ମେଟ୍ରୋ |

ସମବାୟ ବିଭାଗର ୩୪୨.୩ କୋଟିର ଅତିରିକ୍ତ ବ୍ୟୟବରାଦ: ବହୁ ଚାଷୀ ବୀମା ଟଙ୍କା ପାଇ ନ ଥିବା ନେଇ ଅସନ୍ତୋଷ

ସମବାୟ ବିଭାଗର ୩୪୨.୩ କୋଟିର ଅତିରିକ୍ତ ବ୍ୟୟବରାଦ: ବହୁ ଚାଷୀ ବୀମା ଟଙ୍କା ପାଇ ନ ଥିବା ନେଇ ଅସନ୍ତୋଷ
ଭୁବନେଶ୍ୱର,୧୨।୯(ବ୍ୟୁରୋ): ୨୦୧୮-୧୯ ଆର୍ଥିକବର୍ଷ ପାଇଁ ସମବାୟ ବିଭାଗର ୩୪୨କୋଟି ୩୦ଲକ୍ଷ ୬୩ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାରେ ମଙ୍ଗଳବାର ଗୃହୀତ ହୋଇଛି। ଏହି ପ୍ରସଙ୍ଗରେ ଆଲୋଚନାର ପ୍ରାରମ୍ଭରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରୁ ନ ଥିବା କହିଛନ୍ତି। ସେ କହିଥିଲେ ଯେ, ଏହା କୋଅପରେଶନ ବିଭାଗ ନୁହେଁ ବରଂ କରପ୍ସନ ବିଭାଗ। ବିଜୟାନନ୍ଦ ସୁଗାର ମିଲ୍‌ କାହିଁକି ଚାଲୁ ହେଉ ନାହିଁ। ଏହା ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ। ଏହି ଚିନି କଳ ଚାଲୁ କରିବା ପାଇଁ ମନ୍ତ୍ରୀ ନିଶ୍ଚିତ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ ଶସ୍ୟ ବୀମା ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତ୍ରୁଟିପୂର୍ଣ୍ଣ କ୍ରପ୍‌ କଟିଂ ପଲିସି ଯୋଗୁ ଚାଷୀମାନେ ବହୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିପାଇଁ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ। ବ୍ୟାଙ୍କଗୁଡିକ ବର୍ତ୍ତମାନ ଚାଷୀଙ୍କୁ ବୀମାରାଶି ପ୍ରଦାନ ଦେବାକୁ ମନା କରିଦେଇଛନ୍ତି। ସମବାୟ ସୋସାଇଟି ଓ ବ୍ୟାଙ୍କଗୁଡିକରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସୁଛି। ଧାନ ସଂଗ୍ରହ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସୁଛି। ସରକାରୀ କର୍ମଚାରୀ, ଏଫ୍‌ସିଆଇ ଓ ମିଲ ମାଲିକମାନେ ମିଳିତ ଭାବେ ଚାଷୀଙ୍କୁ ଲୁଟୁଛନ୍ତି। କୋଅପରେଟିଭ ବ୍ୟାଙ୍କଗୁଡିକ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଫଳରେ ହିତାଧିକାରୀମାନଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚି ପାରୁନି। ଏଗୁଡିକର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ। ମିଲ୍‌ ମାଲିକ ଏବଂ ସୋସାଇଟିଗୁଡିକ ମଧ୍ୟରେ ଭିତିରିଆ ଚୁକ୍ତି ହୋଇଛି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ଚୁପ୍‌ ବସିପଡିଛନ୍ତି। ଚାଷୀମାନଙ୍କୁ ରୂପେ କାର୍ଡ ଦିଆଯାଇଛି। ମାତ୍ର ଏହି କାର୍ଡ ଜରିଆରେ ଚାଷୀମାନେ ଟଙ୍କା ପାଇପାରୁ ନାହାନ୍ତି ବୋଲି ନରସିଂହ କହିଛନ୍ତି। 

ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏହି ବ୍ୟୟବରାଦକୁ ସମର୍ଥନ କରି କହିଛନ୍ତି ଯେ, ସମବାୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅତୀତରେ ସମବାୟ ବିଭାଗ କାମ କରୁ ନ ଥିଲା। ସେତେବେଳେ ମହାଜନମାନେ ଚଢା ଦରରେ ଚାଷୀମାନଙ୍କୁ ଋଣ ପ୍ରଦାନ କରୁଥିଲେ। ସେହି ସମୟରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସମବାୟ ବିଭାଗ ଆସିବା ଫଳରେ ଚାଷୀମାନଙ୍କ ଲାଗି ବହୁ ସୁବିଧା ହୋଇଛି ବୋଲି ସେ କହିଛନ୍ତି।  ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଯାହା ପ୍ରସ୍ତାବ ଆସିଛି ତାକୁ ପୂର୍ଣ୍ଣଭାବେ ସମର୍ଥନ କରୁଛି। ମାତ୍ର ମୋର କିଛି ପ୍ରଶ୍ନ ପଚାରିବା ସହ କିଛି ପ୍ରସ୍ତାବ ଦେବାର ଅଛି। ବିରୋଧୀ ଦଳ ନେତା ଚିନି କାରଖାନା କଥା ଉଠାଇଛନ୍ତି। ଏବେ ରାଜ୍ୟରେ କେବଳ ବରଗଡ ଏବଂ ଆସ୍କାକୁ ଛାଡିଦେଲେ ଆଉସବୁ ଚିନିକଳ ବନ୍ଦ ହୋଇଯାଇଛି। ବଡମ୍ବାଠାରେ ମଧ୍ୟ ଏକ କୃଷିଭିତ୍ତିକ ଚିନିକଳ ଆରମ୍ଭ କରାଯାଇଥିଲା। କିଛି ସମୟ ସେହି ଚିନି କଳକୁ ସରକାର ପରିଚାଳନା କରିଥିଲେ। ସେତେବେଳେ ମୁଁ ମଧ୍ୟ ପ୍ରତିନିଧି ଥିଲି। ସେହି ଚିନି କଳରୁ ୨କୋଟି ଟଙ୍କା ସରକାର ଲାଭ ପାଇଥିଲେ ଏବଂ ଚାଷୀମାନେ ମଧ୍ୟ ବହୁ ଲାଭବାନ ହୋଇଥିଲେ। ମାତ୍ର ବର୍ତ୍ତମାନ ତା’ର ସ୍ଥିତି କ’ଣ ମନ୍ତ୍ରୀ କହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏହି ପ୍ରସ୍ତାବକୁ ସମର୍ଥନ କରୁନାହାନ୍ତି କହିବା ସହ ବିଜୟାନନ୍ଦ ଚିନି କାରଖାନା କଥା ଉଠାଇଥିଲେ। ରାଜ୍ୟ ସରକାର କେବଳ ଘୋଷଣା କରିବା ଜାଣିଛନ୍ତି ମାତ୍ର ତୃଣମୂଳସ୍ତରରେ କ’ଣ ଘଟୁଛି ତା’ର ସତ୍ୟତା ସେମାନଙ୍କୁ ଜଣା ନାହିଁ। ପାଟଣାଗଡର ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା ରାଶି ମିଳି ନଥିବା କଥା ସେ କହିଛନ୍ତି। ବିଧାୟକ ଜୀବନ ପ୍ରଦୀପ ଦାସ, ଅଂଶୁମାନ ମହାନ୍ତ, ବିଧାୟକ ଆୟୁବ ଖାନ୍‌, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଦୀପ ପୁରୋହିତ, ଯୋଗେନ୍ଦ୍ର ବେହେରା ଏବଂ ପ୍ରଫୁଲ୍ଲ ମାଝି ଆଲୋଚନାରେ ଭାଗ ନେଇଛନ୍ତି।  

ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଓଡିଶାରେ ସମବାୟ ବ୍ୟାଙ୍କ ଜରିଆରେ ୬୦ପ୍ରତିଶତ ଚାଷୀ ଋଣ ପାଉଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ୧ପ୍ରତିଶତ ସୁଧରେ ୧୬ହଜାର କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜୟାନନ୍ଦ ଚିନି କାରଖାନା ଖୋଲିବା କଥା କହୁଥିଲେ। ଆଉ କେତେଜଣ ସଦସ୍ୟ ଚାଷୀଙ୍କୁ ବୀମା ଟଙ୍କା ନ ମିଳିବା ଅଭିଯୋଗ ଆଣିଛନ୍ତି।  ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ବୀମା ରାଶି ବାବଦରେ ୧୫ଶହ କୋଟି ଟଙ୍କା ଦିଆଯାଇଛି। ବଳକା ରାଶି ଖୁବ୍‌ଶୀଘ୍ର ବଣ୍ଟାଯିବ। ବଲାଙ୍ଗୀରରେ ୨୦୧୩-୧୪ରେ ଯେଉଁ ଚିନି କାରଖାନା ହୋଇଥିଲା ତାହା ବିଭିନ୍ନ କାରଣରୁ ବନ୍ଦ ହେଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଉଦ୍ୟମ ହୋଇଥିଲା। ଏହା ଉପରେ ବ୍ୟାଙ୍କ ଋଣ ରହିଛି। ବ୍ୟାଙ୍କ ପକ୍ଷରୁ ୩ଥର ଏହାର ନିଲାମ ଡକାଗଲାଣି। ହେଲେ କେହି ନିଲାମ ନେଉ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ଗାଈ, କୁକୁଡା, ଛେଳି ଚାଷ ପାଇଁ ବିନା ଗ୍ୟାରେଣ୍ଟିରେ ୭% ସୁଧରେ ୧୫ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ପାତ୍ର କହିଛନ୍ତି। ଏହାପରେ ଗୃହରେ ସମବାୟ ବିଭାଗ ଅତିରିକ୍ତ ବ୍ୟୟବରାଦ ଗୃହୀତ ହୋଇଥିଲା।
All Right Reserved By

ମେଟ୍ରୋ |

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ପୁରୀରେ ଆମିକସ୍‌ କ୍ୟୁରି: ମହାପ୍ରଭୁଙ୍କୁ ଦର୍ଶନ ପରେ ଗଜପତିଙ୍କ ସହ କଲେ ଆଲୋଚନା

ପୁରୀରେ ଆମିକସ୍‌ କ୍ୟୁରି: ମହାପ୍ରଭୁଙ୍କୁ ଦର୍ଶନ ପରେ ଗଜପତିଙ୍କ ସହ କଲେ ଆଲୋଚନା

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶନିବାର ଆଲୋଚନା କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଆମିକସ୍‌ କ୍ୟୁରି ଶ୍ରୀନଅରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀନଅର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍‌ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ଶୁକ୍ରବାର ବଡ଼ ମହାସ୍ନାନ ହୋଇଛି। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚନ୍ଦନଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଭିତରକାଠ ନିକଟରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା।

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍‌ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ। 

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ,୨୩।୨: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ ମୁସଲମାନ ସମ୍ପ୍ରଦାୟର ଲୋକେ। ଶୁକ୍ରବାର କୁମ୍ଭାରପଡ଼ାସ୍ଥିତ ଜାମା ମସ୍‌ଜିଦ ପରିସରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ;  ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଚିଠି କରିବା ପରେ ଜବରଦଖଲ ଉଚ୍ଛେଦ କଥା ମନେପଡିଛି। 

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ

ଭୁବନେଶ୍ୱର,୨୩।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚତୁର୍ଥ ଥର ଲାଗି ପରିବର୍ତ୍ତନ ହୋଇଛି। ପ୍ରଥମେ ରାହୁଲ ଆସନ୍ତା ୨୮ରେ ଓଡିଶା ଆସିବା ନେଇ ଦଳ ପକ୍ଷରୁ କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟ ବଦଳି ରାହୁଲଙ୍କ ଅଫିସ୍‌ ମାର୍ଚ୍ଚ ୨ରେ ଆସିବା ନେଇ ଖବର ଦେଇଥିବା ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। 

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଓଡ଼ିଶା ଶୀତଳଭଣ୍ଡାର ସଂଘ ପକ୍ଷରୁ ଶୁକ୍ରବାରଠାରୁ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଶୀତଳଭଣ୍ଡାରଗୁଡିକ ଅଚଳ ହେବା ପାଇଁ କେତେକ ପ୍ରସଙ୍ଗକୁ ଦାୟୀ କରାଯାଇଛି। ଏହି ପ୍ରସଙ୍ଗଗୁଡିକ ହେଉଛି- ଅଧିକ ପୁଞ୍ଜିନିବେଶ, ଉଚ୍ଚ ସୁଧ ବୋଝ, ବିଦ୍ୟୁତ୍‌ ଦେୟ, ଆଳୁ ମିଶନ ଫେଲ୍‌ ଏବଂ ଲୋଡିଂ ସିଜନରେ ଅଧିକ ଯାତାୟାତ ଖର୍ଚ୍ଚ ଭଳି ପ୍ରମୁଖ ଦିଗ। 

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ଭୁବନେଶ୍ୱର,୨୩।୨(ବ୍ୟୁରୋ)-ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି।