ବ୍ରହ୍ମପୁର

୪୦ ହଜାର ଟଙ୍କା ନେଇ ମାମଲା ରଫାଦଫା କରିବାକୁ ଚାପ

ବ୍ରହ୍ମପୁର ଅଫିସ, ୧୨ା୯- ଗଞ୍ଜାମ ଜିଲା ଭଞ୍ଜନଗର ସବ୍‌ଡିଭିଜିନାଲ୍‌ ପୋଲିସ ଅଫିସର୍‌ (ଏସ୍‌ଡିପିଓ) ଏବଂ ଗାଙ୍ଗପୁର ଆଇଆଇସିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବଳତ୍କାର ଉଦ୍ୟମର ଶୀକାର ହୋଇଥିବା ନାବାଳିକାଙ୍କ ମା। ଏ ସମ୍ପର୍କରେ ମଙ୍ଗଳବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ଙ୍କ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ନାବାଳିକାଙ୍କ ପରିବାର ବର୍ଗଙ୍କୁ ୪୦ ହଜାର ଟଙ୍କା ନେଇ ମାମଲା ରଫାଦଫା କରିବା ପାଇଁ ଚାପ ପକାଯାଉଥିବା ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି।ପ୍ରକାଶଯେ, ଗାଙ୍ଗପୁର ଥାନା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ନାବାଳିକାଙ୍କୁ  ଟ୍ୟୁସନ୍‌ ଶିକ୍ଷକ ବଳାତ୍କାର ଉଦ୍ୟମ କରିଥିବା ଅଭଯୋଗ ହୋଇଛି। ଘଟଣା ସମ୍ପର୍କରେ ନାବାଳିକା ଘରେ କହିବା ପରେ ବଦନାମ ଭୟରେ ପରିବାର ଲୋକେ କାହା ପାଖରେ ଅଭିଯୋଗ କରି ନ ଥିଲେ। ପରବର୍ତ୍ତୀ ସମୟରେ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ। ପୋଲିସ ଗାଙ୍ଗପୁର ଥାନାରେ  ନଂ. ୧୨୩/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସମ୍ପୃକ୍ତ ଟ୍ୟୁସନ୍‌ ଶିକ୍ଷକଙ୍କୁ ଗିରଫ କରିପାରିନାହିଁ। ଅଗଷ୍ଟ ୯ ତାରିଖରେ ଘଟଣା ଘଟିଥିବା ବେଳେ ପରିବାର ଲୋକେ ସେପ୍ଟେମ୍ବର ୨ରେ ଥାନାରେ ଏତଲା ଦେଇଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଉଭୟ ଆଇଆଇସି ଏବଂ ଏସ୍‌ଡିପିଓ ୪୦ ହଜାର ଟଙ୍କା ନେଇ  ମାମଲା ଉଠାଇଦେବାକୁ ଚାପ ପକାଇଥିଲେ ବୋଲି ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍‌ ରାୟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ମଙ୍ଗଳବାର ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌ଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ଏନେଇ ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସଙ୍କୁ ପଚାରିବାରୁ, ଅଭିଯୋଗ ଭିତ୍ତିହୀନ, ଟ୍ୟୁସନ୍‌ ଶିକ୍ଷକଙ୍କ ନିକଟରେ ନାବାଳିକା ପାଠ ପଢୁଥିବା ବେଳେ ଫିକୁ ନେଇ ଉଭୟଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେଇଛି। ଅଭିଯୋଗକୁ ଭିତ୍ତିକରି ଆଇପିସିର ଧାରା ୩୫୪,୫୦୬,୩(୧)(ଆର୍‌),୩(୨)(ଭିଏ) ପୋକ୍‌ସୋ ୧୨ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି। ଏଭଳି ସମ୍ବେଦନଶୀଳ ମାମଲାରେ ତଦନ୍ତ ପ୍ରକ୍ରିୟା ଜଟିଳ ହୋଇଥିବା ବେଳେ ଅଧିକ ସମୟ ଲାଗିଥାଏ। ଘଟଣାର ୨୫ ଦିନ ପରେ ଥାନାରେ ଅଭିଯୋଗ କରିଥିଲେ ପରିବାରବର୍ଗ ବୋଲି ସେ କହିଛନ୍ତି।
All Right Reserved By

ବ୍ରହ୍ମପୁର

ଯୁବତୀଙ୍କୁ ଘରୁ ଉଠାଇନେଇ ଗଣବଳାତ୍କାର, ୪ ଅଟକ

ଯୁବତୀଙ୍କୁ ଘରୁ ଉଠାଇନେଇ ଗଣବଳାତ୍କାର, ୪ ଅଟକ

ପୋଲସରା,୧୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନବାଚୀ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନବାଚୀ

ବ୍ରହ୍ମପୁର ଅଫିସ,୧୫।୧୧-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ରାଜଭବନ ଓ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇ ଗତ ମାସ ୨୨ରେ ଆରଡିସିଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ।

ଗଞ୍ଜାମର  ୯ ଏନ୍‌ଏସି ବସ୍ତି ବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

ଗଞ୍ଜାମର ୯ ଏନ୍‌ଏସି ବସ୍ତି ବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

ଛତ୍ରପୁର,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଜିଲା ପରିଷଦ ଭବନରେ ଗୁରୁବାର ଜାଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଓ ମୌଳିକ ସୁବିଧା ବଣ୍ଟନ କରାଯାଇଥିଲା। 

ବୁଗୁଡା ଓକିଲଙ୍କୁ ପୋଲିସ ଆକ୍ରମଣ ବିବାଦ ବଢ଼ୁଛି

ବୁଗୁଡା ଓକିଲଙ୍କୁ ପୋଲିସ ଆକ୍ରମଣ ବିବାଦ ବଢ଼ୁଛି

ଭଞ୍ଜନଗର/ବୁଗୁଡା, ୧୫।୧୧ (ଡି.ଏନ.ଏ.) - ବୁଗୁଡା କୋର୍ଟର ବରିଷ୍ଠ ଆଇନଜୀବୀ ହରପ୍ରସାଦ ଦାସ ମଙ୍ଗଳବାର କୌଣସି କାମରେ ଥାନାକୁ ଯାଇଥିବାବେଳେ ତାଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ, ଶାଶୁ ଗିରଫ

ଛତ୍ରପୁର,୧୫ା୧୧(ଡି.ଏନ.ଏ.): ଆର୍ଯ୍ୟପଲ୍ଲୀ ମେରାଇନ ଥାନା ବଡଆର୍ଯ୍ୟପଲ୍ଲୀ ଗାଁର ପି. ରାମାୟାଙ୍କ ସ୍ତ୍ରୀ ପି. କାଲାମ୍ମା ରବିବାର ସନ୍ଧ୍ୟାରେ ପୋଡି ହୋଇଯାଇଥିଲେ ।  ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। 

ବଡ଼ବଜାରରେ ପ୍ରଶାସନର ଚଢ଼ାଉ

ବଡ଼ବଜାରରେ ପ୍ରଶାସନର ଚଢ଼ାଉ

ବ୍ରହ୍ମପୁର ଅଫିସ,୧୫ା୧୧-ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଏବଂ ମାପ ଓ ଓଜନ ବିଭାଗ ତରଫରୁ ହୋଲ୍‌ସେଲ୍‌ ପରିବା ଦୋକାନ ଏବଂ ବଡ଼ ବଜାରର ଅଞ୍ଚଳର ଅନ୍ୟ କେତକ ପରିବା ଦୋକାନ, ତେଜରାତି, ଆଚାର ଏବଂ ଜେନେରାଲ୍‌ ଷ୍ଟୋର୍‌ରେ ଓଜନ ଯନ୍ତ୍ର ଏବଂ ପ୍ୟାକେଟ୍‌ଗୁଡ଼ିକ ଯାଞ୍ଚ କରାଯାଇଥିଲା। 

ରେଡିଓଲୋଜିକାଲ୍‌ ରିପୋର୍ଟରେ ଦର୍ଶାଯାଉଛି କର୍ମଚାରୀ ଅଭାବ

ରେଡିଓଲୋଜିକାଲ୍‌ ରିପୋର୍ଟରେ ଦର୍ଶାଯାଉଛି କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ୍‌,୧୫ା୧୧- କେତେଜଣ ଅସାଧୁ ଡାକ୍ତର ଓ  କେତୋଟି  ଘରୋଇ ନିଦାନ କେନ୍ଦ୍ର ଯୋଗୁ ସରକାରଙ୍କ ନିଦାନ ଯୋଜନାର ସୁଫଳ ସାଧାରଣ ଲୋକେ ପାଇପାରୁ ନ ଥିବା ଅଭିଯୋଗ ହେଉଛି । 

ଚାଚା ନେହେରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଳନ ହେଲାନି ଶିଶୁଦିବସ

ବ୍ରହ୍ମପୁର ଅଫିସ,୧୫ା୧୧-ରେଶମ ନଗରୀ ବ୍ରହ୍ମପୁରର ଫାୟାର ଷ୍ଟେଶନ ରୋଡରେ ରହିଛି ୧୧୨ ବର୍ଷର ଚାଚା ନେହେରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବ୍ରିଟିଶ ଶାସନରେ ବ୍ରହ୍ମପୁର ମାଡ୍ରାସ ପ୍ରେସିଡେନ୍ସି ଅଧିନ ଥିଲା। 

ତହସିଲ୍‌ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ

ତହସିଲ୍‌ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ

ଆସିକା, ୧୫ା୧୧(ଡି.ଏନ୍‌.ଏ.)- ତିତ୍‌ଲି ବାତ୍ୟା ଓ ବନ୍ୟା ପ୍ରପୀଡିତ ଚାଷୀ ଓ ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ, ରିଲିଫ୍‌ ଓ କ୍ଷତିପୂରଣ ଦାବିରେ ବୁଧବାର ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଆସିକା ବ୍ଲକ୍‌ କମିଟି ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। 

ଡିସେମ୍ବର ୧୫ରୁ ଧାନକିଣା, ସାମିଲ ହେବେ ଅନ୍ୟ ଜିଲାର ମିଲର

ଡିସେମ୍ବର ୧୫ରୁ ଧାନକିଣା, ସାମିଲ ହେବେ ଅନ୍ୟ ଜିଲାର ମିଲର

ଛତ୍ରପୁର,୧୫ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ଧାନକ୍ରୟ କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଡିସେମ୍ବର ୧୫ ରୁ ଧାନ କିଣାଯିବ । 

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି,୧୫ା୧୧(ଡି.ଏନ୍‌.ଏ.)- ଚନ୍ଦ୍ରଗିରି ପଞ୍ଚାୟତରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ଏବେ ଦୋକାନ ପାଇଥିବା କେତେକ ଅସାଧୁ ବ୍ୟକ୍ତି ପଛପଟେ ଶୌଚାଳୟ ଓ ଘର ନିର୍ମାଣ କରିଲେଣି। 

ସାପ କାମୁଡ଼ାରେ ଚାଷୀ ମୃତ

ସାପ କାମୁଡ଼ାରେ ଚାଷୀ ମୃତ

ବୁଗୁଡ଼ା,୧୪।୧୧(ଡି.ଏନ.ଏ.)- ବୁଗୁଡ଼ା ଥାନା ଡାହାଣୀପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଡାହାଣିପଲ୍ଲୀ ଗ୍ରାମର ଶଙ୍କର ଜେନା (୪୮)। ଏନେଇ ବୁଗୁଡ଼ା ଥାନାରେ ନଂ.୧୭/୧୮ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶଙ୍କର ମଙ୍ଗଳବାର ରାତି ପ୍ରାୟ ୮ଟାରେ ବିଲକୁ ବନ୍ୟଜନ୍ତୁ ଘଉଡାଇବାକୁ ଯାଇଥିବାବେଳେ ସାପ କାମୁଡିଥିଲା। ତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ରାତି ପ୍ରାୟ ୧୧ଟାରେ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଗୁଡା ପୋଲିସ ପହଞ୍ଚତ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁଧବାର ସକାଳେ ଭଞ୍ଜନଗର ପଠାଇଥିଲା।