ରାଜ୍ୟ |

ଜେଲ ଗଲେ ଟିଟୋଙ୍କ ୨ ସହଯୋଗୀ: ରିମାଣ୍ଡରେ ଯିବେ ନିଲମ୍ବିତ ଆଇଆଇସି

ଜେଲ ଗଲେ ଟିଟୋଙ୍କ ୨ ସହଯୋଗୀ: ରିମାଣ୍ଡରେ ଯିବେ ନିଲମ୍ବିତ ଆଇଆଇସି
ଭୁବନେଶ୍ୱର, ୧୨।୯(ବ୍ୟୁରୋ)-ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲୀ ଓରଫ ଟିଟୋ ଲିଙ୍କ୍‌ରେ ଅଧିକ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜଟଣୀର ପୂର୍ବତନ ତଥା ନିଲମ୍ବିତ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରିମାଣ୍ଡରେ ନେବ। ଏଥିପାଇଁ ଭୁବନେଶ୍ୱର କୋର୍ଟରେ ଏସ୍‌ଟିଏଫ ପକ୍ଷରୁ ଆବେଦନ କରାଯାଇଛି। କୋର୍ଟଙ୍କ ଅନୁମତି ମିଳିବା ପରେ ତାଙ୍କୁ ଏସ୍‌ଟିଏଫ ରିମାଣ୍ଡରେ ନେଇ ପଚରାଉଚରା କରିବ।

ଅନ୍ୟପଟେ ନିଲମ୍ବିତ ଆଇଆଇସି ସଞ୍ଜୀବ ଏବଂ ଟିଟୋଙ୍କ ମଧ୍ୟସ୍ଥ ସାଜିଥିବା ଜଗତ୍‌ସିଂହପୁର ଜିଲା ମୁକୁନ୍ଦପୁରର ଦୀପ୍ତି ରଞ୍ଜନ ଦାସଙ୍କ ସମେତ ଟିଟୋଙ୍କ ଅନ୍ୟତମ ସହଯୋଗୀ କଟକ ଟାଙ୍ଗୀ ଅଞ୍ଚଳର ଚିତ୍ତରଞ୍ଜନ ସାହୁଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ଦଫା ୩୮୭, ୫୦୬, ୧୨୦ବ(ବି), ୩୪ ଏବଂ ୨୫ ଓ ୨୭ ଆମର୍‌ସ ଆକ୍ଟରେ ମାମଲା(୧୧/୧୮) ରୁଜୁ ହୋଇଛି। ଦୀପ୍ତିଙ୍କୁ ଏସ୍‌ଟିଏଫ୍‌ କଡ଼ା ସୁରକ୍ଷା ମଧ୍ୟରେ କୁଜଙ୍ଗ ଜେଏମ୍‌ଏଫସିରେ ହାଜର କରିଥିଲା। ରବିବାର ସକାଳେ ଏସ୍‌ଟିଏଫ୍‌ ଦୀପ୍ତିଙ୍କ ମୁକୁନ୍ଦପୁର ଓ ପଟିଆସ୍ଥିତ ଘରେ ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ ବନ୍ଧୁକ,୧୨ ରାଉଣ୍ଡ ଗୁଳି, ଗୋଟିଏ ଅଡି କାର, ଗୋଟିଏ ସୁଇଫ୍ଟ କାର ଓ ୬୪ ହଜାର ଟଙ୍କା ଜବତ ହୋଇଥିଲା। ସେହିଦିନ ରାତିରେ ଟାଙ୍ଗୀ ସରଦୋଳା ଗ୍ରାମର ଚିତ୍ତରଞ୍ଜନଙ୍କ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରି ତାଙ୍କୁ ଗିରଫ କରିଥିଲା ବୋଲି ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ୍‌ ନାୟକ କହିଛନ୍ତି।

ସେହିପରି ପୂର୍ବରୁ ସପୋ ଦେଇଥିବା ବୟାନ ଆଧାରରେ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଛି। ସଞ୍ଜୀବଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଟିଟୋ ଏବଂ ଦୀପ୍ତିଙ୍କ ଆପରାଧିକ ସାମ୍ରାଜ୍ୟର ଆଉକିଛି ତଥ୍ୟ ମିଳିପାରେ। ଏହାସହ ଥାନା ବାବୁ ସେମାନଙ୍କ ଦ୍ୱାରା କେତେ ଫାଇଦା ପାଇଛନ୍ତି ତାହାର ମଧ୍ୟ ପର୍ଦ୍ଦାଫାଶ ହୋଇପାରିବ। ମଙ୍ଗଳବାର ଏସ୍‌ଟିଏଫ୍‌ ଦୀପ୍ତିଙ୍କୁ ପଚରାଉଚରା କରିବା ବେଳେ କିଛି ବିସ୍ଫୋରକ ତଥ୍ୟ ମିଳିଛି। ଟିଟୋ, ସଞ୍ଜୀବ ଏବଂ ଦୀପ୍ତି ଏକାଧିକ ଥର ଗୋଆ ଯାଇଛନ୍ତି। ସେଠାରେ ହୋଟେଲରେ ରହିବା ସହ ଯୁବତୀଙ୍କ ସହ ମଉଜମସ୍ତି କରିଥିବା ଦୀପ୍ତି ଏସ୍‌ଟିଏଫ୍‌ ଆଗରେ ସ୍ବୀକାର କରିଛନ୍ତି। ଏଠାରେ ଖବରଦାତା ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବା ଆଶଙ୍କା କରି  ସେମାନେ ଗୋଆରେ ମିଟିଂ କରୁଥିଲେ। ସଞ୍ଜୀବ ଟିଟୋଙ୍କୁ ଆପରାଧିକ କାର୍ଯ୍ୟରେ ସହଯୋଗ କରିବା ନେଇ ସେଠାରେ ମୋଟା ରକମର ଡିଲ୍‌ ହେଉଥିଲା। ଦୀପ୍ତିଙ୍କଠାରୁ ଏସବୁ ତଥ୍ୟ ମିଳିବା ପରେ ଏସ୍‌ଟିଏଫ୍‌ ସଞ୍ଜୀବଙ୍କୁ ରିମାଣ୍ଡରେ ନେଇ ଟିଟୋଙ୍କଠାରୁ ସେ କେତେ ଫାଇଦା ପାଇଛନ୍ତି ଏବଂ କେଉଁ କାର୍ଯ୍ୟରେ ସହଯୋଗ କରିଛନ୍ତି ତାହା ଜାଣିବା ଲାଗି ପଚରାଉଚରା କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହା ବ୍ୟତୀତ ଦୀପ୍ତି ଯୁବତୀ ଚାଲାଣ କରୁଥିବା ସମ୍ପର୍କରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଏସ୍‌ଟିଏଫ୍‌ ଏହାର ତଦନ୍ତ ଆରମ୍ଭ କରିଛି। ସେ ଜଗତ୍‌ସିଂହପୁର ଜିଲାରୁ ଏକାଧିକ ଯୁବତୀଙ୍କୁ ଗୋଆ ଚାଲାଣ କରିଥିବା ନେଇ ଏସ୍‌ଟିଏଫ୍‌ ହାତରେ ପ୍ରମାଣ ଲାଗିଛି। ତେଣୁ ଏସ୍‌ଟିଏଫ ଦୀପ୍ତିଙ୍କୁ ମଧ୍ୟ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି।
All Right Reserved By

ରାଜ୍ୟ |

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । 

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି।

କେନ୍ଦ୍ରୀୟ ଅବହେଳା ବିରୋଧରେ ଛାତ୍ର, ଯୁବ ବିଜେଡିର ରଣହୁଙ୍କାର

କେନ୍ଦ୍ରୀୟ ଅବହେଳା ବିରୋଧରେ ଛାତ୍ର, ଯୁବ ବିଜେଡିର ରଣହୁଙ୍କାର

ଭଦ୍ରକ ଅଫିସ,୨୧।୧:  କେନ୍ଦ୍ରୀୟ ଅବହେଳା ବିରୋଧରେ ସୋମବାର ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ମାଧ୍ୟମରେ ରଣହୁଙ୍କାର ଦିଆଯାଇଛି l