ଜାତୀୟ |

ମାତ୍ର ୨୫୦୦ ଟଙ୍କାରେ ଆଧାର ସଫ୍ଟଓ୍ବେର ହ୍ୟାକ୍‌: ବିପଦରେ ବ୍ୟକ୍ତିଗତ ତଥ୍ୟ

ମାତ୍ର ୨୫୦୦ ଟଙ୍କାରେ ଆଧାର ସଫ୍ଟଓ୍ବେର ହ୍ୟାକ୍‌: ବିପଦରେ ବ୍ୟକ୍ତିଗତ ତଥ୍ୟ
ନୂଆଦିଲ୍ଲୀ,୧୨।୯: ଆଧାର କାର୍ଡର ସୁରକ୍ଷାକୁ ନେଇ ଦେଶରେ ଦୀର୍ଘ ସମୟ ଧରି ବିବାଦ ଓ ବିତର୍କ ଲାଗି ରହିଥିବାବେଳେ ଏବେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ରିପୋର୍ଟ ଆସିଛି। ମାତ୍ର ୨୫୦୦ ଟଙ୍କାର ଏକ ସଫ୍ଟଓ୍ବେର ପ୍ୟାଚ୍‌ରେ ବିଶ୍ୱର କୌଣସି କୋଣରେ ବସିଥିବା ଜଣେ ବ୍ୟକ୍ତି ଭାରତୀୟଙ୍କ ଆଧାର ତଥ୍ୟକୁ ହ୍ୟାକ୍‌ କରିପାରିବେ। କେବଳ ଏତିକି ନୁହେଁ, ପ୍ୟାଚ୍‌ ସହାୟତାରେ ବ୍ୟକ୍ତିଗତ ତଥ୍ୟ ଅଦଳବଦଳ କରି ଆଧାର କାର୍ଡ ମଧ୍ୟ ତିଆରି କରାଯାଇପାରୁଛି। ଏହାକୁ ପ୍ରୟୋଗ କରି ୧ ବିଲିୟନ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଆଧାର ତଥ୍ୟ ହ୍ୟାକ୍‌ କରାଯାଇଛି। ୩ ମାସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ  ହଫ୍‌ପୋଷ୍ଟ ଇଣ୍ଡିଆ ତା’ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛି। ଏହାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ପ୍ରଶ୍ନ ଉଠାଇ ଭାରତର ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ସନ୍ଦେହର କାଠଗଡ଼ାରେ ଛିଡ଼ା କରାଇଛନ୍ତି।

   ବିଶ୍ୱର ଯେକୌଣସି ତଥ୍ୟକୁ ହ୍ୟାକ୍‌ କରାଯାଇପାରିବ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇସାରିଲାଣି। ଏହାକୁ ନେଇ ୟୁଆଇଡିଏଆଇ ବାରମ୍ବାର ସଫେଇ ଦେବାରେ ଲାଗିଛି। ଆଧାର ପାଇଁ ଫେସ୍‌ ରିକଗ୍ନିଶନ ଟେକ୍‌ନିକ୍‌ ବା ଚେହେରା ଚିହ୍ନଟ କୌଶଳ ଉପରେ କାମ ଚାଲିଛି। ଏହାଦ୍ୱାରା ଆଧାର ତଥ୍ୟକୁ ଅଧିକ ସୁରକ୍ଷିତ ରଖାଯାଇପାରିବ ବୋଲି ୟୁଆଇଡିଏଆଇ ଯୁକ୍ତି ବାଢ଼ି ଆଧାରକୁ ବାଧ୍ୟତାମୂଳକ କରିବାକୁ ଅଗ୍ରସର ହେଉଥିବାବେଳେ ତଥ୍ୟ ହେରଫେରର ପେଡ଼ି ଖୋଲିଛି ହଫ୍‌ପୋଷ୍ଟ ଇଣ୍ଡିଆ। ବିଶ୍ୱର ୫ ଜଣ ବଛା ବଛା ବିଶେଷଜ୍ଞଙ୍କ ସହାୟତାରେ ୩ ମାସ ଧରି ଯାଞ୍ଚ ଚାଲିଥିଲା। ତଦନ୍ତ ଶେଷ ହେବା ପରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ, ନୂଆ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ଏକ ଆଧାର ସଫ୍ଟଓ୍ବେର ଉପଲବ୍ଧ। ଏଥିରେ ଏକ ପ୍ୟାଚ୍‌ ରହିଛି, ଯାହାର ମୂଲ୍ୟ ମାତ୍ର ୨୫୦୦ ଟଙ୍କା।  ଉକ୍ତ ପ୍ୟାଚ୍‌କୁ ବ୍ୟବହାର କରି ଆଧାରର ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକୁ ଅକାମୀ କରାଯାଇପାରୁଛି। ଏହି ପ୍ୟାଚ୍‌ ଜରିଆରେ ଯେକେହି ଅନଧିକୃତ ବ୍ୟକ୍ତି ବିଶ୍ୱର କୌଣସି ସ୍ଥାନରୁ କମ୍ପ୍ୟୁଟର ଆଗରେ ବସି ଆଧାର ଏନ୍‌ରୋଲମେଣ୍ଟ ଅପରେଟର୍ସ ଭାବେ ଲଗ୍‌ଇନ୍‌ କରିପାରିବେ। ସମ୍ପୃକ୍ତ ବ୍ୟକ୍ତି ଯାହାଙ୍କୁ ଚାହିଁବେ, ତାଙ୍କ ନାମ ପଞ୍ଜୀକରଣ କରି ଆଧାର ନମ୍ବର ତିଆରି କରିପାରିବେ। ଏହାକୁ ବ୍ୟବହାର କରି  ୧ ବିଲିୟନରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଆଧାର ତଥ୍ୟ ହେରଫେର କରାଯାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।
ଆଧାରରେ ନାମ ତାଲିକାଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ସଫ୍ଟଓ୍ବେରକୁ ହ୍ୟାକ୍‌ କରାଯିବା  ଏହି ୧୨ ଅଙ୍କ ବିଶିଷ୍ଟ ପରିଚୟ ନମ୍ବରର ପବିତ୍ରତା ପ୍ରତି ଉପହାସ। ଏହାଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିପଦରେ ପଡ଼ିଛି। ଭବିଷ୍ୟତରେ ନାମ ପଞ୍ଜୀକରଣ ବେଳେ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ୟୁଆଇଡିଏଆଇ  ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି। ସେହିପରି ବହୁ ଲୋକଙ୍କ ଅଜାଣତରେ ସେମାନଙ୍କ ଫୋନ୍‌ରେ ୟୁଆଇଡିଏଆଇର ହେଲ୍ପଲାଇନ୍‌ ନମ୍ବର କିପରି ଷ୍ଟୋର ହୋଇଯାଇଥିଲା ବୋଲି ଗତମାସ ସ୍ପଷ୍ଟୀକରଣ ମାଗିଥିବା ଫ୍ରାନ୍ସର ସୁରକ୍ଷା ବିଶେଷଜ୍ଞ ଇଲିୟଟ୍‌ ଏଲ୍‌ଡର୍ସନ ସଦ୍ୟ ବିବାଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି।   ଏଭଳି ତ୍ରୁଟି କୁ ଏଡାଇବା ଲାଗି ହ୍ୟାକର୍ସଙ୍କ ସହ କାମ କରିବାକୁ ୟୁଆଇଡିଏଆଇକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ସେ ପୁଣି ଦୋହରାଇଛନ୍ତି ଯେ, ବିଶ୍ୱରେ ଏପରି କିଛି ନାହିଁ, ଯାହାକୁ ହ୍ୟାକ୍‌ କରାଯାଇପାରିବ ନାହିଁ। 
All Right Reserved By

ଜାତୀୟ |

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି। 

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ।

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ, ୨୩।୨: ପ୍ଲେନ୍‌ ହାଇଜାକ୍‌ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। 

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍‌ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। 

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

ପୁଣେ, ୨୩।୨: ମହାରାଷ୍ଟ୍ରର ପୁଣେରେ ଜଣେ କଶ୍ମୀର ଖବରଦାତାଙ୍କ ଉପରକୁ ଆକ୍ରମଣ କରାଯାଇଛି। 

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

ପୁଣେ, ୨୩।୨: ମହାରାଷ୍ଟ୍ରର ଅହମଦନଗରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ତିନିବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ମିଶି କାମୁଡି ଖାଇଦେଇଛନ୍ତି।

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

ରାଜକୋଟ, ୨୩।୨: ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା। 

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ବାରଣାସୀ, ୨୩।୨: ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି। 

କାର୍‌ ଦୁର୍ଘଟଣାରେ ଏମପି ମୃତ

କାର୍‌ ଦୁର୍ଘଟଣାରେ ଏମପି ମୃତ

ଚେନ୍ନାଇ,୨୩।: ଏଆଇଏଡିଏମକେର ଜଣେ ସାଂସଦଙ୍କର ଶନିବାର କାର ଦୁର୍ଘଟଣାରେ ମୃତ୍ୟ ଘଟିଛି।

ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍‌

ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍‌

ବେଙ୍ଗାଲୁରୁ,୨୩।୨: ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି