ବ୍ରହ୍ମପୁର

ମୃତଦେହ ରଖି ତହସିଲ ଆଗରେ ଧାରଣା

ମୃତଦେହ ରଖି ତହସିଲ ଆଗରେ ଧାରଣା
ଦିଗପହଣ୍ଡି,୧୨ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ହାତିଆଡ଼ି ଗ୍ରାମର ଚାଷୀ ରାମଚନ୍ଦ୍ର ପ୍ରଧାନ ଋଣଭାର ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୀଟନାଶକ ଔଷଧ ଖାଇଦେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ବୈଦ୍ୟନାଥପୁର ଥାନାରେ ଏନେଇ ନଂ.୪୫୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଭାଜପା ଗଞ୍ଜାମ ଜିଲା କମିଟି ଉପସଭାପତି ଶୁଭେନ୍ଦୁ ପାଢ଼ୀ, ପରେଶ ଚନ୍ଦ୍ର ରଥ, ପ୍ରଭାତ କିରଣ ଷଡ଼ଙ୍ଗୀ, ମହନ୍ତ ଚିନ୍ମୟାନନ୍ଦ ମହାରାଜ, ମନୋଜ କୁମାର ପଣ୍ଡା, ଶୁଭ୍ରାଂଶୁ ପ୍ରଧାନ ପ୍ରମୁଖ ମୃତଦେହ ସହ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ସରକାରୀ ଅନୁକମ୍ପାମୂଳକ ସହାୟତା ଦାବିରେ ଧାରଣାରେ ବସିଥିଲେ। ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଏନେଇ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କ ସହ ସବିଶେଷ ଆଲୋଚନା କରିବା ପରେ ରେଡ଼କ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଥିବା କହିଛନ୍ତି । 
ରାମଚନ୍ଦ୍ର ଧାର କରଜ କରି ଖରିଫ ଧାନ ଚାଷ କରିଥିବାବେଳେ ବର୍ଷା ଓ ଜଳସେଚନ ଅଭାବରୁ ଧାନଗଛ ନଷ୍ଟ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିପରି ଋଣ ଶୁଝିବା ସେ ନେଇ ଚିନ୍ତାରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଭାଜପା ଦଳୀୟ ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଅଭିଯୋଗ ସମ୍ପର୍କରେ ବୁଧବାର ତଦନ୍ତ କରାଯିବ ବୋଲି କହିଥିଲେ।
All Right Reserved By

ବ୍ରହ୍ମପୁର

ଗଞ୍ଜାମ ଜିଲା ବିଜେଡି ବୈଠକ

ଗଞ୍ଜାମ ଜିଲା ବିଜେଡି ବୈଠକ

 ବ୍ରହ୍ମପୁର ଅଫିସ,୨୨ା୯-ଗଞ୍ଜାମ ଜିଲା ବିଜେଡିର ସ୍ବତନ୍ତ୍ର ବୈଠକ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ସବୁବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ କର୍ମୀଙ୍କ ପଦଯାତ୍ରା ନେଇ ଆଲୋଚନା କରାଯାଇଥିଲା। 

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ବ୍ରହ୍ମପୁର ଅଫିସ,୨୨ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଫେଲ ମାରିଛି। ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଯୋଗାଇଥିବା ଅନୁଦାନ ଠିକଣା ଭାବରେ ବିନିଯୋଗ ହୋଇ ନ ଥିବା ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ଅଭିଯୋଗ କରିଛି।

‘ଆସନ’ ଦେବେ ସରକାରୀ ଅଧିକାରୀ

‘ଆସନ’ ଦେବେ ସରକାରୀ ଅଧିକାରୀ

ବ୍ରହ୍ମପୁର ଅଫିସ୍‌,୨୨ା୯-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ବାତାବରଣ ଏବଂ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଅନେକ ଯୋଜନା ହାତକୁ ନିଆଯାଇଛି। 

ଦାରିଙ୍ଗବାଡ଼ି ପୋଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି

ଦାରିଙ୍ଗବାଡ଼ି ପୋଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାନବାହନ ଯାଞ୍ଚ କରାଯାଇଛି। ଆଇଆଇସି ଅଲେଖ ଗରଡ଼ିଆଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ରତିରଞ୍ଜନ ନାୟକ ସଦଳବଳ ଉକ୍ତ ଥାନା ଅଞ୍ଚଳ ଚାରି ଛକ, ତିନି ଛକ ଏବଂ ହିଲଭିୟୁ ପାର୍କ ମୁଖ୍ୟ ଫାଟକ ସମ୍ମୁଖରେ  ଯାନବାହନର କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା। 

ସ୍ବାମୀଙ୍କ ମୃତ୍ୟୁ ପରେ ନିର୍ଯାତନା ଅଭିଯୋଗ ମହିଳା ଥାନାରେ ଏତଲା

ସ୍ବାମୀଙ୍କ ମୃତ୍ୟୁ ପରେ ନିର୍ଯାତନା ଅଭିଯୋଗ ମହିଳା ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୯-ସ୍ବାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ସହ ସମ୍ପତ୍ତିରୁ ବଞ୍ଚିତ କରି ଘରୁ ତଡ଼ି ଦେଇଥିବା ନେଇ ଶୁକ୍ରବାର ବ୍ରହ୍ମପୁର ମହିଳା ଥାନାରେ ଏତଲା ହୋଇଛି। 

ଏଟିଏମ୍‌ କାର୍ଡ ବଦଳାଇ ୬୬ ହଜାର ଟଙ୍କା ଲୁଟ

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଜଣେ ବ୍ୟକ୍ତି ଏଟିଏମ୍‌ ଠକେଇର ଶିକାର ହୋଇଛନ୍ତି। ଏଟିଏମରୁ ଟଙ୍କା ଉଠାଇବାରେ ସାହାଯ୍ୟ କରିଦେବେ କହି ଜଣେ ଦୁର୍ବୃତ୍ତ କାର୍ଡ ବଦଳାଇ ନେଇ ୬୬ ହଜାର ଟଙ୍କା ଗାଏବ କରିଥିବା ଥାନାରେ ଅଭିେଯୋଗ ହୋଇଛି।

ଦାରିଙ୍ଗବାଡ଼ି ଅଞ୍ଚଳରୁ  ୧୨୫ ଭ୍ରମଣରେ ଗଲେ

ଦାରିଙ୍ଗବାଡ଼ି ଅଞ୍ଚଳରୁ ୧୨୫ ଭ୍ରମଣରେ ଗଲେ

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ୨୫ ପଞ୍ଚାୟତରୁ ଶୁକ୍ରବାର ଅପରାହ୍ନରେ ୧୨୫ ଜଣ ଭ୍ରମଣରେ ଯାଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ଜେଲ୍‌ ଗଲେ ଦ୍ୱିତୀୟ ସ୍ତ୍ରୀ

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ଜେଲ୍‌ ଗଲେ ଦ୍ୱିତୀୟ ସ୍ତ୍ରୀ

ମୋହନା,୨୨ା୯(ଡି.ଏନ୍‌.ଏ.)- ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ବୁଢାଡିହ ଗଁାରେ ମଙ୍ଗଳବାର ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀ ମିଟୁ ମଣ୍ଡଳଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏନେଇ ୩୯/୧୮ରେ ଏକ ମାମଲା ରୁଜୁ କରାଯାଇଥିଲା। 

ମଧ୍ୟରାତିରେ ଉପକୂଳ ଛୁଇଁଲା ‘ଡାଏ’: ବିପର୍ଯ୍ୟୟ ଟଳିଲା

ମଧ୍ୟରାତିରେ ଉପକୂଳ ଛୁଇଁଲା ‘ଡାଏ’: ବିପର୍ଯ୍ୟୟ ଟଳିଲା

ଛତ୍ରପୁର(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ୍‌/ଗୋପାଳପୁର,୨୨ା୯- ସସାମୁଦ୍ରିକ ଝଡ଼ ‘ଡାଏ’କୁ ନେଇ ଯେଉଁ ବିପର୍ଯ୍ୟୟ ଆଶଙ୍କା ଥିଲା, ତାହା ଟଳିଯାଇଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଗୋପାଳପୁର ଉପକୂଳକୁ ଏହି ସାମୁଦ୍ରିକ ଝଡ଼ ଛୁଇଁଥିଲା। 

୯ଘଣ୍ଟା ପରେ ରାସ୍ତାରୁ ହଟିଲା ଗଛ

୯ଘଣ୍ଟା ପରେ ରାସ୍ତାରୁ ହଟିଲା ଗଛ

ଚିକିଟି,୨୧।୯(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ଚିକିଟି ବ୍ଲକ କୃଷ୍ଣପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟରାତିରେ ରାସ୍ତା ଉପରେ ଏକ ବଡ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା। ଏନେଇ ଅଞ୍ଚଳବାସି ରାସ୍ତାଟି ପୂର୍ତ୍ତ ଓ କୋଠାବାଡି ଅଧୀନରେ ରହିଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ଜଣାଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚତ୍ ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା ା ଅନ୍ୟ ଉପାୟ ନପାଇ ସ୍ଥାନୀୟ କେ.ନୂଆଗାଁ ଥାନାକୁ ଜଣାଇବା ପରେ ଥାନାଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଜେସିବି ମାଧ୍ୟମରେ ଏବଂ ଗ୍ରାମବାସୀଙ୍କ ସହାୟତାରେ ରାସ୍ତାରେ ପଡିଥିବା ଗଛକୁ ହଟାଯିବା ପରେ ଶୁକ୍ରବାର ସକାଳ ୧୦ଟାରେ ଯାନବାହାନ ଚଳାଚଳ ହୋଇଥିଲା ା

ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ

ବେଗୁନିଆପଡ଼ା,୨୧।୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ମର୍ଦ୍ଦକୋଟ ଗ୍ରାମରେ ଜଣେ ନାବାଳିକାଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେହେଲେ ରବୀନ୍ଦ୍ର ବେହେରାଙ୍କ ଝିଅ ଅଞ୍ଜଳି ବେହେରା (୮)। ଅଞ୍ଜଳି ଗୁରୁବାର ରାତିରେ ଶୋଇଥିଲେ। ଶୁକ୍ରବାର ଭୋର ସେ ବିଛଣାରେ ଛଟପଟ ହୋଇ ପାଟି କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।  ପରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଆସିକା,୨୧।୯(ଡି.ଏନ୍‌.ଏ.)- ଆସିକାସ୍ଥିତ ହରିହର ହାଇସ୍କୁଲ ପରିସରରେ ଶୁକ୍ରବାର ମଧ୍ୟାହ୍ନରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ଏମ୍‌ପି ଲଡୁ କିଶୋର ସ୍ବାଇଁ, ଆସିକା ବିଧାୟକ ଦେବରାଜ ମହାନ୍ତି, ବିଡିଓ ଗାୟତ୍ରୀଦତ୍ତ ନାୟକ, ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ବ୍ଲକ୍‌ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ଏନ୍‌ଏସି ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ରାଉତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।