ବ୍ରହ୍ମପୁର

ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

 ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ
ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟ ପଞ୍ଚାୟତ ଡମ୍ବଗୁଡା ଗ୍ରାମର ମିଖାଏଲ୍‌ ପ୍ରଧାନ (୪୦)ଙ୍କୁ ଗତ ଶୁକ୍ରବାର ସନ୍ଧ୍ୟାରେ ଗୋଡାଇ ଗୋଡାଇ ହାଣି ହତ୍ୟା କରାଯାଇଥିଲା। ମିଖାଏଲ୍‌ଙ୍କ ବାପା ଏନେଇ ମୋହନା ଥାନାରେ ଏତଲା ଦେବାପରେ ପୋଲିସ ନଂ.୧୦୩/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମଙ୍ଗଳବାର ଘଟଣାରେ ସମ୍ପୃକ୍ତ ମାର୍ଶିଏଲ୍‌ ପରିଚ୍ଛାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ କଟୁରି ଓ ରକ୍ତଭିଜା ଗାମୁଛା ଗଞ୍ଜି ଜବତ ହୋଇଛି।
    ପ୍ରକାଶ ଯେ, ପ୍ରାୟ ୬ମାସ ତଳେ ମାର୍ଶିଏଲ୍‌ଙ୍କ ପୁଅକୁ କୁକୁର କାମୁଡିଥିଲା। ସେ ମେଡିକାଲ ନ ନେଇ ଘରୋଇ ଚିକିତ୍ସା କରିଥିଲେ। ଫଳରେ କିଛିଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମାତ୍ର ମାର୍ଶିଏଲ୍‌ ମିଖାଏଲ୍‌ଙ୍କ ବାପା ଗୁଣି କରି ତାଙ୍କ ପୁଅକୁ ମାରି ଦେଇଥିବା ସନ୍ଦେହ କରିଥିଲେ। ଏନେଇ ମିଖାଏଲ୍‌ଙ୍କୁ ମଧ୍ୟ ପ୍ରତିଶୋଧନ ନେବାକୁ ଧମକ ଦେଇଥିଲେ। ଗତ ୭ ତାରିଖରେ ମିଖାଏଲ୍‌ ବାଲିପଙ୍କ ଗ୍ରାମରୁ ଭଲିବଲ ଖେଳି ଗଁାକୁ ଫେରୁଥିବାବେଳେ ରାସ୍ତାରେ ଛକି ରହିଥିବା ମାର୍ଶିଏଲ୍‌ ତାଙ୍କୁ ହାଣି ହତ୍ୟା କରିଥିଲେ। ପରେ ସେ ଶଶୁର ଘରକୁ ଚାଲିଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
All Right Reserved By

ବ୍ରହ୍ମପୁର

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ମହାନଗର ନିଗମ ବିଜୁପୁର ଅଙ୍ଗନଓ୍ବାଡି ସେକ୍ଟର ପକ୍ଷରୁ ଜାତୀୟ ପୁଷ୍ଟି ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। 

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପନୀ ସୋମବାର ହୋଇଯାଇଛି।

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଅଫିସ,୨୫।୯-ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ମଙ୍ଗଳବାର ସକାଳେ ସ୍ଥାନୀୟ କୋର୍ଟପେଟାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଦିନ ଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଛି।

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା । 

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୫ା୯:-୨ ଦଫା ଦାବି ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ମାପ ଓ ଓଜନ ବିଭାଗର ଚଢାଉ

ଆସିକା,୨୫ା୯ (ଡି.ଏନ୍‌.ଏ.): -ଭଞ୍ଜନଗର ଉପଖଣ୍ଡ ମାପ ଓ ଓଜନ ବିଭାଗ ପକ୍ଷରୁ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ଚାଉଳ କଳ, ସୁନା ରୁପା ଅଳଙ୍କାର ଦୋକାନ, ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା ା