ବ୍ରହ୍ମପୁର

ମିଳିଲେ ୩୮୦ଶିଶୁ ଶ୍ରମିକ

ମିଳିଲେ ୩୮୦ଶିଶୁ ଶ୍ରମିକ
ବ୍ରହ୍ମପୁର ଅଫିସ/ଛତ୍ରପୁର - (ଡି.ଏନ୍‌.ଏ.), ୧୨ା୯-ଶିଶୁ ଶ୍ରମିକ, ବାଲ୍ୟ ବିବାହ, ନାବାଳିକା ନିର୍ଯାତନା ଆଦି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ହାତକୁ ନିଆଯାଇଛି। ସେଥି ମଧ୍ୟରୁ ଅପରେସନ୍‌ ପରୀ ଅନ୍ୟତମ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ସେହିପରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲଖ୍ୟ। ପୂର୍ବରୁ ଅପରେସନ୍‌ ଷ୍ମାଇଲ୍‌ ନାମରେ ଏହି କାର୍ଯ୍ୟକ୍ରମ ସମସ୍ତ ଥାନା ଅଞ୍ଚଳରେ ଚାଲୁ ରହିଥିଲା। ବିଶେଷ କରି ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସିଡବ୍ଲ୍ୟୁସି (ଶିଶୁ ମଙ୍ଗଳ କମିଟି)କୁ ହସ୍ତାନ୍ତର କରିବା ନେଇ ଗୁରୁତ୍ୱାରୋପ ଦିଆଯାଉଥିବା ଜଣାପଡିଛି। ଆବଶ୍ୟକ ପଡିଲେ ଏସଂକ୍ରାନ୍ତରେ ମକଦ୍ଦମା ରୁଜୁ ହେବା ପାଇଁ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲାରେ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଏ ସଂକ୍ରାନ୍ତରେ କେବଳ ଗୋଟିଏ ମାମଲା ରୁଜୁ ହୋଇଥିବା ଜଣାପଡିଛି। ୧୦ ତାରିଖ ସୁଦ୍ଧା ମିଳିଥିବା ସୂଚନା ମୁତାବକ ରାଜ୍ୟରେ ୧୨୯୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୦୯୪ ଜଣ ନାବାଳକ  ଓ ୨୦୨ ନାବାଳିକା ରହିଥିବା ଜଣାପଡିଛି। ୧୮ ବର୍ଷରୁ କମ୍‌ ବୟସ ରହିଥିବା ବେଳେ ଏ ସଂକ୍ରାନ୍ତରେ ସାରା ରାଜ୍ୟର ବିଭିନ୍ନ ପୋଲିସ ଜିଲା ଅଧୀନରେ କେବଳ ୭୮ ମାମଲା ରୁଜୁ ହୋଇଛି।  ଭଦ୍ରକ, ବଲାଙ୍ଗୀର, କୋରାପୁଟ ଏବଂ କଳାହାଣ୍ଡି ପୋଲିସ ଜିଲାରେ ୫୦ ଟପିଯାଇଥିବା ବେଳେ କୌଣସି ପୋଲିସ ଜିଲାରେ ଶିଶୁ ଶ୍ରମିକ ଉଦ୍ଧାର ସଂଖ୍ୟା ୧୦୦ ଟପିନାହିଁ।  ତେବେ ଗଞ୍ଜାମ ଜିଲାରେ ଏଯାବତ୍‌ ୩୫୨ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ସଂଖ୍ୟା ଆହୁରି ବଢିବାର ଆଶା ଦେଖାଦେଇଛି। କେବଳ ବ୍ରହ୍ମପୁର ପୋଲିସ ଜିଲାରେ ୧୩୦ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ନାବାଳକ ରହିଛନ୍ତି ୧୨୭ଜଣ ଏବଂ ନାବାଳିକା ସଂଖ୍ୟା ରହିଛି ମାତ୍ର ୩ ଜଣ। ଗୋଟିଏ ମାମଲା ବ୍ରହ୍ମପୁର ପୋଲିସ ଜିଲାରେ ରୁଜୁ ହୋଇଥିବା ବେଳେ ଗଞ୍ଜାମ ପୋଲିସ ଜିଲା କିନ୍ତୁ ସମସ୍ତ ରେକର୍ଡକୁ ଟପିଯାଇଥିବା ଜଣାପଡିଛି। ଏହି ପୋଲିସ ଜିଲା ଅଧିନସ୍ଥ ଥାନା ଅଞ୍ଚଳରୁ ୨୫୦ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୨୨୭ ଜଣ ନାବାଳକ ଏବଂ ୨୩ ନାବାଳିକା ରହିଥିବା ସୂଚନା ମିଳିଛି। ତେବେ ଏନେଇ ଥାନାରେ ଏଯାବତ୍‌ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ୧୮ ବର୍ଷରୁ କମ୍‌ ବୟସ ନାବାଳିକା ଓ ନାବାଳକମାନଙ୍କୁ କୌଣସି କ୍ଷେତ୍ରରେ  କେହି କାର୍ଯ୍ୟ କରାଯାଉଥିଲେ କିମ୍ବା ପାରିବାରିକ ଆର୍ଥିକ ଅନାଟନରୁ କେହି ଶିଶୁ ଶ୍ରମିକ ଆପଣାଉଥିଲେ ସେମାନଙ୍କ କିଭଳି ଉଦ୍ଧାର କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଅନ୍ୟ ଶିଶୁମାନଙ୍କ ପରି ସରକାରୀ ସୁବିଧା ସୁଯୋଗ ଉପଲବ୍ଧି କରିବେ, ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଠନରେ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ପଦକ୍ଷେପ ନେଉଛନ୍ତି ସରକାର।
All Right Reserved By

ବ୍ରହ୍ମପୁର

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ବୁଗୁଡ଼ା,୨୩।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଖୋଳଖାଳି ଓ ମୋଟାବାଡ଼ି ମଣ୍ଡିରେ ଧାନ ବସ୍ତା ପଡି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ପ୍ରକୃତ ମୂଲ୍ୟ ନ ଦେବା ପ୍ରତିବାଦରେ ସୋମବାର ବଳଦେବ କୃଷକ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ ଏନେଇ ଭଞ୍ଜନଗର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୋଳଖାଳି ମଣ୍ଡିରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପହଞ୍ଚତ୍ ସେଠାରେ ଥିବା ୫୦ ବସ୍ତା ଧାନର ଉପଯୁକ୍ତ ନିର୍ଣ୍ଣାୟକ ମାନ ପରୀକ୍ଷା କରି ଏହା ସରକାରୀ ମୂଲ୍ୟ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ଉଠି ନ ଥିବା ଜଣାପଡିଛି।

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ଭଞ୍ଜନଗର, ୨୩।୧(ଡି.ଏନ.ଏ.)- ଭଞ୍ଜନଗର ମେଡିକାଲ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେଡିକାଲର ଉନ୍ନୟନ, ଗତମାସର ଖର୍ଚ୍ଚ, ମଶାରି ବ୍ୟବସ୍ଥା, ସମନ୍ବିତ ପରାମର୍ଶ କେନ୍ଦ୍ର, ସଫେଇ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଫେବୃୟାରୀ ୮,୯ ଓ ୧୦ତାରିଖ ୩ଦିନ ବାତ ରୋଗ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ହେବ। ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ବ୍ଲକ ସୋଡ଼କ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୀ ଚରଣ ନାୟକଙ୍କୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କଳାକାର ଭତ୍ତା ଲାଗି କାଳୀଚରଣଙ୍କୁ ୬ ଶହ ଟଙ୍କା ଦେଉଥିଲେ।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ଷ୍ଟେଟ୍‌ବ୍ୟାଙ୍କ ଛକ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଧରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନାୟକଙ୍କୁ ବ୍ରହ୍ମପୁର ନେଇ ଚାଲି ଯାଇଥିଲେ। ଉକ୍ତ ଘଟଣାକୁ ନେଇ ବିଡିଓ ଶମ୍ଭୁନାଥ ନନ୍ଦି କଳାକାର ଭତ୍ତା ଲାଗି ୬ ଶହ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ସୋଡ଼କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ନେଇଥିଲେ ବୋଲି କହିଥିଲେ।

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ବୁଗୁଡା,୨୨।୧(ଡି.ଏନ.ଏ.) -ବୁଗୁଡା ବ୍ଲକ କରସିଙ୍ଗି ଉଚ୍ଚ ବିଦ୍ୟାଳୟରେ ସୋମବାର ଓ ମଙ୍ଗଳବାର ୨ଦିନ ହେଲା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳି ନ ଥିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ୨ଦିନ ହେଲା ଭୋକରେ ଫେରୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା।  କିନ୍ତୁ ସୋମବାର ଓ ମଙ୍ଗଳବାର ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ନ ଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ ମଧ୍ୟାହ୍ନଭୋଜନ ଦାୟିତ୍ୱ କାହାକୁ ଦେଇ ନ ଥିବା ଜଣାପଡିଛି। ଏନେଇ ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ମଙ୍ଗଳବାର ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିଛି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ଖଜୁରିପଡା,୨୨।୧(ଡି.ଏନ୍‌.ଏ.)-  ଖଜୁରିପଡା ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ୪ ପଞ୍ଚାୟତ ବଲସ୍‌କୁମ୍ପା, ଟିଟ୍ରାପଙ୍ଗା, ଦୂତିପଡା, ଆଡାଶିପଡାର ଜନସାଧାରଣ ଫୁଲବାଣୀଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ପକନାଗଁାଠାରୁ ସଂଯୋଗ କରୁଥିବା ଫୁଲବାଣୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ବାରପୁଲିଆ ପର୍ଯ୍ୟନ୍ତ ରାସ୍ତା ଉପରେ ନିର୍ଭର କରନ୍ତି।

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ


ଦାରିଙ୍ଗବାଡ଼ି,୨୨।୧(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଡିସେମ୍ବର ୧୮ ତାରିଖରେ ବନ୍ଧୁକ ଦେଖାଇ ହୋଇଥିବା ଲୁଟ ଘଟଣାରେ ପୋଲିସ ମଙ୍ଗଳବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁ କୁମାର ପ୍ରଧାନ, ପାଉସ୍ତିନ ପ୍ରଧାନ। ସେମାନଙ୍କଠାରୁ ଏକ ବାଇକ, ୨ଟି ମୋବାଇଲ ଫୋନ୍‌, ଏକ ଟାବଲେଟ ଏବଂ  ୮ ହଜାର ଟଙ୍କା ଜବତ ହୋଇଥିବା ଦାରିଙ୍ଗବାଡି ଥାନା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମଳିନୀରେ କହଛନ୍ତି।

ପୁଣି ଜଣେ ନାବାଳିକା ମା’ହେଲେ

ପୁଣି ଜଣେ ନାବାଳିକା ମା’ହେଲେ

ଫୁଲବାଣୀ ଅଫିସ/ ଜି.ଉଦୟଗିରି,(ଡି.ଏନ୍‌.ଏ.)୨୨।୧- କନ୍ଧମାଳ ଜିଲାରେ କଳଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡିରେ ଜଣେ ଛାତ୍ରୀ ସନ୍ତାନ ଜନ୍ମ କରିବା ପରେ ତାର ମୃତ୍ୟୁ ଘଟିବା ଘଟଣା ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ମଙ୍ଗଳବାର ପୁଣି ଏଭଳି ଏକ ଘଟଣା ଘଟିଛି ଜି.ଉଦୟଗିରି ଅଞ୍ଚଳରେ। ଜଣେ ୧୦ମ ଶ୍ରେଣୀ(ଫେଲ)  ଛାତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ସନ୍ତାନର ମୃତ୍ୟୁ ଘଟିଛି। ପୋଲିସ ସବୁଜାଣି ଚୁପ୍‌ ବସିଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋମବାର ରାତିରୁ ଏହି ଘଟଣା ଘଟିବା ଏବଂ ଫୁଲବାଣୀ ମେଡିକାଲରେ ରାତି ପ୍ରାୟ ୩ଟାରେ ପିଲାର ମୃତ୍ୟୁ ଘଟିବା ଓ ପୋଲିସ ଏବଂ ପ୍ରଶାସନ ଚୁପ୍‌ ରହିବା ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣା ଘଟଣାରେ ବ୍ରହ୍ମପୁର ବଡ଼ ମେଡିକାଲରେ  ୪ ଜଣଙ୍କ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

   ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚି ଥିବା ଜଣାପଡ଼ିଛି। 

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି।