ବାଣିଜ୍ୟ |

ଅଫ୍‌ଲାଇନ ବଜାରରେ ସ୍ଥିତି ସୁଦୃଢ କରିବ ମୋବିଷ୍ଟାର

ଅଫ୍‌ଲାଇନ ବଜାରରେ ସ୍ଥିତି ସୁଦୃଢ କରିବ ମୋବିଷ୍ଟାର
ଗ୍ରାହକଙ୍କ ଚାହିଦାରେ ଦ୍ରୁତ ପରିବର୍ତ୍ତନ ଆସିଛି। ସେଲ୍‌ଫି ଫିଚର ରହିଥିବା ଫୋନଗୁଡିକୁ ନେଇ ଏବେ ଚାରିଆଡେ କ୍ରେଜ୍‌। ଏହାକୁ ନଜରରେ ରଖି ବଜାରର ପ୍ରମୁଖ ସ୍ମାର୍ଟଫୋନ କମ୍ପାନୀଗୁଡିକ ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଉନ୍ନତ ସେଲ୍‌ଫି ଫୋନ ଗ୍ରାହକଙ୍କୁ ଯୋଗାଣ ନେଇ କମ୍ପାନୀଗୁଡିକ ପ୍ରାଥମିକତା ଦେଉଛନ୍ତି। ସୁଲଭ ମୂଲ୍ୟରେ ଭଲ ପ୍ରଡକ୍ଟ ପ୍ରଦାନ ପାଇଁ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢିଛି। ଏହି ଧାରାରେ ସାମିଲ ହୋଇଛି ଭିଏତନାମ ଭିତ୍ତିକ ସ୍ମାର୍ଟଫୋନ କମ୍ପାନୀ ମୋବିଷ୍ଟାର। ସ୍ଥାନୀୟ ଏକ ହୋଟେଲରେ ଏହାର ନୂଆ ମଡେଲଗୁଡିକୁ ବଜାର ପ୍ରବେଶ କରାଇବା ଅବସରରେ ମୋବିଷ୍ଟାର ସିଇଓ କାର୍ଲ ଙ୍ଗୋ ଧରିତ୍ରୀକୁ ଦେଇଥିବା ସାକ୍ଷାତକାର...
୧-ଭାରତୀୟ ସ୍ମାର୍ଟଫୋନ ବଜାରକୁ କେମିତି ଦେଖୁଛନ୍ତି?
- ଭାରତର ଆମ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସ୍ମାର୍ଟଫୋନ ବଜାର । ବିଶ୍ୱର ଏକ ପ୍ରମୁଖ ସ୍ମାର୍ଟଫୋନ ବଜାର ହୋଇଥିବାରୁ ଏଠାରେ ଅନେକ କମ୍ପାନି ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ଧାରାରେ ଆମେ ୫ ନୂଆ ସେଲଫି ଭିତ୍ତିକ ପ୍ରଡକ୍ଟକୁ ବଜାର ପ୍ରବେଶ କରାଇଛୁ। ମୋଟ ସ୍ମାର୍ଟଫୋନ ବିକ୍ରିର ୭୦% ବର୍ତ୍ତମାନ ଅଫ୍‌ଲାଇନରେ ବିକ୍ରି ହେଉଛି। ଏହା ଆମ ଲାଗି ଏକ ସୁଯୋଗ। ଅଫ୍‌ଲାଇନରେ ସ୍ଥିତି ଦୃଢୀକରଣ ନେଇ ଯୋଜନା ଧାର୍ଯ୍ୟ କରିଛୁ। ସେହିଭଳି ବିକ୍ରି ହେଉଥିବା ମୋଟ୍‌ ସ୍ମାର୍ଟଫୋନର ପ୍ରାୟ ୫୦% ଗ୍ରାହକ ୧୦ ହଜାର ବର୍ଗରେ ପ୍ରଡକ୍ଟକୁ ଚୟନ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଆମେ ସୁଲଭ ମୂଲ୍ୟରେ ସେଲ୍‌ଫି ଫୋନ ବଜାରକୁ ଆଣିଛୁ। ଏହାବାଦ ଗ୍ରାହକଙ୍କ ମଧ୍ୟରେ ସେଲ୍‌ଫି ଫୋନ୍‌ ଚାହିଦା ବଢିଥିବାରୁ ଏହାକୁ ନେଇ ଫୋନଗୁଡିକ ପ୍ରସ୍ତୁତ ହୋଇଛି। ସୁଲଭ ମୂଲ୍ୟଯୁକ୍ତ ମଡେଲଗୁଡିକ ଗ୍ରାହକଙ୍କୁ ଉନ୍ନତ ସେଲଫି ଅଭିଜ୍ଞତା ପ୍ରଦାନ ଦିଗରେ ସହାୟକ ହେବ। ଏହା  ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ବୋଲି ଆଶା।  
୨- ମୋବିଷ୍ଟାର ପ୍ରଡକ୍ଟ ସମ୍ପର୍କରେ କ’ଣ କହିବେ?
- ଆମେ ଗ୍ରାହକଙ୍କ ପ୍ରକୃତ ଆବଶ୍ୟକତାକୁ ବୁଝିଛୁ। ‘ଏନ୍‌ଜଏ ମୋର’ ମୂଳମନ୍ତ୍ରକୁ ନେଇ ଆଗକୁ ବଢୁଛୁ। ଭାଲ୍ୟୁ ଫର୍‌ ମନି, ଉନ୍ନତ ୟୁଜର ଅଭିଜ୍ଞତା , ଗ୍ରାହକ ସନ୍ତୁଷ୍ଟି ନେଇ ବିଭିନ୍ନ ପଦକ୍ଷେପ ନେଇଛୁ। ଏହି ଧାରାରେ ଆମର ପ୍ରଡକ୍ଟଗୁଡିକ ଡିଜାଇନ ହୋଇଛି। ଉନ୍ନତ ଉତ୍ପାଦ ଯୋଗାଣ ନେଇ ପ୍ରତିଶୃତିବଦ୍ଧ ରହିଛୁ। ଏଠାରେ ୨୦୦ ସହରର ୬୦୦ ଡିଷ୍ଟ୍ରିବ୍ୟୁଟରଙ୍କ ସହ ଯୋଡି ହେବାକୁ ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୨୦ ରାଜ୍ୟର ୪୫୦ ଡିଷ୍ଟ୍ରିବ୍ୟୁଟରଙ୍କ ସହ ଯୋଡି ହୋଇଛୁ। ସେହିଭଳି ୧୦୦୦ ସର୍ଭିସ ସେଣ୍ଟର ଦ୍ୱାରା ସେବା ଯୋଗାଣ ଯୋଜନା କରିଛୁ।
୩- ଓଡିଶା ବଜାରକୁ ନେଇ କ’ଣ ଯୋଜନା ରହିଛି?
- ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ଓଡିଶା ଉପରେ ଆମେ ବିଶେଷ ଭାବେ ଫୋକସ୍‌ କରିଛୁ। ୨୧ ଡିଷ୍ଟ୍ରବ୍ୟୁଟର ଓ ୧୫୦୦ ରିଟେଲ ଆଉଟଲେଟରେ ମୋବିଷ୍ଟାରର ସ୍ମାର୍ଟଫୋନଗୁଡିକ ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଉଛି। ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ୨୬ ସର୍ଭିସ ସେଣ୍ଟର ଦ୍ୱାରା ସେବା ପ୍ରଦାନ ଲକ୍ଷ୍ୟ ରହିଛି। ଗ୍ରାହକଙ୍କୁ ଷ୍ଟୋରଗୁଡିକରେ ଉନ୍ନତ କ୍ରୟ ଅଭିଜ୍ଞତା ପ୍ରଦାନ ନେଇ ଯତ୍ନବାନ ରହିଛୁ। ସେହିଭଳି ସେମାନଙ୍କ ଚାହିଦା ପରିପୂରଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 
୪- ଘରୋଇ ବଜାରରେ ମାନୁଫାକଚରିଂ ଲାଗି କିଛି ବ୍ୟବସ୍ଥା କରିଛନ୍ତି କି?
- ଘରୋଇ ବଜାରରେ ଆମର ନିଜସ୍ବ ମାନୁଫାକଚରିଂ ୟୁନିଟ୍‌ ନାହିଁ। ବର୍ତ୍ତମାନ ଆମେ ନୋଏଡାଠାରେ ଏକ ଷ୍ଟ୍ରାଟେଜିକ ପାର୍ଟନର ସହ ଚୁକ୍ତି କରିଛୁ। ସେଠାରେ ମୋବିଷ୍ଟାର ଫୋନଗୁଡିକ ପ୍ରସ୍ତୁତ ହେଉଛି।
୫- ଅନ୍‌ଲାଇନ ସ୍ମାର୍ଟଫୋନ ବଜାର ବୃଦ୍ଧି ନେଇ କ’ଣ ମତ ଦେବେ?
- ଅନ୍‌ଲାଇନ୍‌ ବଜାର ବୃଦ୍ଧି ପରିଲକ୍ଷିତ ହେଉଛି। ମାତ୍ର ଏବେ ମଧ୍ୟ ଅଫ୍‌ଲାଇନ ବଜାର ପ୍ରମୁଖ ସ୍ଥାନରେ ରହିଛି। ଏଠାରେ ଅନ୍‌ଲାଇନର ବଜାର ଅଂଶ ୩୦% ରହିଛି। ଏହାକୁ ଧ୍ୟାନରେ ରଖି ଫ୍ଲିପକାର୍ଟ ସହ ଚୁକ୍ତିରେ ସାମିଲ ହୋଇଛୁ।

All Right Reserved By

ବାଣିଜ୍ୟ |

ସେବି ନିର୍ଦ୍ଦେଶ ବିରୋଧରେ ପ୍ରତିକ୍ରିୟା ରଖିଲା ସାହାରା

ସେବି ନିର୍ଦ୍ଦେଶ ବିରୋଧରେ ପ୍ରତିକ୍ରିୟା ରଖିଲା ସାହାରା

ନୂଆଦିଲୀ,୧୮-୧୧: ନିକଟରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ସାହାରାକୁ ନିବେଶକଙ୍କ ୧୪,୦୦୦ କୋଟି ଟଙ୍କା ୧୫% ସୁଧ ସହ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଗ୍ରୁପ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେବି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରାକୃତିକ ଆଇନ ବିରୋଧି ବୋଲି ଗ୍ରୁପ ପ୍ରକାଶ କରିଛି। ନିଷ୍ପତ୍ତି ନେବା ବେଳେ ସେବି ମାତ୍ର କିଛି ସ୍ଥିତିକୁ ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛି। 

ଶୀତ ଅଧିବେଶନରେ ଆସିବ ଜିଏସ୍‌ଟିର ସିଏଜି ଅଡିଟ୍‌

ଶୀତ ଅଧିବେଶନରେ ଆସିବ ଜିଏସ୍‌ଟିର ସିଏଜି ଅଡିଟ୍‌

ନୂଆଦିଲ୍ଲୀ,୧୯-୧୧: ଆସନ୍ତା ଶୀତ ଅଧିବେଶରେ ସିଏଜିଙ୍କ ଦ୍ୱାରା ହୋଇଥିବା ଜିଏସ୍‌ଟିର ପ୍ରଦର୍ଶନ ଅଡିଟ୍‌ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି। ଗତବର୍ଷ ଜୁଲାଇ ପହିଲାରେ ଲାଗୁ ହୋଇଥିବା ଜିଏସ୍‌ଟିର ପ୍ରଦର୍ଶନ ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ୍‌ ଆରମ୍ଭ କରିଛନ୍ତି।

ଫେରିବ ଫ୍ଲେକ୍ସି ଫେୟାର ବ୍ୟବସ୍ଥା;ଆସନ୍ତାବର୍ଷ ମାର୍ଚ୍ଚ ୧୫ରୁ ହେବ ଲାଗୁ

ଫେରିବ ଫ୍ଲେକ୍ସି ଫେୟାର ବ୍ୟବସ୍ଥା;ଆସନ୍ତାବର୍ଷ ମାର୍ଚ୍ଚ ୧୫ରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯-୧୧: ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରିମିୟମ ଟ୍ରେନଗୁଡିକ ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ୧୫ରୁ ପୁନର୍ବାର ଫ୍ଲେକ୍ସି ଫେୟାର ବ୍ୟବସ୍ଥା ଲାଗୁ କରାଯିବ। ଏ ସଂକ୍ରାନ୍ତରେ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ସଫ୍ଟଓ୍ବେର କାର୍ଯ୍ୟକାରୀ କରାଯାଇଛି। 

ଆର୍‌ବିଆଇର ୯ ଲକ୍ଷ କୋଟି କବ୍ଜା କରିବାକୁ ହେଉଛି ଉଦ୍ୟମ : ଚିଦାମ୍ବରମ

ଆର୍‌ବିଆଇର ୯ ଲକ୍ଷ କୋଟି କବ୍ଜା କରିବାକୁ ହେଉଛି ଉଦ୍ୟମ : ଚିଦାମ୍ବରମ

ନୂଆଦିଲ୍ଲୀ,୧୯-୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ୯ ଲକ୍ଷ କୋଟି ଟଙ୍କାକୁ କବ୍ଜା କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଅପରିବର୍ତ୍ତିତ ରଖିବାକୁ ପାନଗାରିୟାଙ୍କ ପରାମର୍ଶ

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଅପରିବର୍ତ୍ତିତ ରଖିବାକୁ ପାନଗାରିୟାଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ଅପରିବର୍ତ୍ତିତ ରଖିବା ଉଚିତ ବୋଲି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ପରାମର୍ଶ ଦେଇଛନ୍ତି। ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟରେ କାଏମ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆର୍‌ବିଆଇ ବୋର୍ଡ ବୈଠକ ଆଜି; ସରକାର ସମର୍ଥୀତ ସଦସ୍ୟଙ୍କ ଉପରେ ନଜର

ଆର୍‌ବିଆଇ ବୋର୍ଡ ବୈଠକ ଆଜି; ସରକାର ସମର୍ଥୀତ ସଦସ୍ୟଙ୍କ ଉପରେ ନଜର

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାରଙ୍କ ସହ ମତଭେଦ ପଦାକୁ ଆସିବା ପରେ ସୋମବାର ରିଜର୍ଭ ବ୍ୟାଙ୍କର ବହୁଚର୍ଚ୍ଚିତ ବୋର୍ଡ ବୈଠକ ପ୍ରଥମଥର ବସିବାକୁ ଯାଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପାଇଁ ପ୍ରମ୍ଟ କରେକ୍ଟିଭ ଆକ୍ସନ(ପିସିଏ) ବା ତ୍ୱରିତ୍‌ ସୁଧାର ପଦକ୍ଷେପ, ସୁକ୍ଷ୍ମ,ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କୁ ଋଣ ପ୍ରଦାନ ସର୍ତ୍ତକୁ କୋହଳ କରିବା ତଥା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି)ଙ୍କ ନଗଦ ସଙ୍କଟ ଦୂର କରିବା ନେଇ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।

ପିଏସ୍‌ୟୁରେ ଡାଇରେକ୍ଟର ନିଯୁକ୍ତି; ପିଇଏସ୍‌ବିର ଭୂମିକା ହ୍ରାସ ପାଇଲା

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ନିଜେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଚୟନ କରିପାରିବେ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ସ୍ବାଧୀନତା ଦେଇଛନ୍ତି। 

ସେଣ୍ଟ୍ରାଲ ବ୍ୟାଙ୍କ ଅଫିସର୍ସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ;ବିକାଶରେ ସହଭାଗୀ ହୁଅନ୍ତୁ ବ୍ୟାଙ୍କ

ଭୁବନେଶ୍ୱର,୧୯। ୧୧:ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ରାଜ୍ୟର ବିକାଶରେ ସହଭାଗୀ ହେବାକୁ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ବ୍ୟାଙ୍କଗୁଡିକୁ ଆହ୍ବାନ ଦେଇଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓଡିଶା ଅଫିସର୍ସ ସଂଘ (ସିବିଓଏ) ଦ୍ୱିବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ବେହେରା ବ୍ୟାଙ୍କଗୁଡିକୁ ଏଭଳି ଆହ୍ବାନ ଦେଇଛନ୍ତି।

ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରରେ ନୂତନ ବ୍ଲକ ଉଦଘାଟିତ

ଭୁବନେଶ୍ୱର,୧୯।୧୧: ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ନୂତନ ବ୍ଲକ ଉଦ୍‌ଘାଟିତ ହୋଇ ଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ, ଅତିରିକ୍ତ ମହାପ୍ରବନ୍ଧକ ରାଜିବ ଶର୍ମା, ପ୍ରମୁଖ ଚିକିତ୍ସା ନିର୍ଦ୍ଦେଶକ ଡ.ଶୁକାନ୍ତ କୁମାର ମହାନ୍ତି, ଖୋର୍ଦ୍ଧା ରୋଡ ମଣ୍ଡଳର ପ୍ରବନ୍ଧକ ବ୍ରିଜ ମୋହନ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ରହି ଏହି ବ୍ଲକକୁ ଉଦଘାଟନ କରିଛନ୍ତି। 

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଦିନକୁ ଦିନ ସ୍ମାର୍ଟଫୋନ୍‌ଗୁଡିକରେ ଆସୁଛି ବିଭିନ୍ନ ଲାଟେଷ୍ଟ ଫିଚର୍‌। ଯାହା ମଧ୍ୟରେ ବର୍ତ୍ତମାନ ଡୁଆଲ୍‌ ବ୍ୟାକ୍‌ କ୍ୟାମେରାର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଫଟୋଗ୍ରାଫିରେ ରୁଚି ରଖୁଥିବା ହେଉ ଅବା ବିଭିନ୍ନ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଥିବା  ଯୁବପିଢିଙ୍କ ଲାଗି  ଏହା ପାଲଟିଛି ପ୍ରଥମ ପସନ୍ଦ... 

ଭିତ୍ତିଭୂମି ପ୍ରକଳ୍ପକୁ ଋଣ ଦେଉନି ଆରବିଆଇ: ଗଡକରୀ

ଭିତ୍ତିଭୂମି ପ୍ରକଳ୍ପକୁ ଋଣ ଦେଉନି ଆରବିଆଇ: ଗଡକରୀ

ନୂଆଦିଲ୍ଲୀ,୧୮-୧୧: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଇନଫ୍ରା ଷ୍ଟ୍ରକ୍‌ଚର ପ୍ରକଳ୍ପକୁ ଅର୍ଥ ଦେଉନାହିଁ। ଏହା ସର୍ବଦା ବାଧକ ସାଜୁଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଅଭିଯୋଗ କରିଛନ୍ତି। 

ଅଜୟ ଭୁଷଣ ପାଣ୍ଡେ ରାଜସ୍ବ ସଚିବ

ଅଜୟ ଭୁଷଣ ପାଣ୍ଡେ ରାଜସ୍ବ ସଚିବ

ନୂଆଦିଲ୍ଲୀ,୧୮-୧୧: ଚଳିତ ମାସ ୩୦ରେ ରାଜସ୍ବ ସଚିବ ପଦରୁ ହସମୁଖ ଆଧିଆ ଅବସର ଗ୍ରହଣ କରିବାକୁ ଯାଉଛନ୍ତି।