ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
ମା’ର ନାଗରିକତ୍ୱ ମାମଲା ଲଢ଼ିବା ପାଇଁ ପାଖରେ ପଇସା ନ ଥିବାରୁ ଜଣେ ବ୍ୟକ୍ତି ହତାଶ ହୋଇପଡିବା ସହିତ ନିଜ ଉପରେ ଚରମ ପ୍ରତିଶୋଧ ନେଇଛନ୍ତି। ଏପରି ଏକ ଘଟଣା ଆସାମରେ ଘଟିଛି। ବିନୟ ଚାନ୍ଦ ନାମକ ଏହି ବ୍ୟକ୍ତି ଦିନ ମଜୁରିଆ। ତାଙ୍କ ମା’ଙ୍କ ନାଗରିକତ୍ୱ ପାଇଁ ଆଇନଗତ ଯୁଦ୍ଧ ଲଢ଼ି ସବୁ ପଇସା ସାରିଦେଇଥିଲେ। କାରଣ ତାଙ୍କ ମା’ ଆସାମ୍‌ ଡାଉଟ୍‌ଫୁଲ୍‌ ବା ଡି-ଭୋଟର ତାଲିକାରେ ରହିଥିଲେ। ବିନୟଙ୍କ ପରିବାର ଏବଂ ପଡୋଶୀଙ୍କ କହିବାନୁଯାୟୀ, ବିନୟଙ୍କ ମା’ ଫରେନର୍ସ ଟ୍ରିବ୍ୟୁନାଲ୍‌ରେ ମାମଲା ହାରିଯାଇଥିଲେ। ସେଥିପାଇଁ ବିନୟ ହାଇକୋର୍ଟ ଯିବାକୁ ଚାହିଁଥିଲେ ବି ତାଙ୍କ ପାଖରେ ପଇସା ନ ଥିଲା। ଏଥିଯୋଗୁ ସେ ମାନସିକ ସ୍ତରରେ ବିଚଳିତ ହୋଇପଡିଥିଲେ। ସେ ଅଧିକାଂଶ ସମୟ ଚାପରେ ରହୁଥିଲେ। ମୋ ପାଖରେ ତ ପଇସା ନାହିଁ, ତୋ ପାଇଁ କେମିତି ମାମଲା ଲଢ଼ିବି ବୋଲି ସେ ବାରମ୍ବାର କହୁଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି। ଉକ୍ତ ପରିବାର ପାଖରେ ୧୯୬୦ ମସିହାର ଜମି ଦଲିଲ୍‌ ଅଛି। ପ୍ରତ୍ୟେକ ନିର୍ବାଚନରେ ସେମାନେ ଭୋଟ ଦେଇଆସୁଛନ୍ତି। ତେବେ ବି ଫରେନର ଟ୍ରିବ୍ୟୁନାଲ୍‌ ଦ୍ୱାରା ସେମାନଙ୍କୁ ସନ୍ଦେହଜନକ ନାଗରିକ ବିବେଚନା କରାଯାଇଛି। ଆଇନଗତ ଲଢ଼େଇ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ତେଣୁ ସେ ଚାପରେ ରହୁଥିଲେ ବୋଲି ତାଙ୍କର ଜଣେ ପଡୋଶୀ ପ୍ରକାଶ କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆସାମରେ ଯେଉଁ ଏନ୍‌ଆର୍‌ସି ଚିଠା ପ୍ରସ୍ତୁତ କରାଯାଇଥିଲା ସେଥିରେ ୧.୨୫ ଲକ୍ଷ ଡି-ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ବିନୟଙ୍କ ପରିବାର ରହିଛି। ବିନୟଙ୍କ ମୃତ୍ୟୁ ପରେ ଉକ୍ତ ପରିବାର ଉପରେ ହତାଶାର କଳାବାଦଲ ଢାଙ୍କି ହୋଇଯାଇଛି।

All Right Reserved By

ସମ୍ପାଦକୀୟ |

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...

ସମ୍ପାଦକୀୟ/ ଖର୍ଚ୍ଚ କେତେ

ସମ୍ପାଦକୀୟ/ ଖର୍ଚ୍ଚ କେତେ

କିଛି ବର୍ଷ ହେବ ଦେଖିବାକୁ ମିଳୁଛି କୌଣସି ରାଜ୍ୟ, ସହର ବା ସ୍ଥାନର ନାମ ପରିବର୍ତ୍ତନ କରିବାରେ ଭାରତୀୟମାନେ ଆନନ୍ଦ ଅନୁଭବ କରୁଛନ୍ତି। ଦୀର୍ଘବର୍ଷ ଧରି ରହିଆସିଥିବା ନାମ ବଦଳରେ ଆଞ୍ଚଳିକ କିମ୍ବା ସ୍ଥାନୀୟ ସ୍ବାଦ ଥିବା ଏକ ନାମ ଦିଆଗଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ଯୁକ୍ତି କରାଯାଉଛି। ବାସ୍ତବ କ୍ଷେତ୍ରରେ ନାମ ପରିବର୍ତ୍ତନ ପରେ କେଉଁ ପ୍ରକାର ବିକାଶ ସମ୍ପୃକ୍ତ ଅଞ୍ଚଳରେ ଘଟୁଛି, ତାହା ଉପରେ କେହି ଗବେଷଣା କରୁଥିବା ଭଳି ମନେହେଉ ନାହିଁ। କେତେକ ରାଜନୈତିକ ଦଳ ଭୋଟ ଧ୍ରୁବୀକରଣ କରି ସେଥିରୁ ଫାଇଦା ନେବା ଉଦ୍ଦେଶ୍ୟରେ ଏଭଳି କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସଦ୍ୟ ଘଟଣାକୁ ଦେଖିଲେ, ...

କୃଷି ବୀମା: ବୀମା ନୁହେଁ ଠକେଇ

କୃଷି ବୀମା: ବୀମା ନୁହେଁ ଠକେଇ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପି. ସାଇନାଥ ଏମିତି ଜଣେ ମହାନ୍‌ କୃଷି ଓ ସାମାଜିକ ଗବେଷକ ଯିଏ ନିଜେ ସଂଗ୍ରହ କରିଥିବା ଦୃଢ଼ ପ୍ରମାଣ ମାଧ୍ୟମରେ ନିରାଟ ସତକଥାକୁ ଖୁବ୍‌ ରୋକଠୋକ୍‌ ଭାବେ କହନ୍ତି। ଏଇ ନିକଟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଓ ହେଉଥିବା ଠକେଇ ରାଫାଲ ଦୁର୍ନୀତିଠାରୁ କାହିଁରେ କେତେ ଅଧିକ। ସେ ଖାଲି ଅଭିଯୋଗ କରିନାହାନ୍ତି, ତା’ର ଠୋସ୍‌ ପ୍ରମାଣ ବି ଦେଇଛନ୍ତି। ମହାରାଷ୍ଟ୍ରର ଏକ ଜିଲାରେ ପ୍ରାୟ ତିନିଲକ୍ଷ କୃଷକ ସୋୟାବିନ ଫସଲ ପାଇଁ ବୀମା କରିଥିଲେ। ବୀମା ବାବଦକୁ ଚାଷୀମାନେ ୧୯.୨ କୋଟି ଟଙ୍କା ପ୍ରିମିୟମ୍‌ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପୈଠ ପ୍ରିମିୟମ୍‌ ମିଶାଇ ...

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶେଖ୍‌ ଫରିଦ୍‌ଉଦ୍ଦିନ

ସମଗ୍ର ବିଶ୍ୱରେ ପାଖାପାଖି ପାଞ୍ଚ କୋଟି ଶିଶୁ ଯୁଦ୍ଧ, ହିଂସା ଓ ଅତ୍ୟାଚାର ଯୋଗୁ ନିଜ ଦେଶରୁ ବିତାଡ଼ିତ ଅଥବା ବିସ୍ଥାପିତ ହୋଇଥିବା ଜାତିସଂଘର ଶିଶୁ କାର୍ଯ୍ୟକ୍ରମ ରିପୋର୍ଟରେ କୁହାଯାଇଛି। ମିଳିତ ଜାତିସଂଘ ଆନ୍ତର୍ଜାତିକ ଶିଶୁ ଜରୁରୀ ପାଣ୍ଠି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସମୁଦ୍ରରେ ବୁଡ଼ିଯାଇଥିବା ଶିଶୁ ଆୟାଲାନ୍‌ କୁର୍ଦ୍ଦିଙ୍କ କୁନି ଶରୀର ହେଉ ଅଥବା ଆକ୍ରମଣ ବିଧ୍ୱସ୍ତ ଗୃହ ଭିତରୁ ଉଦ୍ଧାର ପାଇଥିବା ଓମରାନ୍‌ ଡାକନିଶ୍‌ଙ୍କ ରକ୍ତାକ୍ତ ମୁହଁ, ଏସବୁ ଦେଖିଲେ ବିଶ୍ୱରେ ଶିଶୁ କେତେ ମାତ୍ରାରେ ନିର୍ଯାତିତ ତାହା ସ୍ପଷ୍ଟ ବାରିହୁଏ। ପ୍ରତ୍ୟେକ ବାଳିକା, ବାଳକଙ୍କ ଏପରି ଦୟନୀୟ ଛବିରୁ ବୁଝାପଡ଼େ ବିଶ୍ୱରେ ବହୁ ନିୟୁତ ଶିଶୁ ବିପଦରେ ଅଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସାମ୍ପ୍ରଦାୟିକ ଭେଦଭାବକୁ ନେଇ ସମ୍ପ୍ରତି ଚାରିଆଡ଼େ ବିଦ୍ୱେଷ ଭାବ ସୃଷ୍ଟି ହେଉଥିବାବେଳେ ଗୁଜରାଟ ଅହମଦାବାଦ ଜିଲା ଶାହପୁରର ଏକ ଘଟଣା ଏହାର ବ୍ୟତିକ୍ରମ ଭଳି ମନେହେଉଛି। ଏଠାରେ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁ ଓ ...

 ସମ୍ପାଦକୀୟ/ ଅପେକ୍ଷା ଓ ସଜାଗ

ସମ୍ପାଦକୀୟ/ ଅପେକ୍ଷା ଓ ସଜାଗ

ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ରାଜନୈତିକ ପରିସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ହେବାରେ ଲାଗିଛି। ଗାଦିନସୀନ ପ୍ରଧାନମନ୍ତ୍ରୀ ରନିଲ ଓ୍ବିକ୍ରମସିଂହେଙ୍କୁ ହଟାଇ ମହିନ୍ଦା ରାଜପାକ୍‌ସେଙ୍କୁ ଥଇଥାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା। ନଭେମ୍ବର ୧୪ରେ ରାଜପାକ୍‌ସେ ପାର୍ଲାମେଣ୍ଟରେ ଶକ୍ତି ପ୍ରଦର୍ଶନ କରିବାର ଥିବା ବେଳେ ଯଥେଷ୍ଟ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୯ରେ ସିରିସେନା ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଛନ୍ତି। ଏଥିସହିତ ଘୋଷଣା କରିଛନ୍ତି ଯେ ୨୦୧୯ ଜାନୁୟାରୀ ୫ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ରାଷ୍ଟ୍ରପତିଙ୍କ ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ପରେ ଦେଶର ପ୍ରମୁଖ ରାଜନୈତିକ ଦଳ ସମେତ ନିର୍ବାଚନ କମିଶନଙ୍କ ଜଣେ ସଦସ୍ୟ ନଭେମ୍ବର ୧୨ରେ ସୁପ୍ରିମକୋର୍ଟରେ ସିରିସେନାଙ୍କ ପଦକ୍ଷେପକୁ ଚ୍ୟାଲେଞ୍ଜ କରିଛନ୍ତି। ତେବେ ସିରିସେନାଙ୍କୁ ସବୁଆଡ଼ୁ ସମାଲୋଚନା କରାଯିବା ପରେ ସେ ନିଜକୁ ରକ୍ଷା କରିବା ପାଇଁ ଦେଇଥିବା ସଫେଇ ଏବେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ସେ କହିଛନ୍ତି, ଯେ ଗଣମାଧ୍ୟମରୁ ଶୁଣିବାକୁ ମିଳିଥିଲା ଯେ ଶକ୍ତିପରୀକ୍ଷା ଦିନ ରାଜନୈତିକ ଦଳଗୁଡ଼ିକ ...

 ୨୦୧୯ରେ ମହାମେଣ୍ଟ : ଆଶା ଓ ଆଶଙ୍କା

୨୦୧୯ରେ ମହାମେଣ୍ଟ : ଆଶା ଓ ଆଶଙ୍କା

ସହଦେବ ସାହୁ

୨୦୧୯ର ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ନ ଥିବା ଦଳର ନେତାଏ ଏକ ମହାମେଣ୍ଟ ଗଢ଼ିବାର ଚେଷ୍ଟା କରୁଛନ୍ତି। ଏ ଚେଷ୍ଟା ପ୍ରବଳ ରୂପ ଧାରଣ କରିଛି ରାଜସ୍ଥାନ ଓ କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପାର କ୍ଷତି ଘଟିଥିବାରୁ। ନଭେମ୍ବର ପ୍ରଥମ ସପ୍ତାହରେ କର୍ନାଟକ ଉପନିର୍ବାଚନରେ କଂଗ୍ରେସ-ଜେଡିଏସ୍‌ ହାତ ମିଳାଇ ୩ଟି ଲୋକ ସଭା ଆସନରୁ ୨ଟି ଜିତି ଦେଖାଇଛି ଯେ ବିରୋଧୀ ଦଳମାନେ ମିଶି ଗୋଟିଏ ପ୍ରାର୍ଥୀ ଦେଲେ ଜିତିବା ସମ୍ଭାବନା ବେଶି। କିନ୍ତୁ ଜିତି...

ଗଛ ଡାଳରେ ଶିକ୍ଷକ

ଗଛ ଡାଳରେ ଶିକ୍ଷକ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ସ୍କୁଲ୍‌ରେ ପହଞ୍ଚିବା ମାତ୍ରେ ପାଠପଢ଼ାକୁ ପଛରେ ପକାଇ ଗଛ ଚଢ଼ିବାରେ ମନ ଦିଅନ୍ତି। ସାଧାରଣ ଭାବେ ଶିକ୍ଷାନୁଷ୍ଠାନରେ ଏମିତି କାର୍ଯ୍ୟକଳାପକୁ କେହି ବରଦାସ୍ତ କରିବେ ନାହିଁ। କିନ୍ତୁ ଏହା ଯେ ଅପରିହାର୍ଯ୍ୟ ଏବଂ ଏମିତି ଡାଳରୁ ଡାଳ ନ ଡେଇଁଲେ ଭେଳା ବୁଡିଯିବ, ଏବିଷୟରେ ଏହି ଗଛଚଢ଼ାଳିମାନେ ଅବଗତ। ଆମେ ଏଠାରେ ଯେଉଁ ଗଛ କଥା କହୁଛୁ, ତା’ର ଉଚ୍ଚତା ବେଶ୍‌ ଅଧିକ। ସମ୍ଭବତଃ ଚାଳିଶ ଫୁଟ। ସେଥିରେ ବହୁ ସଂଖ୍ୟକ ଶାଖା-ପ୍ରଶାଖା ବଙ୍କାଟଙ୍କା ଭାବେ ବଢିଛି। ଗଛ ଚଢିବାର ଅର୍ଥ ନୁହେଁ ଯେ ସେଥିରୁ ଫୁଲଫଳ ଇତ୍ୟାଦି ତୋଳିବା କିମ୍ବା ପାଠକୁ ଡରି ପତ୍ର ଗହଳ ମଧ୍ୟରେ ଆତ୍ମଗୋପନ କରିବା।...

ଏଇ ଭାରତରେ

ଏଇ ଭାରତରେ

୧୯୯୪ ମସିହାରେ ମାନବ ଅଙ୍ଗ ପ୍ରତିରୋପଣ ଅଧିନିୟମ ଜାରିହେବା ସତ୍ତ୍ୱେ ହୃତ୍‌ପିଣ୍ଡ ପ୍ରତିରୋପଣ ଖୁବ୍‌ କମ୍‌। ମଣିଷର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହୃତ୍‌ପିଣ୍ଡ। ଏହା ଅଚଳ ହୋଇପଡିଲେ ମଣିଷର ମୃତ୍ୟୁ ଘଟେ। ତେବେ ଦିଲ୍ଲୀରେ ୩୪ ବର୍ଷର ଜଣେ ବ୍ୟକ୍ତି ଦାନ ହୃତ୍‌ପିଣ୍ଡ ଦ୍ୱାରା ନୂଆ ଜୀବନ ଲାଭ କରିପାରିଛନ୍ତି। ଓଖ୍‌ଲାସ୍ଥିତ ଫର୍ଟିସ୍‌ ଏସ୍‌କର୍ଟସ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କର ...