ବ୍ରହ୍ମପୁର

ରେଳ ପ୍ଲାଟଫର୍ମ, ରେଳ ଚିତ୍ର ମାଧ୍ୟମରେ ହେବ ଆଇଟିଆଇ କ୍ଲାସ୍‌

ରେଳ ପ୍ଲାଟଫର୍ମ, ରେଳ ଚିତ୍ର ମାଧ୍ୟମରେ ହେବ ଆଇଟିଆଇ କ୍ଲାସ୍‌
ବ୍ରହ୍ମପୁର ଅଫିସ,୧୨ା୯-ଏଣିକି ରେଳ ପ୍ଲାଟଫର୍ମ, ରେଳ ମଧ୍ୟରେ ପାଠପଢା ହେବ। ଛାତ୍ରୀଛାତ୍ରଙ୍କୁ ଏଭଳି ଅନୁଭବ କରାଇବା ନେଇ ବ୍ରହ୍ମପୁର ଆଇଟିଆଇର କ୍ଲାସ୍‌ରୁମଗୁଡିକର କାନ୍ଥରେ ସମ୍ପୂର୍ଣ୍ଣ ଟ୍ରେନର ପେଣ୍ଟ କରାଯାଇଛି। ଗ୍ରାମାଞ୍ଚଳ ପିଲାଙ୍କୁ ଆଇଟିଆଇ ପାଠ୍ୟକ୍ରମ ପ୍ରତି ଆକର୍ଷିତ କରିବା ଓ ପାଠପଢା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ସରକାରୀ ଶିଳ୍ପାନୁଷ୍ଠାନ ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳରୁ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରୀଛାତ୍ରଙ୍କୁ ରେଳରେ ବସିବାର ଅନୁଭବ କରାଇବାକୁ ଆଇଟିଆଇରେ ଥିବା ସମସ୍ତ କ୍ଲାସରୁମ୍‌ କାନ୍ଥକୁ ରେଳ ବଗିଭାବେ  ଚିତ୍ରିତ କରାଯାଇଥିବା ବେଳେ କ୍ଲାସରୁମ ଯାତାୟାତ ପଥକୁ  ରେଳପ୍ଲାଟଫର୍ମରେ ପରିଣତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ କ୍ଲାସରୁମ ଥିବା ଏକ ଫ୍ଲୋରକୁ ରେଳ ପ୍ଲାଟଫର୍ମ ଆକୃତିର ପେଣ୍ଟ କରାଯାଇଛି। ଅନୁଷ୍ଠାନରେ ଅଧ୍ୟୟନରତ ଫିଟର ଟ୍ରେଡର ଛାତ୍ରୀଛାତ୍ରମାନେ ସପ୍ତାହେ ପରିଶ୍ରମ କରି କ୍ଲାସରୁମଗୁଡିକର କାନ୍ଥରେ ଏହି ପେଣ୍ଟ କରିଛନ୍ତି। ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି, ଏହିଭଳି ପ୍ରୟାସ ପେଣ୍ଟ ଟ୍ରେଡରରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିଜକୁ ଆମତ୍ନିର୍ଭରଶୀଳ କରାଇବାକୁ ଅମତ୍ବିଶ୍ୱାସ ଜାଗ୍ରତ କରାଇବ। ଏହାସହ ପାଠପଢା ପରିବେଶକୁ ଅଧିକ ସୁନ୍ଦର ହୋଇପାରିବ। ଆଗାମୀ ଦିନରେ ସମସ୍ତ କ୍ଲାସରୁମକୁ ଏହିପରି ପେଣ୍ଟିଂ କରାଯିବାକୁ ଯୋଜନା ରଖାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଦକ୍ଷତାର ବିକାଶ ତଥା ଆମତ୍ବିଶ୍ୱାସ ବୃଦ୍ଧି କରାଇବା ନେଇ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବଜ୍ୟବସ୍ତୁ ତଥା ଅବ୍ୟବହୃତ ବସ୍ତୁରୁ ବିଭିନ୍ନ ମଡେଲ ପ୍ରସ୍ତୁତ କରି ଅନୁଷ୍ଠାନ ପରିସରରେ ସୃଷ୍ଟି କରାଯାଇଥିବା ସ୍କାର୍ପ ମ୍ୟୁଜିୟମ ରାଜ୍ୟ ତଥା ରାଜ୍ୟବାହାରେ ବେଶ ପ୍ରଶଂସନୀୟ ହୋଇଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ଏହି ଅନୁଷ୍ଠାନ ଜାତୀୟସ୍ତରରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ସଫଳ ହୋଇପାରିଛି।

All Right Reserved By

ବ୍ରହ୍ମପୁର

ପୋଲିସ ଶହୀଦ ଦିବସ ପାଳିତ

ପୋଲିସ ଶହୀଦ ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୧।୧୦: ଆଜି ଦେଶ ବ୍ୟାପୀ ପାଳିତ ହେଉଛି ୫୯ତମ ପୋଲିସ ସହୀଦ ଦିବସ। ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲା ପକ୍ଷରୁ ଆମ୍ବପୁଆ ରିଜର୍ଭ ପୋଲିସ ପଡିଆରେ ମିଳିତ ପ୍ୟାରେଡ଼ ସହ ସହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। 

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ଦାରିଙ୍ଗବାଡ଼ି,୨୧।୧୦ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଥାନାରେ ପାରମ୍ପରିକ ତଥା ଲୋକ ସଂସ୍କୃତିକୁ ନେଇ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରାଯାଇଛି। 

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ଗଞ୍ଜାମ ଜିଲାରେ ବାତ୍ୟା ‘ତିତ୍‌ଲି’ ପରବର୍ତ୍ତୀ ବନ୍ୟାର ଭୟାବହତା ବ୍ୟାପକ ଭାବେ ପ୍ରଭାବ ପକାଇଛି। ବନ୍ୟା ଜଳ ଚାଷ ଜମିରେ ଜମି ମାଡିଯିବା ଫଳରେ ଫସଲ ବରବାଦ୍‌ ହୋଇଯାଇଛି। ତଳ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। 

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାତ୍ରପୁର,୨୧ା୧୦(ଡି.ଏନ୍‌.ଏ.) -ବୁରାତାଲ ପଞ୍ଚାୟତର ପାହାଡ଼ ଉପରେ ଥିବା ବାଦୁଆ ଗ୍ରାମର ଗୋବିନ୍ଦ ନାଇକଙ୍କ ସ୍ତ୍ରୀ ହୀରାମଣି ନାଇକଙ୍କୁ  ଶନିବାର ପ୍ରସବ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭାର ସାହାଯ୍ୟରେ ଆଣୁଥିବା ବେଳେ ପାହାଡ ମଝି ରାସ୍ତାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। 

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଦିଗପହଣ୍ଡି,୨୧ା୧୦(ଡି.ଏନ.ଏ.): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମର ପାଣ୍ଡା ଓରଫ ମିଥୁନ ପ୍ରଧାନଙ୍କୁ ଶନିବାର ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ଦେଶୀ ମାଉଜର, ୨ଟି ଜୀବନ୍ତ ଗୁଳି ସମେତ ଏକ ନମ୍ବର ବିହୀନ ବାଇକ ଜବତ କରାଯାଇଛି। 

ପୂର୍ବତନ ସରପଞ୍ଚଙ୍କ ଧାରଣା ଚେତାବନୀ

ରାମଗିରି,୨୧ା୧୦- ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ସହ ଆଖପାଖ ପଞ୍ଚାୟତରେ ତାରପୋଲିନ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ସାମୁଦ୍ରିକ ଝଡ ତିତ୍‌ଲି ପରବର୍ତ୍ତୀ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ସହାୟତା ପ୍ରଦାନରେ ପାତର ଅନ୍ତର ହୋଇଛି ବୋଲି ଅଭିଯୋଗ ହୋଇଛି ା 

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୨୧।୧୦-ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହଳଦିଆପଦର ରେଲୱେ ଫ୍ଲାଏ ଓଭର ବ୍ରିଜ୍‌ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ମୃତକ ହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡାଇ (୩୦)। ମୃତକଙ୍କ ମା’ ରୋହିଣୀଙ୍କ ଏତଲାକୁ ଭିତ୍ତିକରି ଶନିବାର ପୋଲିସ ନଂ. ୧୨୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଆଇଆଇସି କୁଳମଣୀ ସେଠୀ ସୂଚନା ଦେଇଛନ୍ତି। 

ଷ୍ଟୋଭଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ୍‌,୨୦ା୧୦: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରେଡିକା ସାହିରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି  ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ସଦରଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ  ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ  ହାଜତକୁ ପଠାଇ ଦିଆଯାଇଛି। 

ବିଏମ୍‌ସିର ପକ୍କା ଡ୍ରେନ, ରୋଡ ନିର୍ମାଣକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୧ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ବିଭିନ୍ନ ୱାର୍ଡରେ ଡ୍ରେନ ଓ ରୋଡ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। 
ବର୍ଷାଋତୁ ସାରି ଆସୁଥିବାରୁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପକ୍କା ଡ୍ରେନ ଏବଂ ରୋଡ ନିର୍ମାଣ ପାଇଁ ଦୁଇ ପର୍ଯ୍ୟାୟରେ ୨୪ କୋଟି ୮୫ ଲକ୍ଷ ୨୯ ହଜାର ଟଙ୍କାର ଟେଣ୍ଡର ହୋଇଛି। 

ବିଏମ୍‌ସି ପକ୍ଷରୁ ୧୫୫୦ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

ବିଏମ୍‌ସି ପକ୍ଷରୁ ୧୫୫୦ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

ବ୍ରହ୍ମପୁର ଅଫିସ,୨୧ା୧୦-ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଚୟନ ହୋଇଥିବା ହିତାଧିକାରୀଙ୍କୁ  ଖାଦ୍ୟ ସୁରକ୍ଷା କାର୍ଡ ପ୍ରଦାନ କରାଯାଇଛି। 

ବିଦ୍ୟୁତ ଆଘାତରେ ୨ ବଳଦ ମୃତ

ବିଦ୍ୟୁତ ଆଘାତରେ ୨ ବଳଦ ମୃତ

ପୋଲସରା,୨୦।୧୦(ଡି.ଏନ.ଏ.)- ପୋଲସରା ବ୍ଲକ ବାଲିଛାଇ ପଞ୍ଚାୟତସ୍ଥିତ ବାଲିଛାଇ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବିଦ୍ୟୁତ ଆଘାତରେ ୨ଟି ବଳଦର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ବାଲିଛାଇ ଗ୍ରାମର ଗୋପିନାଥ ସାହୁ ହଳସାରି ଫେରିବା ବେଳେ ବଳଦ ଦ୍ୱୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ମୃତ୍ୟୁ ଘଟିଥିଲା।