ଖେଳ |

ଫେରାରି ଛାଡ଼ିବେ ରାଇକୋନେ

 ଫେରାରି ଛାଡ଼ିବେ ରାଇକୋନେ
ମିଲାନ, ୧୧।୯ (ଏଏଫ୍‌ପି)-ପୂର୍ବତନ ବିଶ୍ୱ ଚାମ୍ପିୟନ କିମି ରାଇକୋନେନ ୨୦୧୮ ସିଜନ ଶେଷରେ ଫେରାରି ଛାଡ଼ିବେ। ଇଟାଲୀ ଫର୍ମୁଲା ଓ୍ବାନ ଟିମ୍‌ ମଙ୍ଗଳବାର ଘୋଷଣା କରିଛି। ୩୮ ବର୍ଷୀୟ ରାଇକୋନେନ ୨୦୦୧ରେ ସୌବେର ଟିମ୍‌ ତରଫରୁ ପ୍ରତିନିଧିତ୍ୱ କରି ଫର୍ମୁଲା ଓ୍ବାନ ପଦାର୍ପଣ କରିଥିଲେ। ଇତିମଧ୍ୟରେ ସେ ୨୮୭ ରେସ୍‌ରେ ଅଂଶଗ୍ରହଣ କରିବା ସହ ୨୦ଟିରେ ବିଜୟ ହାସଲ କରିପାରିଛନ୍ତି। ୨୦୧୯ ସିଜନରେ ସେ ପୁଣି ସୌବେର ଫର୍ମୁଲା ଓ୍ବାନ ଟିମ୍‌ ତରଫରୁ ପ୍ରତିନିଧିତ୍ୱ କରିବେ। ୨୦୦୭ ଫର୍ମୁଲାଓ୍ବାନ ବିଶ୍ୱ ଚାମ୍ପିୟନ ଏହି ଟିମ୍‌ ସହିତ  ଆସନ୍ତା ଦୁଇ ବର୍ଷ ପାଇଁ ଚୁକ୍ତି କରିଥିବା ସୂଚନା ମିଳିଛି।  ଫେରାରି ସହିତ ବିଶ୍ୱ ଟାଇଟଲ ଜିତିବା ପରେ ରାଇକୋନେନ ଦୁଇ ବର୍ଷ ପାଇଁ ଫର୍ମୁଲା ଓ୍ବାନ ଛାଡ଼ି ଦେଇଥିଲେ ଏବଂ ବିଶ୍ୱ ରାଲି ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲେ। ପରେ ୨୦୧୨ରେ ସେ ଫର୍ମୁଲା ଓ୍ବାନ ଟିମ୍‌ ଲୋଟସରେ ଯୋଗ ଦେଇଥିଲେ। ସେଠାରୁ ୨୦୧୪ରେ ସେ ଫେରାରିକୁ ଚାଲିଆସିଥିଲେ।
All Right Reserved By

ଖେଳ |

ଅମଲାଙ୍କ ବଦଳରେ ଏଲଗାର

ଅମଲାଙ୍କ ବଦଳରେ ଏଲଗାର

ଜୋହାନ୍ସବର୍ଗ,୨୬।୯- ଜିମ୍ବାଓ୍ବେ ବିପକ୍ଷରେ ଖଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳ ଘୋଷଣା ହୋଇଯାଇଛି। ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଡିନ ଏଲଗାରଙ୍କୁ ଏହି ଦଳକୁ ଫେରିଛନ୍ତି।

ଭାରତ ବିପକ୍ଷ ମ୍ୟାଚ୍‌କୁ ଟାଇ କରିବା ବିଜୟ ସହ ସମାନ

ଭାରତ ବିପକ୍ଷ ମ୍ୟାଚ୍‌କୁ ଟାଇ କରିବା ବିଜୟ ସହ ସମାନ

ଦୁବାଇ,୨୬।୯(ପି.ଟି.)- ଭାରତୀୟ ଦଳ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ମ୍ୟାଚ୍‌କୁ ଟାଇ କରିବା ବିଜୟ ସହ ସମାନ। ଏହା ଆମ ପାଇଁ ଏକ ସ୍ମରଣୀୟ ବିଜୟ।

ଭାରତୀୟ ଟିଟି କୋଚ୍‌ଙ୍କ ଇସ୍ତଫା

ଭାରତୀୟ ଟିଟି କୋଚ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୬।୯- ଭାରତୀୟ ଟେବୁଲ ଟେନିସ (ଟିଟି) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଟିଟି ଦଳର ଭାଗ୍ୟ ପରିବର୍ତ୍ତନ କରିଥିବା ଇଟାଲିଆନ୍‌ କୋଚ୍‌ ମାସିମୋ କୋଷ୍ଟାଣ୍ଟିନି ପଦରୁ ଇସ୍ତଫା ଦେଇଛନ୍ତି। 

ଶ୍ରୀଲଙ୍କା ଦିନିକିଆ ଦଳରୁ ମାଥ୍ୟୁସ ବାଦ୍‌

ଶ୍ରୀଲଙ୍କା ଦିନିକିଆ ଦଳରୁ ମାଥ୍ୟୁସ ବାଦ୍‌

କଲମ୍ବୋ,୨୬।୯- ଦିନିକିଆ ଦଳର ନେତୃତ୍ୱ ଛାଡ଼ିବା ପରେ ବରିଷ୍ଠ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଶ୍ରୀଲଙ୍କ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ କେଉଁ କାରଣରୁ ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଦଳରୁ ସ୍ଥାନ ମିଳିନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।

ମଲିକଙ୍କୁ ଜିଜୁ ଡାକିଲେ ଭାରତୀୟ ପ୍ରଶଂସକ

ମଲିକଙ୍କୁ ଜିଜୁ ଡାକିଲେ ଭାରତୀୟ ପ୍ରଶଂସକ

ଦୁବାଇ,୨୬।୯- ଗତ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଚଳିତ ଏସିଆ କପ୍‌ର ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ର ଏକ କୌତୂହଳପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳର ଅଲରାଉଣ୍ଡର ସୋଏବ ମଲିକଙ୍କୁ ଭାରତୀୟ ପ୍ରଶଂସକମାନେ ‘ଜିଜୁ’ବୋଲି ଡାକିଥିଲେ।

ଡିସେମ୍ବରରେ ବିବାହ କରିବେ ସାଇନା-କାଶ୍ୟପ

ଡିସେମ୍ବରରେ ବିବାହ କରିବେ ସାଇନା-କାଶ୍ୟପ

ହାଇଦ୍ରାବାଦ,୨୬।୯- ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତରେ ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ହାଇପ୍ରୋଫାଇଲ ରୋମାନ୍ସ ଏବେ ବିବାହର ପରିଣତ ହେବାକୁ ଯାଉଛି। ଭାରତୀୟ ମହିଳା ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ବାଲ ଓ ପୁରୁଷ ଖେଳାଳି ପାରୁପଲ୍ଲୀ କାଶ୍ୟପ ଚଳିତ ବର୍ଷର ଅନ୍ତିମ ଭାଗରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ଶର୍ମିଳା କୁମାରୀଙ୍କୁ ପ୍ରଥମ ସ୍ବର୍ଣ୍ଣ

ଶର୍ମିଳା କୁମାରୀଙ୍କୁ ପ୍ରଥମ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୯(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଶର୍ମିଳା କୁମାରୀ। ପ୍ରଥମ ଦିବସରେ ଅନୁଷ୍ଠିତ ମହିଳା ଜାଭେଲିନ ଥ୍ରୋରେ ରେଲଓ୍ବେ ଆଥଲେଟ୍‌ମାନେ ବାଜି ମାରି ମେଡାଲ ସୁଇପ୍‌ କରିଥିବାବେଳେ ଶର୍ମିଳା ୫୪.୮୫ ମିଟର ଦୂରକୁ ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନୁ ରାଣୀ ୫୨.୯୮ ଓ କେ.ରଶ୍ମି ୫୦.୧୬ ମିଟର ଦୂରକୁ ଜାଭେଲିନ ପକାଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। 

‘ଅର୍ଜୁନ ପୁରସ୍କାରକୁ ନେଇ ବିବାଦ ଅନାବଶ୍ୟକ’

‘ଅର୍ଜୁନ ପୁରସ୍କାରକୁ ନେଇ ବିବାଦ ଅନାବଶ୍ୟକ’

ଭୁବନେଶ୍ୱର, ୨୬।୯(କ୍ରୀଡ଼ା ପ୍ରତିନିଧି):”ଅର୍ଜୁନ ପୁରସ୍କାରକୁ ନେଇ ବିବାଦ ହେବା ଅନାବଶ୍ୟକ। ଗୋଟିଏ ବର୍ଷରେ ସମସ୍ତଙ୍କୁ ଏହି ପୁରସ୍କାର ମିଳିବା ସମ୍ଭବ ନୁହେଁ। ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜେତା ଏହି ପୁରସ୍କାର ପାଇଁ ହକ୍‌ଦାର ହୋଇଥାନ୍ତି। ଏ ବର୍ଷ ନ ହେଲେ ମଧ୍ୟ ପୁରସ୍କାର ଆସନ୍ତା ବର୍ଷକୁ ମିଳିବ। ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରାଯିବା ଉଚିତ। ପ୍ରଦର୍ଶନ ଭଲ ଥିଲେ ସମ୍ମାନ ଆପେ ଆପେ ଆସିବ। ମୋତେ ୧୦ ବର୍ଷ ପରେ ଅର୍ଜୁନ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପାଇଁ ଗୋଟିଏ ବର୍ଷର କିମ୍ବା ଗୋଟିଏ ଟୁର୍ନାମେଣ୍ଟର ପ୍ରଦର୍ଶନ ନୁହେଁ ବରଂ ବର୍ଷେ ଦୁଇବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥାଏ। ତେଣୁ ବିବାଦ ସୃଷ୍ଟି କରିବା ଅପେକ୍ଷା ସମସ୍ତେ ସମୟକୁ ଅପେକ୍ଷା କରିବା ଶ୍ରେୟସ୍କର“ ବୋଲି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଉଦ୍‌ଘାଟନୀ ସମାରୋହ ଅବସରରେ ପ୍ରକାଶ କରିଛନ୍ତି ଭାରତୀୟ ଆଥଲେଟିକ୍ସ ଦଳର ମୁଖ୍ୟ କୋଚ୍‌ ପଦ୍ମଶ୍ରୀ ବାହାଦୁର ସିଂ ଚୌହାନ।  

ପୂର୍ଣ୍ଣିମା ଫାଇନାଲରେ

ପୂର୍ଣ୍ଣିମା ଫାଇନାଲରେ

ଭୁବନେଶ୍ୱର, ୨୬।୯(କ୍ରୀଡ଼ା ପ୍ରତିନିଧି)-ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ହର୍ଡଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଆ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ। ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୂର୍ଣ୍ଣିମା ମଙ୍ଗଳବାର ହିଟ୍‌ ନମ୍ବର ୨ରେ ଦୌଡ଼ିଥିଲେ ଏବଂ ୧୪.୨୩ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଆଥଲେଟ୍‌ମାନେ ହେଲେ ଏଲିଜାବେଥ୍‌ ଆନ୍ଥୋନୀ, ଅନୁରୂପା କୁମାରୀ, ଅରବିନ୍ଦା ରଥ୍‌ଓ୍ବା, ଜାପାନର ହିତୋମି ଶିମୁରା, ସି.କାନିମୋଝି, ଆର.ନିତ୍ୟା ଓ କେ.କୀର୍ଥନା। 

ଫେରିଲେ ଦୁଇ ଫୁଟବଲ ପ୍ରତିଭା

ଫେରିଲେ ଦୁଇ ଫୁଟବଲ ପ୍ରତିଭା

କଟକ ଅଫିସ, ୨୬ା୯-ମଙ୍ଗୋଲିଆଠାରେ ଅନୁଷ୍ଠିତ ହୋଇଥିବା ଏଏଫ୍‌ସି ୧୬ ବର୍ଷରୁ କମ୍‌ ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଜାତୀୟ ଦଳରୁ ପ୍ରତିନିଧିତ୍ୱ କରିଥିବା ୨ ଓଡ଼ିଆ ଖେଳାଳି ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ହେଲେ କଟକ ସାଇ କେନ୍ଦ୍ରର ଜ୍ୟୋତି କୁମାରୀ ଓ ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲର ସଙ୍ଗୀତା ସୋରେଙ୍ଗ । ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଯୁଗ୍ମ ସମ୍ପାଦିକା ସଙ୍ଗୀତା ଶର୍ମା ଭୁବନେଶ୍ୱର ଏୟାରପୋର୍ଟରେ ଉଭୟଙ୍କୁ ସ୍ବାଗତ ଜଣାଇଥିଲେ। ଫାଓ ସମ୍ପାଦକ ସଞ୍ଜୟ ବେହେରା ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପାରା ଏସିଆନ୍‌ ଗେମ୍ସରେ ଭାଗ ନେବେ ପ୍ରମୋଦ

ପାରା ଏସିଆନ୍‌ ଗେମ୍ସରେ ଭାଗ ନେବେ ପ୍ରମୋଦ

ଭୁବନେଶ୍ୱର, ୨୬।୯(ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଆସନ୍ତା ଅକ୍ଟୋବର ୬ରୁ ୧୩ ତାରିଖ ମଧ୍ୟରେ ଆୟୋଜନ ହେବାକୁଥିବା ପାରା ଏସିଆନ୍‌ ଗେମ୍ସ- ୨୦୧୮ରେ ଓଡ଼ିଶାର ପ୍ରମୋଦ ଭଗତ ଅଂଶଗ୍ରହଣ କରିବେ। ପ୍ରମୋଦ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ସେ ସିଙ୍ଗଲ୍ସ, ଡବଲ୍ସ ଓ ଟିମ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସେ ପ୍ରଥମ ଭାରତୀୟ ଭାବେ ତୃତୀୟଥର ପାଇଁ ପାରା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ। ଏହା ପୂର୍ବରୁ ସେ ୨୦୧୦ ଗୁଆନଝୌଉ, ୨୦୧୪ ଇଞ୍ଚିଅନ୍‌ ପାରା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିଥିଲେ।

ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ

ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ

ଦୁବାଇ, ୨୬।୯(ପି.ଟି.)- ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍‌ ସୁପର-୪ ପର୍ଯ୍ୟାୟର ପଞ୍ଚମ ମ୍ୟାଚ୍‌ ଟାଇ ଭାବେ ଶେଷ ହୋଇଛି। ସ୍ଥାନୀୟ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୫୨ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ଗୋଟିଏ ବଲ ବାକିଥାଇ ୨୫୨ ରନ କରି ଅଲଆଉଟ ହେବା ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା।