ଅନଗୁଳ-ଢେଙ୍କାନାଳ

ଢାବାରେ ଚଢ଼ାଉ, ମଦ ଜବତ

ଢାବାରେ ଚଢ଼ାଉ, ମଦ ଜବତ

ତାଳଚେର,୧୧ା୯ (ନି.ପ୍ର.)- ତାଳଚେର ପୋଲିସ ସ୍ଥାନୀୟ ବହ୍ଲର ଛକଠାରେ ଥିବା ଏକ ଢାବାରେ ଚଢାଉ କରି ଫ୍ରିଜ ଓ ବାକ୍ସରେ ମହଜୁଦ ଥିବା ବିପୁଳ ପରିମାଣର ବିଦେଶୀ ମଦକୁ ଜବତ କରିଛି। ଢାବାମାଲିକ ପୋଲିସକୁ ଦେଖି ପଛ ପାଖ ଦେଇ ପଳାଇ ଯାଇ ଥିଲେ। ତାଳଚେର ଥାନାରେ ଏ ସଂକ୍ରାନ୍ତରେ ନଂ. ୨୫୬/୧୮ରେ ଏକ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏହି ଢାବାରେ ଅନେକ ବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ସରସ ମେଳାରେ ଫ୍ୟାଶନ ଶୋ’

ସରସ ମେଳାରେ ଫ୍ୟାଶନ ଶୋ’

ଅନୁଗୋଳ ଅଫିସ,୨୨ା୯ନାଲ୍‌କୋଠାରେ ଚାଲିଥିବା ସରସ ମେଳାରେ ଶୁକ୍ରବାର ଅନୁଗୋଳର ଯୁବତୀ ଯୁବକଙ୍କୁ ନେଇ ଏକ ଫ୍ୟାଶନ ଶୋ ଆୟୋଜନ କରାଯାଇଥିଲା। ଭଳିକି ଭଳି ନୂତନ ଡିଜାଇନର ପୋଷାକ ପରିଧାନ କରି ଯୁବତୀ ଯୁବକମାନେ ର଼୍ୟାମ୍ପରେ ଚାଲିଥିଲେ। 

ପୋଲିସ କ୍ଷମତାର ଅପବ୍ୟବହାର ନ କରୁ

ପୋଲିସ କ୍ଷମତାର ଅପବ୍ୟବହାର ନ କରୁ

ବଅଁରପାଳ, ୨୨ା୯(ଡି.ଏନ.ଏ.)
ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକଠାରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଦୀର୍ଘ ୬ ମାସ ହେଲା ଆନ୍ଦୋଳନ ଚଳାଇଥିବା ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ। 

ନୂଆ ଟେକ୍ନୋଲୋଜିରେ ତାଳଚେର ସାର କାରଖାନା ଦେଶରେ ପ୍ରଥମ

ନୂଆ ଟେକ୍ନୋଲୋଜିରେ ତାଳଚେର ସାର କାରଖାନା ଦେଶରେ ପ୍ରଥମ

ଅନୁଗୋଳ ଅଫିସ, ୨୨ା୯
ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍‌ଏଲ୍‌) କୋଇଲାରୁ ଗ୍ୟାସ ଆଧାରିତ ୟୁରିଆ ଉପତ୍ାଦନକାରୀ କାରଖାନା। ଏପରି କାରଖାନାର ଭିତ୍ତିପ୍ରସ୍ତର ପଡ଼ିବା ସମଗ୍ର ଦେଶରେ ପ୍ରଥମ। ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ତାଳଚେର ସାର କାରଖାନାକୁ ଏପରି ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। 

ମାସେ ପରେ ସ୍କୁଲ ଗଲେ ଛାତ୍ରୀଛାତ୍ର

ମାସେ ପରେ ସ୍କୁଲ ଗଲେ ଛାତ୍ରୀଛାତ୍ର

ବଇଣ୍ଡା, ୨୨ା୯(ପରିକ୍ଷିତ ସାହୁ)
 ୨୦୧୩ରୁ ପୋଲଟିଏ ପାଇଁ ବ୍ଲକ, ଜିଲା ପ୍ରଶାସନଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କଠାରେ ଗୁହାରି କରିଥିଲେ। ହେଲେ କେହି ଶୁଣି ନ ଥିଲେ ଅସୁବିଧା। ଫଳରେ ନାଳରେ ପଶି ଏପାଖରୁ ସେପାଖକୁ ଯାତାୟାତ କରୁଥିଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତ ୬ ନମ୍ବର ଓ୍ବାର୍ଡର ରଣାସାହି ବାସି। 

ଯଦୁପୁରରେ ସୁନ୍ଦରୀ

ଯଦୁପୁରରେ ସୁନ୍ଦରୀ

ଆଠମଲ୍ଲିକ, ୨୨।୯(ଡି.ଏନ.ଏ.)
 ସାତକୋଶିଆରେ ଛଡା ଯାଇଥିବା ମଧ୍ୟପ୍ରଦେଶ ବାଘୁଣୀ ‘ସୁନ୍ଦରୀ’ ୪ ଦିନ ହେଲା ଆଠମଲ୍ଲିକ ବନଖଣ୍ଡ ରଙ୍ଗପୁର ଗ୍ରାମଠାରେ ରହିବା ପରେ ଶୁକ୍ରବାର ସକାଳେ ସହରଠାରୁ ୪ କିମି ଦୂର ଯଦୁପୁର ଗ୍ରାମଠାରେ ପହଞ୍ଚିଛି। ଫଳରେ ଯଦୁପୁର, ନୂଆଗଡ଼, ଖମ୍ବେଶ୍ୱର ପାଲି, ସିଦ୍ଧପୁର ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଭୁବନ, ୨୧।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ. ଓ୍ବାର୍ଡ ଗୋପାଳ ସାହିରେ ନବନିର୍ମିତ କଲ୍ୟାଣ ମଣ୍ଡପ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଛନ୍ତି।

ରାମିଆଳରେ ନିଖୋଜ ଦମ୍ପତିଙ୍କ ପତ୍ତା ମିଳୁନି

ରାମିଆଳରେ ନିଖୋଜ ଦମ୍ପତିଙ୍କ ପତ୍ତା ମିଳୁନି

କାମାକ୍ଷନଗର, ୨୧।୯(ଡି.ଏନ.ଏ.)-ମହୁସଂଗ୍ରହ କରିବାକୁ ଯାଇଥିବାବେଳେ ରାମିଆଳ ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଦମ୍ପତି କୁଶ ପଧାନ (୨୪) ଏବଂ ତାଙ୍କ ସ୍ତ୍ରୀ ରିଙ୍କି (୨୨)ଙ୍କ ପତ୍ତା ମିଳୁନି। 

ଦୁର୍ଗାପୂଜା ଲାଗି ଉଠିଲା ଶୁଭମାଟି

ଦୁର୍ଗାପୂଜା ଲାଗି ଉଠିଲା ଶୁଭମାଟି

କାମାକ୍ଷାନଗର, ୨୧।୯(ଡି.ଏନ୍‌.ଏ.)-କାମାକ୍ଷାନଗର ମୁଣ୍ଡିଦେଉଳି ମଉଡ଼ମଣି ପୂଜା ପ୍ରତିଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦୁର୍ଗାପୂଜା ପାଇଁ ଶୁଭମାଟି ଅନୁକୂଳ କରାଯାଇଛି। ଏହି ଅବସରରେ ଏକ ପଟୁଆର ବାହାର ରାମିଆଳ ନଦୀକୂଳରେ ପହଞ୍ଚତ୍ଥିଲା।

କଣିହାଁ ବନାଞ୍ଚଳରେ ୧୪ ହାତୀ; ଫସଲ ଖାଇଲେ, ନଳକୂଅ ଭାଙ୍ଗିଲେ

କଣିହାଁ ବନାଞ୍ଚଳରେ ୧୪ ହାତୀ; ଫସଲ ଖାଇଲେ, ନଳକୂଅ ଭାଙ୍ଗିଲେ

କଣିହାଁ, ୨୧।୯(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ବନାଞ୍ଚଳରେ ଗୁରୁବାର ରାତିରେ ୧୪ଟି ହାତୀ ପଶି ଉପଦ୍ରବ କରିଛନ୍ତି। ହାତୀପଲ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବାବେଳେ ଅଞ୍ଚଳରେ ଥିବା କେତୋଟି ନଳକୂଅ ଭାଙ୍ଗି ଦେଇଛନ୍ତି।

ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀରୁ ଅଣାଗଲା ଶୁଭ ମାଟି

ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀରୁ ଅଣାଗଲା ଶୁଭ ମାଟି


ଢେଙ୍କାନାଳ ଅଫିସ,୨୧।୯-ସୁନିଆ ପର୍ବ ଅବସରରେ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀ ନଦୀ ଓ ବଡ଼ଯୋରା ନାଳରୁ ଶୁକ୍ରବାର ଶୁଭ ମାଟି ଅଣାଯାଇଛି। 

ସମ୍ପ୍ରସାରଣ ହେଲା ଚକ୍ଷୁ ବିଭାଗ

ସମ୍ପ୍ରସାରଣ ହେଲା ଚକ୍ଷୁ ବିଭାଗ

କାମାକ୍ଷାନଗର, ୨୧।୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗ ସମ୍ପ୍ରସାରଣ ହୋଇଛି। ନେତ୍ରଜ୍ୟୋତି ଯୋଜନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସାଇଡ୍‌ ସେଭର’ ପକ୍ଷରୁ ଏହାର ସମ୍ପ୍ରସାରଣ କରାଯାଇଛି। ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁବାର ଏହାକୁ ଲୋକାର୍ପିତ କରିଛନ୍ତି। 

ଫଟୋଗ୍ରାଫି ପେସା ନୁହେଁ ନିଶା: ଏଡିଏମ୍‌

ଫଟୋଗ୍ରାଫି ପେସା ନୁହେଁ ନିଶା: ଏଡିଏମ୍‌

ଅନୁଗୋଳ ଅଫିସ, ୨୧ା୯- ଅନୁଗୋଳ ଫଟୋଗ୍ରାଫର ଆସୋସିଏଶନ (ପା)ର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଫଟୋଗ୍ରାଫି ଏକ ନିଶା।