ସମ୍ପାଦକୀୟ |

ବନ୍ଦ ପାଳନର ଚିତ୍ର ଓ ଚରିତ୍ର

 ବନ୍ଦ ପାଳନର ଚିତ୍ର ଓ ଚରିତ୍ର
ଡ. ପ୍ରଫୁଲ୍ଲ କୁମାର ସାହୁ


ଏଇ କେତେଦିନ ହେଲା ବଢ଼ିଚାଲିଛି ଡିଜେଲ, ପେଟ୍ରୋଲ ଓ ରନ୍ଧନଗ୍ୟାସ୍‌ ଦର। ଏ ନେଇ ଲୋକଙ୍କ ଅସନ୍ତୋଷକୁ ଆଧାର କରି ଏବେ ସରଗରମ ହୋଇଉଠିଛି ଦେଶର ରାଜନୈତିକ ପାଣିପାଗ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଅତ୍ୟଧିକ ମୂଲ୍ୟବୃଦ୍ଧି ତଥା ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଯୋଗୁ ତୈଳଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ବୋଲି ସଫେଇ ଦେଉଛନ୍ତି ସରକାର। ଅନ୍ୟପକ୍ଷରେ ଇନ୍ଧନର ମାତ୍ରାଧିକ ମୂଲ୍ୟ ବଢ଼େଇ ନିର୍ବାଚନରେ ଭୋଟ କିଣିବା ପାଇଁ ମୋଦି ସରକାର ଟଙ୍କା ଠୁଳ କରୁଛନ୍ତି ବୋଲି ଅଭିଯୋଗ ଆଣି ତା’ର ପ୍ରତିବାଦରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ପର୍ଯ୍ୟାୟକ୍ରମେ ଜାରି ରହିଛି ବିକ୍ଷୋଭ, ହରତାଳ ଓ ବନ୍ଦ ପାଳନ। ଏହି କ୍ରମରେ ସୋମବାର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁ ୮ଘଣ୍ଟା ଧରି ଅଚଳ ହୋଇଗଲା ଦେଶର ସ୍ବାଭାବିକ ଜୀବନଯାତ୍ରା। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଲୋକଙ୍କ ଉପରେ ସରକାରଙ୍କ ତେଲ ଚଡ଼କ ଯେତିକି ପୀଡ଼ାଦାୟକ ତା’ଠାରୁ ଅଧିକ ଦୁଃଖଦାୟକ ଉକ୍ତ ପ୍ରତିବାଦର ତରିକା। 
ଆମ ଦେଶରେ ମୁକ୍ତି ସଂଗ୍ରାମ ସମୟରୁ ହରତାଳର ଜନ୍ମ। ସେତେବେଳେ ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଯାଇ ଗାନ୍ଧିଜୀ ଆମକୁ ଶିଖାଇଥିଲେ ଅନଶନ, ସତ୍ୟାଗ୍ରହ ଓ ଅସହଯୋଗ। ସେଥିପାଇଁ ସ୍ବାଧୀନତା ପ୍ରାପ୍ତିର ଆଦ୍ୟ କାଳରେ ପ୍ରତିବାଦର ଅର୍ଥ ଥିଲା- କଲମ ଛାଡ଼, କଳାବ୍ୟାଜ୍‌ ପରିଧାନ ଓ ଶୋଭାଯାତ୍ରା ଆଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ମାତ୍ର ପରବର୍ତ୍ତୀ ସମୟରେ ରାଜନୀତି କଳୁଷିତ ହେବା ସହିତ ଆଦର୍ଶହୀନ ହୋଇପଡ଼ିଲା ବିକ୍ଷୋଭର ସ୍ବରୂପ। ଏହି କ୍ରମରେ ଏବେ ପ୍ରତିବାଦ କହିଲେ ଠାକୁ ଠା ରାସ୍ତାବନ୍ଦ, ଅଖ ବନ୍ଦ, ଚକ ବନ୍ଦ, ଟ୍ରେନ୍‌ ବନ୍ଦ, ବସ୍‌ ବନ୍ଦ, ବଜାର ସହର ବନ୍ଦ, ସ୍କୁଲକଲେଜ, କୋର୍ଟକଚେରି ସବୁ ବନ୍ଦ। ସାଧାରଣତଃ ହରତାଳ କରାଯାଏ ସମୂହ ସ୍ବାର୍ଥକୁ ନେଇ। ଏବେ କିନ୍ତୁ ଦଳୀୟ ସ୍ବାର୍ଥ ହାସଲ ପାଇଁ ଦିଆଯାଉଛି ବନ୍ଦ ଡାକରା। ଆଗେ କେବଳ ଶାସନ କ୍ଷମତାରେ ନ ଥିବା ଦଳଗୁଡ଼ିକ ଆପଣାଉଥିଲେ ଆନ୍ଦୋଳନାମତ୍କ ପନ୍ଥା। ଏବେ ଜନମତକୁ ନିଜ ସପକ୍ଷରେ ଜାବୁଡ଼ି ଧରିବା ପାଇଁ କ୍ଷମତାସୀନ ଦଳଗୁଡ଼ିକ ପକ୍ଷରୁ ବି ଚାଲିଛି ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ। ସେଥିପାଇଁ ଆମ ରାଜ୍ୟରେ ଏକ ଅଛିଣ୍ଡା ଗଣିତରେ ପରିଣତ ହେଲାଣି ବନ୍ଦ ପାଳନ। ସମ୍ପୂର୍ଣ୍ଣ ଜନବିରୋଧୀ ହୋଇ ପଡ଼ିଲାଣି ତା’ର ଚିତ୍ର ଓ ଚରିତ୍ର। ଆଜି ଗୋଟିଏ ଦଳ ଭାରତ ବନ୍ଦ ଡାକରା ଦେଲାଣି ତ କାଲି ଓଡ଼ିଶା ବନ୍ଦ ଡାକରା ଦେଲାଣି ଆଉ ଗୋଟିଏ ଦଳ। ଏହା ବାଦ୍‌ ଆଞ୍ଚଳିକ ସମସ୍ୟାକୁ କେନ୍ଦ୍ରକରି ପ୍ରତିଦିନ ଆନ୍ଦୋଳନ ଚାଲିଛି ରାଜ୍ୟର କେଉଁଠି ନା କେଉଁଠି। ଏପରି କି ରାସ୍ତା ଦୁର୍ଘଟଣା, ଶିକ୍ଷକ ବଦଳି, ମାଙ୍କଡ଼ ଉପତ୍ାତ, ହାତୀ ଫସଲ ଖାଇଯିବା ଆଦି ଛୋଟ ଛୋଟ ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଉଛି। 
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବାର ଅଧିକାର ସମ୍ବିଧାନପ୍ରଦତ୍ତ। ମାତ୍ର ପ୍ରତିବାଦ ଆଳରେ ଅନ୍ୟମାନଙ୍କୁ ହଇରାଣ କରିବା କେବଳ ଅମାନବିକତା ନୁହେଁ, ସାମାଜିକ ଅପରାଧ ମଧ୍ୟ। ୧୯୯୭ ମସିହାରେ ଏ ସମ୍ପର୍କିତ ଏକ ରାୟ ପ୍ରଦାନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି- କୌଣସି ସଙ୍ଗଠନ, ଅନୁଷ୍ଠାନ କିମ୍ବା ରାଜନୈତିକ ଦଳ ଯଦି ବନ୍ଦ ଡାକରା ଦିଅନ୍ତି ତେବେ ତାହା ସମ୍ପୂର୍ଣ୍ଣ ବେଆଇନ ଓ ଅସାମ୍ବିଧାନିକ। ତେଣୁ ଆନ୍ଦୋଳନ ଆଳରେ ଜନସାଧାରଣଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅବଜ୍ଞା କରି ବନ୍ଦ ପାଳନକୁ ଏଠି ପ୍ରତିବାଦର ମାଧ୍ୟମ ଭାବରେ ସ୍ବୀକୃତି ଦେଲେଣି ସବୁ ରାଜନୈତିକ ଦଳ। ଅଗଣତାନ୍ତ୍ରିକ ନୀତିକୁ ଆପଣେଇ ନେଇଥିବା ଏସବୁ ଦଳ ବା ସଙ୍ଗଠନର ଶୃଙ୍ଖଳା ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ କବ୍‌ଜାକୁ ଚାଲିଯାଉଛି ବନ୍ଦକାଳୀନ ପରିସ୍ଥିତି।
ବନ୍ଦ ପାଳନ ବେଳେ ଗଣ୍ଡଗୋଳ, ମାରପିଟ ଓ ପୋଡ଼ାଜଳାକୁ ଆୟୁଧ ଭାବରେ ଗ୍ରହଣ କରିନିଅନ୍ତି ଦଳର ଉତୁପାତିଆ କର୍ମୀ। ତାଙ୍କ କଥା ନ ମାନି ଦୋକାନ ବଜାର ଖୋଲିଲେ ସେମାନେ ଲୁଟ୍‌ପାଟ୍‌ କରନ୍ତି, ଗାଡ଼ି ରାସ୍ତାକୁ ବାହାର କଲେ ଟେକା ମାରି କାଚ ଭାଙ୍ଗନ୍ତି କିମ୍ବା ନିଆଁ ଲଗେଇ ସମ୍ପୂର୍ଣ୍ଣ ପୋଡ଼ି ଦିଅନ୍ତି। ବସ୍‌ ଷ୍ଟାଣ୍ଡ ଓ ରେଳ ଷ୍ଟେଶନ୍‌ରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ଡହଳ ବିକଳ ହୁଅନ୍ତି ହଜାର ହଜାର ଯାତ୍ରୀ। ବିକ୍ଷୋଭକାରୀ ଭାବନ୍ତିନି ପ୍ରତିଦିନ ମଜୁରି ଲାଗି କିମ୍ବା ରାସ୍ତା କଡ଼ରେ ଛୋଟ ମୋଟ ବେପାର କରି ବଞ୍ଚୁଥିବା ମଣିଷଙ୍କ ଦୁଃଖ। 
ବନ୍ଦ ପ୍ରଭାବ କମିବା ବେଳକୁ କିଛି ରୋଗୀଙ୍କ ଜୀବନଦୀପ ଲିଭିଯିବା ସହିତ ଜଳିପୋଡ଼ି ଯାଏ ଅକଳନ ସରକାରୀ ସମ୍ପତ୍ତି। ବନ୍ଦ ପାଳନର ଆଉ ଏକ କ୍ଷତିକାରକ ଦିଗ ହେଉଛି ପ୍ରଦୂଷଣ। ବିକ୍ଷୋଭକାରୀମାନେ ଠାକୁ ଠା ଜାଳୁଥିବା ଟାୟାରରୁ ନିର୍ଗତ ହୁଏ କଳା ଧୂଆଁ, ଯେଉଁଥିରେ ଥାଏ ଅତି ମାରାମତ୍କ ବିଷାକ୍ତ ପଦାର୍ଥ। ଏହାଦ୍ୱାରା ସୃଷ୍ଟି ହୁଏ ମୁଣ୍ଡ ବୁଲେଇବା, ଉନ୍ମାଦନା, ମାନ୍ଦା ଲାଗିବା, ଚର୍ମ ଓ ଚକ୍ଷୁ କୁଣ୍ଡେଇ ହେବା ଭଳି ସ୍ବାସ୍ଥ୍ୟଗତ ସମସ୍ୟା। ଆମ ନେତାମାନେ ଯଦି ଏକଥା ଥରେ ଭାବନ୍ତେ ତେବେ ବଦଳି ଯାଆନ୍ତା ଆମ ପ୍ରତିବାଦର ତରିକା। ଏ ଦେଶ ଆମର ଓ ଜାତୀୟ ସମ୍ପତ୍ତି ଆମର- ଲୋକଙ୍କ ଭିତରେ ଯଦି ଏହି ଭାବନା ଭରିଯାଆନ୍ତା ତେବେ ବଦଳିଯାଆନ୍ତା ବନ୍ଦ୍‌ର ଚିତ୍ର ଓ ଚରିତ୍ର।
ଭଦ୍ରକ, ମୋ- ୯୪୩୮୮୫୫୦୮୮
All Right Reserved By

ସମ୍ପାଦକୀୟ |

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।

କଂଗ୍ରେସ ପାଇଁ ଆହ୍ବାନ

କଂଗ୍ରେସ ପାଇଁ ଆହ୍ବାନ

ଆକାର ପଟେଲ

ଆମ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବଡ଼ ଗୁଣ ହେଲା, ସେ ଖୁବ୍‌ ଭଲ ଯୁକ୍ତି କରିପାରନ୍ତି। ସେ କୌଣସି ସାଧାରଣ ଜିନିଷକୁ ଲୋକମାନେ ବିଶ୍ୱାସ କଲାଭଳି ନୂଆ ଢଙ୍ଗରେ ଉପସ୍ଥାପନ କରିପାରନ୍ତି। ଚଳିତ ସପ୍ତାହରେ କଂଗ୍ରେସ ଦାବି କଲା ଯେ, ଜବାହରଲାଲ ନେହେରୁ ତିଆରି କରିଥିବା ବ୍ୟବସ୍ଥା ଯୋଗୁ ସେ ଆଜି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଏହାର ଉତ୍ତରରେ ମୋଦି କହିଲେ, ”ମୁଁ ସେମାନଙ୍କୁ ଆହ୍ବାନ କରୁଛି, କଂଗ୍ରେସର କୌଣସି ଭଲ ନେତାଙ୍କୁ ଗାନ୍ଧୀ ପରିବାର ବାହାରୁ ପାଞ୍ଚବର୍ଷ ପାଇଁ ଦଳର ...

ଆମ ଗାଁର ଚିତ୍ରପଟ

ଆମ ଗାଁର ଚିତ୍ରପଟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ସକାଳ ଦଶଟାରେ ବି ଦଶମିଟର ଦୂରର ଦୃଶ୍ୟ ଦେଖି ହେଉ ନ ଥିବା ଆମ ଦେଶର ରାଜଧାନୀ ଦିଲ୍ଲୀ ଭଳି ଆମ ଭୁବନେଶ୍ୱରର ବି ସମାନ ଅବସ୍ଥା ହେବ ବୋଲି ପରିବେଶବିତ୍‌ମାନେ ସତର୍କ କଲା ପରେ ଏଠାକାର ବାସିନ୍ଦାମାନଙ୍କ ମନରେ ଛନକା ପଶିଲାଣି। କେବଳ ପରିବେଶ ପ୍ରଦୂଷଣ ନୁହେଁ, ଏକ ସାମାଜିକ ଓ ସାଂସ୍କୃତିକ ଅବକ୍ଷୟର ବିଷାକ୍ତ ବଳୟ ମଧ୍ୟରେ ଅବରୁଦ୍ଧ ହୋଇ ଉଠୁଥିବା ଆମ ରାଜ୍ୟ ରାଜଧାନୀର ନବ୍ୟ ଚେହେରା ପ୍ରତ୍ୟକ୍ଷ କରି ସେଦିନ ଜଣେ ବନ୍ଧୁ ପ୍ରତିକ୍ରିୟା ପ୍ରକାଶ କରି କହୁଥିଲେ, ‘ଏଠାକାର ବହୁ...

ଆଚରଣ ପରିବର୍ତ୍ତନକାରୀ

ଆଚରଣ ପରିବର୍ତ୍ତନକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଇନ୍‌ଫୋସିସ୍‌ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବର୍ଷ ଗବେଷକ, ବୈଜ୍ଞାନିକ, ସମାଜ ବିଜ୍ଞାନୀ ଏବଂ ଇଞ୍ଜିନିୟରମାନଙ୍କୁ ୬ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୨୦୧୮ ସକାଶେ ଇଞ୍ଜିନିୟରିଂ ଆଣ୍ଡ୍‌ କମ୍ପ୍ୟୁଟର ସାଇନ୍ସ ପାଇଁ ନବକାନ୍ତ ଭଟ୍ଟ, ମାନବବାଦ ସମ୍ବନ୍ଧୀୟ ଅଧ୍ୟୟନ ଲାଗି କବିତା ସିଂ, ଜୀବ ବିଜ୍ଞାନ ନିମନ୍ତେ ରୂପ ମଲିକ୍‌, ଗାଣିତିକ ...

ଏଇ ଭାରତରେ

ଏଇ ଭାରତରେ

କ୍ରୋଧ ପରମ ଶତ୍ରୁ। କ୍ରୋଧୀ ବ୍ୟକ୍ତି ଅନ୍ୟର କ୍ଷତି ଘଟାଇବା ସହିତ ନିଜର ମଧ୍ୟ କ୍ଷତି କରିଥାଆନ୍ତି। ୩୨ବର୍ଷ ବୟସର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହିତ କଳି କରି ନିଜ ଶିଶୁକନ୍ୟାଙ୍କୁ ହତ୍ୟାକରିବା ଭଳି ଏକ ବିରଳ ଘଟଣା ରାଜସ୍ଥାନରେ ଘଟିଛି। ଏହି ରାଜ୍ୟର ଝଲଓ୍ବାର ...

ନେତାଗିରି ଲୋଭ

ନେତାଗିରି ଲୋଭ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆଜିକାଲି ବାବୁମାନଙ୍କର ନେତାଗିରି ପ୍ରତି ଲୋଭ ବଢ଼ିଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଟିକେଟ୍‌ ପାଇଁ ନେତାମାନଙ୍କୁ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ବାବୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି। ଉଭୟ ଜାତୀୟ ଦଳ ଭାଜପା ଓ କଂଗ୍ରେସରେ ଯୋଗଦେବା ଓ ଟିକେଟ୍‌ ପାଇବା ପାଇଁ ପୂର୍ବତନ ବାବୁମାନେ ଧାଡ଼ି ଲଗାଇଥିବା ...

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

ଡ. ବାଞ୍ଛାନିଧି ପଣ୍ଡା

କଶ୍ମୀର ମହାରାଜା ହରି ସିଂ କଶ୍ମୀରକୁ ଭାରତ କିମ୍ବା ପାକିସ୍ତାନରେ ବିଲୟ କରାଇବେ ଏ ନେଇ ଦ୍ୱିଧାରେ ଥିଲେ। କଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାଜାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କଲେ। କଶ୍ମୀରର ସଂଘଚାଳକ ପ୍ରେମନାଥ ଡୋଗ୍ରା ଏବଂ ପଞ୍ଜାବର ସଂଘଚାଳକ ରାୟବାହାଦୁର ଶ୍ରୀ ବଦ୍ରିନାଥ ମହାରାଜାଙ୍କ ସହିତ ଭାରତରେ ମିଶ୍ରଣ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ୧୯୪୭ ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ଭାରତବର୍ଷ ଉପରେ ଆକ୍ରମଣ ...

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

କାଥେରିନ ହଡ୍ଡା 

ଦଶବର୍ଷ ତଳେ ୨୦୦୮ରେ ଆମେରିକୀୟ ଧ୍ୱଜା ହାଇଦ୍ରାବାଦସ୍ଥିତ ୟୁ.ଏସ୍‌. କନ୍‌ସୁଲେଟ (ବାଣିଜ୍ୟ ଦୂତାବାସ)ରେ ପ୍ରଥମଥର ଉତ୍ତୋଳନ ହୋଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ଏଭଳି ବୈଦେଶିକ କେନ୍ଦ୍ର ସ୍ଥାପନ କରିବା ବିରଳ ହୋଇଥିବା ବେଳେ, ହାଇଦ୍ରାବାଦ ଟେକ୍ନୋଲୋଜି ଓ ସମୃଦ୍ଧିର କେନ୍ଦ୍ର ହୋଇଥିବାରୁ, ଆମ ସରକାର ଆମେରିକା ଓ ଭାରତ ମଧ୍ୟରେ ବୈଦେଶିକ ଓ ...

ଏଇ ଭାରତରେ

ଏଇ ଭାରତରେ

କେତେକ ରୋଗ ଔଷଧ ଦ୍ୱାରା ଆରୋଗ୍ୟ ହୋଇ ନ ପାରିଲେ ଅସ୍ତ୍ରୋପଚାର ଦରକାର ପଡେ। ନ ହେଲେ ବଞ୍ଚତ୍ବା ମୁସ୍କିଲ। ଏପରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଏକ ୩ମାସର ଶିଶୁକନ୍ୟାର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏପରି...