ସମ୍ପାଦକୀୟ |

ତଥ୍ୟ ପ୍ରସାରରେ ଅତିରଞ୍ଜନ

ତଥ୍ୟ ପ୍ରସାରରେ ଅତିରଞ୍ଜନ
ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ଶୁକ୍ରବାର ସକାଳୁ ସକାଳୁ ଫୋନ୍‌ଟେ ପାଇ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଆରପଟରୁ ବନ୍ଧୁଜଣକ ବିକଳ ହୋଇ ପଚାରିଥିଲେ- ”ଆଜି ମୋର ଭୁବନେଶ୍ୱରରେ ଗୋଟେ ଜରୁରୀ କାମ ଅଛି, କିନ୍ତୁ ଶୁଣିଲି ସରକାର ପ୍ରବଳ ବର୍ଷାର ଚେତାବନୀ ଦେଇ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସାରା ଓଡ଼ିଶାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି।“ ବଡ ଅଡୁଆ ଲାଗିଲା ମୋତେ। ପାଗ ଅବଶ୍ୟ ମେଘୁଆ ଥିଲା କିନ୍ତୁ ମୋତେ ବଡ଼ ବର୍ଷାର କୌଣସି ସୂଚନା ଦିଶୁ ନ ଥାଏ। ମୁଁ ପାଣିପାଗ ବିଭାଗରୁ ସକାଳର ଉପଗ୍ରହ ଚିତ୍ର ଦେଖିଲି, ବଡ଼ ବର୍ଷା ତ ଦୂରର କଥା ଦିନଟି ଶୁଖିଲା ରହିବାର ସମସ୍ତ ସୂଚନା ସେଥିରେ ସ୍ପଷ୍ଟ ଥିଲା। ମନରେ ଅନେକ ପ୍ରଶ୍ନ ଆସିଲା। ସରକାର କ’ଣ ସତରେ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ? ସତରେ କ’ଣ ଜଳବାୟୁ ବିଭାଗ ସେମିତି ଏକ ପୂର୍ବାନୁମାନ ଜାରି କରିଥିଲା? ଯଦି ଜାରି କରିଥିଲା ତା’ହେଲେ କ’ଣ ଆମର ବର୍ଷା ପୂର୍ବାନୁମାନ ବ୍ୟବସ୍ଥା ଏତେ ଦୁର୍ବଳ? ଏହି ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବା କଥା, କାରଣ ଭୁବନେଶ୍ୱର ଭଳି ଏକ ସହରରେ ଯେଉଁଠି ଉନ୍ନତ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ଅଛି, ସେଠି କାହିଁକି ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କଲେ? 
ସେମିତି ଏକ ଫୋନ୍‌ ପାଇଥିଲି ଜୁଲାଇ ୨୨ ତାରିଖ ସକାଳୁ। ମୁମ୍ବାଇରେ ଥିବା ବନ୍ଧୁଜଣକ ସିଧା ଆରମ୍ଭ କଲେ, ”ତୁମର କିଛି ଅସୁବିଧା ହୋଇନି ତ?“ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନର କାରଣ ପଚାରିଲି। କହିଲେ ସବୁ ଟିଭି ଚ୍ୟାନେଲରେ ଏବେ ଖବର ଚାଲିଛି ଯେ ବୁର୍ଲା ଓ ସମ୍ବଲପୁରରେ ରେକର୍ଡ ବର୍ଷା ହୋଇଛି। ମୁଁ ବି ଟିଭି ଖୋଲିଲି। ଖବର ଆସୁଥିଲା ଯେ ବୁର୍ଲାରେ ୨୪ ଘଣ୍ଟା ଭିତରେ ୬୨୨ ମିଲିମିଟର ବର୍ଷା ହୋଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଟିଭିରେ ତଥା ସାମାଜିକ ଗଣମାଧ୍ୟମଗୁଡ଼ିକରେ କହିଚାଲିଥାନ୍ତି ଯେ ତାହା କୌଣସି ଏକ ଦିନରେ ହୋଇଥିବା ବର୍ଷାର ସର୍ବକାଳୀନ ରେକର୍ଡ। ଏହା ସହିତ ସମ୍ବଲପୁରରେ ୫୪୦ ମିଲିମିଟର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମିତି ଭୀଷଣ ବର୍ଷା ହୋଇଥିବାର ଖବର ଆସୁଥାଏ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା କାରଣ ମୁଁ ସେହିଦିନ ସମ୍ବଲପୁରରେ ଥାଏ। ପୂର୍ବଦିନ ସାରୁ ରାତିର ପ୍ରଥମ ପହରରେ ବର୍ଷା ଅବଶ୍ୟ ଖୁବ୍‌ ହୋଇଥାଏ, କିନ୍ତୁ ତାହା କେବେ ବି ୫୦୦-୬୦୦ ମିଲିମିଟର ହେବ ନାହିଁ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଥାଏ। ତେବେ ଗଣମାଧ୍ୟମରେ ଯେତେବେଳେ ଏତେ ବର୍ଷା ହୋଇଛି ବୋଲି ଖବର ଆସୁଛି, ସମ୍ବଲପୁର ସହରର ସ୍ଥିତି କ’ଣ ତାହା ଦେଖିବା ପାଇଁ ବାହାରିପଡିଲି। 
ନର୍ଦ୍ଦମା ଜଳ ତଥା ବର୍ଷା ସମୟରେ ବନ୍ୟାଜଳ ନିଷ୍କାସନ କରୁଥିବା ସମ୍ବଲପୁରର ଦୁଇଟି ନାଳ ହେଲା ଧୋବି ଯୋର ଓ ଟଙ୍ଗନା ନାଳ। ନାଳ ଉଛୁଳିବା ତ ଦୂରର କଥା, ବହୁଥିବା ପାଣିର ସ୍ତର ପ୍ରାୟ ଅଧା ହିଁ ଥିଲା। ହଁ, ଅବଶ୍ୟ ଅନେକ ଅଞ୍ଚଳରେ ଘରେ ପାଣି ପଶିଥାଏ, କିନ୍ତୁ ସେହିସବୁ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଏତେ ଖରାପ ଯେ ବେଙ୍ଗ ମୂତିଲେ ବି ତାହା ବୁଡ଼ିବ। କିଛି ପୋଲରେ ନର୍ଦ୍ଦମା ଦଳ, ପ୍ଲାଷ୍ଟିକ ଆଦି ଜମା ହେବା କାରଣରୁ ପାଣି ନିଷ୍କାସନ ହୋଇ ନ ପାରି କିଛି ଅଞ୍ଚଳ ଜଳପ୍ଳାବିତ ହୋଇଥାଏ। କିନ୍ତୁ ସେହି ମଇଳା କାଢ଼ିଦେବା ମାତ୍ରେ ପାଣି ସଙ୍ଗେ ସଙ୍ଗେ ଖସିଗଲା। କୌଣସି ଗୋଟିଏ ବି ସ୍ଥାନରେ ସର୍ବକାଳୀନ ରେକର୍ଡ ବର୍ଷାର ଟିକିଏ ବି ପ୍ରମାଣ ପାଇଲିନି। ପରଦିନ ଦେଖିଲା ବେଳକୁ ମହାନଦୀର ଖଇରମୂଳଠାରେ ମାତ୍ର ୩ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ମୁଁ ହିସାବ କରି ଦେଖିଲି ଯେ, ହୀରାକୁଦର ଜଳଭଣ୍ଡାରରୁ ଟୋପାଏ ପାଣି  ତଳକୁ ନ ଆସିଲେ ମଧ୍ୟ ଯଦି ହୀରାକୁଦ ଏବଂ ଖଇରମାଳ ମଧ୍ୟରେ ଥିବା ଅଞ୍ଚଳରେ ହାରାହାରି ୨୦୦ ମିଲିମିଟର  ବର୍ଷା ହୋଇଥିବ ଏବଂ ତାହାର ମାତ୍ର ଏକ-ଚତୁର୍ଥାଂଶ ପାଣି ମହାନଦୀରେ ପ୍ରବାହିତ ହୁଏ ତେବେ ଖଇରମାଳଠାରେ ହାରାହାରି ପ୍ରାୟ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବା କଥା ଏବଂ ସର୍ବାଧିକ ଅନୂ୍ୟନ ୯ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା କଥା। କିନ୍ତୁ ଖଇରମାଳରେ ୪ଲକ୍ଷ କ୍ୟୁସେକ୍‌ ପାଣି ବି ବହିଲାନି କି ନରାଜ ବା ମୁଣ୍ଡଳୀରେ ୭ଲକ୍ଷ କ୍ୟୁସେକ୍‌ର ପ୍ରବାହ ହେଲା ନାହିଁ। ସରକାରୀ ତଥ୍ୟ ଓ ଘୋଷଣା ଯେ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଥିଲା ତାହାର ପ୍ରମାଣ ଜଳ ଜଳ ଦିଶୁଥିଲା। 
ମହାନଦୀର ପ୍ରବାହକୁ ନେଇ ମଧ୍ୟ ଓଡ଼ିଶା ସରକାର ସେମିତି ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ତଥ୍ୟ ବାରମ୍ବାର ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହରେ ସେମିତି ଏକ ଭ୍ରାନ୍ତିର ପ୍ରସାରରେ ସରକାର ଓ ସରକାରୀ ଦଳ ଜଡିତ ଥିଲେ। ଓଡ଼ିଶାର ଶାସନରେ ଥିବା ବିଭିନ୍ନ ବ୍ୟକ୍ତି ଅଭିଯୋଗ କଲେ ଯେ, ଛତିଶଗଡ଼ର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡିବା କାରଣରୁ ମହାନଦୀରେ ବଡ଼ ବନ୍ୟା ହେବାକୁ ଯାଉଛି। ବାସ୍ତବତା ହେଲା, ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା କିନ୍ତୁ ଛତିଶଗଡ଼ର କୌଣସି ବଡ ବନ୍ଧ ସେମାନେ ପାଉଥିବା ପ୍ରବାହରୁ ମାତ୍ରାଧିକ ବନ୍ୟାଜଳ ତଳକୁ ଛାଡି ନ ଥିଲେ। ତାହାର ପ୍ରମାଣ ହେଲା, ପ୍ରାୟ ପ୍ରତ୍ୟେକ ଦିନ ସେହି ରାଜ୍ୟର ବଡ ଜଳଭଣ୍ଡାରର ଜଳସ୍ତର ବଢିଥିଲା। ଯଦି ସେମାନେ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳଠାରୁ ଅଧିକ ଜଳ ଛାଡ଼ିଥାନ୍ତେ, ଜଳଭଣ୍ଡାରର ଜଳସ୍ତର ବଢ଼ି ନ ଥାନ୍ତା। 
ଶାସନରେ ଥିବା ଲୋକେ ସେମିତି ଅନ୍ୟଏକ ଅଭିଯୋଗ କଲେ ଯେ କଲମା ବ୍ୟାରେଜର ଗେଟ୍‌ ପରିଚାଳନା ବିଷୟରେ ଛତିଶଗଡ଼ ତଥ୍ୟ ଦେଉ ନ ଥିବା ଯୋଗୁ ଓଡ଼ିଶାକୁ ବନ୍ୟା ପ୍ରଶମନ ପ୍ରସ୍ତୁତିରେ ଘୋର ଅସୁବିଧା ହେଉଛି। ଓଡ଼ିଶା ସରକାରରେ ଥିବା ନେତା ଓ ଅଫିସର କ’ଣ ଏତିକି ବି ଜାଣି ନାହାନ୍ତି ଯେ, କଲମା ଭଳି ବ୍ୟାରେଜର ଗେଟ୍‌ ବନ୍ୟା ସମୟରେ ପ୍ରାୟ ଖୋଲା ରହେ ଏବଂ ସେଭଳି ବ୍ୟାରେଜର ବନ୍ୟାଜଳ ଧାରଣ କରିବାର ସମ୍ଭାବନା ବିଶେଷ ନାହିଁ କି ବନ୍ୟା ସଙ୍କଟ ବଢାଇବାରେ ସେପରି ବ୍ୟାରେଜର ବିଶେଷ ଭୂମିକା ନାହିଁ? 
କେନ୍ଦ୍ର ସରକାର ମଧ୍ୟ ଏମିତି ଅନେକ ଭ୍ରାନ୍ତ ତଥ୍ୟର ପ୍ରସାର କରୁଛନ୍ତି। ଏଭଳି ବିଭ୍ରାନ୍ତିର ପ୍ରସାରରେ ସରକାର ଜଡିତ ରହିବା ଚିନ୍ତାଜନକ। ଏବେ ସୂଚନାର ଅନେକ ଉତ୍ସ ରହୁଛି। ଅନେକ ଉତ୍ସ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟର ପ୍ରସାର କରୁଛନ୍ତି। ସରକାର ମିଥ୍ୟା ତଥ୍ୟର ପ୍ରସାରକାରୀ ହେବା ଉଚିତ ନୁହେଁ। ଦୁଃଖର କଥା ଅନେକ ଗଣମାଧ୍ୟମ ଓ ଖବରଦାତା ମଧ୍ୟ ପ୍ରାପ୍ତ ତଥ୍ୟର ଯାଞ୍ଚ କରୁନାହାନ୍ତି ବା ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରସାରରେ ଭାଗୀଦାର ହେଉଛନ୍ତି। କିନ୍ତୁ ଲୋକେ ଚାହିଁଲେ ତଥ୍ୟର ସତ୍ୟତାକୁ ଅତି ସହଜରେ ଯାଞ୍ଚ କରିପାରିବେ। ଏବେ ଅନେକଙ୍କ ପାଖରେ ଫୋନ୍‌ ଓ ଇଣ୍ଟର୍‌ନେଟ ସଂଯୋଗ ଅଛି। ଠିକ୍‌ ତଥ୍ୟ ଖୋଜିବା ସମସ୍ତଙ୍କ ହାତପାଆନ୍ତାରେ। ମିଥ୍ୟାର ବାରମ୍ବାର ପ୍ରସାର ଆମକୁ ଅଧିକ ବିପଦପ୍ରବଣ କରିଦେବ। ବର୍ଷା ନ ଥାଇ ସ୍କୁଲ ବନ୍ଦ କରିବା, ଛୋଟ ଏକ ପ୍ରବାହକୁ ବିଶାଳ ବନ୍ୟା ବୋଲି ଡରାଇବା ଭଳି ମିଥ୍ୟାର ବାରମ୍ବାର ପ୍ରସାର ଦ୍ୱାରା ଭବିଷ୍ୟତରେ ବଡ଼ ସମସ୍ୟାକୁ ଡାକି ଆଣିବାର ଆଶଙ୍କା ଅଛି। ପିଲାଦିନର ମିଛୁଆ ରାଧୁଆ ଗପ ମନେ ପଡିଯାଉଛି- ମିଛରେ ‘ବାଘ ଖାଇଗଲା ହୋ ଧାଇଁଆସ’ କହି ରାଧୁଆ ଗାଁ ଲୋକଙ୍କୁ ଡାକୁଥିଲା। ଗାଁଲୋକ ଠେଙ୍ଗାବାଡ଼ି ଧରି ଆସିଲାବେଳେକୁ ରାଧୁଆ ଗଛଡାଳରେ ବସି ହସୁଛି। କିନ୍ତୁ ସତରେ ଯେଉଁଦିନ ବାଘ ଆସି ରାଧୁଆକୁ ଖାଇଲା, ସେଦିନ ସେ ଯେତେ ଡାକିଲେ ବି ଗାଁଲୋକ ସେ ମିଛରେ ଡାକୁଛି ଭାବି ଆଉ ଆସିଲେ ନାହିଁ। 

All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...