ରାଜ୍ୟ |

ସ୍ବାଭାବିକ ହେଲା ପୁରୀ-ଭୁବନେଶ୍ୱର ବସ ଚଳାଚଳ

 ସ୍ବାଭାବିକ ହେଲା ପୁରୀ-ଭୁବନେଶ୍ୱର ବସ ଚଳାଚଳ
ପୁରୀ ଅଫିସ, ୧୨ା୯: ପୁରୀ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ ଚଳାଚଳ ମଙ୍ଗଳବାର ଅପରାହ୍ନ ୩ଟାରୁ ସ୍ବାଭାବିକ ହୋଇଛି। ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏହା ସମ୍ଭବ ହୋଇଛି। ନିର୍ଦ୍ଧାରିତ ପରମିଟ୍‌ ସମୟ ଅନୁଯାୟୀ ବସ ଚଳାଚଳ କରିବାକୁ ପୁରୀ ଏବଂ ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଖୁବ୍‌ଶୀଘ୍ର ରାଜ୍ୟ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବସ୍‌ ଚଳାଚଳ ସମୟ ନିର୍ଦ୍ଧାରଣ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଜଣାପଡିଛି।
ବସ୍‌ ଚଳାଚଳ ସମୟ ନିର୍ଦ୍ଧାରଣକୁ ନେଇ ଭୁବନେଶ୍ୱର ବସ୍‌ ମାଲିକ ସଂଘ ଏବଂ ପୁରୀ ଘରୋଇ ବସ ମାଲିକ ସଂଘ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱର ସଂଘ ପୁରୀ ମାଲିକଙ୍କ ଏକାଧିକ ବସକୁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକାଇ ରଖିଥିଲେ। ପୁରୀ ମାଲିକ ମଧ୍ୟ ପୁରୀ ବସଷ୍ଟାଣ୍ଡରେ ଭୁବନେଶ୍ୱର ମାଲିକଙ୍କ ଏକାଧିକ ବସକୁ ଅଟକ ରଖିଥିଲେ। ଗତ ୭ତାରିଖ ଠାରୁ ପୁରୀ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା। ଏପରି କି ଏଥିରେ ପୁରୀ ଓ ଖୋର୍ଦ୍ଧା ଜିଲା ପ୍ରଶାସନ ହସ୍ତକ୍ଷେପ କରି ନ ଥିଲା। ପୁରୀ ମାଲିକଙ୍କ ବସକୁ ଭୁବନେଶ୍ୱରରେ ପୂରାଇ ଦିଆଯିବ ନାହିଁ ବୋଲି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ବସ୍‌ ମାଲିକ ସଂଘ ଚେତାବନୀ ଦେଇଥିଲା। ଏହାଛଡ଼ା ପୁରୀ-କଟକ ମଧ୍ୟରେ ବସ୍‌ ଚଳାଚଳ ବନ୍ଦ କରାଯିବ ବୋଲି ମଧ୍ୟ ଧମକ ଦେଇଥିଲା। ମଙ୍ଗଳବାର ସକାଳେ ପୁରୀରୁ କଟକ ଅଭିମୁଖେ ଗୋପୀନାଥ ଓ କାଳିଆ ବସ ଯାଇଥିଲା। ଭୁବନେଶ୍ୱର କଳ୍ପନା ଛକରେ ଭୁବନେଶ୍ୱର ବସ ମାଲିକ ଉକ୍ତ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଫେରାଇ ଦେଇଥିଲେ। ଫଳରେ ପୁରୀ-କଟକ ମଧ୍ୟରେ ବସ ଚଳାଚଳ ବି ଠପ୍‌ ହୋଇଯାଇଥିଲା। ଏହାପରେ ଜିଲା ପ୍ରଶାସନର ଚିନ୍ତା ବଢିଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି, ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ପଟ୍ଟନାୟକ, ଟ୍ରାଫିକ ଇନ୍ସପେକ୍ଟର ବାମଦେବ ସ୍ବାଇଁ ପୁରୀ ବସଷ୍ଟାଣ୍ଡକୁ ଯାଇ ପୁରୀ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟରେ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ମାଲିକ ସଂଘର ସମ୍ପାଦକ ଲୋକନାଥ ପାଣି, ଆବାହାକ ଚଣ୍ଡୀ ପ୍ରସାଦ ସିଂ ଓ ଅନ୍ୟାନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଭୁବନେଶ୍ୱର ବସ୍‌ ମାଲିକ ସଂଘ ସହ ଆଲୋଚନା କରିଥିଲେ। ପୁରୀ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ୪ଦଫା ଦାବି ଉପସ୍ଥାପନ କରିଥିଲା। କଳ୍ପନା ଛକ ଦେଇ ପୁରୀକୁ ସବୁ ବସ ଆସୁଥିବା ବେଳେ ସେଠାରେ ବସ କର୍ମଚାରୀଙ୍କୁ ଅଧିକାଂଶ ସମୟରେ ହଇରାଣ ହରକତ କରାଯାଉଛି। ତେଣୁ କଳ୍ପନା ଛକଠାରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ହେଉ। ପୁରୀ ମାଲିକଙ୍କ ବସକୁ ବରମୁଣ୍ଡାରେ ଅଟକାଇ ରଖିଥିବା ଭୁବନେଶ୍ୱର ବସ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୁରୀ-ଭୁବନେଶ୍ୱର ବସ ଚଳାଚଳ ସମୟ ନିର୍ଘଣ୍ଟ ପୁନଃ ଧାର୍ଯ୍ୟ ହେଉ। ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ। ଦୀର୍ଘ ସମୟ ଧରି ଆଲୋଚନା ପରେ ନିର୍ଦ୍ଧାରିତ ପରମିଟ୍‌ ସମୟ ଅନୁଯାୟୀ ବସ ଚଳାଚଳ କରିବା ଲାଗି ସ୍ଥିର ହୋଇଥିଲା। 
ମିଳିଥିବା ସୂଚନା ଅନୁଯାୟୀ ଯଦି ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ ତେବେ ଆଉ କିଛି ଦିନ ପରେ ଏହି ସମସ୍ୟା ମୁଣ୍ଡ ଟେକିବାର ଆଶଙ୍କା ରହିଛି। ବର୍ତ୍ତମାନ ପୁରୀ-ଭୁବନେଶ୍ୱର ପରମିଟ୍‌ରେ ରହିଥିବା ସମୟ ଅନୁଯାୟୀ ବସ୍‌ଗୁଡିକ ମଧ୍ୟରେ  ବ୍ୟବଧାନ ୩ ରୁ ୪ମିନିଟ ରହିଛି। ଏଥିଯୋଗୁ ବିବାଦ ମୁଣ୍ଡଟେକୁଛି। ଏହି ବିବାଦକୁ ନେଇ ୨ବର୍ଷ ମଧ୍ୟରେ ୧୦ଥର ବସ ଚଳାଚଳ ବନ୍ଦ ରହିଲାଣି। ବସ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି କହିଛନ୍ତି ପୁରୀ ଘରୋଇ ବସ ମାଲିକ ସଂଘର ସମ୍ପାଦକ ପାଣି ଏବଂ ଭୁବନେଶ୍ୱର ବସ ମାଲିକ ସଂଘର ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ। 
All Right Reserved By

ରାଜ୍ୟ |

ଏସ୍‌ସିବି ହେପାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ଏସ୍‌ସିବି ହେପାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧।୧୧: କଟକ ବଡ ମେଡିକାଲ ହେପାଟୋଲୋଜି ବିଭାଗରେ ବୁଧବାର ଅଗ୍ନିକାଣ୍ଡ ଘଟିଛି।  ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫ଜଣ ଏସ୍‌ସିବି ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ବେଳେ ୭ଜଣ ଆଇସିୟୁରେ ଅଛନ୍ତି। 

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ହୋଇଥିବା ଦୁର୍ଘଟଣାକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧।୧୧ :  କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତଥା ପଞ୍ଚକର ୩ୟ ଦିବସ ବୁଧବାର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଶ୍ରୀବିକ୍ରମ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶରେ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଛି।

 ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ)- ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ୨୦୧୪ରେ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯେପରି ନିଜର ଫାଇଦା ପାଇଁ ସରକାର ସହିତ ସାମିଲ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେଉ। ଏନେଇ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପରାହ୍ନରେ ଏହି ପ୍ରସ୍ତାବ ଆସିଥିଲା।

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

କଟକ ଅଫିସ, ୨୧।୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମିନତି ବେହେରା,  ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ।

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

କଟକ ଅଫିସ,୨୧।୧୧- ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଢ଼େର୍‌ ବିଳମ୍ବ ହୋଇଥିବା ଦେଖିବାକୁ ମିଳୁଛି।

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

କଟକ ଅଫିସ,୨୧|୧୧- ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଟକ ସହୀଦ ଭବନରେ ଚାଲିଥିବା ୨୨ତମ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଫ୍ୟୁଜନ ସହ ବଂଶୀର ଧୂନ୍‌ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀର ଧ୍ୱନିରେ ଏକାଡେମୀର ସମ୍ପାଦିକା ମୀରା ଦାସ, ନୃତ୍ୟଶିଳ୍ପୀ ପୁଷ୍ପା ପଣ୍ଡା ଓ ସୁସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। 

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

କଟକ ଅଫିସ,୨୧|୧୧- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୨୬ ତାରିଖ ସକାଳ ୮ଟାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହେବ। ଦେୟ ପୈଠ କରିବାର ଶେଷ ସମୟ ଡିସେମ୍ବର ୧୩ ରାତି ୧୧ଟା ୪୫ ରହିଥିବାବେଳେ ୧୪ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ। 

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧ା୧୧: ପଞ୍ଚୁକର ଦ୍ୱିତୀୟ ଦିବସରେ ମଙ୍ଗଳବାର ରତ୍ନସିଂହାସନରେ ତିନି ଠାକୁରଙ୍କ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପକାଯାଇଥିଲା। 

ଖୋଲିଲା ଦେଶର ପ୍ରଥମ ମୁକ୍ତାକାଶ ସ୍ଥାପତ୍ୟ ପାର୍କ

ଖୋଲିଲା ଦେଶର ପ୍ରଥମ ମୁକ୍ତାକାଶ ସ୍ଥାପତ୍ୟ ପାର୍କ

ଭୁବନେଶ୍ୱର କଳିଙ୍ଗନଗରଠାରେ ଦେଶର ସର୍ବପ୍ରଥମ ସାର୍ବଜନୀନ ସ୍ଥାୟୀ ମୁକ୍ତାକାଶ ସ୍ଥାପତ୍ୟ ପାର୍କକୁ ମଙ୍ଗଳବାର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।