ମେଟ୍ରୋ |

ଶିଶୁକନ୍ୟାଙ୍କୁ ବଳାତ୍କାର:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଶିଶୁକନ୍ୟାଙ୍କୁ ବଳାତ୍କାର:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
କଟକରୋଡ୍‌, ୧୨।୯ଡି.ଏନ୍‌.ଏ.)- ବଡ଼ଗଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୫ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ନାବାଳକ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଉକ୍ତ ନାବାଳକ ତାଙ୍କୁ ଦୋକାନକୁ ଖାଇବାକୁ ଯିବା ପାଇଁ ଡାକି ନେଇଥିଲେ। ପରେ ଘର ନିକଟ ଏକ ନିଛାଟିଆ ଜାଗାକୁ ନେଇ ତାଙ୍କୁ ବଳାତ୍କାର କରିଥିଲେ। ଝିଅଟି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ନାବାଳକ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଝିଅଟିକୁ ଦେଖି ତାଙ୍କ ପରିବାର ଲୋକଙ୍କ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅପରାହ୍ନ ପ୍ରାୟ ୩ଟାରେ ଉକ୍ତ ଅଞ୍ଚଳରେ ପହଞ୍ଚତ୍ ଘଟଣାର ତଦନ୍ତ କରିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ କୁହନ୍ତି, ଘଟଣା ଘଟିଥିବା ସତ୍ୟ, କିନ୍ତୁ ଏହା ଆମ ଥାନା ଅଞ୍ଚଳର ନୁହେଁ। ଏ ବିଷୟରେ ଏସିପିଙ୍କ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ତେବେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ବ୍ୟସ୍ତ ଥିବା କହି ଫୋନ କାଟିଦେଇଥିଲେ।
All Right Reserved By

ମେଟ୍ରୋ |

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡିକରେ ହେବାକୁ ଥିବା ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଦୋଳନ ପରେ ଶେଷରେ ବିଶ୍ୱବିଦଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ମାନିବା ସହ ପରୀକ୍ଷା ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଜିଲାରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୫ଟି ପ୍ରଶ୍ନ ସର୍ବସାଧାରଣରେ ପଚାରିଛନ୍ତି। 

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁର, ୨୫।୪(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଜପ ପକ୍ଷରୁ ଗୁରୁବାର ଅପରାହ୍ନରେ ରୋଡ ଶୋ’ କରାଯିବା ସହିତ ଅସ୍ତରଙ୍ଗ ବ୍ଳକ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା।

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମାସ ଶେଷ ଭାଗ ବେଳକୁଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। 

ପୋଲିଂ ଅଧିକାରୀଙ୍କୁ ଆକ୍ରମଣ, ଇଭିଏମ୍‌ ଭଙ୍ଗାରୁଜା ଘଟଣା: ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ

ପୋଲିଂ ଅଧିକାରୀଙ୍କୁ ଆକ୍ରମଣ, ଇଭିଏମ୍‌ ଭଙ୍ଗାରୁଜା ଘଟଣା: ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ

ଭୁବନେଶ୍ୱର/ପୁରୀ ଅଫିସ,୨୫।୪(ବ୍ୟୁରୋ): ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ନାମରେ ଗୁରୁବାର ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି।

ଆମକୁ ବହୁମତ ମିଳିସାରିଛି, ଲୋକ ସଭାରେ ୨୧ରୁ ୨୧ ଆସନ ଜିତିବୁ: ଅରୁଣ ସିଂହ

ଆମକୁ ବହୁମତ ମିଳିସାରିଛି, ଲୋକ ସଭାରେ ୨୧ରୁ ୨୧ ଆସନ ଜିତିବୁ: ଅରୁଣ ସିଂହ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନ ସରୁଣୁ ଉଭୟ ବିଜେଡି ଓ ଭାଜପା ନେତା ସରକାର ଗଢ଼ିବାକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। 

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନୂଆ ରୂପ ନେଉଛି ରସୁଲଗଡ଼ ଛକ:  ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ନୂଆ ରୂପ ନେଉଛି ରସୁଲଗଡ଼ ଛକ: ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ଭୁବନେଶ୍ୱର,୨୫।୪(ସସ୍ମିତା ପାଇକରାୟ)- ରାଜଧାନୀ ପ୍ରବେଶ ପଥରେ ରହିଥିବା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକ ନୂଆ ରୂପ ପାଇବ। ବାଣୀବିହାର, ଆଚାର୍ଯ୍ୟ ବିହାର ପରେ ଏହି ଛକକୁ ଆକର୍ଷଣୀୟ ଭାବେ ସଜାଯାଉଛି।

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। 

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ଓଡ଼ିଶାରେ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ପାଉ ନ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। 

ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri