ବ୍ରହ୍ମପୁର

ପରିମଳ, ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ

ପରିମଳ, ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ
ବ୍ରହ୍ମପୁର ଅଫିସ,୧୨ା୯-ବ୍ରହ୍ମପୁର ମହାନଗର ନିଗମ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗତ ୩୧ତାରିଖ ସ୍ବାୟତ୍ତଶାସନ ଦିବସ ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଦୁଇଟି ପ୍ରକଳ୍ପ ଉପରେ ବୈଠକରେ ଆଲୋଚନା ହୋଇଥିଲା।  ସ୍ବାୟତ୍ତଶାସନ ଦିବସରେ ଭତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ ସ୍ଥାପନ ନେଇ ପଥ ପରିସ୍କାର ହୋଇଛି। ଏନେଇ ନିର୍ଦ୍ଧାରିତ ହୋଇଥିବା ୭ ସ୍ଥାନରେ ଏହି ଡଷ୍ଟବିନ ସ୍ଥାପନ କରାଯିବ। ନଭେମ୍ବର ୧୪ ମଧ୍ୟରେ ସମସ୍ତ ସ୍ଥାନରେ ଡଷ୍ଟବିନ ସ୍ଥାପନ କାର୍ଯ୍ୟ ଶେଷ ହେବ। ପ୍ରତି ଡଷ୍ଟବିନର ଧାରଣ କ୍ଷମତା ୨.୫ କ୍ୟୁବିକମିଟର ରହିବ। ଏଥିପାଇଁ ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ଏହାବ୍ୟତୀତ ସହରରେ ଟ୍ରାଫିକ ସମସ୍ୟା ସୁଧାରିବା ଦିଗରେ ବିଏମ୍‌ସି ପକ୍ଷରୁ ଇଣ୍ଟିଗ୍ରେଟେଡ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହେବ। ପ୍ର୍‌ଥମେ ପାଇଲଟ ବେସିସରେ ଟାଟାବେଞ୍ଜ, କୋର୍ଟପେଟା, କମପଲ୍ଳୀ, ପିଭିଏନ ରାଓ, ଗେଟବଜାର ଅଞ୍ଚଳରେ ସ୍ବୟଂଚାଳିତ ଟ୍ରାଫିକ ଲାଇଟ, ମାର୍କେଟ  ଅଞ୍ଚଳରେ କ୍ୟାମେରା ଓ ଜିପିଏସ ବେସଡ ଭେଇକିଲ ଟ୍ରାକିଂ ସିଷ୍ଟମ ଲଗାଯିବ। ଏଥିପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଗିରିମାର୍କେଟ, ଅର୍ଣ୍ଣପୂର୍ଣ୍ଣା ମାର୍କେଟ, ବଡବଜାର, ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ ପ୍ରଭୃତି ସ୍ଥାନକୁ ନୋ ପାର୍କିଂ ଜୋନ୍‌୍‌ ଭାବେ ଘୋଷଣା କରାଯିବ। ଏଥିପାଇଁ  ଆମ ପୋଲିସ ଓ ଆରଟିଓ ସହ ଆଲୋଚନା କରାଯାଇ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଟ୍ରାଫିକ ନିୟମ ଭାଙ୍ଗିଲେ ଆରଟିଓ ଚାଲାଣ ସହ ବିଏମ୍‌ସିର ବାଇ-ଲ ଅନୁଯାୟୀ ନିର୍ଦ୍ଧାରିତ ଫାଇନ ମିଶାଇ ଦେବାକୁ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରିତ ଦେୟ ଓ ବାଇ-ଲକୁ ଲୋକଙ୍କ ଅବଗତ ପାଇଁ ପ୍ରକାଶ କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରିତ ଦେୟ ତଥା ଟ୍ର୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଜାରି କରାଯାଇଥିବା ନିୟମ ବିରୋଧରେ କିଛି ଅଭିଯୋଗ ଥିଲେ ଜଣାଇପାରିବେ ବୋଲି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଥିଲେ। 
ମେୟର କେ. ମାଧବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  କମିଶନର ରାଠୋର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋକପାତ କରିଥିଲେ। ନିଜର ସ୍ବତନ୍ତ୍ର ପାର୍ର୍କିଂ ପାଇଁ ସମସ୍ତ କଲ୍ୟାଣ ମଣ୍ଡପକୁ ନୋଟିସ ଜାରି କରାଯିବା ୨ମାସ ମଧ୍ୟରେ ନିଜସ୍ବ ପାର୍ର୍କି ଚିହ୍ନଟ ନ କଲେ ମଣ୍ଡପ ସମ୍ମୁଖକୁ ନୋ ପାର୍କିଂ ଜୋନ ଭାବେ ଘୋଷଣା କରାଯିବ ବୋଲି କମିଶନର କହିଥିଲେ। ବିଜୁ ଯୁବ ବାହିନୀ  ନିଗମ ସଂଯୋଜକ ଜେ. ଚନ୍ଦ୍ର ଶେଖର ବିଜୁ ଯୁବ ବାହିନୀ ପକ୍ଷରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୁଁ ହିରୋ କ୍ୟାମ୍ପେନ ଉପରେ  ଆଲୋକପାତ କରିଥିଲେ। ଏହି କ୍ୟାମ୍ପେନ ଓ ବିଜୁ ଯୁବ ବାହିନୀ ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ରାଜ୍ୟବ୍ୟାପୀ ପରିଭ୍ରମଣ କରୁଥିବା କ୍ୟାଣ୍ଟର ଅକ୍ଟେବରରେ ମହାନଗର ଅଞ୍ଚଳରେ ପହଞ୍ଚିବ। ଏହାପୂର୍ବରୁ ପ୍ରତିୱାର୍ଡରେ ୱାର୍ଡ ସଭା ମାଧ୍ୟମରେ ମଁୁ ହିରୋ କ୍ୟାମ୍ପେନ ସମ୍ପର୍କରେ ଅବଗତ କରାଇବା ସହ ଲୁକ୍କାୟିତ  ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ଖୋଜି ବାହାର କରାଯିବା ନେଇ ସେ ସୂଚନା ଦେଇଥିଲେ। ଏନେଇ ପ୍ରତିୱାର୍ଡରେ ଦୁଇଟି ବୈଠକ ଆୟୋଜିତ କରାଯିବାକୁ ସଂଯୋଜନ  ସୂଚନା ଦେଇଥିଲେ। ଟାଟାବେଞ୍ଜଠାରୁ କମାପଲ୍ଳୀ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ  କରାଯିବା ଉପରେ ପଦକ୍ଷେପ ନିଆଯିବାକୁ କର୍ପୋରେଟର ସୁରେନ୍ଦ୍ର ମହାରଣା  ପ୍ରସ୍ତାବ ଦେଇଥିଲେ। ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟ, ସିଟି ଇଞ୍ଜିନିୟର କେଦାର ଚନ୍ଦ୍ର ଖଟୁଆ, ବସ୍ତିଉନ୍ନୟନ ଅଧିକାରୀ ଇସ୍‌ସିତା ପ୍ରିୟଦର୍ଶନୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ଆଲୋଚନାରେ କର୍ପୋରେଟର ଅଶୋକ ଶୁକ୍ଳା, ବୀରେନ ପଟ୍ଟନାୟକ, ସଂଘମିିତ୍ରା ଦଳାଇ, ପି. ଆଶାରାଣୀ, ମମତା ବିଷୋୟୀ, ବି.ଶ୍ରୀନିବାସ ରାଓ, ପ୍ରଶାନ୍ତ ପଟ୍ଟନାୟକ, ଅନିଲ ନାୟକ ପ୍ରମୁଖ ଭାଗ ନେଇଥିଲେ। 

All Right Reserved By

ବ୍ରହ୍ମପୁର

ବଡ଼ ମେଡିକାଲ: ୟୁଜର୍ସ ଫି ଫଳକ  ହଟୁନି

ବଡ଼ ମେଡିକାଲ: ୟୁଜର୍ସ ଫି ଫଳକ ହଟୁନି

ବ୍ରହ୍ମପୁର ଅଫିସ୍‌,୧୭ା୧୧: ବ୍ରହ୍ମପୁର ବଡମେଡିକାଲ ଆରଡିସି (ରିଜିଓନାଲ୍‌ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର)ରୁ ୟୁଜର୍ସ ଫି ଫଳକ କମାଯାଇନି।

ଖାଲି ପଡ଼ିଲା ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ

ଖାଲି ପଡ଼ିଲା ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ

ବ୍ରହ୍ମପୁର ଅଫିସ୍‌,୧୭ା୧୧- ବ୍ରହ୍ମପୁର ବଡ଼ ମେଡିକାଲର ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଶୁକ୍ରବାର ଖାଲି ପଡ଼ିଥିବା ଦେଖିବାକୁ ମିଳିଛି ା ଚଳିତ ମାସରେ  ଶୁକ୍ରବାର ସୁଦ୍ଧା ୨ ରୋଗୀ ରହିଥିବା ବେଳେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 

ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ବ୍ରହ୍ମପୁର ଅଫିସ୍‌,୧୭ା୧୧- ଖଲ୍ଲିକୋଟ ରେଞ୍ଜ୍‌ ଅଧିନସ୍ଥ ପୁରୁଷୋତ୍ତମପୁର ବିଟ୍‌ ହାଉସ୍‌ର ଫରେଷ୍ଟର ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଫରେଷ୍ଟର ଶିବ ବେହେରା ଜଣେ କାଠ ବେପାରୀଙ୍କଠାରୁ  ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ କାବୁ କରାଯାଇଛି। 

ନିର୍ବାଚନ ପୂର୍ବରୁ ଅନୁଦାନ ଖର୍ଚ୍ଚ କର:ଜିଲାପାଳ

ନିର୍ବାଚନ ପୂର୍ବରୁ ଅନୁଦାନ ଖର୍ଚ୍ଚ କର:ଜିଲାପାଳ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଠାରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବାବୁଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ବାବୁଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୭ା୧୧(ଡି.ଏନ୍‌.ଏ.) -ଆସିକା ଥାନା ଜୟପୁର ଗ୍ରାମରେ ଗତ ଜାନୁୟାରୀ ୨୬ରେ ସେହି ଗ୍ରାମର ବାବୁଲା ପାତ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ନିଜ ଘର ବାରିପଟ ପାଇଖାନା ଟାଙ୍କିରୁ ପୋଲିସ ଉଦ୍ଧାର କରିଥିଲା। 

ଗଣବଳାତ୍କାର ଘଟଣା: ୨ ଗିରଫ, ବାଳସୁଧାର ଗୃହ ଗଲେ ୨ ନାବାଳକ

ଗଣବଳାତ୍କାର ଘଟଣା: ୨ ଗିରଫ, ବାଳସୁଧାର ଗୃହ ଗଲେ ୨ ନାବାଳକ

ପୋଲସରା,୧୭ା୧୧(ଡି.ଏନ.ଏ.)- ପୋଲସରା ଥାନା ଅଞ୍ଚଳରେ ବୁଧବାର ରାତିରେ ଭଉଣୀଭାଇଙ୍କ ସହ ଶୋଇଥିବା ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ଜଣ ଦୁର୍ବୃତ୍ତ ଘରୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। 

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

କୋଦଳା,୧୬।୧୧(ଡି.ଏନ୍‌.ଏ.)- କୋଦଳା ଓ ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଥିବା ଋଷିକୁଲ୍ୟା ରୟତ ମହା ସଭା ପକ୍ଷରୁ ଶୁକ୍ରବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ବହୁ ଚାଷୀ ବିଭିନ୍ନ ଦାବି ନେଇ ଗଣଧାରଣା ଦେଇଛନ୍ତି। ସୀମାଞ୍ଚନ ନାହାକଙ୍କ ନେତୃତ୍ୱରେ ଅଞ୍ଚଳର ହଜାର ହଜାର ଚାଷି ସ୍ଥାନୀୟ ଦଣ୍ଡୀଶ୍ୱର ପୀଠରୁ ଏକ ଶୋଭାଯାତ୍ରା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚଥିଲେ।

ଆଦିବାସୀ ସୌରା ସମ୍ପ୍ରଦାୟର ଧର୍ମୀୟ ସମ୍ମିଳନୀ

ଆଦିବାସୀ ସୌରା ସମ୍ପ୍ରଦାୟର ଧର୍ମୀୟ ସମ୍ମିଳନୀ

ଧରାକୋଟ,୧୬।୧୧(ଡି.ଏନ୍‌.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ନବକେଶର ଅଧିବାସୀମାନଙ୍କର ଏକ ଧର୍ମୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି, ଗଞ୍ଜାମ ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ସାକା ସୁଜିତ ସମ୍ମାନୀତ ଅତିଥି, ସମାଜିକକର୍ମୀ ଦୟାନିଧି ସେଠୀ, ଜିଲା ଯୁବ କଂଗ୍ରେସ ସମ୍ପାଦକ ସୁନିଲ ଚୌଧୁରୀ, ବାବୁଲା ସ୍ବାଇଁ, ବିଜୟ ମଣ୍ଡଳ, ଚିନ୍ମୟ କୁମାର ହୋତା ପ୍ରମୁଖ ଯୋଗ ଦେଇଥିଲେ।

କଂଗ୍ରେସର ସାଙ୍ଗଠନିକ ସଭା

କଂଗ୍ରେସର ସାଙ୍ଗଠନିକ ସଭା

ଦିଗପହଣ୍ଡି,୧୬।୧୧(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତ ବଳରାମପୁର ଶୈବପୀଠରେ ଗୁରୁବାର ବମକେଇ ଜିଲା ପରିଷଦ ଜୋନସ୍ତରୀୟ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବୃନ୍ଦାବନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଂଗ୍ରେସ ଗଞ୍ଜାମ ଜିଲା କମିଟିର କାର୍ଯ୍ୟକାରୀ ସଭାପତି ସାକା ସୁଜିତ, ଉପସଭାପତି ପ୍ରଫୁଲ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।

କୋଦଳାରେ ସମବାୟ ସପ୍ତାହ ପାଳିତ

କୋଦଳାରେ ସମବାୟ ସପ୍ତାହ ପାଳିତ

କୋଦଳା,୧୬।୧୧(ଡି.ଏନ୍‌.ଏ.)- କୋଦଳା ସମବାୟ କେନ୍ଦ୍ର ବ୍ୟାଙ୍କ ପ୍ରାଙ୍ଗଣରେ ଶୁକ୍ରବାର ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ବ୍ୟାଙ୍କର ସହ ପରିଚାଳକ ଶ୍ରୀକାନ୍ତ ଚରଣ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ବିରେନ୍ଦ୍ର କେଶରୀ ଆରୁଖ, ମୁଖ୍ୟବକ୍ତା ଭାବେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଏଜିଏମ୍‌ ଟି. ଗୋବିନ୍ଦ ରେଡ୍ଡୀ, ଏଆରଇଏ ନିର୍ଦ୍ଦେଶକ କପିଳେଶ୍ୱର ପଣ୍ଡାଙ୍କ ସମେତ ୧୪ଟି ସେବା ସମବାୟ ସମିତିର ପରିଚାଳନା ପରିଷଦର ସ୍ଥାୟୀ ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।

ଶ୍ରୀକୃଷ୍ଣ ଗୋଶାଳାରେ ଗୋଷ୍ଟାଷ୍ଟମୀ ଉତ୍ସବ

ଶ୍ରୀକୃଷ୍ଣ ଗୋଶାଳାରେ ଗୋଷ୍ଟାଷ୍ଟମୀ ଉତ୍ସବ

ବ୍ରହ୍ମପୁର ଅଫିସ,୧୬।୧୧: ବ୍ରହ୍ମପୁର ଆଗା ସାହି ଶ୍ରୀକୃଷ୍ଣ ଗୋଶାଳା ପରିସରରେ ଶୁକ୍ରବାର ଗୋଷ୍ଟାଷ୍ଟମୀ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ହୋମପୂଜା ସହ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଚୋରି ଅଟୋ ଉଦ୍ଧାର, ୨ ଗିରଫ

ଚୋରି ଅଟୋ ଉଦ୍ଧାର, ୨ ଗିରଫ

ବ୍ରହ୍ମପୁର ଅଫିସ୍‌,୧୬ା୧୧-ଏକ ପାସେଞ୍ଜର ଅଟୋ ଚୋରି ମାମଲାରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି|