ବ୍ରହ୍ମପୁର

ଶାହା ହୋଇଛନ୍ତି ଠିକା ଅଧ୍ୟାପକ

ଶାହା ହୋଇଛନ୍ତି ଠିକା ଅଧ୍ୟାପକ
ବ୍ରହ୍ମପୁର ଅଫିସ୍‌,୧୨ା୯- ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ । ଯେଉଁ ମହାବିଦ୍ୟାଳୟରୁ ଏକଦା ମେଧାବୀ ଛାତ୍ରୀଛାତ୍ର ବାହାରୁଥିଲେ, ସେହି ମହାବିଦ୍ୟାଳୟରେ ଏବେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ପାଠ ପଢ଼ାଇବା ପାଇଁ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ୫୦ଜଣ ନିୟମିତ ଅଧ୍ୟାପକଙ୍କର ଆବଶ୍ୟକତା ଥିବା ବେଳେ ମାତ୍ର ୨୦ଜଣ ଅଛନ୍ତି। ବଳକା ସବୁ ଠିକା ଅଧ୍ୟାପକ ା ସମାଲୋଚନାରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଠିକାରେ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ ନିୟମିତ ବ୍ୟବଧାନରେ ଏହି ଠିକା ଅଧ୍ୟାପକମାନେ ବଦଳୁ ଥିବା ଯୋଗୁ ପାଠ ପଢ଼ା  ବ୍ୟାହତ ହେବାରେ ଲାଗିଛି। ଗତ କିଛିବର୍ଷ ହେଲା ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ନିମ୍ନମାନର ରହିଛି ।
ଉଭୟ ଯୁକ୍ତ ୨ ଏବଂ ଡିଗ୍ରୀ ଶ୍ରେଣୀର ବିଭିନ୍ନ ବିଭାଗରେ ନିୟମିତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ସୂଚନା ଅନୁଯାୟୀ, ଯୁକ୍ତ ୩ ବାଣିଜ୍ୟ ବିଭାଗ ପାଇଁ ୪ ଅଧ୍ୟାପକଙ୍କର ଆବଶ୍ୟକତା ରହିଛି। କିନ୍ତୁ ମାତ୍ର ଜଣେ ନିୟମିତ ଅଧ୍ୟାପକ ରହିଛନ୍ତି । ବଳକା ୩ ପଦବୀରେ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । କେବଳ ବାଣିଜ୍ୟ ନୁହଁ, ସବୁ ବିଭାଗରେ ଏହି ଅବସ୍ଥା। ଅର୍ଥନୀତି ବିଭାଗ ପାଇଁ ୪ ଅଧ୍ୟାପକ ମଞ୍ଜୁର ହୋଇଥିବା ବେଳେ ଜଣେ ମଧ୍ୟ ନିୟମିତ ଅଧ୍ୟାପକ ନାହାନ୍ତି। ସେହି ସ୍ଥାନରେ ୪ଜଣ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଇଂଲିଶ, ଇତିହାସ, ରାଜନୀତି ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପାଇଁ ୩ଜଣ ଲେଖାଏ ଅଧ୍ୟାପକ ପଦବୀ ମଞ୍ଜୁର ହୋଇଛି। ହେଲେ ଏହି ସମସ୍ତ ବିଭାଗରେ ମାତ୍ର ଜଣେ ଲେଖାଏ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି। ବଳକା ୨ ପଦବୀରେ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଗଣିତ ଏବଂ ଓଡ଼ିଆ ବିଭାଗ ପାଇଁ ୩ଜଣ ଲେଖାଏ ଅଧ୍ୟାପକ ପଦବୀ ମଞ୍ଜୁର ହୋଇଛି । ହେଲେ ଜଣେ ମଧ୍ୟ ନିୟମିତ ଅଧ୍ୟାପକ ନାହାନ୍ତି । ସମସ୍ତ ୩ଟି ଯାକ ପଦବୀରେ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ପାଇଁ ଦୁଇଟି ଲେଖାଏ ଅଧ୍ୟାପକ ପଦବୀ ମଞ୍ଜୁର ହୋଇଛି । କିନ୍ତୁ ଜଣେ ଲେଖାଏ ଥିବା ବେଳେ ଆଉ ଜଣେ ଲେଖାଏ ଠିକାରେ ନିଯୁକ୍ତି ପାଇଛନ୍ତି। ହିନ୍ଦୀ ଏବଂ ତେଲୁଗୁ ବିଭାଗ ପାଇଁ ଗୋଟିଏ ଲେଖାଏ ଅଧ୍ୟାପକ ପଦବୀ ମଞ୍ଜୁର ହୋଇଛି । କିନ୍ତୁ ଜଣେ ହେଲେ ନିୟମିତ ଅଧ୍ୟାପକ ନାହାନ୍ତି। ଠିକାରେ ନିଯୁକ୍ତି ଦିଆଯାଇଛି। କେବଳ ଦର୍ଶନଶାସ୍ତ୍ର ବିଭାଗରେ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକ ଅଛନ୍ତି। ଗୋଟିଏ ଅଧ୍ୟାପକ ପଦବୀ ମଞ୍ଜୁର ହୋଇଥିବା ବେଳେ ଜଣେ ନିୟମିତ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ।
ଅନ୍ୟପଟେ ଦେଖିବାକୁ ଗଲେ କେବଳ ଯୁକ୍ତ ୩ ଅପେକ୍ଷା ଯୁକ୍ତ ୨ର ଅବସ୍ଥା ସାମାନ୍ୟ ଭଲ । ରସାୟନ ବିଜ୍ଞାନ ଏବଂ ଇଂଲିଶରେ ଦୁଇଟି ଲେଖାଏ ନିୟମିତ ଅଧ୍ୟାପକଙ୍କର ଆବଶ୍ୟକ ଥିବା ବେଳେ ଜଣେ ଲେଖାଏ ନିଯୁକ୍ତି ପାଇଛନ୍ତି। ଆଉ ଜଣେ ଲେଖାଏ ଠିକା ଅଧ୍ୟାପକ ଶିକ୍ଷାଦାନ ଦାୟିତ୍ୱରେ ରହିଛନ୍ତି। ବାଣିଜ୍ୟ ବିଭାଗ ପାଇଁ ୨ଜଣ ନିୟମିତ ଅଧ୍ୟାପକଙ୍କର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଜଣେ । ଆଉ ଜଣଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ଦର୍ଶନଶାସ୍ତ୍ର ବିଭାଗ ପାଇଁ ଜଣେ ନିୟମିତ ଅଧ୍ୟାପକଙ୍କର ଆବଶ୍ୟକତା ଥିବା ବେଳେ କେହି ନ ଥିବା ଯୋଗୁ ଜଣେ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି। ଉଦ୍ଭିଦ ବିଜ୍ଞାନ, ଅର୍ଥନୀତି, ହିନ୍ଦୀ, ଇତିହାସ, ଗଣିତ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ପାଇଁ ଜଣେ ଲେଖାଏ ନିୟମିତ ଅଧ୍ୟାପକ ପଦବୀ ରହିଛି । ଏହି ସମସ୍ତ ବିଭାଗରେ ନିୟମିତ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି ।
ନିୟମିତଙ୍କ ବଦଳରେ ଠିକା ଅଧ୍ୟାପକଙ୍କ ନିଯୁକ୍ତି ଯୋଗୁ ମହାବିଦ୍ୟାଳୟରେ ଶିକ୍ଷାଦାନ ପ୍ରଣାଳୀ ଖରାପ ହେବାରେ ଲାଗିଛି । କମ୍‌ ଅଭିଜ୍ଞତା ଥିବା ଠିକା ଅଧ୍ୟାପକମାନେ ନିଯୁକ୍ତି ପାଇଥିବା ଯୋଗୁ ଶିକ୍ଷାଦାନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଅଳ୍ପ କିଛି ଦିନ ପାଇଁ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଉଛି। ସେମାନଙ୍କ କାର୍ଯ୍ୟକାଳ ସରିଯିବା ପରେ ତାଙ୍କୁ ବିଦା କରାଯାଉଛି। ତାଙ୍କ ସ୍ଥାନରେ ପୁଣିଥରେ ନୂତନ ନିଯୁକ୍ତି ଦିଆଯାଉଛି। ନୂଆ ଠିକା ଅଧ୍ୟାପକମାନେ ଖାପ ଖୁଆଇ ଚଳିବା ବେଳକୁ ସେମାନଙ୍କ  ସମୟ ସରିଯାଉଛି। ପରୀକ୍ଷା ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ କୋର୍ସ ଶେଷ ହେଉନାହିଁ। ଫଳରେ ଘରୋଇ ଟିଉସନ୍‌ ହିଁ ଏକ ମାତ୍ର ମାଧ୍ୟମ ଥିବା କେତେକ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି ।
ଏନେଇ ଅଧ୍ୟକ୍ଷ ଡ. ସୂର୍ଯ୍ୟନାରାୟଣ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, କୌଣସି ବିଭାଗରେ ମଧ୍ୟ ଅଧ୍ୟାପକ ପଦବୀ ଖାଲି ନାହିଁ। ନିୟମିତଙ୍କ ବଦଳରେ ଠିକାଙ୍କୁ ନିଯୁକ୍ତି ଦିଆଯାଇଛି । ଶିକ୍ଷାଦାନରେ କୌଣସି ବ୍ୟାଘାତ ସୃଷ୍ଟି ହେଉନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

All Right Reserved By

ବ୍ରହ୍ମପୁର

ଲକ୍ଷ୍ମୀ ହତ୍ୟା ଘଟଣା, ୫ ଗିରଫ

ଶେରଗଡ,୨୧ା୧୧(ଡି.ଏନ୍‌.ଏ.) -ଶେରଗଡ ବ୍ଲକ କୁରୁଳା-ମିହିରକଣା ରାସ୍ତାରେ ଥିବା ଏକ ପୋଲ ଉପରେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁର ଲକ୍ଷ୍ମୀ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। 

ଚିକିତ୍ସା ଅବହେଳାରୁ ନବଜାତକଙ୍କ ମୃତ୍ୟୁ ଅଭିଯୋଗ

ବାଲିଗୁଡା,୨୧ା୧୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି।

ମୁଖ୍ୟ ସଡକରେ ଗଣ୍ଡଗୋଳ: ଯାନବାହାନ ଚଳାଚଳ ବନ୍ଦ

ଭଞ୍ଜନଗର,୨୧ା୧୧(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ଠାରୁ ୫ ଶହ ମିଟର ଦୂର ମୁଖ୍ୟ ସଡକରେ ଥିବା ପୁରୁଣାବଜାର ସାହି ଛକରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ କାର ଚାଳକ ଓ ବାଇକ୍‌ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ: ୨ ଆହତ, ଜଣେ ଗୁରୁତର

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ: ୨ ଆହତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ୍‌,୨୧ା୧୧-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି| 

ବ୍ରହ୍ମପୁର ଆଇଟିଆଇରେ ଶିଙ୍ଗାପୁରର ୩ ଜଣିଆ ଟିମ୍‌

ବ୍ରହ୍ମପୁର ଆଇଟିଆଇରେ ଶିଙ୍ଗାପୁରର ୩ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ,୨୧ା୧୧-ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତାର ବିକାଶ ପାଇଁ   ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ବ୍ରହ୍ମପୁର ଆଇଟିଆଇ ଖ୍ୟାତି ଅର୍ଜନ କରିଛି| 

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ବ୍ରହ୍ମପୁର ଅଫିସ,୨୧ା୧୧-ଗଞ୍ଜାମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । 

ପ୍ରତିଭା ଥାଇ ମିଳୁନି ସୁଯୋଗ

ପ୍ରତିଭା ଥାଇ ମିଳୁନି ସୁଯୋଗ

ବ୍ରହ୍ମପୁର ଅଫିସ,୨୧ା୧୧-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ପ୍ରତିଭା ଥାଇ ମଧ୍ୟ ଅନେକ ଛାତ୍ରୀଛାତ୍ର କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଅଂଶ ଗ୍ରହଣରୁ ବଞ୍ଚିତ ହେଉଛନ୍ତି । 

୨୨ରେ ଆରମ୍ଭ ହେବ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ

୨୨ରେ ଆରମ୍ଭ ହେବ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ

ବ୍ରହ୍ମପୁର ଅଫିସ,୨୧ା୧୧-ସହରୀ ଗ୍ୟାସ୍‌ ବିତରଣ (ସିଜିଡି) ପ୍ରକଳ୍ପର ନବମ ବିଡିଙ୍ଗ୍‌ ରାଉଣ୍ଡ ଅଧୀନରେ ଓଡ଼ିଶାର ୧୭ ଜିଲାରେ ସିଜିଡ଼ିର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦଶମ ସିଜିଡି ବିଡିଙ୍ଗ୍‌ ରାଉଣ୍ଟର ଶୁଭାରମ୍ଭ ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହେବ । 

ଛୁରା ମାଡରେ ଯୁବକ ଗୁରୁତର

ଛୁରା ମାଡରେ ଯୁବକ ଗୁରୁତର

ଆସିକା,୨୧।୧୧(ଡି.ଏନ୍‌.ଏ.)- ଆସିକା ଏନ୍‌ଏସିର ଲାଲା ଗୋର୍ଜି ଛକ ଠାରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୨ଟାରେ ଛୁରା ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଶିଲୁ ସ୍ବାଇଁ। ତାଙ୍କ ଘର ମଥୁରା ଓ ସେ ଆସିକା ପାକଲାପଲ୍ଲୀରେ ରହୁଥିଲେ। ଶିଲୁଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଏହି ଛୁରାମାଡ ହେଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସାମାନ୍ୟ ବଚସାରୁ ଏଭଳି ହୋଇଥିବା କୁହାଯାଉଛି।

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ହିଞ୍ଜିଳିକାଟୁ,୨୦।୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କଅଁରଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ରାଜସ୍ବ କର୍ମଚାରୀମାନଙ୍କ ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ କରୁଥିବା ୧୨ ଟି ଟ୍ରକ ଓ ଟ୍ରାକ୍ଟର ଜବତ କରାଯାଇଥିଲା। ଜବତ ଗାଡି ମାଲିକମାନଙ୍କ ଠାରୁ ଜରିମାନା ବାବଦକୁ ୧ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି।

ଜିଲାପାଳଙ୍କ ବଦଳରେ ଏଡିଏମ୍‌ ଶୁଣିଲେ ଅଭିଯୋଗ

ଭଞ୍ଜନଗର,୨୦।୧୧(ଡି.ଏନ.ଏ.)-ପ୍ରତ୍ୟେକ ମାସ ତୃତୀୟ ସୋମବାର (କାର୍ଯ୍ୟଦିବସ) ଦିନ ଗଞ୍ଜାମ ଜିଲାପାଳ ଭଞ୍ଜନଗର ଠାରେ ଉପଖଣ୍ଡ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥାନ୍ତି। ଏଥର କିନ୍ତୁ ସୋମବାର ବଦଳରେ ମଙ୍ଗଳବାର ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ ବଦଳରେ ଏଡିଏମ୍‌ ବିଜୟ କୁମାର ଦାସ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ୧୮୭ଟି ଅଭିଯୋଗ ଆସିଥିଲା। ସେଥିରୁ ୪ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୮ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା।

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୨୦।୧୧ (ଡି.ଏନ.ଏ.)- ଜଣେ  ୨୩ ବର୍ଷ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚାକିରୀ କରାଇଦେବା ଏବଂ ରୋଜଗାର ବୃଦ୍ଧିର ଲୋଭ ଦେଖାଇ ବାରମ୍ବାର ବଳାତ୍କାର କରାଯାଇଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛିା