ବାଲେଶ୍ୱର

୪ ବଖରା ଜଳିଗଲା
ବନ୍ତ, ୨୩।୨ (ସ୍ବ.ପ୍ର.) - ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ପୁରୁଷଣ୍ଢ ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର ସେକ୍ ଆଲାଉଦ୍ଦିନଙ୍କର ୨, ସେକ୍ ଗରିବୁଲାଙ୍କ ବଖାରାଏ ଓ ଲିଲି ବିବିଙ୍କର ବଖରାଏ ପୋଡ଼ିଯାଇଛି।

ସାଇକେଲରେ ଭାରତ ଭ୍ରମଣ କରିବେ ତ୍ରିଲୋଚନ: ଲୋକଙ୍କୁ ଦେବେ ଯକ୍ଷ୍ମା ସଚେତନତା ବାର୍ତ୍ତା
ଭଦ୍ରକ ଅଫିସ, ୨୩।୨ - ଜନସଚେତନତା ଦ୍ୱାରା ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇପାରିବ। ଏହି ଲକ୍ଷ୍ୟ ନେଇ ଭଦ୍ରକ ଜିଲା ତିହିଡ଼ି କାଳିମେଘାର ଯୁବକ ତ୍ରିଲୋଚନ ମହାଳିକ ସାଇକେଲରେ ଭାରତ ଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର ପାଇଁ ଆଗଭର ହୋଇଛନ୍ତି।

କୋଇଲା ବୋଝେଇ ଟ୍ରେନରେ ନିଅଁ।
ଭଦ୍ରକ ଅଫିସ, ୨୩।୨ - ଭଦ୍ରକ ଜିଲା ଧାମରାରୁ ଏନ୍ଟିପିସିକୁ କୋଇଲା ବୋଝେଇ କରି ନେଇଯାଉଥିବା ଏକ ମାଲବାହୀ ଟ୍ରେନରେ ଶୁକ୍ରବାର ରାତିରେ ନିଅଁା ଲାଗିଯାଇଥିଲା।

ଜବରଦଖଲରେ ବାବା ଆଖଣ୍ଡଳମଣିଙ୍କ ଜମି
ଆରଡ଼ି, ୨୩।୨ (ଡି.ଏନ.ଏ.) - ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ନାମରେ ଥିବା ୭୦ ଡେସିମିଲ ଭୂସମ୍ପତ୍ତିକୁ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ସେ ଚଞ୍ଚକତା କରି ଏହି ଜମିକୁ ନିଜ ନାମରେ କରାଇ ନେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମହିଳା ମୃତ, ଡ୍ରାଇଭର ସମେତ ୪ ଗୁରୁତର
ବିଶୋଇ, ୨୩।୨ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ସ୍ଥିତ ୪୯ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ବାର୍ଷିକ ଉତ୍ସବ ପାଇଁ ହିଙ୍ଗୁଳା ପୀଠ ଚଳଚଞ୍ଚଳ
ବଡ଼ସାହି,୨୩।୨(ସ୍ବ.ପ୍ର)- ଶନିବାର ମା’ ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ। ଏଥିପାଇଁ ବଡସାହି ବ୍ଲକଠାରୁ ୫ କି.ମି. ଦୂର ସୁହାଗପୁର ଶାଳୁଆ ଜଙ୍ଗଲରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ବାର୍ଷିକ ପୂଜା ପାଇଁ କମିଟି ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି।

କଂଗ୍ରେସର ଆମରଣ ଅନଶନ
ଭୋଗରାଇ, ୨୩।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଭତ୍ତା, ରାଶନକାର୍ଡ଼ ଅନିୟମିତତା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଆମରଣ ଅନଶନ ଆରମ୍ଭ ହୋଇଛି। ଭୋଗରାଇ ନିର୍ବାଚନମଣ୍ଡଳୀର ଗତ ବିଧାନସଭା କଂଗ୍ରେସ ଦଳ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତାମାନେ ଏହି ଅନଶନରେ ସାମିଲ ହୋଇଛନ୍ତି।

ଝୋଟ କାରଖାନାରେ ଶ୍ରମିକ ଅଶାନ୍ତି
ରୂପ୍ସା, ୨୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ଝୋଟ କାରଖାନାରେ ଶୁକ୍ରବାର ଶ୍ରମିକ ଅଶାନ୍ତି ଦେଖାଦେଇଛି। ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ମିଳୁ ନ ଥିବାରୁ ଶ୍ରମିକମାନେ କାରଖାନା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବି ଏଣ୍ଡ ଏ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା
ରେମୁଣା, ୨୩।୨(ଡି.ଏନ.ଏ.)-ରେମୁଣା ବାଲଗୋପାଲପୁରସ୍ଥିତ ‘ବି ଏଣ୍ଡ ଏ ପ୍ୟାକେଜିଂ ଇଣ୍ଡିଆ ଲିମିଟେଡ’ କାରଖାନାର ଶ୍ରମିକ ଏବଂ କର୍ମଚାରୀ ୨୦ ଦଫା ଦାବି ନେଇ ଶୁକ୍ରବାରଠାରୁ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି।

ଉନ୍ନୟନ କାର୍ଯ୍ୟରେ ଅନିୟମିତତା: ସୋର ବ୍ଲକ, ପଣପଣା ପଞ୍ଚାୟତରେ ଭିଜିଲାନ୍ସ ଚଢାଉ
ସୋର/ ବାହାନଗା, ୨୩।୨(ଡି.ଏନ.ଏ.)-ଉନ୍ନୟନ କାର୍ଯ୍ୟରେ ଅନିୟମିତତା ନେଇ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ସୋର ବ୍ଲକ କାର୍ଯ୍ୟାଳୟ ଓ ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଚଢାଉ କରାଯାଇଥିଲା।

ଆଡ଼ମିଟ କାର୍ଡ଼ ମିଳିଲାନି: ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଛାତ୍ରୀ
ରୂପ୍ସା, ୨୨।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠର ଛାତ୍ରୀ ରୁବିନା ଖାତୁନ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି।

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା ମାମଲା: ଶିକ୍ଷକ ଗିରଫ
ତିହିଡି, ୨୨।୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କଁ।ପଡ଼ା ପଞ୍ଚାୟତ କଁ।ପଡ଼ାବିନ୍ଧା ଗ୍ରାମର ବିନିଲତା ଦାସ ନାମ୍ନୀ ଜଣେ ମହିଳାଙ୍କୁ ଗତ ୧୫ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।