

ବାଲେଶ୍ୱର

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍ରେ ବସ୍ ଚଳାଚଳ ବନ୍ଦ
ଭଦ୍ରକ ଅଫିସ, ୨୪।୨ - ଭଦ୍ରକ ବସ୍ ସିଣ୍ଡିକେଟ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭଦ୍ରକ-ଚାନ୍ଦବାଲି ରୁଟ୍ରେ ଦିନିକିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ଧାର୍ଯ୍ୟ ହୋଇଛି। ଏ ନେଇ ବସ୍ ସିଣ୍ଡିକେଟ ପକ୍ଷରୁ ଜିଲା ପ୍ରଶାସନ ଓ ଜିଲା ପୋଲିସ ମୁଖ୍ୟଙ୍କୁ ଅବଗତ କରାଯାଇଛି।

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ
ଚାନ୍ଦବାଲି,୨୪।୨(ଡି.ଏନ.ଏ.) - ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ଏଥିନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଶନିବାର ଜିଲା ପୋଲିସ ଓ ପ୍ରଶାସନିକ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି।

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’: ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ବଡ଼ସାହି,୨୪ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ଶନିବାର ବାର୍ଷିକ ପୂଜା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି।

ବେଆଇନ ଅବରୋଧ ହଟାଇଲା ପ୍ରଶାସନ
ରେମୁଣା, ୨୪।୨(ଡି.ଏନ.ଏ.)-କ୍ଷୀରଚୋରା ଆର୍ଆଇ ଅଧୀନ ଅଠାନ୍ତର ଗଁାର ୩୭୧ ନମ୍ବର ପ୍ଲଟ ଉପରେ ଦୟାନିଧି ଦାସ ଏବଂ ଅନନ୍ତ ଦାସଙ୍କ ପରିବାର ରାସ୍ତା ପାର୍ଶ୍ୱ ଜମିରେ ଘର କରି ବସବାସ କରିଆସୁଥିଲେ।

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ
ଧାମନଗର, ୨୩।୨ (ଡି.ଏନ.ଏ.) - ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଧାମନଗର ବ୍ଲକ କାଙ୍କରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅକ୍ଷୟ କୁମାର ନାୟକଙ୍କୁ ବିଇଓ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି।

୫ ବର୍ଷର ହାତୀ ଛୁଆ ମୃତ
ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର
ଖୁଣ୍ଟା, ୨୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନରେ ଶନିବାର ବନ କର୍ମଚାରୀ ମାନେ ଏକ ୧୩ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡିଛନ୍ତି।

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା
ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା
ସଜନାଗଡ଼,୨୩।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ ଅଫିସ ସମ୍ମୁଖରେ ମଣ୍ଡିରେ ଧାନ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଶନିବାର ପୂର୍ବାହ୍ନାରେ ଅନଶନରେ ବସିଛନ୍ତି।

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି
ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ
ଭୋଗରାଇ,୨୩।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି।

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର
ଭଦ୍ରକ ଅଫିସ,୨୩।୨: ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।