ରାଜ୍ୟ |

ବନ୍ଦ ହେବ ଅଣପଞ୍ଜୀକୃତ ଶିଶୁଯତ୍ନ ଗୃହ

ବନ୍ଦ ହେବ ଅଣପଞ୍ଜୀକୃତ ଶିଶୁଯତ୍ନ ଗୃହ
ଭୁବନେଶ୍ୱର,୧୨।୯(ବ୍ୟୁରୋ)- ସମାଜର ନିରାପତ୍ତା ବଳୟ ମଧ୍ୟରେ ଶିଶୁମାନଙ୍କୁ ରଖିବା ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ। ସେମାନଙ୍କ ଉପଯୁକ୍ତ ଯତ୍ନ, ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ। ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟ କରୁଥିଲେ ମଧ୍ୟ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଭାବେ ଉଦ୍ୟମ ହେବା ଆବଶ୍ୟକ। ବିଶେଷକରି ବିଭିନ୍ନ ଆଶ୍ରୟ ଗୃହର କର୍ମକର୍ତ୍ତାମାନେ ଏ ଦିଗରେ ସଚେତନ ହେଲେ ସେଠାରେ ରହୁଥିବା ଶିଶୁମାନଙ୍କୁ ଉପଯୁକ୍ତ ପରିବେଶ ମିଳିବ ଏବଂ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ସମ୍ଭବ ହୋଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

ଶିଶୁଯତ୍ନ ଗୃହ, ପର୍ଯ୍ୟବେକ୍ଷଣ ଗୃହ, ସ୍ବତନ୍ତ୍ର ଗୃହର ଅଧ୍ୟକ୍ଷା-ଅଧ୍ୟକ୍ଷ, ମୁକ୍ତ ଆଶ୍ରୟସ୍ଥଳର ପ୍ରକଳ୍ପ ସଂଯୋଜକମାନଙ୍କର ଏକଦିବସୀୟ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ମଙ୍ଗଳବାର ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ସରକାର ଶିଶୁଯତ୍ନ ଗୃହଗୁଡ଼ିକର ଫଳପ୍ରଦ ତଦାରଖ ଉପରେ ଗୁରୁତ୍ୱ ଦେଉଥିବା କହିଥିଲେ। ଶିଶୁଯତ୍ନ ଗୃହରେ ରହୁଥିବା ଶିଶୁମାନଙ୍କୁ ସର୍ବୋତ୍ତମ ସୁବିଧା ଯଥା ମୌଳିକ ଆବଶ୍ୟକତା ସହ ସ୍ନେହ, ପ୍ରେମ ଓ ଯତ୍ନ ପ୍ରଦାନ କରିବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ଶିଶୁଯତ୍ନ ଗୃହଗୁଡ଼ିକ ଯଥାଶୀଘ୍ର ପଞ୍ଜୀକରଣ କରିବା ପାଇଁ ଏହି କର୍ମଶାଳାରେ ମତ ପ୍ରକାଶ ପାଇଥିଲା। ସେହିଭଳି ଅଣପଞ୍ଜୀକୃତ ଗୃହଗୁଡ଼ିକୁ କିଶୋର ନ୍ୟାୟ(ଯତ୍ନ ଓ ଶିଶୁ ସୁରକ୍ଷା) ଆଇନ ୨୦୧୫ ଅନୁଯାୟୀ ବନ୍ଦ କରିଦିଆଯିବ ବୋଲି ଆଲୋଚନା ହୋଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ସମାଜ କଲ୍ୟାଣ, ସମନ୍ବିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଡ. ଡି.ପି. ଚୌଧୁରୀ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ବଲଓ୍ବନ୍ତ ସିଂ, ପୋଲିସ ମହାନିରୀକ୍ଷକ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ କିଶୋର ସାମଲ ଓ ସୁଜାତା ମହାନ୍ତି ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରାୟ ୨୧୧ଟି ଆଶ୍ରୟ ଗୃହର ପ୍ରତିନିଧିମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶିଶୁଯତ୍ନ ଗୃହଗୁଡ଼ିକରେ ରହୁଥିବା ଶିଶୁମାନଙ୍କର ଯତ୍ନ, ନିରାପତ୍ତା, ସୁରକ୍ଷା ସମ୍ପର୍କରେ ସଚେତନ କରିବା ଓ କିଶୋର ନ୍ୟାୟ ଆଇନ ୨୦୧୫ରେ ଥିବା ଦଣ୍ଡବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
All Right Reserved By

ରାଜ୍ୟ |

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ଭୁବନେଶ୍ୱର, ୧୯।୧୧: ସାମୁଦ୍ରିକ ଝଡ ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ, ୧୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଙ୍ଗସାଥୀଙ୍କୁ ଅଁଳାନବମୀର ଅଭିନନ୍ଦନ ଜଣାଇ ଜଣେ ଯୁବକ ସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କ ଫଟୋ ଭାଇରାଲ କରିଛନ୍ତି।

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ ଅଫିସ,୧୯ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । କେତେବେଳେ ଭକ୍ତ ସେଲ୍‌ଫି ଉଠାଇ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ କର୍ମଚାରୀ। 

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଛନ୍ତି। ହକି ଇଣ୍ଡିଆର କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି  ହକିର ଟିକେଟ ପ୍ରଦାନ କରିଛନ୍ତି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬  ଜିଲାର ୭ ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ  ମଞ୍ଜୁର କରିଛନ୍ତି। 

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): କେନ୍ଦ୍ରରୁ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ ମିଳୁଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକୁ  ଅପରାହ୍ଣ ୩ ପର୍ଯ୍ୟନ୍ତ ବାଚସ୍ପତି ପ୍ରଦୀପ ଅମାତ ମୁଲତବୀ ଘୋଷଣା କରିଛନ୍ତି।

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

କଟକ ଅଫିସ୍‌, ୧୯।୧୧: ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ଓ ଡ. ଅକ୍ଷୟ କୁମାର ମିଶ୍ର ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାବେରୀ ଦୁଇ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି।

ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ଜମୁଛି ଭିଡ

ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ଜମୁଛି ଭିଡ

ପୁରୀ ଅଫିସ୍‌, ୧୯।୧୧: ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଛି। 

ଦମନକୁ ଦମନ

ଦମନକୁ ଦମନ

ଭୁବନେଶ୍ୱର ବ୍ୟୁରୋ/ଓଡ଼ାପଡ଼ା (ଡି.ଏନ.ଏ.),୧୯ା୧୧ :ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ଲାଗି ହେଉଥିବା ଗଛକଟା ଉପରେ ଲାଗିଛି ରୋକ୍‌। ତୁରନ୍ତ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି। 

ଆଶ୍ରୟସ୍ଥଳକୁ ଆସିଲେ ୧୬ ନୂଆ ହବିଷିଆଳି:୯ ଅସୁସ୍ଥ, ହସ୍ପିଟାଲରେ ଜଣେ ଭର୍ତ୍ତି

ଆଶ୍ରୟସ୍ଥଳକୁ ଆସିଲେ ୧୬ ନୂଆ ହବିଷିଆଳି:୯ ଅସୁସ୍ଥ, ହସ୍ପିଟାଲରେ ଜଣେ ଭର୍ତ୍ତି

ପୁରୀ ଅଫିସ, ୧୯ା୧୧: ସୋମବାରଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଗହଳି ଆରମ୍ଭ ହୋଇଗଲାଣି। ବିଭିନ୍ନ ମଠ, ମନ୍ଦିର ଏବଂ ଧର୍ମଶାଳାରେ ଶ୍ରଦ୍ଧାଳୁ ଏବଂ ହବିଷିଆଳିଙ୍କ ଭିଡ଼ ଦେଖିବାକୁ ମିଳିଛି।

ପରିବାରର ମଙ୍ଗଳ ପାଇଁ ନିଜ କଥା ଭୁଲିଯାନ୍ତି ସରସ୍ବତୀ

ପରିବାରର ମଙ୍ଗଳ ପାଇଁ ନିଜ କଥା ଭୁଲିଯାନ୍ତି ସରସ୍ବତୀ

ପୁରୀ ଅଫିସ, ୧୯ା୧୧: ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ନୀତି କାଳିଆ ଠାକୁରଙ୍କୁ ଦର୍ଶନ କରି ପରିବାରର ଶୁଭ ମନାସିବେ। ଏମିତି କିଛି କାମନା ଏବଂ ପୂଣ୍ୟ ଅର୍ଜନ ଲକ୍ଷ୍ୟରେ ପୁରୀକୁ ଆସିଛନ୍ତି ହଜାର ହଜାର ହବିଷିଆଳି। 

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ ଅଫିସ, ୧୯।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଆସନ୍ତା ୧୯ ତାରିଖରେ ହରି ଉତ୍‌ଥାପନ ଏକାଦଶୀ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ୨୦ ତାରିଖରେ ମହାପ୍ରଭୁଙ୍କ ବାଙ୍କଚୂଡ, ୨୧ରେ ତ୍ରିବିକ୍ରମ, ୨୨ରେ ଲକ୍ଷ୍ମୀନୃସିଂହ ଏବଂ ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ।