ବାଲେଶ୍ୱର

ବଜ୍ରପାତରେ ଜଣେ ମୃତ ୩ ଗୁରୁତର ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବଜ୍ରପାତରେ ଜଣେ ମୃତ ୩ ଗୁରୁତର ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ପାଟଣା,୧୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କନ୍ଦେଇପଶି ଗ୍ରାମରେ  ମଙ୍ଗଳବାର ଅପରାହ୍ନରେ ବିଲରେ ଧାନ ବାଛୁଥିବା ସମୟରେ ବଜ୍ରପାତରେ ପପିତା ନାଏକ ନାମ୍ନୀ ଜଣେ ବିବାହିତା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଚାକୁଣ୍ଡା ପାଳ ପଞ୍ଚାୟତ  ଜହ୍ନେଇ ପସି ଗ୍ରାମର  ଧନେଶ୍ୱର ନାଏକଙ୍କ ସ୍ତ୍ରୀ ପପିତା ନାଏକ। ଆହତମାନେ ହେଲେ ଜହ୍ନେଇପଶି ଗ୍ରାମର ବିବାହିତା ମହିଳା ମମତା ନାଏକ, ରେଣୁକା ନାଏକ, ମାଳତୀ ନାଏକ।  ସୂଚନା ଯୋଗ୍ୟ ଯେ ଜହ୍ନେଇପସି ଗ୍ରାମର ରେଣୁକାଙ୍କର ବାପ ଘର ଗାଁ କନ୍ଦେଇପଶି ଚାଷ ଜମି ରେ ଧାନ ବାଛିବା ପାଇଁ  ଏମାନେ ଆସିଥିଲେ। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ଏବଂ ୬ମାସ ହେଲା କନ୍ଦେଇପଶି ଡାକ୍ତରଖାନାରେ କୌଣସି ଡାକ୍ତର ନ ଥିବା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା। ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏସଆଇ ସୁଶିଳା ବାର୍ଲା, ଏଏସଆଇ କୈଳାଶ ମହାନ୍ତ ଓ ବିପିନ ବିହାରୀ ବାରିକ  ଅପରାହ୍ନରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ତୁରୁମୁଙ୍ଗା ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୧/୧୮) ରୁଜୁ କରି ମୃତଦେହ ବ୍ୟବଛେଦ ଲାଗି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। 
All Right Reserved By

ବାଲେଶ୍ୱର

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତରେ ଏକ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି।

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯବାନଙ୍କ ଶହୀଦ ହେବା ଘଟଣା ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ଭାରତ ବନ୍ଦ ଡାକରା ଦେଇଥିଲା ।

ଟାୱାର ସ୍ଥାପନକୁ ବିରୋଧ

ଟାୱାର ସ୍ଥାପନକୁ ବିରୋଧ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ପୌରାଞ୍ଚଳର ୯ନଂ. ୱାର୍ଡ଼ ପ୍ରଗତିନଗରର ମହିଳାମାନେ ରୋଗ ଭୟରେ ଏକ ଏୟାରଟେଲ୍‌ କମ୍ପାନୀର ମୋବାଇଲ୍‌ ଟାୱାର ସ୍ଥାପନକୁ ବିରୋଧ କରି ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ତଦନ୍ତରେ ପକ୍ଷପାତିତା ନୀତି

ତଦନ୍ତରେ ପକ୍ଷପାତିତା ନୀତି

କେନ୍ଦୁଝର, ୧୮ା୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ରାଶନ ସାମଗ୍ରୀ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। 

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ:  ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ: ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ତିହିଡ଼ି, ୧୮।୨(ଡି.ଏନ.ଏ.) - ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌। ଏଭଳି ଏକ ପ୍ରକଳ୍ପ କରି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସାଲପୁର ଗ୍ରାମର ଛାତ୍ର କମଲ କିଶୋର ମାଝୀ।

ଆଝାର ଚାମ୍ପିୟନ୍‌ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଝାର ଚାମ୍ପିୟନ୍‌ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବସ୍ତା,୧୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଠାରେ ଆଝାର୍‌ ଚାମ୍ପିୟନ୍‌ ୨୦-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହା ୭ ଦିନ ଧରି ଚାଲିବ ।

ଖଇରା-ଫତେପୁର ରାସ୍ତାରେ ବାଡ ବସାଇଲେ ଗ୍ରାମବାସୀ

ଖଇରା-ଫତେପୁର ରାସ୍ତାରେ ବାଡ ବସାଇଲେ ଗ୍ରାମବାସୀ

ଖଇରା, ୧୮।୨(ଡି.ଏନ.ଏ): ବାଲେଶ୍ବର ଜିଲାର ଖଇରା ଓ ଔପଦା ୨ଟି ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ଛାଡିଦେବା ପ୍ରତିବାଦରେ ସାରକୋଣା ଓ ଫତେପୁର ପଞ୍ଚାୟତରୁ ଶହ ଶହ ସଂଖ୍ୟାର ବାସିନ୍ଦା ରାସ୍ତାର ସାରକୋଣା କେନାଲ ଛକ ନିକଟରେ ବାଡ ବସାଇ ଅବରୋଧ କରିଛନ୍ତିା 

ଶହୀଦ ଯବାନଙ୍କ ପାଇଁ କଳସ ଯାତ୍ରା

ଶହୀଦ ଯବାନଙ୍କ ପାଇଁ କଳସ ଯାତ୍ରା

କୋଳିମାଟି,୧୮ା୨(ଡି.ଏନ.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ପାଇଁ କଳସ ଯାତ୍ରା।