ରାଜ୍ୟ |

ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦାବି

ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦାବି
ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟ ସରକାର ନିକଟ ଅତୀତରେ ଲୋକାର୍ପଣ କରିଥିବା ନବନିର୍ମିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ମାନ୍ୟତା ଦେବାକୁ ଦାବି ହୋଇଛି। ସଦର ମହକୁମା ଦକ୍ଷିଣକାଳୀ ରୋଡ୍‌ରେ ଅବସ୍ଥିତ ଏହି ୭ ମହଲା ବିଶିଷ୍ଟ ଚିକିତ୍ସାଳୟରେ ୩୦୦ ଶଯ୍ୟା ରହିଛି। ଏଥିସହ ଏଠାରେ ୨୪୨ ରୁମ୍‌, ୨୧୫ ଏ.ସି. ରୁମ୍‌, ୨୫୬ ଶୌଚାଳୟ, ୪ ଅପରେଶନ ଥିଏଟର୍‌, ୨୪ କ୍ୟାବିନ୍‌ ସାଙ୍ଗକୁ ୬ଟି ଲିଫ୍ଟର ସୁବିଧା ଉପଲବ୍ଧ କରାଯାଇଛି। ୧୦ରୁ ଊର୍ଦ୍ଧ୍ୱ ଏକର ଜାଗାରେ ଏହି ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମିତ ହୋଇଥିବା ବେଳେ ମେଡିକାଲ କଲେଜ ମାନ୍ୟତା ପାଇବା ପାଇଁ ଏହାର ସମସ୍ତ ଯୋଗ୍ୟତା ରହିଛି। ସରକାରଙ୍କ ନିୟମାନୁଯାୟୀ, ସମସ୍ତ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ମେଡିକାଲ କଲେଜ(ଭେଷଜ ଚିକିତ୍ସାଳୟ) ପାଇଁ ଉପଯୁକ୍ତ। ତେଣୁ ଢେଙ୍କାନାଳର ଏହି ନୂତନ ଚିକିତ୍ସାଳୟକୁ ସରକାର ତୁରନ୍ତ ମେଡିକାଲ କଲେଜର ମାନ୍ୟତା ପ୍ରଦାନ କରିବାକୁ ଢେଙ୍କାନାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏ ନେଇ ମଙ୍ଗଳବାର ପରିଷଦ ପକ୍ଷରୁ ନେହେରୁ ଯୁବକେନ୍ଦ୍ରଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ କରାଗଲେ, ଏଠାକାର ଅଧିବାସୀମାନଙ୍କ ସହ ଆଠଗଡ଼, ବଡ଼ମ୍ବା, ନରସିଂହପୁର, ଯାଜପୁର ଏବଂ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଉପକୃତ ହୋଇପାରିବେ ବୋଲି ପରିଷଦ ଆବାହକ ରାଜାନାରାୟଣ ତ୍ରିପାଠୀ କହିଛନ୍ତି।
All Right Reserved By

ରାଜ୍ୟ |

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ଅଫିସ,୨୩।୯: ଅଶାନ୍ତ ହୋଇପଡ଼ିଛି କଟକ। ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଗତପୁରର ଦିଲ୍ଲୀପ ସାହୁ।

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ଭବାନୀପାଟଣା,୨୨।୯(ଡି.ଏନ୍‌.ଏ.)- ଭବାନୀପାଟଣା-ଛତିକୁଡା ମୁଖିଆ ରାସ୍‌ତା ମେଦିନୀପୁରଠାନେ ଥିବାର ପୁର୍‌ନା ବ୍ରିଜ ମଝିରେ ମରାମତି ଅଭାବୁ ଗୁଟେ ବଢ଼େ ଗାଡ୍‌ ହେଇଛେ। ଏନ୍‌ତା କି ବ୍ରିଜର ଦୁଇଫାଲେ ଥିବାର ବାଡା ବି ଭାଂଗିଯାଇଛେ। ବ୍ରିଜରେ ହେଇଥିବାର ଗାଡେ ପଡ଼ି ଝନ୍‌ ପଁାଚେ ସାତେ ଖଁଡ଼ିଆଖବରା ହେଇଥିବାର ବି ଜନାଯାଇଛେ। ଗଲା ୨୦ ତାରିଖ୍‌ ରାତି ବର୍‌ଷାରେ ବ୍ରିଜ୍‌ର କଂକ୍ରିଟ୍‌ ସିମେଟ ଧସି ବଢ଼େ ଗାଡ୍‌ ହେଇଛେ। 

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ବ୍ରହ୍ମପୁର ଅଫିସ,୨୩।୯: ବିଜ୍ଞାପନ ଫଳକ ଲଗାଇବା ହେଉ ଅବା ଅନ୍ୟାନ୍ୟ ବ୍ୟବହାର ହେଉ, ବୃକ୍ଷରେ ଲୁହା କଣ୍ଟା ମରାଯାଇଥାଏ। ଫଳରେ ବୃକ୍ଷରେ କ୍ଷତ ହୋଇଯାଏ ଏବଂ ବୃକ୍ଷ କ୍ରମଶଃ ଦୁର୍ବଳ ହୋଇଯାଏ। ଏପରିକି ବୃକ୍ଷର ଆୟୁଷ ମଧ୍ୟ କମିଯାଏ। ସମୟ ପୂର୍ବରୁ ଭାଙ୍ଗି ଯାଇଥାଏ। ବୃକ୍ଷକୁ କଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। 

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ସାକ୍ଷୀଗୋପାଳ, ୨୩।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବ ବିଦ୍ୟାଳୟ। ଖୁବ୍‌ଶୀଘ୍ର ଏହି ଐତିହାସିକ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ମନ୍ତ୍ରୀ, ବିଧାୟକ ସହିତ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିବାପରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ନର୍ସିଂ ହୋମ୍‌ରୁ ଚୋରି

ନର୍ସିଂ ହୋମ୍‌ରୁ ଚୋରି

ବ୍ରହ୍ମପୁର ଅଫିସ୍‌,୨୩।୯-ବ୍ରହ୍ମପୁର ଗାନ୍ଧୀନଗର ଛକରେ ଥିବା ଏକ ନର୍ସିଂ ହୋମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ରଙ୍ଗନାଥନ୍‌ ଅର୍ଥୋ ନର୍ସିଂ ହୋମ୍‌ କବାଟ ଭାଙ୍ଗି ପଶିଥିଲେ। 

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ)- ରାଜ୍ୟ ସରକାର କୃଷିକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଜିଲା ପ୍ରଶାସନ ମଧ୍ୟ ସେହି ଅନୁପାତରେ କୃଷି ଓ କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ ଭାବେ କାମ କରିବ। ଧାନ ଚାଷ, ଉଦ୍ୟାନ କୃଷି, ଗୋପାଳନ ଏବଂ ମତ୍ସ୍ୟ ଚାଷ ଚାଲିଛି।

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ.)- ବିଭିନ୍ନ ଦାବି ନେଇ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ପ୍ଲାଣ୍ଟର କାର୍ଯ୍ୟ ବନ୍ଦ କରିବା ପ୍ରସଙ୍ଗରେ ୧୨ ଜଣ ଆନ୍ଦୋଳନକାରୀ ଶନିବାର ଛତ୍ରପୁର ସିନିୟର ଡିଭିଜନ୍‌ ସିଭିଲ କୋର୍ଟରେ ହାଜର ହୋଇଥିଲେ ।

ଅବୈତନିକ ଶିକ୍ଷାଦାନ କରି ଚର୍ଚ୍ଚାରେ ରମେଶ

ଅବୈତନିକ ଶିକ୍ଷାଦାନ କରି ଚର୍ଚ୍ଚାରେ ରମେଶ

କେନ୍ଦୁଝର,୨୩ା୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଏକ ଶିକ୍ଷାନୁଷ୍ଠାନରୁ ଅବସର ନେବା ପରେ ଜଣେ ସଂସ୍କୃତ ଶିକ୍ଷକ ବର୍ଷାଧିକ କାଳ ଅବୈତନିକ ଭାବେ ଶିକ୍ଷାଦାନ କରୁଛନ୍ତି।

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

ରାସ୍ତା ଦେଉଛି ଦୁର୍ଦ୍ଦଶା

ରାସ୍ତା ଦେଉଛି ଦୁର୍ଦ୍ଦଶା

ନୟାଗଡ଼ ଅଫିସ,୨୩।୯-ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ହୋଇଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ନୟାଗଡ଼ ଜିଲା ଭାଟସାହି  ପଞ୍ଚାୟତରେ।  

ମାନବାଧିକାର କମିଟିର ଆଲୋଚନା ଚକ୍ର

ମାନବାଧିକାର କମିଟିର ଆଲୋଚନା ଚକ୍ର

କେନ୍ଦ୍ରାପଡା ଅଫିସ, ୨୩।୯ କେନ୍ଦ୍ରାପଡା ସହରର ଟାଉନହଲଠାରେ ଜାତୀୟ ମାନବାଧିକାର ଜିଲା କମିଟି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲ