

ରାଜ୍ୟ |

ଗହୀରମଥାରେ ଅଲିଭରିଡ୍ଲେଙ୍କ ଅଣ୍ଡାଦାନ ଆରମ୍ଭ
ରାଜନଗର, ୨୪।୨-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶୁକ୍ରବାର ଅଲିଭରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି।

ପାରାଦୀପରେ ହେବ ବିମାନବନ୍ଦର
ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର।

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ
ଫୁଲବାଣୀ ଅଫିସ,୨୪।୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍ସାଇଟ୍ ହ୍ୟାକ୍:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ
ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍ସାଇଟ୍ ଶନିବାର ହ୍ୟାକ୍ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍ସାଇଟ୍ ହ୍ୟାକ୍ କରିବା ପରେ ହୋମ୍ ପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍ସାଇଟ୍ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍ସାଇଟ୍ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍ସାଇଟ୍ ହ୍ୟାକ୍ ହୋଇଛି।

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ
ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା
ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ।

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି
ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍, ତାଙ୍କ ସମସ୍ୟା ବି ମହାନ୍। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ
ଢେଙ୍କାନାଳ ଅଫିସ, ୨୪।୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ନ ୪ଟାରେ ଢେଙ୍କାନାଳ ଜିଲା ଗସ୍ତରେ ଆସି ହିନ୍ଦୋଳ ବ୍ଲକ ସାତମାଇଲରେ ଆୟୋଜିତ ସମାବେଶରେ ଯୋଗଦେବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍) ଉପରକୁ ଉଠିପାରିଛନ୍ତି।

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା
ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି।

୫ ବର୍ଷର ହାତୀ ଛୁଆ ମୃତ
ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା
ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।