମଙ୍ଗଳବାର ୧୫୦.୬୦ ପଏଣ୍ଟ କମି ୧୧,୨୮୭.୫୦ରେ ପହଞ୍ଚତ୍ଛି। ଦୁଇ ଦିନରେ ଏହା  ୩୦୦ ପଏଣ୍ଟ ହ୍ରାସ ପାଇଲାଣି। ଫଳରେ ନିବେଶକଙ୍କ ପ୍ରାୟ ୪.୨ ଲକ୍ଷ କୋଟି ଟଙ୍କା ବୁଡିଗଲାଣି। ହେଭିଓ୍ବେଟ ଶେୟାର ସମେତ ପ୍ରାୟ ସମସ୍ତ ସେକ୍ଟରରେ ଶେୟାର ମୂଲ୍ୟ କମିଛି। ଅନ୍ତର୍ଜାତୀୟ ଷ୍ଟକ ବଜାର ହ୍ରାସ ପାଇବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳିଛି। ଦେଶର ଶେୟାର ବଜାର ହ୍ରାସ ପାଇବା ଚଳିତ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି  ଟୌରସ ଆସେଟ ମ୍ୟାନେଜମେଣ୍ଟ ଏମ୍‌ଡି ଆର.କେ. ଗୁପ୍ତା ପ୍ରକାଶ କରିଛନ୍ତି। 
All Right Reserved By

ବାଣିଜ୍ୟ |

ମାଲ୍ୟାଙ୍କ ଲଣ୍ଡନ ସମ୍ପତ୍ତି ଜାଣିବାକୁ ବ୍ୟାଙ୍କଗୁଡ଼ିକର ଉଦ୍ୟମ

ମାଲ୍ୟାଙ୍କ ଲଣ୍ଡନ ସମ୍ପତ୍ତି ଜାଣିବାକୁ ବ୍ୟାଙ୍କଗୁଡ଼ିକର ଉଦ୍ୟମ

ଲଣ୍ଡନ/ନୂଆଦିଲ୍ଲୀ,୨୪-୨:  ପ୍ରତ୍ୟର୍ପଣ ଅପେକ୍ଷାରେ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ନାମରେ ବାସ୍ତବରେ କେତେ ସମ୍ପତ୍ତି ରହିଛି, ତାହା ଜାଣିବାକୁ ଭାରତର ୧୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉଦ୍ୟମ କରୁଛନ୍ତି। 

ବ୍ୟାଙ୍କ ପରିଚାଳନାରେ ସଂସ୍କାର;ନାୟକ କମିଟି ସୁପାରିସକୁ ସୁବ୍ରମଣ୍ୟନଙ୍କ ସମର୍ଥନ

ବ୍ୟାଙ୍କ ପରିଚାଳନାରେ ସଂସ୍କାର;ନାୟକ କମିଟି ସୁପାରିସକୁ ସୁବ୍ରମଣ୍ୟନଙ୍କ ସମର୍ଥନ

ନୂଆଦିଲ୍ଲୀ,୨୪-୨:  ରାଷ୍ଟ୍ରୀୟ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ବ୍ୟାପକ ସଂସ୍କାର ଜରୁରୀ ଥିବା ଦର୍ଶାଇ ପି.ଜେ.ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସମର୍ଥନ କରିଛନ୍ତି। 

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏର କିଶାନ ମେଳା ଆଜି

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏର କିଶାନ ମେଳା ଆଜି

ଭୁବନେଶ୍ୱର,୨୪-୨: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରଖପୁରଠାରେ ରବିବାର ପିଏମ୍‌ କିଶାନ ସମ୍ମାନନୀଧି ଯୋଜନାର ଶୁଭାରମ୍ଭ କରିବେ। ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ସିଆଇଡବ୍ଲ୍ୟୁଏ ପକ୍ଷରୁ ଏକ କିଶାନ ମେଳା ଆୟୋଜନ କରାଯାଉଛି।

ଏଏସ୍‌ବିଏମ୍‌ରେ ଜାତୀୟ ମ୍ୟାନେଜମେଣ୍ଟ ସମ୍ମିଳନୀ

ଏଏସ୍‌ବିଏମ୍‌ରେ ଜାତୀୟ ମ୍ୟାନେଜମେଣ୍ଟ ସମ୍ମିଳନୀ

ଭୁବନେଶ୍ୱର,୨୪ -୨: ଏସିଆନ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ରେ ୫ମ ଜାତୀୟ ମ୍ୟାନେଜମେଣ୍ଟ ସମ୍ମିଳନୀ (ନାମକନ୍‌-୨୦୧୯) ଅନୁଷ୍ଠିତ ହୋଇଯାଇଛି। 

ଉଜ୍ଜ୍ୱଳାରେ ୭ କୋଟି ଏଲ୍‌ପିଜି ସଂଯୋଗ

ଉଜ୍ଜ୍ୱଳାରେ ୭ କୋଟି ଏଲ୍‌ପିଜି ସଂଯୋଗ

ଭୁବନେଶ୍ୱର,୨୪-୨(ବ୍ୟୁରୋ): ସରକାରଙ୍କ ଉଜ୍ଜ୍ୱଳା ଯୋଜନା ସାମାଜିକ ପରିବର୍ତ୍ତନ ଓ ନାରୀ ଶସକ୍ତୀକରଣ ଦିଗରେ ପ୍ରମୁଖ ଯୋଗଦାନ ରଖିଛି। ଏହା ଦ୍ୱାରା ଦେଶରେ କୋଟି କୋଟି ମହିଳାଙ୍କ ସ୍ବପ୍ନ ସାକାର ହୋଇପାରିଛି। 

ଏସ୍‌ଡିଆଇ ଭୁବନେଶ୍ୱର ମୁଖ୍ୟ କ୍ୟାମ୍ପସର   ଉଦ୍‌ଘାଟନ ଆଜି

ଏସ୍‌ଡିଆଇ ଭୁବନେଶ୍ୱର ମୁଖ୍ୟ କ୍ୟାମ୍ପସର ଉଦ୍‌ଘାଟନ ଆଜି

ଭୁବନେଶ୍ୱର,୨୪-୨: ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଏସ୍‌ଡିଆଇ)ର ଭୁବନେଶ୍ୱର ମୁଖ୍ୟ କ୍ୟାମ୍ପସର ରବିବାର ଉଦଘାଟନ ହେବ। ନୂଆ କ୍ୟାମ୍ପସ ଖୋର୍ଦ୍ଧା,ତରାବୋଇ ଜଟଣୀଠାରେ ସ୍ଥାପନ ହୋଇଛି। 

୨୫ରେ ସ୍କିଲ ସାଥୀ ୟୁଥ୍‌ କନକ୍ଲେଭ

୨୫ରେ ସ୍କିଲ ସାଥୀ ୟୁଥ୍‌ କନକ୍ଲେଭ

ଭୁବନେଶ୍ୱର,୨୪-୨: ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନିୟରଶିପ ମନ୍ତ୍ରଣାଳୟ(ଏମ୍‌ଏସ୍‌ଡ଼ିଇ) ପକ୍ଷରୁ ଚଳିତ ମାସ ୨୫ (ସୋମବାର) ସ୍କିଲ ସାଥୀ କନକ୍ଲେଭ ଏଠାକାର ରେଳ ଅଡିଟୋରିୟମଠାରେ ଅନୁଷ୍ଠିତ ହେବ। 

ଭିଟୁ ପକ୍ଷରୁ ଆକର୍ଷଣୀୟ ଅଫର

ଭିଟୁ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୪-୨: ପ୍ରମୁଖ ରିଟେଲ୍‌ ଷ୍ଟୋର ଭିଟୁ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର କୋରାପୁଟ,ଜୟପୁରସ୍ଥିତ ପାରାବେଡାଠାରେ ଥିବା ଷ୍ଟୋରରେ ଗ୍ରାହକମାନେ ଏହି ଅଫରର ଲାଭ ଉଠାଇ ପାରିବେ। 

ସଫଳତା ଲାଗି କଠିନ ପରିଶ୍ରମ,ଶୃଙ୍ଖଳା ଲୋଡା: ଶକ୍ତିକାନ୍ତ

ସଫଳତା ଲାଗି କଠିନ ପରିଶ୍ରମ,ଶୃଙ୍ଖଳା ଲୋଡା: ଶକ୍ତିକାନ୍ତ

ଭୁବନେଶ୍ୱର,୨୪-୨: ଜୀବନରେ ସଫଳତା ଲାଗି ବିଦ୍ୟାଥି କଠିନ ପରିଶ୍ରମ ତଥା ଶୃଙ୍ଖଳା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।

ଇ-କମର୍ସ ନୀତି ଚିଠା ଜାରି

ଇ-କମର୍ସ ନୀତି ଚିଠା ଜାରି

ନୂଆଦିଲ୍ଲୀ,୨୪-୨:  କେନ୍ଦ୍ର ସରକାର ଶନିବାର ଜାତୀୟ ଇ-କମର୍ସ ନୀତି ଚିଠା ଜାରି କରିଛନ୍ତି। ଡାଟା ସୁରକ୍ଷା ନେଇ ଏଥିରେ ବିଶେଷ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଦେଶରେ ସୃଷ୍ଟ ଅତି ସମ୍ବେଦନଶୀଳ ଡାଟାକୁ ବିଦେଶରେ ସଂରକ୍ଷିତ କରି ରଖିବା ନେଇ ଆଇନଗତ ଏବଂ ପ୍ରଯୁକ୍ତିଗତ ଢାଞ୍ଚା ପ୍ରତିଷ୍ଠା ଲାଗି ଚିଠାରେ ପ୍ରସ୍ତାବ ଦିଆଯାଇଛି।

ହ୍ବାଟ୍ସଆପ୍‌ରେ ଘୃଣା ସୃଷ୍ଟିକାରୀ, ମେସେଜ ପ୍ରସାରଣ;ଡିଓଟିରେ କରିହେବ ଅଭିଯୋଗ

ହ୍ବାଟ୍ସଆପ୍‌ରେ ଘୃଣା ସୃଷ୍ଟିକାରୀ, ମେସେଜ ପ୍ରସାରଣ;ଡିଓଟିରେ କରିହେବ ଅଭିଯୋଗ

ନୂଆଦିଲ୍ଲୀ,୨୪-୨:  ସୋସିଆଲ ମିଡିଆରେ ମିଥ୍ୟା, କପୋଳକଳ୍ପିତ ତଥା ଘୃଣା ସୃଷ୍ଟିକାରୀ ମେସେଜ ପଠାଇବା ରୋକିବା ନେଇ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି। ତେବେ ଫେସ୍‌ବୁକ୍‌ର ମେସେଜ ଆପ୍‌ କୁହାଯାଉଥିବା ହ୍ବାଟ୍ସଆପ୍‌ରେ ଏଭଳି ମେସେଜ ପ୍ରସାରଣକୁ ରୋକିବା ଲାଗି ସରକାର ଏକ ନୂଆ କୌଶଳ ଆପଣାଇବାକୁ ଯାଉଛନ୍ତି। 

ଆଜି ପିଏମ୍‌ କିଷାନ ଯୋଜନା ଶୁଭାରମ୍ଭ; କୋଟିଏ ଚାଷୀଙ୍କୁ ମିଳିବ ପ୍ରଥମ ପର୍ଯ୍ୟାୟ କିସ୍ତି

ଆଜି ପିଏମ୍‌ କିଷାନ ଯୋଜନା ଶୁଭାରମ୍ଭ; କୋଟିଏ ଚାଷୀଙ୍କୁ ମିଳିବ ପ୍ରଥମ ପର୍ଯ୍ୟାୟ କିସ୍ତି

ନୂଆଦିଲ୍ଲୀ,୨୪-୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତର ପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’(ପିଏମ୍‌-କିଷାନ) ଯୋଜନାର ଶୁଭାରମ୍ଭ କରିବେ।