ବାଲେଶ୍ୱର

ବିଜୁଳି ଆଲୁଅ ସାତ ସପନ ୫ବର୍ଷ ହେଲା ଅନ୍ଧାରରେ ଝରଣା ସାହି

ବିଜୁଳି ଆଲୁଅ ସାତ ସପନ ୫ବର୍ଷ ହେଲା ଅନ୍ଧାରରେ ଝରଣା ସାହି
ରାଇସୁଆଁ,୧୨।୯(ଡି.ଏନ.ଏ.)-ସରକାର ଘର ଘରକୁ ବିଜୁଳି ଯୋଜନା କରିଛନ୍ତି। ମାତ୍ର ପ୍ରଶାସନିକସ୍ତରର ମାନସିକତାର ଅଭାବ ଏବଂ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ କେନ୍ଦୁଝର ଜିଲା ସଦର ବ୍ଲକର ଗ୍ରାମାଞ୍ଚଳରେ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଏହିପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତର ଝରଣା ସାହିରେ। 
ଏହି ଗ୍ରାମ ୨ଶହରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଥିବା ବେଳେ ୯୫ ପ୍ରତିଶତ ଆଦିବାସୀ ଶ୍ରେଣୀ ଏବଂ ୫ବର୍ଷ ତଳେ ଏହି ଗ୍ରାମକୁ ବିଜୁଳି ପାଇଁ ତାର ଟଣା ଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମର ସଂଯୋଗରେ ଗ୍ରାମର ସମସ୍ତ ଜନସାଧାରଣ  ଠିକାଦାରଙ୍କୁ ସହଯୋଗ କରିଥଲେ। ନିଜ ନିଜର କାମଧନ୍ଧାକୁ ଛାଡି କାହିଁକି ନା ତାଙ୍କ ଗ୍ରାମକୁ ବିଜୁଳି ଆଲୋକ ଆସିବ ସମସ୍ତେ ବିଜୁଳି ଆଲୋକ ବ୍ୟବହାର କରିବେ। ମାତ୍ର ଗ୍ରାମବାସୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା ନିମ୍ନମାନର ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ଯୋଗୁ ବିଜୁଳି ଆଲୋକ ୧ମାସ ଜଳିବା ପରେ ଟ୍ରାନ୍ସଫର୍ମର ଖରାପ ହୋଇଗଲା ଏବଂ ଏବେ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ଭାଙ୍ଗି ଗଲାଣି ମାତ୍ର ଗାଁକୁ ବିଜୁଳି ଆଲୁଅ ନାହିଁ।  ଏହି ବିଷୟରେ ଗାଁ ଲୋକେ ବିଦ୍ୟୁତ ବିଭାଗ ଉଚ୍ଚ ଅଧିକାରୀଙ୍କୁ ବହୁ ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଜିଲା ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।
All Right Reserved By

ବାଲେଶ୍ୱର

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ, ୨୪।୨ - ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ଦିନିକିଆ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଧାର୍ଯ୍ୟ ହୋଇଛି। ଏ ନେଇ ବସ୍‌ ସିଣ୍ଡିକେଟ ପକ୍ଷରୁ ଜିଲା ପ୍ରଶାସନ ଓ ଜିଲା ପୋଲିସ ମୁଖ୍ୟଙ୍କୁ ଅବଗତ କରାଯାଇଛି। 

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୨୪।୨(ଡି.ଏନ.ଏ.) - ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ଏଥିନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଶନିବାର ଜିଲା ପୋଲିସ ଓ ପ୍ରଶାସନିକ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି।

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’:  ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’: ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ବଡ଼ସାହି,୨୪ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ଶନିବାର ବାର୍ଷିକ ପୂଜା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି।

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ରେମୁଣା, ୨୪।୨(ଡି.ଏନ.ଏ.)-କ୍ଷୀରଚୋରା ଆର୍‌ଆଇ ଅଧୀନ ଅଠାନ୍ତର ଗଁାର ୩୭୧ ନମ୍ବର ପ୍ଲଟ ଉପରେ ଦୟାନିଧି ଦାସ ଏବଂ ଅନନ୍ତ ଦାସଙ୍କ ପରିବାର ରାସ୍ତା ପାର୍ଶ୍ୱ ଜମିରେ ଘର କରି ବସବାସ କରିଆସୁଥିଲେ। 

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଧାମନଗର, ୨୩।୨ (ଡି.ଏନ.ଏ.) - ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଧାମନଗର ବ୍ଲକ କାଙ୍କରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ଅକ୍ଷୟ କୁମାର ନାୟକଙ୍କୁ ବିଇଓ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଖୁଣ୍ଟା, ୨୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନରେ ଶନିବାର ବନ କର୍ମଚାରୀ ମାନେ ଏକ ୧୩ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡିଛନ୍ତି।

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ସଜନାଗଡ଼,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ ଅଫିସ ସମ୍ମୁଖରେ ମଣ୍ଡିରେ ଧାନ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଶନିବାର ପୂର୍ବାହ୍ନାରେ ଅନଶନରେ ବସିଛନ୍ତି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।