ରାଜ୍ୟ | ବାଲେଶ୍ୱର

ହାତୀ ଉଜାଡ଼ିଲେ ୨୦ ଏକର ଫସଲ

ହାତୀ ଉଜାଡ଼ିଲେ ୨୦ ଏକର ଫସଲ
ଚମ୍ପୁଆ,୧୧ା୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଦିନକୁ ଦିନ ବଢୁଥିବା ହାତୀ ଉପଦ୍ରବ କମିବାକୁ ନା ଧରୁନାହିଁ ।  ଫଳରେ ସିଧାସଳଖ ଏହାର ପ୍ରଭାବ ଚାଷୀ କୁଳ ଉପରେ ପଡିଛି ।  ଦିନବେଳା ଜଙ୍ଗଲ ଭିତରେ ରହୁଥିବା ଏହି ହାତୀପଲ ଚାଷ ଜମିକୁ ଓହ୍ଲାଇବା ସହିତ ଫସଲ ନଷ୍ଟ କରି ଚାଲିଛନ୍ତି। ବନ ବିଭାଗ କର୍ମଚାରୀମାନେ ଏହି ହାତୀ ପଲଙ୍କୁ ଘଉଡ଼ାଇବାକୁ ଅସମର୍ଥ ହୋଇପଡ଼ିଛନ୍ତି। ହାତୀ ପଲଙ୍କ ଯୋଗୁ ଗ୍ରାମବାସୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସପ୍ତାହ ମଧ୍ୟରେ ହାତୀ ପଲ ୨୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ କରିସାରିଲେଣି ।  ବର୍ତ୍ତମାନ ଚମ୍ପୁଆ ସେକ୍ସନ୍‌ରେ ୩୫, ବାଲିବନ୍ଧ ସେକ୍ସନ୍‌ରେ ୧୮ ଓ ବାମେବାରୀ ସେକ୍ସନ୍‌ରେ ୧୪ଗୋଟି ହାତୀ ରହିଛନ୍ତି। ଗତ ସୋମବାର ହାତୀ ପଲ ଚମ୍ପୁଆ ସେକ୍ସନ୍‌ର ଚିମିଳା ଅଞ୍ଚଳରେ ବାଣେଶ୍ୱର ନାଏକ, ରାମଚନ୍ଦ୍ର ନାଏକ, ଦିଲ୍ଲୀପ ନାଏକ, ମଧୁ ବେହେରା, ପ୍ରଶାନ୍ତ ବାରିକ, ଗଣେଶ୍ୱର ବାରିକ, ଚିନ୍ତାମଣି ମହାନ୍ତ, ରମାକାନ୍ତ ବାରିକ, ତରୁଣ ପାତ୍ର ସମେତ ବହୁ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି। ବନ ବିଭାଗ କେବଳ ହାତୀ ଘଉଡାଇବା ପାଇଁ କେବଳ ବାଣ ଫୁଟାଇ ନୀରବରେ ବସି ଯାଉଥିବା ଅଭିଯୋଗ ହେଉଛି। ଏପଟେ ଧାର କରଜ କରି ଚାଷ କରୁଥିବା ଲୋକଙ୍କ ଫସଲ ଉଜୁଡ଼ିବାରେ ଲାଗିଛି। 
All Right Reserved By

ରାଜ୍ୟ | ବାଲେଶ୍ୱର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର ଅଫିସ୍‌,୧୯ା୨-ଘରେ ପଶି ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ମା’ ଓ ଝିଅଙ୍କୁ ବଳାତ୍କାର ଉଦ୍ୟମ ଏବଂ ଧମକ ଦେବା ସହ ଆଟ୍ରୋସିଟି ମାମଲାରେ ସୋମବାର ବ୍ରହ୍ମପୁର ଏଡିଜେ-୨ ଦୀପକ କୁମାର ପ୍ରମାଣ ଅଭାବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସରସ୍ବତୀନଗର ଅଞ୍ଚଳର ବାବୁନି ଜେନା (୪୦) ା

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି। 

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ)ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। ସେହିଭଳି ୬୦ ବର୍ଷ ଉପରକୁ ହିତାଧିକାରୀଙ୍କୁ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା। ଏବେ ତାହା ୭ ଶହ ଟଙ୍କାକୁ ବଢିଛି।