ମେଟ୍ରୋ |

ଗାନ୍ଧୀମାର୍ଗକୁ ଆପଣେଇଲେ ବିକାଶ ସମ୍ଭବ, ଚଣ୍ଡି ପ୍ରସାଦ ଭଟ୍ଟଙ୍କୁ ଗାନ୍ଧୀ ବିନୋବା ଶାନ୍ତି ପୁରସ୍କାର

ଗାନ୍ଧୀମାର୍ଗକୁ ଆପଣେଇଲେ ବିକାଶ ସମ୍ଭବ, ଚଣ୍ଡି ପ୍ରସାଦ ଭଟ୍ଟଙ୍କୁ ଗାନ୍ଧୀ ବିନୋବା ଶାନ୍ତି ପୁରସ୍କାର
ଭୁବନେଶ୍ୱର, ୧୨।୯(ବ୍ୟୁରୋ)- ଦିନକୁ ଦିନ ସମାଜରେ ହିଂସା, ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଉଛି। ତେଣୁ ଗାନ୍ଧୀମାର୍ଗକୁ ଆପଣେଇ ପାରିଲେ ହିଁ ବିକାଶ ହୋଇପାରିବ ବୋଲି ବିଶିଷ୍ଟ ଗାନ୍ଧିବାଦୀ, ପରିବେଶବିତ୍‌ ତଥା ଚିପ୍‌କୋ ଆନ୍ଦୋଳନର ପୁରୋଧା ପଦ୍ମଭୂଷଣ ଚଣ୍ଡୀ ପ୍ରସାଦ ଭଟ୍ଟ କହିଛନ୍ତି। ସୂଚନାଭବନଠାରେ ମଙ୍ଗଳବାର ଅନୁଷ୍ଠିତ ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୨୪ତମ ଜୟନ୍ତୀ ଉତ୍ସବରେ ଚଣ୍ଡୀ ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ।

ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି ଦର୍ଶନ ସମିତି ଏବଂ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେଶନ ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। ଏଥିରେ ଚଣ୍ଡୀ ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଗ୍ରାମୋଦ୍ୟୋଗ, ଗ୍ରାମ୍ୟ କୁଟୀର ଶିଳ୍ପ ଦ୍ୱାରା ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ଏକ ସନ୍ତୁଳିତ ସମାଜ ନିର୍ମାଣ କରିହେବ। ଫଳରେ ଗାନ୍ଧିଜୀଙ୍କ ଗ୍ରାମସ୍ବରାଜ ସ୍ବପ୍ନ ସାକାର ହୋଇପାରିବ। ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଗାନ୍ଧୀ ଓ ବିନୋବାଙ୍କ ମାର୍ଗକୁ ଅନୁସରଣ କରି ଗାଁର ଉନ୍ନତି ପାଇଁ କାର୍ଯ୍ୟ କଲେ ହିଁ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ। ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଥିଲେ, ଦିନକୁ ଦିନ ଛାତ୍ର ଓ ଯୁବପିଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା କମି କମି ଯାଉଛି। ସମାଜରେ ହିଂସା ଓ ଦ୍ୱେଷ ବୃଦ୍ଧି ପାଉଛି। ତେଣୁ ଗାନ୍ଧିଜୀଙ୍କ ବିଚାର ହିଁ ସମାଜ ଗଠନର ମୂଳପିଣ୍ଡ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା କହିଥିଲେ, ଉଭୟ ଗାନ୍ଧିଜୀ ଓ ବିନୋବାଙ୍କ ଦର୍ଶନ ଏବଂ ବିଚାର ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ କରାଯିବ। ଗାନ୍ଧୀ ଚେତନା ଯାତ୍ରା, ଗାନ୍ଧୀ ଯୁବ ଶିବିର, ଗାନ୍ଧୀ ଶିଶୁ ମହୋତ୍ସବ, ଗାନ୍ଧୀ ସାହିତ୍ୟ ସମାରୋହ, ପରିବେଶ ଓ ଗାନ୍ଧୀ ସମ୍ମିଳନୀ, କସ୍ତୁରବା ମହିଳା ସମ୍ମିଳନୀ, ଗାନ୍ଧୀ କଥା, ଗାନ୍ଧୀ ସ୍ବାସ୍ଥ୍ୟ ଶିବିର, ଅନ୍ତର୍ଜାତୀୟ ଗାନ୍ଧୀ ୧୫୦ ସମ୍ମିଳନୀ, ଗାନ୍ଧୀ ସାଇକେଲ ଯାତ୍ରା କରାଯିବ। ଏମ୍‌ପି ପ୍ରସନ୍ନ ପାଟଶାଣୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମହିଳା କମିଶନ ସଦସ୍ୟା ନମ୍ରତା ଚଢା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଣ୍ଡୀ ପ୍ରସାଦ ଭଟ୍ଟଙ୍କୁ ଚଳିତବର୍ଷ ପାଇଁ ଗାନ୍ଧୀ ବିନୋବା ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ଡ. ରୀନା ରାଉତରାୟ ଅତିଥି ପରିଚୟ ଦେଇଥିଲେ। ପ୍ରତିଷ୍ଠାନର ସଦସ୍ୟ ବାସୁଦେବ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।
All Right Reserved By

ମେଟ୍ରୋ |

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ,୧୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଅବସରରେ ମୋଦି ଖୋର୍ଦ୍ଧା ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ଯାହାକୁ ନେଇ ପ୍ରଶାସନିକ ଓ ଜାତୀୟ ସ୍ତରରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି।

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

କୃଷ୍ଣପ୍ରସାଦ, (ଡି.ଏନ.ଏ.)/ପୁରୀ ଅଫିସ,୧୭ା୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି । ରବିବାର ତୃତୀୟ ଦିନରେ ୬ଟି ଗଁାରୁ ୩,୬୩୦ଟି କୁକୁଡ଼ା ମରାଯାଇଥିବାବେଳେ ୩୮୫ଟି ଅଣ୍ଡା ପୋତାଯାଇଛି।

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପୁରୀ ଅଫିସ,୧୭ା୧୨: ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରାଯିବା ନେଇ ଏକାଧିକଥର ବୈଠକ ବସିଛି। ପ୍ରାୟ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତିକୁ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ଲାଗି ସେବାୟତଙ୍କ ସହଯୋଗ ଲୋଡିଥିଲା ଶ୍ରୀମନ୍ଦିର ପ୍ରଶାସନ। 

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ ବିରୋଧୀ କଂଗ୍ରେସ ଓ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାର ବିଭିନ୍ନ ପ୍ରଶାସନିକ ଅପରଗତା ନେଇ ବର୍ଷିଛନ୍ତି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ,  ଓଡ଼ିଶା ଆସିବେ ରୂପାନୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ, ଓଡ଼ିଶା ଆସିବେ ରୂପାନୀ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ୨୦୧୯ ସାଧାରଣ ନିର୍ବାଚନ ନିକଟତର ହେଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ଆପ୍ରାଣ ଚେଷ୍ଟା କରୁଛନ୍ତି। ବିଶେଷ କରି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ସରକାର ବିରୋଧୀ ଫଳାଫଳକୁ ନେଇ ରାଜ୍ୟର ସକ୍ରିୟ ରାଜନୈତିକ ଦଳ ଭିନ୍ନଭିନ୍ନ ଅଙ୍କ କଷୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମ୍ଭାବ୍ୟ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ନୂଆ ରଣନୀତି ଆପଣେଇବାରେ ଲାଗିଛନ୍ତି। 

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୧୬ା୧୨: ଶନିବାର ଶୀତୁଆ ସନ୍ଧ୍ୟାରେ ଖୋର୍ଦ୍ଧା ଷ୍ଟାଡିୟମ ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ଖୋର୍ଦ୍ଧା ମହୋତ୍ସବ । 

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା ଅଫିସ,୧୬ା୧୨: ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସ୍ଥିର ହୋଇଛି । 

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ,୧୬।୧୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ଶ୍ରୀରାମଚନ୍ଦ୍ରପୁର, କାଦୁଆ, ମୂଳ ଆଳସା ଓ ଶୁକଳ ଗ୍ରାମପଞ୍ଚାୟତରେ  ରବିବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆୟୁଷ ଡାକ୍ତର ସଂଘର ଚେତାବନୀ:  ଦାବି ପୂରଣ  ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଆୟୁଷ ଡାକ୍ତର ସଂଘର ଚେତାବନୀ: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଆୟୁଷ ଡାକ୍ତର ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରସ୍ଥିତ  ନେହେରୁ ୟୁଥ ଆଫେୟାର୍ସଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। 

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): କଳିଙ୍ଗ ବିହାର କେ ୭ ଅଞ୍ଚଳରୁ ବିରଳ ଆଲବିନୋ ଚିତି ସାପ ଉଦ୍ଧାର କରାଯାଇଛି।

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ।  ଶନିବାର ଝଡ଼ ଦକ୍ଷିଣ ପୂର୍ବ  ଚେନ୍ନାଇ ଉପକୂଳରୁ ୪୪୦ କି.ମି ଏବଂ ଦକ୍ଷିଣ-ପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛିଲିପଟ୍ଟନମ୍‌ ଠାରୁ ୮୯୦ କି.ମି ଦୂରରେ ଝଡ଼ କେନ୍ଦ୍ରୀଭୂତ ହୋଇଛି।

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ)- ସାତକୋଶିଆରେ ମହାବଳ ବାଘ ‘ମହାବୀର’କୁ ଶିକାରୀ ମାରିଛନ୍ତି। କିନ୍ତୁ ସମ୍ପୃକ୍ତ ଶିକାରୀଙ୍କୁ ନ ଧରି ଓ ଏହାର ଉପଯୁକ୍ତ ତଦନ୍ତ ନ କରି ବନ ବିଭାଗ ଅସୁସ୍ଥତା ଯୋଗୁ ବାଘର ମୃତ୍ୟୁ ହୋଇଥିବା କହିଥିଲା।