ବାଲେଶ୍ୱର

ରାସ୍ତା ମରାମତି ନିମନ୍ତେ ରାସ୍ତାରୋକୋ

ରାସ୍ତା ମରାମତି ନିମନ୍ତେ ରାସ୍ତାରୋକୋ
ଭଦ୍ରକ ଅଫିସ,୧୨।୯: ଭଦ୍ରକ ଜିଲା ପୁରୁଣା ବଜାର ଅଞ୍ଚଳ ରାସ୍ତାର ମରାମତି ଦାବିନେଇ ବୁଧବାର ଶତାଧିକ ମହିଳା ଓ ପୁରୁଷ ରାସ୍ତାରୋକୋ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ଜିଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଓ ପୁରୁଷମାନେ ରାସ୍ତାରୋକୋ କରିଥିଲେ। ଗୋଉଶିଆ ନଗରଠାରୁ ଚନ୍ଦନ ବଜାର ରାସ୍ତାର ଦୂରାବସ୍ଥା କାରଣରୁ ଏପରି କରାଯାଇଥିବା ଜଣାପଡ଼ିଛି। 
All Right Reserved By

ବାଲେଶ୍ୱର

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ,  ଯୁବକ ଗିରଫ

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ, ଯୁବକ ଗିରଫ

ନୀଳଗିରି,୨୦ା୧୮(ଡି.ଏନ.ଏ)-ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ମାଟିଆଳି ଗାଁର ଶ୍ୟାମସୁନ୍ଦର ସିଂ ନାମକ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନବଜାତ ଶିଶୁ ଯତ୍ନ ସପ୍ତାହ ଉପଲକ୍ଷେ ସଚେତନତା

ନବଜାତ ଶିଶୁ ଯତ୍ନ ସପ୍ତାହ ଉପଲକ୍ଷେ ସଚେତନତା

ବାଲେଶ୍ୱର ଅଫିସ, ୨୦।୧୧-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ନବଜାତ ଶିଶୁର ଯତ୍ନ ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ସ୍ଥାନୀୟ ଅଙ୍ଗାରଗଡ଼ିଆ ବିକାଶନଗର ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ା

ଅଘୋଷିତ ବିଦ୍ୟୁତକାଟ୍‌ ବିରୋଧରେ ଆନ୍ଦୋଳନ

ଅଘୋଷିତ ବିଦ୍ୟୁତକାଟ୍‌ ବିରୋଧରେ ଆନ୍ଦୋଳନ

ବାଲିଆପାଳ, ୨୦।୧୧(ସ୍ବ.ପ୍ର.)-ଅଘୋଷିତ ବିଦ୍ୟୁତକାଟ ବିରୋଧରେ ବାଲିଆପାଳ ସୂଚନା ଅଧିକାର ସଂଘ ତରଫରୁ ମଙ୍ଗଳବାର ବାଲିଆପାଳ ବିଦ୍ୟୁତ୍‌ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ଅଫିସ ଘେରାଉ କରାଯାଇଥିଲା। ସଂଘ ସଭାପତି ଅନୁଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବାଲିଆପାଳ ଅଞ୍ଚଳରୁ ବହୁ ଉପଭୋକ୍ତାଙ୍କ ସହିତ ସଂଘର ସକ୍ରିୟ କର୍ମକର୍ତ୍ତା କୋଶଧୂଜ ଜେନା, ଗୋପାଳ ଗଙ୍ଗାଇ, ପ୍ରହଲ୍ଲାଦ ଘଡ଼ାଇ, ବେଣୁଧର ଜେନା ଘେରାଉ ସାମିଲ ହୋଇଥିଲେ।

ବୁଢୀମା’ ମୁଣ୍ଡରେ ନାତିର ବୋଝ

ବୁଢୀମା’ ମୁଣ୍ଡରେ ନାତିର ବୋଝ

ଚମ୍ପୁଆ, ୨୦ା୧୧(ଡି.ଏନ.ଏ.): ମା’ବାପା ଛେଉଁଣ୍ଡ ନାତିର ବୋଝ ସମ୍ଭାଳୁଛନ୍ତି ୬୫ ବର୍ଷର ବିଧବା ବୁଢୀମା’। ଚମ୍ପୁଆ ବ୍ଲକ ଗୁଳୁଦିପଶି ଗ୍ରାମରେ ଜନସେବା ସଙ୍ଗଠନର ଗାଁକୁ ଚାଲ ପରିପ୍ରେକ୍ଷୀରେ ଉକ୍ତ ଘଟଣା ପଦାକୁ ଆସିଛି। ସଙ୍ଗଠନର ସମ୍ପାଦକ ମହେନ୍ଦ୍ର କୁମାର ଗିରିଙ୍କ ସମେତ ୯ ଜଣ ସଭ୍ୟ ବୁଢୀମା ପାର୍ବତୀ ମୁଣ୍ଡା ପାଖରେ ପହଞ୍ଚି ଥିଲେ। ତାଙ୍କର ଦୁଃଖ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବେ ବୋଲି ସଙ୍ଗଠନର ସମ୍ପାଦକ ପ୍ରତିଶ୍ରୁତି ଦେଇଛନ୍ତି। 

ପତ୍ନୀ ହତ୍ୟାକାରୀଙ୍କୁ  ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

 ବାରିପଦା ଅଫିସ,୨୦।୧୧- ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଦୌରା ଜଜ(୧) ସମର ବିଳାସ ବେହେରା ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ୧୫ ହଜାର ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି।  ଜରିମାନା ନ ଦେଲେ ୯ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି  ରାୟରେ ଉଲ୍ଲେଖ ଅଛି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଡମ୍ବଡହର ଗ୍ରାମର ରମେଶଚନ୍ଦ୍ର ମହାନ୍ତଙ୍କ ଝିଅ ରମଣୀ ମହାନ୍ତ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପଳାସ ଗ୍ରାମର ଜଗଦୀଶ ମହାନ୍ତଙ୍କୁ ୨୦୦୮ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ୬ମାସ ପରେ ଅଧିକ ଯୌତୁକ ଦାବିରେ ରମଣୀଙ୍କୁ ତାଙ୍କ ସ୍ବାମୀ ଜଗଦୀଶଙ୍କ ସମେତ ଶାଶୁ ଓ ଶ୍ୱଶୁର  ନିର୍ଯାତନା  ଦେଉଥିଲେ।  

ପଞ୍ଚକରେ ଜଗନ୍ନାଥଙ୍କର ସୁନାବେଶ

ପଞ୍ଚକରେ ଜଗନ୍ନାଥଙ୍କର ସୁନାବେଶ

ବାଲିଆପାଳ, ୨୦।୧୧(ଡି.ଏନ.ଏ.)-ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଅନୁଭବର ଠାକୁର। ତାଙ୍କୁ ଆମେ ଯେତେ ଅନୁଭବ କରୁ ତାଙ୍କ ପ୍ରତି ସେତେ ବିଶ୍ୱାସ ବଢ଼ି ବଢ଼ି ଯାଏ। ଏମିତି କୌଣସି ଦେଶ ନାହିଁ ଯେଉଁଠାରେ ତିନି ଠାକୁର ପୂଜା ପାଉ ନାହାନ୍ତି। ଏଣୁ ମହାପ୍ରଭୁଙ୍କର କୌଣସି ପ୍ରଚାର, ପ୍ରସାରର ଆବଶ୍ୟକତା ନାହିଁ । କେବଳ ଅନୁଭବ ଓ ଚେତନାର ଆବଶ୍ୟକତା ଅଛି ବୋଲି ବାଲିଆପାଳ ବ୍ଲକ ପାକମୁଡ଼ି ଗ୍ରାମରେ ପବିତ୍ର ପଞ୍ଚକ ଓ ରାହାସ ପୂର୍ଣ୍ଣିମା ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ସୁନାବେଶ ଏବଂ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ପ୍ରବଚକ ଅଧ୍ୟାପକ ଡ. ସତୀଶଚନ୍ଦ୍ର ପଣ୍ଡା କହିଛନ୍ତି। 

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ରୂପ୍‌ସା, ୨୦।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ପୋଲିସ କାର୍ତ୍ତିକ ମହାନ୍ତି ନାମକ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। କାର୍ତ୍ତିକ ପଡ଼ୋଶୀ ରାଧାଗୋବିନ୍ଦ ଦାସଙ୍କ ଘରର ଆଜବେଷ୍ଟସ୍‌ ଭଙ୍ଗାରୁଜା କରିବା ସହ ଗାଳିଗୁଲଜ କରି ହତ୍ୟା ଧମକ ନେଇ ଏକ ମାମଲା (ନଂ. ୮୭/୧୮) ରୁଜୁ ହୋଇଥିଲା। ଅପରପକ୍ଷରେ କାର୍ତ୍ତିକଙ୍କ ପନତ୍ୀ ଶାନ୍ତିଲତାଙ୍କୁ ରାଧାଗୋବିନ୍ଦ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। 

ଧାନରେ ରୋଗପୋକ: ଦତନ୍ତ ପାଇଁ ଭାଜପାର ଦାବିପତ୍ର

ଧାନରେ ରୋଗପୋକ: ଦତନ୍ତ ପାଇଁ ଭାଜପାର ଦାବିପତ୍ର

ସିମୁଳିଆ,୨୦।୧୧(ଡି.ଏନ.ଏ.)-ରୋଗପୋକ ଯୋଗୁ ସିମୁଳିଆ ବ୍ଲକର ୨୨ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ସୋମବାର ଦଳୀୟ ଭାଜପା ପକ୍ଷରୁ ଏକ ଦାବିପତ୍ର କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀଙ୍କୁ ପ୍ରଦାନ କରାଯାଇଛି  । 

ମୋବାଇଲ ଦୋକାନରୁ ଚୋରି ଘଟଣା: ୮  କୋର୍ଟ ଚାଲାଣ

ମୋବାଇଲ ଦୋକାନରୁ ଚୋରି ଘଟଣା: ୮ କୋର୍ଟ ଚାଲାଣ

ଠାକୁରମୁଣ୍ଡା:୨୦।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାରରେ ଥିବା ମୋବାଇଲ ଦେକାନରୁ ଗତ ଅକ୍ଟୋବର ମାସ ୨୮ ତାରିଖ ବିଳମ୍ବିତ ରାତିରେ ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଠାକୁରମୁଣ୍ଡା ଥାନା ପୋଲିସ  ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ରାଜନୈତିକ ଗୋଷ୍ଠୀ ସଂଘର୍ଷ: ୮ ଗିରଫ

ରାଜନୈତିକ ଗୋଷ୍ଠୀ ସଂଘର୍ଷ: ୮ ଗିରଫ

ଚାନ୍ଦବାଲି, ୨୦।୧୧(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମପଞ୍ଚାୟତ ବୁରୁଜାଇ ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇଟି ପରସ୍ପର ବିରୋଧୀ ମାମଲା ରୁଜୁ ହୋଇଛି। ସୋମବାର ସନ୍ଧ୍ୟାରେ ରାଜନୈତିକ ଆକ୍ଷେପ କାରଣରୁ ବଚସା ଓ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ଭଣ୍ଡାରିପୋଖରୀ,୨୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରେଞ୍ଜ ଅଧୀନ ବନ୍ତ ବ୍ଲକର ପ୍ରଧାନପଡ଼ା ରାସ୍ତାରୁ ବେଆଇନ ଚାଲାଣ କାଠଗଣ୍ଡି ମିନିଟ୍ରକକୁ ବନ ବିଭାଗ ପକ୍ଷରୁ ସୋମବାର ରାତିରେ ଜବତ କରାଯାଇଛି।

ପିକ୍‌ଅପ୍‌ ଧକ୍କାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଭାଙ୍ଗିଲା

ପିକ୍‌ଅପ୍‌ ଧକ୍କାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଭାଙ୍ଗିଲା

ବାସୁଦେବପୁର, ୨୦।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଏ.ବି ହାଇସ୍କୁଲ ଛକରେ ବିଦ୍ୟୁତ ବିଭାଗ ପକ୍ଷରୁ ବସାଯାଇଥିବା ଏକ ଟ୍ରାନ୍ସଫର୍ମରକୁ ଗୋଟିଏ ଚିଙ୍ଗୁଡି ବୋଝେଇ ପିକ୍‌ଅପ୍‌ ଧକ୍କ୍‌ା ଦେବା ଫଳରେ ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ଭାଙ୍ଗିପଡିଛି।