ବ୍ରହ୍ମପୁର

ଭଞ୍ଜନଗର ଜେଲରୁ ଅପରାଧୀ ଫେରାର

ଭଞ୍ଜନଗର,୧୧।୯(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରୁ ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଚମ୍ପଟ ମାରିଛି। ଭଞ୍ଜନଗର ଦମକଳ କେନ୍ଦ୍ର ନିକଟରେ ଥିବା ବାଲିସାହିରେ ବାବୁଙ୍କ ଘର। ସିସିଟିଭି କ୍ୟାମେରା ଅଚଳ ଓ କର୍ମଚାରୀ ଅଭାବ ଯୋଗୁ ଜେଲର ଢ଼ିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ବାବୁ ଫେରାର ହୋଇଯାଇଛି। ବାବୁଙ୍କୁ ଗିରଫ କରିବା ପାଇଁ ଏସ୍‌ଡିପିଓ ଉତ୍କଳ କେଶରୀ ଦାସଙ୍କ ନେତୃତରେ ପୋଲିସ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଞ୍ଚ ଚଳାଇଛି। ଗତ ମାସରେ ଭଞ୍ଜନଗର କୋର୍ଟରୁ ବୁଗୁଡ଼ା ଥାନା ଅଞ୍ଚଳର ଏକ ହତ୍ୟା ମାମଲାରେ ଜଡିତ ଥିବା ମନୋଜ ନାହାକ ଫେରାର ହୋଇଯାଇଥିଲେ। ତାଙ୍କୁ ପୋଲିସ କାବୁ କରି ପାରି ନ ଥିବା ବେଳେ ଆଜିର ଘଟଣା ଭଞ୍ଜନଗର ପୋଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।
All Right Reserved By

ବ୍ରହ୍ମପୁର

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

ସୋରଡା,୨୫।୯(ଡି.ଏନ୍‌.ଏ.)- କଣ୍ଟାପୀଢା ଯାତ୍ରାର ୪ର୍ଥ ଦିବସରେ ରାମଦୋଳି, ମୀନା ବଜାରରେ ଭିଡ ଜମୁଥିବାବେଳେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ଶଶିଭୂଷଣ ପଡିଆରେ ରାମଦୋଳି ୨ଟା, ମୀନାବଜାର ୨ ଦଳ ପଡିଛି, ବ୍ରେକ୍‌ ଡ୍ୟାନ୍ସ ଓ ଶିଶୁ ଟ୍ରେନ୍‌ରେ ପିଲାଙ୍କ ଭିଡ ଜମୁଛି। ସନ୍ଧ୍ୟା ଆଳତୀ ସମୟରେ ମା’ଙ୍କ ସୁନାବେଶ ଦେଖିବାକୁ ମହିଳାଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ସହରସାରା ମୁତୟନ ହୋଇଛି। ଆସିକା ଏସ୍‌ଡିପିଓ ସୁବାସ ପଣ୍ଡା ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ବଡଦାଣ୍ଡରେ ନିର୍ମିତ ୭୦ ଫୁଟର ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ୨୮ ତାରିଖରୁ ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ରଥପଦାଠାରେ ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଛି।

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ମହାନଗର ନିଗମ ବିଜୁପୁର ଅଙ୍ଗନଓ୍ବାଡି ସେକ୍ଟର ପକ୍ଷରୁ ଜାତୀୟ ପୁଷ୍ଟି ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। 

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପନୀ ସୋମବାର ହୋଇଯାଇଛି।

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଅଫିସ,୨୫।୯-ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ମଙ୍ଗଳବାର ସକାଳେ ସ୍ଥାନୀୟ କୋର୍ଟପେଟାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଦିନ ଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଛି।

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା । 

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୫ା୯:-୨ ଦଫା ଦାବି ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା