ବ୍ରହ୍ମପୁର

ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଲେ ଅଧିକାରୀ ଦାୟୀ

ଛତ୍ରପୁର,୧୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଡୁଡା (ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା)ର ଏକ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସହରାଞ୍ଚଳରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ। ନିର୍ମିତ ଗୃହ ଯଦି ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ନ ହେଲା ତେବେ ତାହା ସରକାରୀ ଅର୍ଥର ଦୁରୂପଯୋଗ ବୋଲି ଧରାଯିବ। ଏହି ଅର୍ଥ ସମ୍ପୃକ୍ତ ଅଧିକାରୀଙ୍କ ଦରମାରୁ ଆଦାୟ କରାଯିବ। ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବାକୁ କୁହାଯାଇଛି। ସହରାଞ୍ଚଳ ଗୁଡିକରେ ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦିଆଯାଇଛି।   ପାଇଁ ପାଇଖାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେତେକ ସହରାଞ୍ଚଳରେ ପଛୁଆ ରହିଥିବାରୁ ସେମାନଙ୍କୁ ଜିଲାପାଳ ତାଗିଦ୍‌ କରିଛନ୍ତି। ପାଇପ୍‌ ଜଳଯୋଗାଣ ପାଇଁ ଯେଉଁ ସହରାଞ୍ଚଳ ଦରଖାସ୍ତ ଗ୍ରହଣରେ ପଛୁଆ ଥିବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ସହରାଂଚଳରେ ୩ ଟି ପୋଖରୀର ସୌନ୍ଦର୍ଯ୍ୟକରଣ, ଉନ୍ନତି ଯୋଜନାରେ ଆସିଥିବା ଅନୁଦାନ ଖର୍ଚ୍ଚ କରିବାକୁ କୁହାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବୈଠକରେ ସତର୍କ କରାଇଦେଇଥିଲେ। ଏହି ବୈଠକରେ ଜିଲା ସହରାଂଚଳ ଉନ୍ନୟନ ସଂସ୍ଥାର  ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତାଙ୍କ ସମେତ ଏନଏସି ନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ। 
All Right Reserved By

ବ୍ରହ୍ମପୁର

ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ତିନିଠାକୁର

ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ତିନିଠାକୁର

ଶେରଗଡ଼,୧୯।୧୧(ଡି.ଏନ୍‌.ଏ,): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାର ଓ ଏକାଦଶୀ ପାଇଁ ତିନିଠାକୁରଙ୍କ ସୁନାବେଶ  କରାଯାଇଛି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ହୋଟେଲ ମାଲିକମାନେ ଯତ୍ନବାନ ହେବା ଆବଶ୍ୟକ

ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ହୋଟେଲ ମାଲିକମାନେ ଯତ୍ନବାନ ହେବା ଆବଶ୍ୟକ

ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ.ଏ): ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ହୋଟେଲ ଏବଂ ଲଜ ଗୁଡ଼ିକରେ ଏସ୍‌ଟିପି ( ସେୱେଜ  ଟ୍ରିଟ୍‌ମେଣ୍ଟ ପ୍ଳାଣ୍ଟ) ବା ମଇଳା ପାଣିକୁ ଉପଚାର କରାଯିବା ସକାଶେ ଏକ ପ୍ଳାଣ୍ଟକୁ ନିର୍ମାଣ କରାଯିବାକୁ ରବିବାର ଏକ ବୈଠକରେ  ଜିଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ଏନ.କେ ସିଂ ପରାମର୍ଶ ଦେଇଛନ୍ତିା

‘ଅକ୍ସିଜେନ୍‌ ପାର୍କ’ରେ ମିଳିବ ସ୍ବଚ୍ଛ ନିଃଶ୍ୱାସ

‘ଅକ୍ସିଜେନ୍‌ ପାର୍କ’ରେ ମିଳିବ ସ୍ବଚ୍ଛ ନିଃଶ୍ୱାସ

ବ୍ରହ୍ମପୁର ଅଫିସ,୧୯ା୧୧-ସହରାଞ୍ଚଳରେ ଦ୍ରୁତଗତିରେ ଗଢ଼ି ଉଠୁଥିବା କଂକ୍ରିଟ୍‌ ଜଙ୍ଗଲ ବା ବଡ଼ ବଡ଼ କୋଠା ନିର୍ମାଣ ଯୋଗୁ ପ୍ରକୃତି ଉପରେ ବିପଦ ଘନେଇବାରେ ଲାଗିଛି। ପ୍ରାକୃତିକ ସବୁଜିମାକୁ ଗିଳିବାରେ ଲାଗିଛି । 

ଅରବିନ୍ଦ, ଭୂମି ଚାମ୍ପିୟନ୍‌

ଅରବିନ୍ଦ, ଭୂମି ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ,୧୯ା୧୧-ବ୍ରହ୍ମପୁର ସହରସ୍ଥିତ ୟୁନିୟନ୍‌ କ୍ଲବର ଦୁଇଟି କ୍ଲେ କୋର୍ଟରେ ଚାଲିଥିବା ଦୁଇଦିନିଆ ଅଲ୍‌ ଇଣ୍ଡିଆ ଟେନିସ୍‌ ଚାମ୍ପିୟନ୍‌ଶିପ୍‌(ଆଇଟା) ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । 

ରାଜ୍ୟରେ ବିଦ୍ୟୁତ୍‌ ସଂସ୍କାର ଯୋଜନା ବିଫଳ

ରାଜ୍ୟରେ ବିଦ୍ୟୁତ୍‌ ସଂସ୍କାର ଯୋଜନା ବିଫଳ

ଫୁଲବାଣୀ ଅଫିସ, ୧୯ା୧୧-ବ୍ରହ୍ମପୁର ଅଫିସ,୧୮ା୧୧:ରାଜ୍ୟରେ ୧୯୯୬ରେ ବିଦ୍ୟୁତ୍‌ ସଂସ୍କାର ନାଁରେ କରାଯାଇଥିବା ଘରୋଇକରଣ ଦ୍ୱାରା ସରକାର ବହୁ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି । ପୂର୍ବ ବିଦ୍ୟୁତ୍‌ ବୋର୍ଡ ବିଭାଜନ କରି ଫ୍ରାଞ୍ଚାଇଜ୍‌ ବ୍ୟବସ୍ଥା ପ୍ରଚଳନ କରିଛନ୍ତି ।

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ

ଫୁଲବାଣୀ ଅଫିସ, ୧୯ା୧୧: ବନ୍ଧଗଡ଼ସ୍ଥିତ ସ୍ବାତୀ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ଓ କ.ନୂଆଗାଁ ବ୍ଲକ ଅଞ୍ଚଳର ଶିଶୁମାନଙ୍କୁ ନେଇ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। 

ଆତଙ୍କ ସୃଷ୍ଟିକାରୀଙ୍କ ଗିରଫ ଦାବିରେ ଧାରଣା

ଜଗନ୍ନାଥପ୍ରସାଦ,୧୯ା୧୧-ଜଗନ୍ନାଥପ୍ରସାଦ ପାଇକ ସାହିର ଶତାଧିକ ବାସିନ୍ଦା ସାହିରେ ଗୁଣ୍ଡାରାଜ ଚଳାଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ରବିବାର ଥାନା ସମ୍ମୁଖରେ ଗଣଧାରଣାରେ ବସିଥିଲେ।

ଧାନକିଣା ପ୍ରକ୍ରିୟାରେ ସାମିଲ ହେବେନି ମିଲର

ଧାନକିଣା ପ୍ରକ୍ରିୟାରେ ସାମିଲ ହେବେନି ମିଲର

ଛତ୍ରପୁର,୧୯ା୧୧(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ ନିକଟରେ ରବିବାର ଗଞ୍ଜାମ ଜିଲା ଓ ସମସ୍ତ ଓଡିଶା ରାଇସ୍‌ ମିଲ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୮-୧୯ ଖରିଫ ଋତୁର ଧାନକିଣା ପ୍ରକ୍ରିୟାରେ ମିଲରମାନେ ସାମିଲ ହେବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। 

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକ ମୃତ

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକ ମୃତ

କୋଦଳା,୧୮।୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା କୋଦଳା ଥାନା ମଠସରସିଙ୍ଗି ଗ୍ରାମରେ ରବିବାର ରାତି ପ୍ରାୟ ୮ଟାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ କୋଦଳା ଥାନା ଜେ.ଛଚିନା ଗ୍ରାମର ରାଜେନ୍ଦ୍ର ପରିଡ଼ା ଓରଫ ଜଟି (୪୨)। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି।

ଦୁର୍ଘଟଣାରେ ଆହତଙ୍କ ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧନା

ଦୁର୍ଘଟଣାରେ ଆହତଙ୍କ ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୧୮ା୧୧(ଡି.ଏନ୍‌.ଏ.)-ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କୁ ମନେ ପକାଇବା ଦିବସ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ରବିବାର ପାଳିତ ହୋଇଯାଇଛି । ସଡ଼କ ଦୁର୍ଘଟଣା ବେଳେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣିବା ଏବଂ ସେମାନଙ୍କୁ ସହାୟତା ଯୋଗାଉଥିବା ଲୋକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । 

ମା’ ହରାଇ ଥିବା ୪ ପିଲାଙ୍କୁ କରାଗଲା ଥଇଥାନ

ମା’ ହରାଇ ଥିବା ୪ ପିଲାଙ୍କୁ କରାଗଲା ଥଇଥାନ

ରାମଗିରି,୧୮।୧୧(ଡି.ଏନ.ଏ.)-ତିତଲି ବାତ୍ୟାରେ ରାମଗିରି ଅଞ୍ଚଳରେ ମା’ ଓ ବାପାଙ୍କୁ ହରାଇ ଥିବା ୪ ପିଲାଙ୍କ ସମେତ ୫ ଜଣଙ୍କୁ ସ୍ବେଚ୍ଛାସେବୀ ସଂସ୍ଥା ‘ଅଲିଭା’ ଦ୍ୱାରା ଥଇଥାନ କରାଯାଇଛି।

ବେଟି ବଚାଓ, ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ

ବେଟି ବଚାଓ, ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ

ପାତ୍ରପୁର,୧୮।୧୧(ଡି.ଏନ୍‌.ଏ.): ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତରେ ଭାରତ ସରକାରଙ୍କ ପ୍ରଚାର ପ୍ରସାର ମନ୍ତ୍ରଣାଳୟ କ୍ଷେତ୍ରପ୍ରଚାର ବିଭାଗ ବ୍ରହ୍ମପୁର ଶାଖା ତରଫରୁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।