ସମ୍ପାଦକୀୟ |

ସମ୍ପାଦକୀୟ/ ଯୁଦ୍ଧକୁ ଅପେକ୍ଷା

 ସମ୍ପାଦକୀୟ/ ଯୁଦ୍ଧକୁ ଅପେକ୍ଷା
ଚଳିତବର୍ଷ ମେ’ରେ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ପ୍ରଦାନ କରିଥିଲା ଯେ, ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ପ୍ରତିରକ୍ଷା ଦିଗରେ ସର୍ବାଧିକ ଖର୍ଚ୍ଚ କରୁଥିବା ଶ୍ରେଷ୍ଠ ୫ ଦେଶ ତାଲିକାରେ ସ୍ଥାନ ପାଇଛି। ଆମେରିକା, ଚାଇନା, ସୌଦି ଆରବ ଏବଂ ରୁଷିଆ ପରେ ଭାରତ ରହିଛି। ଆମେରିକା ଓ ଚାଇନାର ପ୍ରତିରକ୍ଷା ଖର୍ଚ୍ଚ ଯଥାକ୍ରମେ ୬୧୦ ବିଲିୟନ ଡଲାର ଓ ୨୨୮ ବିଲିୟନ ଡଲାର ରହିଥିବା ବେଳେ ଭାରତର ରହିଛି ମାତ୍ର ୬୩.୯ ବିଲିୟନ ଡଲାର। କୁହାଯାଉଛି ଚାଇନାର ଅର୍ଥନୀତି ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବାରୁ ସୈନ୍ୟ ସଂଖ୍ୟା କମାଇ ଆଧୁନିକ ଅସ୍ତ୍ରଶସ୍ତ୍ରରେ ବଳୀୟାନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସମ୍ଭବତଃ ତାହାକୁ ଦେଖି ଭାରତୀୟ ସେନା ତା’ର ଆକାର କମାଇବାକୁ ଯାଇ ଦେଢ଼ ଲକ୍ଷ ସୈନ୍ୟ ଓ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ପାଇଁ ଯୋଜନା କରିଛି। ବର୍ତ୍ତମାନ ଭାରତୀୟ ସେନାରେ ୧୪ ଲକ୍ଷ ସୈନ୍ୟ ଅଛନ୍ତି। ହେଲେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ରେ ୨୨ ଲକ୍ଷ ୮୫ ହଜାର ସୈନ୍ୟ ଅଛନ୍ତି। ଉପରଲିଖିତ ଖର୍ଚ୍ଚ ପରିସଂଖ୍ୟାନକୁ ଦେଖିଲେ ଭାରତଠାରୁ ଚାଇନା ଅଧିକ ୧୬୪.୧ ବିଲିୟନ ଡଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛି। ତେଣୁ ଚାଇନା ସହ ଭାରତର ପ୍ରତିରକ୍ଷା ସ୍ଥିତିକୁ ତୁଳନା କରାଯିବା ଉଚିତ ନୁହେଁ।  
ଭାରତ ଅଦ୍ୟାବଧି ତା’ର ସବୁ ସୀମାନ୍ତରେ ଶତ୍ରୁଙ୍କ ଗତିବିଧି ଲକ୍ଷ୍ୟ କରିବା ଲାଗି ଆଧୁନିକ ଯନ୍ତ୍ର ଖଞ୍ଜିବାରେ ସକ୍ଷମ ହୋଇପାରି ନାହିଁ।  ଗତବର୍ଷ କେବଳ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟ ପୁଞ୍ଚ୍‌ ଓ ରାଜୌରି ସେକ୍ଟରରେ ଆମେରିକା ନିର୍ମିତ ଆକାଶମାର୍ଗରୁ ନିରୀକ୍ଷଣ କରାଯାଇପାରୁଥିବା ଡ୍ରୋନ୍‌ ଖଞ୍ଜା ଯାଇଥିଲା। ଏ ସବୁଥିରୁ କେତେ କାର୍ଯ୍ୟକ୍ଷମ ଥିବ, ତାହା ଭାରତୀୟ ରକ୍ଷଣାବେକ୍ଷଣର ଇତିହାସ ଦେଖିଲେ ବୁଝାପଡ଼ିବ। ୨୦୧୩ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ନଜର ରଖାଯିବା ଲାଗି ଚାଇନା ସୀମାରେ ଯେଉଁ ହାଇ ରିଜଲ୍ୟୁଶନ ସର୍ଭିଲାନ୍ସ କ୍ୟାମେରା ଲଗାଯାଇଥିଲା, ସେଗୁଡ଼ିକ କିଛିଦିନ ପରେ ଅକାମୀ ହୋଇଯାଇଥିବା ଖବର ମିଳିଥିଲା। ତେଣୁ ଭାରତ ଅଚାନକ ଚାହିଁଲେ ମଧ୍ୟ ପ୍ରତିରକ୍ଷା ସରଞ୍ଜାମ ଯୋଗାଡ଼ କରି ତାହାକୁ କାମରେ ଲଗାଇବାରେ ସକ୍ଷମ ହୋଇପାରୁ ନାହିଁ। ଯେତେବେଳେ ରାଫେଲ ଯୁଦ୍ଧ ବିମାନ ଲାଗି ରାଜିନାମା ସ୍ବାକ୍ଷରିତ ହୋଇ ତାହା ଦୁର୍ନୀତି ଜାଲରେ ପଡ଼ିଯାଇଛି, ସେଭଳି କ୍ଷେତ୍ରରେ ଅତ୍ୟାଧୁନିକ ଯୁଦ୍ଧ ପାଇଁ ଭାରତ କିଭଳି ପ୍ରସ୍ତୁତ ହେବ ତାହା ବୁଝିବା କଷ୍ଟକର।
ଏଠାରେ ପ୍ରତିରକ୍ଷା ସମସ୍ୟା କେବଳ ଅର୍ଥ ଦୁର୍ନୀତିରେ ସୀମିତ ନୁହେଁ। ଏଭଳି ଦୁର୍ନୀତିଠାରୁ ଅଧିକ ମାରାତ୍ମକ ହେଉଛି ନିଷ୍ପତ୍ତି ନେବାରେ ଏବଂ ଅସ୍ତ୍ରଶସ୍ତ୍ର କିଣିବାରେ ଘଟୁଥିବା ଅତ୍ୟଧିକ ବିଳମ୍ବ। 
ଭାରତ ସରକାର ଯଦି ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହୁଁଥା’ନ୍ତି, ତେବେ ପ୍ରଥମେ ଏହାର କ୍ରୟ ନୀତିରେ ପରିବର୍ତ୍ତନ ଆଣିବା ଦରକାର। ବୋଫର୍ସଠାରୁ ଆରମ୍ଭ କରି ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌ ଏବଂ ଏବେ ରାଫେଲ ଚୁକ୍ତିରେ ଅନେକ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ବିଷୟ ସମସ୍ତଙ୍କୁ ଜଣା। ଯେହେତୁ ଏହି କ୍ରୟ ଚୁକ୍ତିରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଥାଏ, ସେହେତୁ ଅଧିକ ପରିମାଣର ଦୁର୍ନୀତି ଆଶଙ୍କା ରହିବା ସ୍ବାଭାବିକ। ଏ ଦିଗରେ ପ୍ରଥମେ ସ୍ବଚ୍ଛତା ଅଣାଯିବା ଆବଶ୍ୟକ। ଯେହେତୁ ସ୍ବଚ୍ଛତା ରଖାଯାଇପାରୁ ନାହିଁ, ସେଥିପାଇଁ ନିଷ୍ପତ୍ତି ନେବାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଳମ୍ବ ଘଟୁଛି। ଆଧୁନିକ ପ୍ରତିରକ୍ଷା ସରଞ୍ଜାମ ସବୁବେଳେ ଆଧୁନିକ ହୋଇ ରହେନାହିଁ। ସମୟ ବିତିଗଲେ ଆହୁରି ଅଧିକ ଶକ୍ତିଶାଳୀ ଟେକ୍‌ନୋଲଜି ବାହାରିବାରେ ଲାଗିଛି। ଅନ୍ୟ ଦେଶଗୁଡ଼ିକରେ ଏହା ଉପରେ ସବୁବେଳେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଗବେଷଣା କରାଯାଉଛି। ସେହି ଗବେଷଣାର ଫଳସ୍ବରୂପ ନୂଆ ଅସ୍ତ୍ରଶସ୍ତ୍ର ସୃଷ୍ଟି ହେଉଛି। ଏଭଳି ପ୍ରଚ୍ଛଦପଟରେ ଭାରତ ତାହାର ସେନାର ଆକାର କମାଇବାର ଚେଷ୍ଟା କେତେଦୂର ଯୁକ୍ତିଯୁକ୍ତ, ତାହା କେବଳ ବିଶେଷଜ୍ଞମାନେ ମତ ଦେଇପାରିବେ। ଗୋଟାଏ ପଟେ ଯୁଦ୍ଧ ପ୍ରସ୍ତୁତିର ଅଭାବ ସହିତ ଅନ୍ୟପଟେ ଯଦି ସୈନ୍ୟ ସଂଖ୍ୟା କମିଯିବ, ତେବେ ତାହାର ସାମଗ୍ରିକ ପ୍ରଭାବ କେଉଁ ରୂପ ଧାରଣ କରିବ ତାହା ଏବେ ଆକଳନ କରିବା ଅତ୍ୟନ୍ତ କଷ୍ଟକର। ଏହାର ଅର୍ଥ ହେଲା ଏଭଳି ନିଷ୍ପତ୍ତିର ପ୍ରଭାବ ଜାଣିବାକୁ ହେଲେ ବାସ୍ତବ ଯୁଦ୍ଧ ଘଟିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳେ ଯଦି ସୈନ୍ୟ ସଂଖ୍ୟା ହ୍ରାସର ନକାରାତ୍ମକ ପ୍ରଭାବ ଜଣାପଡ଼ିବ, ତେବେ ପରିସ୍ଥିତିକୁ ସୁଧାରିବାର ସୁଯୋଗ ହାତଛଡ଼ା ହୋଇଯାଇଥିବ।   



All Right Reserved By

ସମ୍ପାଦକୀୟ |

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।

କଂଗ୍ରେସ ପାଇଁ ଆହ୍ବାନ

କଂଗ୍ରେସ ପାଇଁ ଆହ୍ବାନ

ଆକାର ପଟେଲ

ଆମ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବଡ଼ ଗୁଣ ହେଲା, ସେ ଖୁବ୍‌ ଭଲ ଯୁକ୍ତି କରିପାରନ୍ତି। ସେ କୌଣସି ସାଧାରଣ ଜିନିଷକୁ ଲୋକମାନେ ବିଶ୍ୱାସ କଲାଭଳି ନୂଆ ଢଙ୍ଗରେ ଉପସ୍ଥାପନ କରିପାରନ୍ତି। ଚଳିତ ସପ୍ତାହରେ କଂଗ୍ରେସ ଦାବି କଲା ଯେ, ଜବାହରଲାଲ ନେହେରୁ ତିଆରି କରିଥିବା ବ୍ୟବସ୍ଥା ଯୋଗୁ ସେ ଆଜି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଏହାର ଉତ୍ତରରେ ମୋଦି କହିଲେ, ”ମୁଁ ସେମାନଙ୍କୁ ଆହ୍ବାନ କରୁଛି, କଂଗ୍ରେସର କୌଣସି ଭଲ ନେତାଙ୍କୁ ଗାନ୍ଧୀ ପରିବାର ବାହାରୁ ପାଞ୍ଚବର୍ଷ ପାଇଁ ଦଳର ...

ଆମ ଗାଁର ଚିତ୍ରପଟ

ଆମ ଗାଁର ଚିତ୍ରପଟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ସକାଳ ଦଶଟାରେ ବି ଦଶମିଟର ଦୂରର ଦୃଶ୍ୟ ଦେଖି ହେଉ ନ ଥିବା ଆମ ଦେଶର ରାଜଧାନୀ ଦିଲ୍ଲୀ ଭଳି ଆମ ଭୁବନେଶ୍ୱରର ବି ସମାନ ଅବସ୍ଥା ହେବ ବୋଲି ପରିବେଶବିତ୍‌ମାନେ ସତର୍କ କଲା ପରେ ଏଠାକାର ବାସିନ୍ଦାମାନଙ୍କ ମନରେ ଛନକା ପଶିଲାଣି। କେବଳ ପରିବେଶ ପ୍ରଦୂଷଣ ନୁହେଁ, ଏକ ସାମାଜିକ ଓ ସାଂସ୍କୃତିକ ଅବକ୍ଷୟର ବିଷାକ୍ତ ବଳୟ ମଧ୍ୟରେ ଅବରୁଦ୍ଧ ହୋଇ ଉଠୁଥିବା ଆମ ରାଜ୍ୟ ରାଜଧାନୀର ନବ୍ୟ ଚେହେରା ପ୍ରତ୍ୟକ୍ଷ କରି ସେଦିନ ଜଣେ ବନ୍ଧୁ ପ୍ରତିକ୍ରିୟା ପ୍ରକାଶ କରି କହୁଥିଲେ, ‘ଏଠାକାର ବହୁ...

ଆଚରଣ ପରିବର୍ତ୍ତନକାରୀ

ଆଚରଣ ପରିବର୍ତ୍ତନକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଇନ୍‌ଫୋସିସ୍‌ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବର୍ଷ ଗବେଷକ, ବୈଜ୍ଞାନିକ, ସମାଜ ବିଜ୍ଞାନୀ ଏବଂ ଇଞ୍ଜିନିୟରମାନଙ୍କୁ ୬ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୨୦୧୮ ସକାଶେ ଇଞ୍ଜିନିୟରିଂ ଆଣ୍ଡ୍‌ କମ୍ପ୍ୟୁଟର ସାଇନ୍ସ ପାଇଁ ନବକାନ୍ତ ଭଟ୍ଟ, ମାନବବାଦ ସମ୍ବନ୍ଧୀୟ ଅଧ୍ୟୟନ ଲାଗି କବିତା ସିଂ, ଜୀବ ବିଜ୍ଞାନ ନିମନ୍ତେ ରୂପ ମଲିକ୍‌, ଗାଣିତିକ ...

ଏଇ ଭାରତରେ

ଏଇ ଭାରତରେ

କ୍ରୋଧ ପରମ ଶତ୍ରୁ। କ୍ରୋଧୀ ବ୍ୟକ୍ତି ଅନ୍ୟର କ୍ଷତି ଘଟାଇବା ସହିତ ନିଜର ମଧ୍ୟ କ୍ଷତି କରିଥାଆନ୍ତି। ୩୨ବର୍ଷ ବୟସର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହିତ କଳି କରି ନିଜ ଶିଶୁକନ୍ୟାଙ୍କୁ ହତ୍ୟାକରିବା ଭଳି ଏକ ବିରଳ ଘଟଣା ରାଜସ୍ଥାନରେ ଘଟିଛି। ଏହି ରାଜ୍ୟର ଝଲଓ୍ବାର ...

ନେତାଗିରି ଲୋଭ

ନେତାଗିରି ଲୋଭ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆଜିକାଲି ବାବୁମାନଙ୍କର ନେତାଗିରି ପ୍ରତି ଲୋଭ ବଢ଼ିଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଟିକେଟ୍‌ ପାଇଁ ନେତାମାନଙ୍କୁ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ବାବୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି। ଉଭୟ ଜାତୀୟ ଦଳ ଭାଜପା ଓ କଂଗ୍ରେସରେ ଯୋଗଦେବା ଓ ଟିକେଟ୍‌ ପାଇବା ପାଇଁ ପୂର୍ବତନ ବାବୁମାନେ ଧାଡ଼ି ଲଗାଇଥିବା ...

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

ଡ. ବାଞ୍ଛାନିଧି ପଣ୍ଡା

କଶ୍ମୀର ମହାରାଜା ହରି ସିଂ କଶ୍ମୀରକୁ ଭାରତ କିମ୍ବା ପାକିସ୍ତାନରେ ବିଲୟ କରାଇବେ ଏ ନେଇ ଦ୍ୱିଧାରେ ଥିଲେ। କଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାଜାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କଲେ। କଶ୍ମୀରର ସଂଘଚାଳକ ପ୍ରେମନାଥ ଡୋଗ୍ରା ଏବଂ ପଞ୍ଜାବର ସଂଘଚାଳକ ରାୟବାହାଦୁର ଶ୍ରୀ ବଦ୍ରିନାଥ ମହାରାଜାଙ୍କ ସହିତ ଭାରତରେ ମିଶ୍ରଣ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ୧୯୪୭ ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ଭାରତବର୍ଷ ଉପରେ ଆକ୍ରମଣ ...

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

କାଥେରିନ ହଡ୍ଡା 

ଦଶବର୍ଷ ତଳେ ୨୦୦୮ରେ ଆମେରିକୀୟ ଧ୍ୱଜା ହାଇଦ୍ରାବାଦସ୍ଥିତ ୟୁ.ଏସ୍‌. କନ୍‌ସୁଲେଟ (ବାଣିଜ୍ୟ ଦୂତାବାସ)ରେ ପ୍ରଥମଥର ଉତ୍ତୋଳନ ହୋଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ଏଭଳି ବୈଦେଶିକ କେନ୍ଦ୍ର ସ୍ଥାପନ କରିବା ବିରଳ ହୋଇଥିବା ବେଳେ, ହାଇଦ୍ରାବାଦ ଟେକ୍ନୋଲୋଜି ଓ ସମୃଦ୍ଧିର କେନ୍ଦ୍ର ହୋଇଥିବାରୁ, ଆମ ସରକାର ଆମେରିକା ଓ ଭାରତ ମଧ୍ୟରେ ବୈଦେଶିକ ଓ ...

ଏଇ ଭାରତରେ

ଏଇ ଭାରତରେ

କେତେକ ରୋଗ ଔଷଧ ଦ୍ୱାରା ଆରୋଗ୍ୟ ହୋଇ ନ ପାରିଲେ ଅସ୍ତ୍ରୋପଚାର ଦରକାର ପଡେ। ନ ହେଲେ ବଞ୍ଚତ୍ବା ମୁସ୍କିଲ। ଏପରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଏକ ୩ମାସର ଶିଶୁକନ୍ୟାର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏପରି...