ରାଜ୍ୟ |

ବେଳାଭୂମି, ମଙ୍ଗଳାନଦୀ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ବେଳାଭୂମି, ମଙ୍ଗଳାନଦୀ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ
ପୁରୀ ଅଫିସ, ୧୨ା୯: ପୁରୀ ବେଳାଭୂମିର କୋକୋପାମ ଠାରୁ ମଙ୍ଗଳାମୁହାଣ ଅବକ୍ଷୟର ପ୍ରତିକାର ଲାଗି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ  (ଆଇସିଜେଡ୍‌ଏମ୍‌ପି) ମାଧ୍ୟମରେ ନିଆଯିବ ପଦକ୍ଷେପ। ସି ୱାଲ ନିର୍ମାଣ ଓ ମଙ୍ଗଳାମୁହାଣ ସୁରକ୍ଷା ଲାଗି ଡିପିଆର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସଷ୍ଟେନବୁଲ କୋଷ୍ଟାଲ ମ୍ୟାନେଜମେଣ୍ଟ (ଏନସିଏସ୍‌ସିଏମ୍‌) ବିଶେଷଜ୍ଞ ମଣିକନ୍ଦନଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ପୁରୀ ଆସି ପୁରୀ ବେଳାଭୂମି ଓ ବାଙ୍କୀ ମୁହାଣର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାରିଅଟ୍‌ ହୋଟେଲ ନିକଟରେ ଦୁଇଟି ଟାୱାର ସ୍ଥାପନ କରି ମଙ୍ଗଳାନଦୀ  ମଧ୍ୟରେ କରେଣ୍ଟ ମିଟର ପକାଯାଇ ଏହି ସର୍ଭେ କରାଯାଇଛି। ମଙ୍ଗଳା ମୁହାଣ ଏବଂ ମଙ୍ଗଳାଘାଟ ବ୍ରିଜ ନିକଟରେ ମଙ୍ଗଳାନଦୀରେ କରେଣ୍ଟ ମିଟର ପକାଯାଇଥିଲା। ଏହି ସର୍ଭେ ଦ୍ୱାରା ନଦୀ ଶଯ୍ୟାର ସ୍ଥିତି, ନଦୀର ଜଳ ଧାରଣ କ୍ଷମତା, ନଦୀ ଗଭୀରତା ଏବଂ ନଦୀ ଜଳର ସ୍ରୋତକୁ ଅନୁଧ୍ୟାନ କରାଯାଇଛି। ଏହାକୁ ବାଥିମେଟ୍ରି ସର୍ଭେ କୁହାଯାଏ ବୋଲି କହିଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ। ସେହିପରି ମଙ୍ଗଳାମୁହାଣ ଠାରୁ ବତିଘର ପର୍ଯ୍ୟନ୍ତ ୨.୫ କିମି ଏବଂ ମଙ୍ଗଳାମୁହାଣ ଠାରୁ ଗିରଳ ପାର୍ଶ୍ୱକୁ ୧ କିମି ପର୍ଯ୍ୟନ୍ତ ବେଳାଭୂମିର ସର୍ଭେ କରାଯାଇଛି। ଏହାକୁ  ଆର୍‌ଟିକେ ସର୍ଭେ ( ରିୟଲ ଟାଇମ୍‌ କାଇନମେଟିକ ସର୍ଭେ) କୁହାଯାଏ। ସର୍ଭେ ପରେ ଏହି ଟିମ୍‌ ଡିପିଆର ପ୍ରସ୍ତୁତ କରିବେ। ଡିପିଆର  ପ୍ରସ୍ତୁତି ପରେ ପୁଣି ଡିସେମ୍ବରରେ ପୁଙ୍ଖାନୁପୁଙ୍ଖ ସର୍ଭେ ହେବ ବୋଲି ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ୨୦୦୬ ମସିହାରେ ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଅବକ୍ଷୟ ହୋଇଥିଲା। ବେଳାଭୂମି ମାର୍ଗର କୋକୋପାମ ଛକଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାକୁ ସମୁଦ୍ର ଧୋଇ ନେଇଥିଲା। ଏହାସହିତ ମଙ୍ଗଳା ନଦୀ ମୁହାଣ ବାରମ୍ବାର ଗତିପଥ ବଦଳାଇବା ସହିତ ସମସ୍ୟା ସୃଷ୍ଟି କରୁଛି। ସେହିପରି ରାମଚଣ୍ଡୀ ବେଳାଭୂମିରେ ମଧ୍ୟ ଅବକ୍ଷୟ ଦେଖାଦେଇଛି। କୋକୋପାମ୍‌ ରାସ୍ତା କଡରେ ସମୁଦ୍ର ପ୍ରାଚୀର(ସି ୱାଲ) ନିର୍ମାଣ ଏବଂ ମଙ୍ଗଳା ମୁହାଣର ସମସ୍ୟା ଦୂର ପାଇଁ ପୁରୀ ଜଳସେଚନ ଡିଭିଜନ ପକ୍ଷରୁ ୧୪କୋଟି ଟଙ୍କାର ଏକ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ରାମଚଣ୍ଡୀ ବେଳାଭୂମିରେ ପାର୍ଶ୍ୱରେ ଗାର୍ଡ ୱାଲ ନିର୍ମାଣ ଓ ପଥର ପ୍ୟାକିଂ ଲାଗି ୪.୫କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଦୁଇ ପ୍ରକଳ୍ପ ଆଇସିଜେଡ୍‌ଏମ୍‌ପି ଫେଜ-୨ ଜରିଆରେ କରାଯିବାର ଯୋଜନା ରହିଛି। ଗତ ୫ତାରିଖରେ ଜାତୀୟ ସାମୁଦ୍ରିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଏନ୍‌ଆଇଓଟି)ର ବିଶେଷଜ୍ଞ  ଦଳ ଆସି ଅନୁଧ୍ୟାନ କରିଥିଲେ। 
All Right Reserved By

ରାଜ୍ୟ |

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହକୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଶୁଭାରମ୍ଭ କରିବା ସହ ଶିଶୁଙ୍କ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ତାଲିମ ନିମନ୍ତେ ତାଲିମ୍‌ଦାତାମାନଙ୍କର ତାଲିମ୍‌ କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକରୋଡ, ୧୬।୧୨(ଡି.ଏନ.ଏ): ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ଆଦିବାସୀ ଗାଁରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବ ଦାସ ଓ ବୁଲୁ ନାୟକ। 

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ, ୧୬।୧୨(ଡି.ଏନ.ଏ): ଶନିବାର ଅଁଳାନବମୀ। ଏହି ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦଦର୍ଶନ ଅନଷ୍ଠିତ ହେବ। ଭକ୍ତମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇଟି ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇ ନାହିଁ। 

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୧୬ା୧୧: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶୁକ୍ରବାର ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃରେ ପାରମ୍ପରିକ ଗୋ ପୂଜନ, ଯଜ୍ଞ ଓ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । ଏହାପରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ୱାରା ଗୋପୂଜନ ଯଜ୍ଞ ଓ ପୂର୍ଣ୍ଣାହୁତି ଦିଆଯାଇଥିଲା।

ବେଆଇନ ବନ୍ଧୁକ କାରବାର:  ଯୁବକ ଗିରଫ

ବେଆଇନ ବନ୍ଧୁକ କାରବାର: ଯୁବକ ଗିରଫ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବେଆଇନ ବନ୍ଧୁକ କାରବାର ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଗୁରୁବାର ରାତିରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି।   ସେ ହେଲେ ପିପିଲି ଅଞ୍ଚଳର ମୁସ୍ତାକ ଅଲ୍ଲୀ। 

ବିଧାନସଭାରେ ଶୋକ

ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବିଧାନସଭାର ପରଲୋକଗତ ସଦସ୍ୟ,  ସିଆର୍‌ପିଏଫ୍‌ ଏବଂ ପୂର୍ବତନ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ଙ୍କ ବିୟୋଗରେ ବିଧାନସଭାରେ ଶୁକ୍ରବାର ଶୋକପ୍ରକାଶ କରାଯାଇଛି। 

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାରେ ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବିଧାନସଭାର ପୂର୍ବତନ ସଦସ୍ୟ ଏବଂ ସୁରକ୍ଷାକର୍ମୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ଆଲୋଚନା ପରେ ବିରୋଧୀ କଂଗ୍ରେସ ଓ ଭାଜପା ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। 

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି।