ବ୍ରହ୍ମପୁର

ବିଡିଓଙ୍କ ବଦଳି ଦାବିରେ ଆନ୍ଦୋଳନ

ବିଡିଓଙ୍କ ବଦଳି ଦାବିରେ ଆନ୍ଦୋଳନ
ଆର.ଉଦୟଗିରି,୧୨ା୯(ଡି.ଏନ.ଏ.) - ଗଜପତି ଜିଲା ନୂଆଗଡ଼ ବିଡିଓଙ୍କୁ ବଦଳି ଦାବିରେ ମଙ୍ଗଳବାର ଭାଜପା ପକ୍ଷରୁ ଆନ୍ଦୋଳନ ସହ ରାଲି ଅନୁଷ୍ଠିତ ହୋଇଯାଇଛି। ନୂଆଗଡ଼ ଗ୍ରାମର ଶିଶୁ ମନ୍ଦିର ଠାରୁ ଭାଜପାର ଶତାଧିକ କର୍ମୀ ରାଲିରେ ବିଭିନ୍ନ ସ୍ଲୋଗାନ୍‌ ଦେଇ ଗ୍ରାମ ପରିକ୍ରମା କରିବା ସହ ଗ୍ରାମରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ଏହି ରାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ଏଥିରେ ଯୋଗଦେଇଥିବା ନେତାମାନେ ବ୍ଲକରେ ବିଭିନ୍ନ ଦୁର୍ନୀତି ଓ ପିସି କାରବାର ବେଧଡକ ଚାଲିଥିବା ନେଇ ବକ୍ତବ୍ୟ ରଖିଥିଲେ। ତେଣୁ ତୁରନ୍ତ ଏଠାରୁ ବିଡିଓଙ୍କୁ ବଦଳି କରାଯାଉ ବୋଲି ଦାବି କରିଥିଲେ। ଏନେଇ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ କ୍ଲର୍କ ସୁଦର୍ଶନ କାର୍ଯୀଙ୍କୁ ପ୍ରଦାନ କରିଥିଲେ। ରାଲିରେ ଭାଜପା ଜିଲା ପରିଷଦଅଧ୍ୟକ୍ଷା ଅନିତାରାଣୀ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ମହିଳା ମୋର୍ଚ୍ଚାର ସଭାନେତ୍ରୀ ନନ୍ଦିନୀ ସାମଲ, ଧନମଣି କାର୍ଯୀ, ରାମଗିରି ଜିଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ, ପ୍ରଶାନ୍ତ ମଲିକ, ନୂଆଗଡ଼ ବ୍ଲକ ସମ୍ପାଦକ ମନୋଜ ପାଇକଙ୍କ ସମେତ ଶତାଧିକ ଭାଜପା କର୍ମୀ ସାମିଲ ଥିଲେ। କାର୍ଯ୍ୟକ୍ରମରେ ନୂଆଗଡ଼ ବ୍ଲକ ଭାଜପା ସଭାପତି ସୁଦର୍ଶନ ମଣ୍ଡଳ ଅଧ୍ୟକ୍ଷତା କରିଥିଲେ। 
All Right Reserved By

ବ୍ରହ୍ମପୁର

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୨।୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ମତାଝରି ନିକଟସ୍ଥ ବାଘୁଆ ଜଳ ଭଣ୍ଡାରରୁ ଶନିବାର ସକାଳ ୭ଟା ୧୫ରେ ସ୍ପିଲୱେର ୪ଟି ଗେଟ ଖୋଲାଯାଇ ବାଘୁଆ ନଦୀରେ ବନ୍ୟା ଜଳ ଛଡ଼ାଯାଇଛି। ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବାଘୁଆ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ ଓ ଡ୍ୟାମର ସହକାରୀ ଯନ୍ତ୍ରୀ କାଳୀ ଚରଣ ହୋତାଙ୍କ ଉପସ୍ଥିତିରେ ବାଘୁଆ ଜଳ ଭଣ୍ଡାରରୁ ୪ଟି ଗେଟ ଖୋଲାଯାଇଛି।

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

କୋଦଳା/ବେଗୁନିଆପଡା,୨୨।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ଥାନା ବାଦର୍ଖପଲ୍ଲୀ ଗ୍ରାମର ଜଣେ ଶ୍ରମିକଙ୍କ ମାଲେସିଆରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସନ୍ତୋଷ ଆଚାରୀ(୨୪)।

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ,୨୨।୯(ଡି.ଏନ୍‌.ଏ.)- ଧରାକୋଟସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର,୨୨।୯(ଡି.ଏନ.ଏ.)- ଦିଗପହଣ୍ଡି-ତପ୍ତପାଣି ମୁଖ୍ୟରାସ୍ତାର କଂସାମାରି ଗ୍ରାମ ଭାଲିଆ ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚୁଡୁଙ୍ଗପୁର ଗ୍ରାମର ଗୋପାଳକୃଷ୍ଣ ମିଶ୍ର (୩୨)। ଆହତମାନେ ହେଲେ ଗଜପତି ଜିଲା ମୋହନା ଥାନା ବେତରସିଂ ଗ୍ରାମର ପୀତାମ୍ବର ସାହୁ, ଲକ୍ଷ୍ମୀ ସାହୁ ଓ ତପସ୍ବିନୀ ସାହୁ।

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ବ୍ରହ୍ମପୁରରେ ରାଜୀବ ଆବାସ ଘର ପ୍ରଦାନ

ବ୍ରହ୍ମପୁରରେ ରାଜୀବ ଆବାସ ଘର ପ୍ରଦାନ

ବ୍ରହ୍ମପୁର ଅଫିସ,୨୨।୯: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୱାର୍ଡ ନଂ. ୫ ଅନ୍ତର୍ଗତ ନିଳାଦ୍ରୀବିହାର, ସୋମନାଥ ନଗର, ତ୍ରିନାଥ ନଗରର ୩୧ ହିତାଧିକାରୀଙ୍କୁ ଶନିବାର ରାଜୀବ ଆବାସ ଗୃହ ହସ୍ତାନ୍ତର କରାଯାଇଛି। ସ୍ଥାନୀୟ କର୍ପୋରେଟର ଆର. ମୁରଲୀମୋହନ ଉପସ୍ଥିତ ରହି ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଛନ୍ତି। 

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ବ୍ରହ୍ମପୁର ଅଫିସ,୨୨।୯: ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ଫଳରେ ବ୍ୟାପକ ତ୍ରୁଟି ଥିବା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଶନିବାର ଏ ନେଇ ସେମାନେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ବାଲିଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚିତ

ବାଲିଗୁଡ଼ା,୨୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାଗୃହ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। 

ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଆହ୍ବାନ

ବାଲିଗୁଡ଼ା,୨୨।୯(ଡି.ଏନ୍‌.ଏ.): ପାଖେଇ ଆସୁଛି ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳ ଗୁଡ଼ିକର ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସଲାଗୁଡ଼ାଠାରେ ବ୍ଲକ୍‌ର ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ପାଳଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ, ୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତରୀଗାଁ ଋଷିକୂଲ୍ୟା ନଦୀରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଅନ୍ତରୀଗାଁର ବାବୁଲା ବେହେରା(୨୬)। 

ଗଞ୍ଜାମ ଜିଲା ବିଜେଡି ବୈଠକ

ଗଞ୍ଜାମ ଜିଲା ବିଜେଡି ବୈଠକ

 ବ୍ରହ୍ମପୁର ଅଫିସ,୨୨ା୯-ଗଞ୍ଜାମ ଜିଲା ବିଜେଡିର ସ୍ବତନ୍ତ୍ର ବୈଠକ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ସବୁବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ କର୍ମୀଙ୍କ ପଦଯାତ୍ରା ନେଇ ଆଲୋଚନା କରାଯାଇଥିଲା। 

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ବ୍ରହ୍ମପୁର ଅଫିସ,୨୨ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଫେଲ ମାରିଛି। ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଯୋଗାଇଥିବା ଅନୁଦାନ ଠିକଣା ଭାବରେ ବିନିଯୋଗ ହୋଇ ନ ଥିବା ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ଅଭିଯୋଗ କରିଛି।