ବ୍ରହ୍ମପୁର

ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

ବାଲିଗୁଡ଼ା,୧୨ା୯(ଡି.ଏନ୍‌.ଏ.)-ବାଲିଗୁଡ଼ା ସଦର ମହକୁମାର ବିଭିନ୍ନ ୱାର୍ଡରେ ଷ୍ଟ୍ରିଟ ଲାଇଟ୍‌ ଗୁଡ଼ିକ ଦିନରାତି ଜଳୁଛି। ବାଲିଗୁଡ଼ା ଏନ୍‌ଏସିର ଖଜୁରିନାଳ, ଡୁମୁଡ଼ିସାହି, ବଡ଼ଗଁା, ଭଗାମୁଣ୍ଡା, ଡହଲପଡ଼ି ଭଳି ବିଭିନ୍ନ ଓ୍ବାର୍ଡରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ନୂଆରେ ଲଗାଯାଇଥିବା ଏଲଇଡି. ଲାଇଟ୍‌ ଗୁଡ଼ିକ ଦିନରାତି ଜଳୁଥିବାରୁ ଅଯଥା ବିଦ୍ୟୁତ୍‌ ଅପଚୟ ହେଉଥିବା ଜନସାଧାରଣ କହିଛନ୍ତି। ବିଭାଗୀୟ ଯନ୍ତ୍ରୀ ହରିହର ଦତ୍ତ କହିଛନ୍ତି ସେ କହିଥିଲେ ତାହା ଆମ ଅଗୋଚରରେ ଅଛି, ଏହି ଷ୍ଟ୍ରିଟ୍‌ ଲାଇଟ୍‌ ଗୁଡ଼ିକର ଦାୟିତ୍ୱ ଏନ୍‌ଏସି କର୍ତ୍ତୃପକ୍ଷ ନେଇଛନ୍ତି, ସେମାନଙ୍କୁ ଅବଗତ କରି ସମାଧାନ କରାଯିବ। ଏନ୍‌ଏସି ନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀଙ୍କୁ ପଚାରିବାରୁ ପ୍ରତ୍ୟକ ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଟାଇମର ମେସିନ୍‌ ଲଗାଯିବ ତା’ପରେ ଏହି ସମସ୍ୟାର ସମାଧାନ ହୋଇଯିବ।
All Right Reserved By

ବ୍ରହ୍ମପୁର

ବୁଗୁଡା ଓକିଲଙ୍କୁ ପୋଲିସ ଆକ୍ରମଣ ବିବାଦ ବଢ଼ୁଛି

ବୁଗୁଡା ଓକିଲଙ୍କୁ ପୋଲିସ ଆକ୍ରମଣ ବିବାଦ ବଢ଼ୁଛି

ଭଞ୍ଜନଗର/ବୁଗୁଡା, ୧୫।୧୧ (ଡି.ଏନ.ଏ.) - ବୁଗୁଡା କୋର୍ଟର ବରିଷ୍ଠ ଆଇନଜୀବୀ ହରପ୍ରସାଦ ଦାସ ମଙ୍ଗଳବାର କୌଣସି କାମରେ ଥାନାକୁ ଯାଇଥିବାବେଳେ ତାଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ, ଶାଶୁ ଗିରଫ

ଛତ୍ରପୁର,୧୫ା୧୧(ଡି.ଏନ.ଏ.): ଆର୍ଯ୍ୟପଲ୍ଲୀ ମେରାଇନ ଥାନା ବଡଆର୍ଯ୍ୟପଲ୍ଲୀ ଗାଁର ପି. ରାମାୟାଙ୍କ ସ୍ତ୍ରୀ ପି. କାଲାମ୍ମା ରବିବାର ସନ୍ଧ୍ୟାରେ ପୋଡି ହୋଇଯାଇଥିଲେ ।  ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। 

ବଡ଼ବଜାରରେ ପ୍ରଶାସନର ଚଢ଼ାଉ

ବଡ଼ବଜାରରେ ପ୍ରଶାସନର ଚଢ଼ାଉ

ବ୍ରହ୍ମପୁର ଅଫିସ,୧୫ା୧୧-ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଏବଂ ମାପ ଓ ଓଜନ ବିଭାଗ ତରଫରୁ ହୋଲ୍‌ସେଲ୍‌ ପରିବା ଦୋକାନ ଏବଂ ବଡ଼ ବଜାରର ଅଞ୍ଚଳର ଅନ୍ୟ କେତକ ପରିବା ଦୋକାନ, ତେଜରାତି, ଆଚାର ଏବଂ ଜେନେରାଲ୍‌ ଷ୍ଟୋର୍‌ରେ ଓଜନ ଯନ୍ତ୍ର ଏବଂ ପ୍ୟାକେଟ୍‌ଗୁଡ଼ିକ ଯାଞ୍ଚ କରାଯାଇଥିଲା। 

ରେଡିଓଲୋଜିକାଲ୍‌ ରିପୋର୍ଟରେ ଦର୍ଶାଯାଉଛି କର୍ମଚାରୀ ଅଭାବ

ରେଡିଓଲୋଜିକାଲ୍‌ ରିପୋର୍ଟରେ ଦର୍ଶାଯାଉଛି କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ୍‌,୧୫ା୧୧- କେତେଜଣ ଅସାଧୁ ଡାକ୍ତର ଓ  କେତୋଟି  ଘରୋଇ ନିଦାନ କେନ୍ଦ୍ର ଯୋଗୁ ସରକାରଙ୍କ ନିଦାନ ଯୋଜନାର ସୁଫଳ ସାଧାରଣ ଲୋକେ ପାଇପାରୁ ନ ଥିବା ଅଭିଯୋଗ ହେଉଛି । 

ଚାଚା ନେହେରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଳନ ହେଲାନି ଶିଶୁଦିବସ

ବ୍ରହ୍ମପୁର ଅଫିସ,୧୫ା୧୧-ରେଶମ ନଗରୀ ବ୍ରହ୍ମପୁରର ଫାୟାର ଷ୍ଟେଶନ ରୋଡରେ ରହିଛି ୧୧୨ ବର୍ଷର ଚାଚା ନେହେରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବ୍ରିଟିଶ ଶାସନରେ ବ୍ରହ୍ମପୁର ମାଡ୍ରାସ ପ୍ରେସିଡେନ୍ସି ଅଧିନ ଥିଲା। 

ତହସିଲ୍‌ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ

ତହସିଲ୍‌ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ

ଆସିକା, ୧୫ା୧୧(ଡି.ଏନ୍‌.ଏ.)- ତିତ୍‌ଲି ବାତ୍ୟା ଓ ବନ୍ୟା ପ୍ରପୀଡିତ ଚାଷୀ ଓ ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ, ରିଲିଫ୍‌ ଓ କ୍ଷତିପୂରଣ ଦାବିରେ ବୁଧବାର ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଆସିକା ବ୍ଲକ୍‌ କମିଟି ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। 

ଡିସେମ୍ବର ୧୫ରୁ ଧାନକିଣା, ସାମିଲ ହେବେ ଅନ୍ୟ ଜିଲାର ମିଲର

ଡିସେମ୍ବର ୧୫ରୁ ଧାନକିଣା, ସାମିଲ ହେବେ ଅନ୍ୟ ଜିଲାର ମିଲର

ଛତ୍ରପୁର,୧୫ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ଧାନକ୍ରୟ କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଡିସେମ୍ବର ୧୫ ରୁ ଧାନ କିଣାଯିବ । 

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି,୧୫ା୧୧(ଡି.ଏନ୍‌.ଏ.)- ଚନ୍ଦ୍ରଗିରି ପଞ୍ଚାୟତରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ଏବେ ଦୋକାନ ପାଇଥିବା କେତେକ ଅସାଧୁ ବ୍ୟକ୍ତି ପଛପଟେ ଶୌଚାଳୟ ଓ ଘର ନିର୍ମାଣ କରିଲେଣି। 

ସାପ କାମୁଡ଼ାରେ ଚାଷୀ ମୃତ

ସାପ କାମୁଡ଼ାରେ ଚାଷୀ ମୃତ

ବୁଗୁଡ଼ା,୧୪।୧୧(ଡି.ଏନ.ଏ.)- ବୁଗୁଡ଼ା ଥାନା ଡାହାଣୀପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଡାହାଣିପଲ୍ଲୀ ଗ୍ରାମର ଶଙ୍କର ଜେନା (୪୮)। ଏନେଇ ବୁଗୁଡ଼ା ଥାନାରେ ନଂ.୧୭/୧୮ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶଙ୍କର ମଙ୍ଗଳବାର ରାତି ପ୍ରାୟ ୮ଟାରେ ବିଲକୁ ବନ୍ୟଜନ୍ତୁ ଘଉଡାଇବାକୁ ଯାଇଥିବାବେଳେ ସାପ କାମୁଡିଥିଲା। ତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ରାତି ପ୍ରାୟ ୧୧ଟାରେ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଗୁଡା ପୋଲିସ ପହଞ୍ଚତ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁଧବାର ସକାଳେ ଭଞ୍ଜନଗର ପଠାଇଥିଲା।

ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ

ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ

ଗଞ୍ଜାମ,୧୪।୧୧(ଡି.ଏନ.ଏ.)- ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ତହସିଲ କାର୍ଯ୍ୟାଳୟ ଗସ୍ତ କରି ବାର୍ଷିକ ଜମାବନ୍ଦି କାର୍ଯ୍ୟ ସହ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରିଥିଲେ। ପରେ ଐତିହାସିକ ପୋତାଗଡ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ କିପରି ଚାଲିଛି ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରି ବୁଝିଥିଲେ। ଜିଲାପାଳଙ୍କ ଏହି ଗସ୍ତ ବେଳେ ରାଜସ୍ବ ନିରୀକ୍ଷକ ଆର. ରାଜୁ ରେଡ୍ଡୀ, ନୀଳାଞ୍ଚଳ ବେହେରା, ରାଜସ୍ବ ସୁପରଭାଇଜର ସୁବାସ ନାୟକ, ଏଆରଆଇ ବିଷ୍ଣୁଜ୍ୟୋତି ପାତ୍ରଙ୍କ ସମେତ ସମସ୍ତ ଆରଆଇ ଉପସ୍ଥିତ ଥିଲେ। ବର୍ତ୍ତମାନ ପୋତାଗଡ ପୁନରୁଦ୍ଧାର କାମ ବନ୍ଦ ଥିବା ଜାଣି ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ।

ବ୍ଲକସ୍ତରୀୟ ‘ସର୍‌ଗିଫୁଲ’

ବ୍ଲକସ୍ତରୀୟ ‘ସର୍‌ଗିଫୁଲ’

ଖଜୁରିପଡା,୧୩।୧୧(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସର୍‌ଗିଫୁଲ ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରିଣୀ ଚାରୁଲତା ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବ୍ଲକର ୨୦ଟି ବିଦ୍ୟାଳୟ, ଆଶ୍ରମ, ସେବାଶ୍ରମ ଓ ହାଇସ୍କୁଲର ଛାତ୍ରୀଛାତ୍ରମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୧୪।୧୧: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ବଡ଼ସାହି ଗ୍ରାମର ଜଣେ ଚାଷୀ ଋଣଭାର ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କେ.ଶ୍ରୀନୁ ରାଓ (୪୫)।