ରାଜ୍ୟ |

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ତମ ସ୍ମୃତିବାର୍ଷିକୀ ସଭା: 'ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କର'

ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ତମ ସ୍ମୃତିବାର୍ଷିକୀ ସଭା: 'ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କର'
ଭୁବନେଶ୍ୱର,୧୨।୯(ବ୍ୟୁରୋ)-ପ୍ରତ୍ୟେକ ମଣିଷର ଚେତନ ଓ ଅବଚେତନ ଉପରେ ଏକ କଠିନସ୍ତର ରହିଛି। ଏହି ଜଡ଼ଜଗତ ଉପରେ ସ୍ବପ୍ନ ଓ କଳ୍ପନାର ଆଉ ଏକ ଜଗତ ରହିଥିବା ବିଶ୍ୱାସକୁ ନେଇ ଆମେ ବଞ୍ଚିଛୁ। ଏଣୁ ଆମ ଭିତରେ ପ୍ରଶ୍ନ ପଚାରିବାର ସଂସ୍କାର ରହିବା ଉଚିତ। ପିଲାମାନଙ୍କ ମଧ୍ୟରେ ଥିବା ପ୍ରଶ୍ନାନୁକୂଳ ମନଟିକୁ ସେମାନେ ବଞ୍ଚାଇ ରଖି ନିଜ ଭିତର ଚେତନା ଶକ୍ତିକୁ ଜାଗ୍ରତ କରିବା ଉଚିତ। ଏହା କରିପାରିଲେ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଜ୍ଞାନପୀଠ ବିଜେତା କବି ଡ. ସୀତାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ସିକାଗୋ ଭାଷଣର ୧୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ପକ୍ଷରୁ ଏହାର ସ୍ମୃତିବାର୍ଷିକୀ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରେଡ୍‌କ୍ରସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ମହାପାତ୍ର ଆମ ସଂସ୍କୃତିରେ ପ୍ରଶ୍ନ ପଚାରିବାର ସଂସ୍କାର ହିଁ ଆଧ୍ୟାତ୍ମ୍ୟ ଚେତନାର ଉତ୍ତରଣ ପ୍ରକ୍ରିୟା ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଭଦ୍ରକସ୍ଥିତ ରାମକୃଷ୍ଣ ଶାରଦା ଆଶ୍ରମର ଅଧ୍ୟକ୍ଷ ସ୍ବାମୀ ରାମେଶ୍ୱରାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ୧୨୫ବର୍ଷ ତଳେ ଆଜିର ଦିନରେ ସ୍ବାମୀ ବିବେକାନନ୍ଦ ଚିକାଗୋରେ ଭାରତବର୍ଷର ଧର୍ମ ସହିଷ୍ଣୁତା ଉପରେ ବକ୍ତବ୍ୟ ରଖିଥିଲେ। ସ୍ବାମିଜୀ ସବୁବେଳେ ଯୁବସମାଜ ଉପରେ ନିର୍ଭରଶୀଳ ଥିଲେ। ସେ ସର୍ବଦା ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଥିଲେ। ବର୍ତ୍ତମାନ ଧର୍ମ ନଁାରେ ଉପୁଜୁଥିବା ବାଦବିବାଦକୁ ଜଳାଞ୍ଜଳି ଦେବାକୁ ହେବ। ଏଥିପାଇଁ ଯୁବପିଢ଼ି ନିଜ ନିଜ ସ୍ତରରେ ସ୍ବାମିଜୀଙ୍କୁ ସ୍ମରଣ କରି ତାଙ୍କ ପଥ ଅନୁସରଣ କରିବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ସାହିତି୍ୟକ ପ୍ରଫେସର ଅବଦୁଲ ଓସିଦ୍‌ ଖଁା ବିବେକାନନ୍ଦ ଚିକାଗୋରେ ସହନଶୀଳତା ଓ ହିନ୍ଦୁଧର୍ମର ସାର୍ବଭୌମ୍ୟତ୍ୱ ଉପରେ ଜୋର୍‌ ଦେଇଥିବା କହିଥିଲେ। ଈଶ୍ୱରୀୟ ଚିନ୍ତାରୁ ବିଭିନ୍ନ ଧର୍ମର ସୃଷ୍ଟି। ଇସ୍‌ଲାମ୍‌ ହେଉଛି ଏକ ପ୍ରାକୃତିକ ଧର୍ମ, ଯାହାର ଅର୍ଥ ଶାନ୍ତି ଓ ସମର୍ପଣ। ଧର୍ମ କୌଣସି ଶାସ୍ତ୍ର, ମସ୍‌ଜିଦ୍‌, ମନ୍ଦିର ଏବଂ ପୋଷାକ ମଧ୍ୟରେ ନାହିଁ। ଧର୍ମ କେବଳ ନିଜର ଆଚରଣ, ବ୍ୟବହାର ଓ ସମ୍ପର୍କ ଭିତରେ ରହିଛି। ଏହି ସମ୍ପର୍କର କଥାକୁ ବିବେକାନନ୍ଦ ସିକାଗୋ ଭାଷଣରେ ଚିକାଗୋବାସୀଙ୍କୁ ସମ୍ବୋଧନ କରି କହିଥିଲେ ବୋଲି ପ୍ରଫେସର ଖଁା ବକ୍ତବ୍ୟ ରଖିଥିଲେ। ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ସମ୍ପାଦକ ବିଶ୍ୱରଞ୍ଜନ ଶତପଥୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦ ୧୮୯୩ ସେପ୍ଟେମ୍ବର ୧୧ରୁ ୨୭ତାରିଖ ପର୍ଯ୍ୟନ୍ତ ସିକାଗୋରେ ଆୟୋଜିତ ଧର୍ମ ମହାସଭାରେ ଦେଇଥିବା ଭାଷଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ହ୍ୟୁମାନ ଲାଇଫ୍‌ ସେଣ୍ଟର ନିର୍ଦ୍ଦେଶକ ଫାଦର ଟୋନି ଜୋନ୍‌ ଓ ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଉପସଭାପତି ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏଥିରେ ବହୁ ଛାତ୍ରୀଛାତ୍ର ଯୋଗଦେଇ ବକ୍ତୃତା ପ୍ରଦାନ କରିଥିଲେ।
All Right Reserved By

ରାଜ୍ୟ |

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ରାଜନଗର, ୨୪।୨-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶୁକ୍ରବାର ଅଲିଭରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି। 

ପାରାଦୀପରେ ହେବ ବିମାନବନ୍ଦର

ପାରାଦୀପରେ ହେବ ବିମାନବନ୍ଦର

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର।

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ଫୁଲବାଣୀ ଅଫିସ,୨୪।୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍‌ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା 

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌  କରିବା ପରେ ହୋମ୍‌ ପେଜ୍‌ରେ ‘ମ୍ୟାଡ୍‌ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍‌ସାଇଟ୍‌ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍‌ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍‌ସାଇଟ୍‌ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। 

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍‌କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ। 

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍‌ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍‌, ତାଙ୍କ ସମସ୍ୟା ବି ମହାନ୍‌। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ। 

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଢେଙ୍କାନାଳ ଅଫିସ, ୨୪।୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ନ ୪ଟାରେ ଢେଙ୍କାନାଳ ଜିଲା ଗସ୍ତରେ ଆସି ହିନ୍ଦୋଳ ବ୍ଲକ ସାତମାଇଲରେ ଆୟୋଜିତ ସମାବେଶରେ ଯୋଗଦେବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।