ବାଲେଶ୍ୱର

ମଦ ବିକ୍ରି ରୋକିବାକୁ ମହିଳାମାନେ ଅଣ୍ଟା ଭିଡ଼ିଲେ

ମଦ ବିକ୍ରି ରୋକିବାକୁ ମହିଳାମାନେ ଅଣ୍ଟା ଭିଡ଼ିଲେ
ରାଇସୁଆଁ, ୧୨।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଦିନକୁ ଦିନ ମଦ ବିକ୍ରି ବୃଦ୍ଧି ହେବାରେ ଲାଗିଛି। ମଦ ବିକ୍ରି ଯୋଗୁ ଅକାଳରେ ଲୋକେ ମୃତ୍ୟୁବରଣ କରୁଛନ୍ତି।  ମଦ ଯୋଗୁ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହେଉଛି ା ଏହାକୁ ନେଇ କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତର ମହିଳାମାନେ ଶପଥ ନେଇ ଗାଁକୁ ମଦ ମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏକ ସପ୍ତାହ ତଳେ ୩ହଜାରରୁ ଊର୍ଦ୍ଧ୍ୱ ମହିଳା ସ୍ବେଚ୍ଛାସେବୀ, ୧୦୭ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଗାଁଗାଁ ବୁଲି ରାଲି କରିବା ସହିତ ବହୁ ସ୍ଥାନରୁ ମଦ ଜବତ କରିବା ସହିତ ତାହାକୁ ଫିଙ୍ଗାଫିଙ୍ଗି କରିଥିଲେ। ସୋମବାର ପୁଣି ନୂଆଗାଁ ସରପଞ୍ଚ କଲ୍ୟାଣୀ ନାଏକଙ୍କ ତତ୍ତ୍ୱାବଧାନରେ ୧ହଜାରରୁ ଊର୍ଦ୍ଧ୍ୱ ମହିଳା  ବିଜୁ ଯୁବ ମୋର୍ଚ୍ଚାର ପୁଷ୍ପ ଲତା ସାହୁ, ମାଧବ ସମାଟ, ରଞ୍ଜନ ଦେହୁରୀ, ନିରୁପମା ବେହେରା ପ୍ରମୁଖ ଏକତ୍ରିତ ହୋଇ ନୂଆଗାଁ ହାଟରୁ ମଦ ଜବତ କରିବା ସହିତ ଆନ୍ଦୋଳନକୁ ଶାନ୍ତିଶୃଙ୍ଖଳା ମଧ୍ୟରେ ସମାପନ କରିଥିଲେ। ସଦର ଥାନା ଏସଆଇ  ଜିନିମା ସାମଲଙ୍କ ସହ ସଦର ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ  ଉପସ୍ଥିତ ରହିବା ସହ ମଦ ବିକ୍ରି ବନ୍ଦ କରିବାକୁ ଲୋକଙ୍କୁ ସଚେତନ କରାଉଥିବା ସୂଚନା ମିଳିଛି।
All Right Reserved By

ବାଲେଶ୍ୱର

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ, ୨୪।୨ - ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ଦିନିକିଆ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଧାର୍ଯ୍ୟ ହୋଇଛି। ଏ ନେଇ ବସ୍‌ ସିଣ୍ଡିକେଟ ପକ୍ଷରୁ ଜିଲା ପ୍ରଶାସନ ଓ ଜିଲା ପୋଲିସ ମୁଖ୍ୟଙ୍କୁ ଅବଗତ କରାଯାଇଛି। 

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୨୪।୨(ଡି.ଏନ.ଏ.) - ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ଏଥିନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଶନିବାର ଜିଲା ପୋଲିସ ଓ ପ୍ରଶାସନିକ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି।

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’:  ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’: ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ବଡ଼ସାହି,୨୪ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ଶନିବାର ବାର୍ଷିକ ପୂଜା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି।

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ରେମୁଣା, ୨୪।୨(ଡି.ଏନ.ଏ.)-କ୍ଷୀରଚୋରା ଆର୍‌ଆଇ ଅଧୀନ ଅଠାନ୍ତର ଗଁାର ୩୭୧ ନମ୍ବର ପ୍ଲଟ ଉପରେ ଦୟାନିଧି ଦାସ ଏବଂ ଅନନ୍ତ ଦାସଙ୍କ ପରିବାର ରାସ୍ତା ପାର୍ଶ୍ୱ ଜମିରେ ଘର କରି ବସବାସ କରିଆସୁଥିଲେ। 

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଧାମନଗର, ୨୩।୨ (ଡି.ଏନ.ଏ.) - ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଧାମନଗର ବ୍ଲକ କାଙ୍କରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ଅକ୍ଷୟ କୁମାର ନାୟକଙ୍କୁ ବିଇଓ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଖୁଣ୍ଟା, ୨୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନରେ ଶନିବାର ବନ କର୍ମଚାରୀ ମାନେ ଏକ ୧୩ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡିଛନ୍ତି।

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ସଜନାଗଡ଼,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ ଅଫିସ ସମ୍ମୁଖରେ ମଣ୍ଡିରେ ଧାନ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଶନିବାର ପୂର୍ବାହ୍ନାରେ ଅନଶନରେ ବସିଛନ୍ତି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।